ବ୍ରହ୍ମପୁର

ଶ୍ରମଜୀବୀ ଏକତା ଅଭିଯାନର ଦାବିପତ୍ର ପ୍ରଦାନ

ଶ୍ରମଜୀବୀ ଏକତା ଅଭିଯାନର ଦାବିପତ୍ର ପ୍ରଦାନ
ମୋହନା,୧୩।୧୨(ଡି.ଏନ.ଏ.)- ମୋହନା ଲୋକ ସଂଗଠନ ଶ୍ରମଜୀବୀ ଏକତା ଅଭିଯାନ ପକ୍ଷରୁ ବିଭିନ୍ନ ଦାବି ନେଇ ରାଲି କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆମକୁ କାମ ଦିଅ ସ୍ଲୋଗାନ ଦେଇ ବହୁ ଶ୍ରମଜୀବୀ ମୋହନା ହାଇସ୍କୁଲଠାରୁ ରାଲିରେ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପଦ୍ମନାଭ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବ୍ଲକର ୧୫ ପଞ୍ଚାୟତ ଅଞ୍ଚଳର ଗରିବ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଚଳିତ ବର୍ଷ ଜିଲାରେ ବର୍ଷାର ଅନିୟମିତତା, ରୋଗ ପୋକ ଓ ଧାନ ଅମଳ ସମୟରେ ଲଗାଣ ବର୍ଷା ଯୋଗୁ ଫସଲ ହାନି ହୋଇଛି। ରୋଜଗାରର ଅନ୍ୟ ବ୍ୟବସ୍ଥା ନ ଥିବାରୁ ଶ୍ରମଜୀବୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏହାର ସ୍ଥାୟୀ ସମାଧାନ ଏବଂ ପ୍ରତ୍ୟେକ ଗ୍ରାମରେ ଚାଷ ଉପଯୋଗୀ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବା, ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସରେ ଅଧିକରୁ ଅଧିକ କାମ ଦେବା, ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଏବଂ ଠିକ ସମୟରେ ମଜୁରୀ ପ୍ରଦାନ, ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଶୋଭାଯାତ୍ରାରେ ଓଡିଶା ଶ୍ରମଜୀବୀ ଏକତା ମଞ୍ଚ ସଂଯୋଜକ ଅନନ୍ତ ପ୍ରଧାନ, ଜିଲା ସଂଯୋଜକ ଗାନ୍ଧୀ ମଳିକ, ବ୍ଲକ କମିଟି ସମ୍ପାଦକ କେଶବ ମଳିକ, ଅଡବା ସରପଞ୍ଚ ପ୍ରଦୀପ ଦଳବେହେରା, ତ୍ରିନାଥ ରେଡ୍ଡୀ, ଲକ୍ଷ୍ମଣ ନାୟକ, ମାରିୟାନ ନାୟକ, ଅଜିତ ନାୟକ, ନରସିଂହ ଗମାଙ୍ଗଙ୍କ ସମେତ ବହୁ ଶ୍ରମଜୀବୀ ସାମିଲ ଥିଲେ।
All Right Reserved By

ବ୍ରହ୍ମପୁର

ଦୁର୍ଗମ ପାରିଗଡ଼ରେ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ଦୁର୍ଗମ ପାରିଗଡ଼ରେ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୯।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପଡ଼ୋଶୀ କୋଟଗଡ଼ ବ୍ଲକ ଦୁର୍ଗମ ପଞ୍ଚାୟତ ପାରିଗଡ଼ଠାରେ ଶୁକ୍ରବାର ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଆସିକା ଚିନିଶିଳ୍ପରେ ସଙ୍କଟ:  କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ଆଖୁଚାଷୀଙ୍କ ସମାବେଶ

ଆସିକା ଚିନିଶିଳ୍ପରେ ସଙ୍କଟ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ଆଖୁଚାଷୀଙ୍କ ସମାବେଶ

ଆସିକା,୧୯ା୧(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଆଖୁପେଡା ପାଇଁ ଶୁକ୍ରବାର କାରଖାନା ବଏଲରରେ ଅଗ୍ନି ସଂଯୋଗ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। ଅଗ୍ନି ସଂଯୋଗର ଏକ ସପ୍ତାହ ପରେ ଆଖୁପେଡା ଆରମ୍ଭ ହୋଇଥାନ୍ତା। 

ମିନିବସ୍‌ ଓଲଟି ୧୭ ଆହତ

ମିନିବସ୍‌ ଓଲଟି ୧୭ ଆହତ

କବିସୂର୍ଯ୍ୟନଗର,୧୯ା୧-ସ୍ଥାନୀୟ ବ୍ଲକ ସମ୍ମୁଖ ଡିଭାଇଡରରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣ ଆହତ ହୋଇଛନ୍ତି। ଆସିକାରୁ ବୁଢ଼ାମ୍ବ ଯାଉଥିବା ଏକ ମିନିବସ ଶୁକ୍ରବାର ଅପରାହ୍ନରେ ବାଲୁଙ୍କେଶ୍ୱରୀ କବିସୂର୍ଯ୍ୟନଗର ବ୍ଲକ ସମ୍ମୁଖ ଡିଭାଇଡର ଚଢ଼ି ଓଲଟି ପଡ଼ିଥିଲା। ଏଥିରେ ବସିଥିବା ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଥିଲେ।

ରୋଗୀ ମୃତ୍ୟୁକୁ ନେଇ ରାସ୍ତାରୋକୋ

ରୋଗୀ ମୃତ୍ୟୁକୁ ନେଇ ରାସ୍ତାରୋକୋ

ପାତ୍ରପୁର,୧୯ା୧(ଡି.ଏନ୍‌.ଏ.)-ଖାରିଆଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର  ଖାରିଆଗୁଡ଼ାରେ ରାସ୍ତାରୋକୋ କରାଯାଇଥିଲା। ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପହଞ୍ଚତ୍ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

କିଶୋର ନ୍ୟାୟ ଅଧିନିୟମ କର୍ମଶାଳା

କିଶୋର ନ୍ୟାୟ ଅଧିନିୟମ କର୍ମଶାଳା

ବ୍ରହ୍ମପୁର ଅଫିସ୍‌,୧୯ା୧-ଗଞ୍ଜାମ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ବ୍ରହ୍ମପୁରସ୍ଥିତ ରାଜସ୍ବ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ଜିଲାର ସ୍ବତନ୍ତ୍ର ବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ନେଇ କିଶୋର ନ୍ୟାୟ(ଯତ୍ନ ଓ ସୁରକ୍ଷା) ଅଧିନିୟମ-୨୦୧୫ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମଧୁମେହ ପଞ୍ଚାୟତ କାର୍ଯ୍ୟକ୍ରମ

ମଧୁମେହ ପଞ୍ଚାୟତ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ୍‌,୧୯ା୧-ଭାରତକୁ ବର୍ତ୍ତମାନ ବିଶ୍ୱର ମଧୁମେହ ରାଜଧାନୀ ରୂପେ ପରିଗଣିତ କରାଯାଉଛି। ଦେଶର ପ୍ରାୟ ୧୧ପ୍ରତିଶତ ଲୋକ ଏହି ଜୀବନଶୈଳୀ ଅବ୍ୟବସ୍ଥାଜନିତ ସମସ୍ୟାରେ ଆକ୍ରାନ୍ତ। ପ୍ରତ୍ୟେକସ୍ତରରେ ମଧୁମେହର ମୁକାବିଲା ପାଇଁ ଆଲୋଚନା ହେଉଛି। 

ଗଞ୍ଜାମ ଜିଲା ଭାଜପାର ଅଭିଯୋଗ: କମିଶନରେଟ୍‌ ପୋଲିସ ଗଠନ ପ୍ରସ୍ତାବରେ ସୀମିତ

ଗଞ୍ଜାମ ଜିଲା ଭାଜପାର ଅଭିଯୋଗ: କମିଶନରେଟ୍‌ ପୋଲିସ ଗଠନ ପ୍ରସ୍ତାବରେ ସୀମିତ

ବ୍ରହ୍ମପୁର ଅଫିସ,୧୯ା୧-ବ୍ରହ୍ମପୁରରେ ଆଇନଶୃଙ୍ଖଳା ହୁଗୁଳା ହୋଇଯାଇଛି । ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଛି। ନାରୀ ନିର୍ଯ୍ୟାତନା ଓ ଶିଶୁ ହତ୍ୟା ଭଳି ଲୋମଟାଙ୍କୁରା ଘଟଣା ବଢ଼ିଚାଲିଛି । ତେଣୁ ରେଶମ ନଗରୀ ବ୍ରହ୍ମପୁରକୁ କମିଶନରେଟ ପୋଲିସ କରିବା ପାଇଁ ଗଞ୍ଜାମ ଜିଲା ଭାଜପା ଦାବି କରିଛି ।

ଦୁର୍ଘଟଣାରେ ୨ଛାତ୍ର ମୃତ

ଦୁର୍ଘଟଣାରେ ୨ଛାତ୍ର ମୃତ

ଫୁଲବାଣୀ ଅଫିସ/ଖଜୁରୀପଡା,୧୮।୧- କନ୍ଧମାଳ ଜିଲା ଖଜୁରିପଡା ଥାନା ପିରିକୁଡି ପଞ୍ଚାୟତ ବିଲାବାଡି ଗ୍ରାମ ନିକଟ ଫୁଲବାଣୀ-ଭୁବନେଶ୍ୱର ରାଜପଥରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ହେଲେ ଖଉମୁଣ୍ଡା ଗ୍ରାମର ପିକୁନ୍‌ ବେହେରା ଓ ରାଜକିଶୋର କହଁର। ଉଭୟ ପିରିକୁଡି ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର। ପ୍ରକାଶ ଯେ, ପିକୁନ୍‌ ଓ ରାଜକିଶୋର ଶୁକ୍ରବାର ଦୂତିପଡା ସରକାରୀ ହାଇସ୍କୁଲକୁ କମ୍ପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯାଇଥିଲେ।

ମଡେଲ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ପ୍ରତିନିଧି ଦଳ

ମଡେଲ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ପ୍ରତିନିଧି ଦଳ


ଗୋପାଳପୁର,୧୮।୧- ନୂଆଦିଲ୍ଲୀସ୍ଥିତ ଇଣ୍ଟରନ୍ୟାଶନାଲ ଫୁଡ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, ଭିଏଟ୍‌ନାମ ଏବଂ ଅନ୍ୟ ଦେଶର ୧୩ ଜଣିଆ ପ୍ରତିନିଧି ରଙ୍ଗେଇଲୁଣ୍ଡା ବ୍ଲକ ପଥରାରେ ଥିବା ମଡେଲ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରତିନିଧି ଦଳର ମୁଖ୍ୟ ରଶ୍ମି ଆବୁଲାଙ୍କ ନେତୃତ୍ୱରେ ଗୁରୁବାର ପରିଦର୍ଶନ କରିଛନ୍ତି। ଓଡ଼ିଶାରେ ହେଉଥିବା ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମିର ବିକାଶ, ପିଲାଙ୍କ ପାଠପଢ଼ା, ଖାଦ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ରଙ୍ଗେଇଲୁଣ୍ଡା ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ ଏବଂ ଅଙ୍ଗନୱାଡି କର୍ମଚାରୀ ପଚାରି ବୁଝିଥିଲେ। ଏଭଳି ଢାଞ୍ଚାରେ ବାହାର ଦେଶ ଓ ବିଭିନ୍ନ ସ୍ଥାନରେ କିଭଳି ପ୍ରଚଳିତ ହେବ ସେ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ସୁପରଭାଇଜର କେ. ଅନୀତା, ଅରୁଣ ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଓ ଅଙ୍ଗନୱାଡି କର୍ମଚାରୀ ଉପସ୍ଥିତ ଥିଲେ।

ହାତୀ ଉପଦ୍ରବ, ଫସଲ ନଷ୍ଟ

ହାତୀ ଉପଦ୍ରବ, ଫସଲ ନଷ୍ଟ

ହିଞ୍ଜିଳିକାଟୁ,୧୮।୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ମକରଝୋଳ ପଞ୍ଚାୟତର ପଲୀପଦ୍ମନାଭପୁର ଗ୍ରାମରେ ଶୁକ୍ରବାର ସକାଳେ ୧୨ଟି ହାତୀ ଥିବା ଏକ ପଲ ପ୍ରବେଶ କରିଛନ୍ତି। ଦିଗପହଣ୍ଡି ରେଞ୍ଜ ବନାଞ୍ଚଳରୁ ଏହି ହାତୀପଲ ଗୁରୁବାର ରାତିରେ ପ୍ରବେଶ କରିଥିବା ଜଣାପଡ଼ିଛି। ହାତୀପଲରେ ୨ଦନ୍ତା, ୪ମାଈ ଓ ୬ ଛୁଆହାତୀ ଅଛନ୍ତି। ନିକଟବର୍ତ୍ତୀ ଅଞ୍ଚଳରେ ଏହି ହାତୀପଲ ବହୁ ଅମଳ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ। ମାତ୍ର ହାତୀପଲ ଗ୍ରାମ ନିକଟ ପାହାଡ଼ରେ ଅଛନ୍ତି।

ବାଘ ଆକ୍ରମଣ ଗୁଜବକୁ ନେଇ ଡିଏଫ୍‌ଓଙ୍କ ପ୍ରେସ୍‌ମିଟ୍‌

ବାଘ ଆକ୍ରମଣ ଗୁଜବକୁ ନେଇ ଡିଏଫ୍‌ଓଙ୍କ ପ୍ରେସ୍‌ମିଟ୍‌

ବାଲିଗୁଡା,୧୮।୧(ଡି.ଏଡ଼୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନସ୍ଥ ଦାରିଙ୍ଗବାଡି ଅଞ୍ଚଳରେ କିଛିଦିନ ହେଲା ପର୍ଯ୍ୟଟକଙ୍କୁ ବାଘ ଆକ୍ରମଣ କରିଥିବା ନେଇ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଅଞ୍ଚଳରେ ଆତଙ୍କ ଖେଳିଯିବା ସହ ଦାରିଙ୍ଗବାଡିକୁ ପର୍ଯ୍ୟଟକ ମଧ୍ୟ ଆସିବା କମିଯାଇଥିବା ପରିଲକ୍ଷିତ ହେଉଛି। ଗୁଜବ ପ୍ରଚାର ପରେ ବାଲିଗୁଡା ବନଖଣ୍ଡର ସମସ୍ତ କର୍ମଚାରୀ ପାଟ୍ରୋଲିଂ କରିବା ସହ ତନାଘନା ଚଳାଇଥିଲେ ମଧ୍ୟ ଏଭଳି କୌଣସି ଘଟଣା ଘଟିଥିବା ସୁରାକ ମିଳିନାହିଁ। ଏନେଇ ଶୁକ୍ରବାର ସ୍ଥାନୀୟ ଡି.ଏଫ୍‌.ଓ ବିଶ୍ୱନାଥ ନୀଳନବର ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଯେଉଁ ଭିଡିଓ ଓ ଫଟୋ ଭାଇରାଲ ହୋଇଛି ତାହା ମିଥ୍ୟା। ଉକ୍ତ ଘଟଣା ଗୁଡିକ ମହାରାଷ୍ଟ୍ର ଓ କର୍ନାଟକ ଅଞ୍ଚଳର ବୋଲି ଜଣାପଡିଛି। ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି କି, ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡିରେ ଏପରି କୌଣସି ଘଟଣା ଘଟିନାହିଁ। ଏଥିରେ କେହି ଆତଙ୍କିତ ଓ ବିଚଳିତ ନ ହୋଇ ପର୍ଯ୍ୟଟନସ୍ଥଳୀରେ ପ୍ରକୃତିର ଭରପୂର ମଜା ନେବାକୁ ଡିଏଫ୍‌ଓ ବିଶ୍ୱନାଥ ଆହ୍ବାନ ଦେଇଛନ୍ତି। ବାଲିଗୁଡା ବନଖଣ୍ଡ ଅଞ୍ଚଳର ସମସ୍ତ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ଧାନ ଗଦାରେ ନିଅଁ। ଲଗାଇଦେଲେ ଦୁର୍ବୃତ୍ତ

ଧାନ ଗଦାରେ ନିଅଁ। ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୮।୧(ଡି.ଏନ.ଏ.)- ଭଞ୍ଜନଗର ଥାନା ଗାମୁଣ୍ଡିରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଖଳାରେ ଥିବା ଧାନଗଦାରେ ନିଅଁା ଲଗାଇ ଦେଇଥିଲେ। ଫଳରେ ଗ୍ରାମର ଅଜୟ ମଲ୍ଲ, ଲମ୍ବୋଧର ସ୍ବାଇଁ ଓ ବିଶ୍ୱନାଥ ଗୌଡଙ୍କ ପ୍ରାୟ ୬ ଏକର ଜମିର ଧାନ ଫସଲ ପୋଡିଯାଇଛି। ଭଞ୍ଜନଗର ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ କରିଥିଲେ। ଫଳରେ ପାଖରେ ଥିବା ବହୁ ଧାନଗଦା ନିଅଁା ଦାଉରୁ ରକ୍ଷା ପାଇଯାଇଥିଲା। ଏନେଇ କ୍ଷତିଗ୍ରସ୍ତ ପରିବାର ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଚଳାଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କ ବର୍ଷକର ଫସଲ ପୋଡିଯାଇଥିବାରୁ ସେମାନେ ଏବେ ଚିନ୍ତାରେ। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ନିଧିଆପଲ୍ଲୀରେ ଶୁକ୍ରବାର ସକାଳେ ନିଅଁ। ଲାଗି ୩ ପରିବାରର ୬ବଖରା ପୋଡି ପାଉଁଶ ହୋଇଯାଇଛି। ଭଞ୍ଜନଗର ଦମକଳବାହିନୀ ପହଞ୍ଚତ୍ ନିଅଁାକୁ ଆୟତ କରିଥିଲେ। ସର୍ଟଶର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।