ସମ୍ବଲପୁର

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ଜମି ଅଧିଗ୍ରହଣରେ ବିଳମ୍ବ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ଜମି ଅଧିଗ୍ରହଣରେ ବିଳମ୍ବ

ସୋନପୁର,୧୩।୧୨(ନି.ପ୍ର.)-ଚଳିତ ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ବ୍ୟୟ ବରାଦ ହୋଇଛି। ଲୋକଙ୍କ ଦାବି ପରେ ବହୁ ପ୍ରତୀକ୍ଷିତ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ବଲାଙ୍ଗୀର ପଟରୁ ଗତ ଜାନୁୟାରୀରୁ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ହୋଇଥିବା ୨୨ କି.ମି. ରେଳପଥ ପାଇଁ କାମ ଚାଲିଛି। ଉଭୟ ପଟୁ କାମ ହେଲେ ୨୦୨୧ ଜୁନ୍‌ ସୁଦ୍ଧା ଏହି ରେଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ରେଳ ବିଭାଗ ଓ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିଛନ୍ତି। ତେବେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହିଁ ସମସ୍ୟା ଭାବେ ଉଭା ହୋଇଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରେ ଜମି ଅଧିଗ୍ରହଣରେ ଅହେତୁକ ମନ୍ଥରତା ଯୋଗୁ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଓଡିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ରେଳପଥ । ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୋଗ କରିବା ପାଇଁ ତଥା ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ଭାବେ କାମ କରିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲାର ଲୋକେ ବେଶୀ ଉପକୃତ ହେବେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ମୋଟ ୨୮୯ କି.ମି.ର ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲାରେ ୨୯ କି.ମି. ଓ ବୌଦ୍ଧ ଜିଲାରେ ଏହାର ଦୈଘ୍ୟ ୧୦୭ କି.ମି.। ସୁବର୍ଣ୍ଣପୁରରେ ୩୦ଟି ଗାଁ ଓ ବୌଦ୍ଧରେ ୧୦୮ଟି ଗାଁ ଦେଇ ରେଳପଥ ଯିବ। ସୁବର୍ଣ୍ଣପୁରରେ ୫୪୨.୯୦୮ଏକର ବେସରକାରୀ ଜମି, ୧୦୫.୫୯୫ଏକର ସରକାରୀ ଜମି ଓ ୬୨.୦୫୫ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ। ସେହିପରି ବୌଦ୍ଧ ଜିଲାରେ ୨୧୭୮ଏକର ବେସରକାରୀ ଜମି, ୬୭୨ଏକର ସରକାରୀ ଜମି ଓ ୧୩୮ଏକର ଜଙ୍ଗଲ ଜମି ଅଧିଗ୍ରହଣ ହେବ। ମାତ୍ର ଏହି ଦୁଇ ଜିଲାରେ ଆଜି ସୁଦ୍ଧା ସରକାରୀ ଭାବେ ଇଞ୍ଚେ ହେଲେ ଜମି ଅଧିଗ୍ରହଣ ହୋଇ ନାହିଁ କିମ୍ବା ଏହାର ଚୂଡାନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନାହିଁ। ଜମି ଅଧିଗ୍ରହଣ ପାଇଁ ୧୧(୧) ନୋଟିସ ଜାରି ହେଲା ପରେ ବର୍ଷକ ଭିତରେ କ୍ଷତିପୂରଣ ରାଶି ଦେଇ ଜମି ଅଧିଗ୍ରହଣ କରାଯିବାର ନିୟମ ରହିଛି। ମାତ୍ର ତାହା ହୋଇପାରିନି। ବୌଦ୍ଧ ଓ ବଲାଙ୍ଗୀରରେ ଜମି ଅଧିଗ୍ରହଣ ପାଇଁ ଅଫିସ ଖୋଲା ଯାଇଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ କାମ ଅତି ମାନ୍ଦାବସ୍ଥାରେ ରହିଛି। ରେଳପଥ କାମ ଯେଉଁ ଧିମା ଗତିରେ ଚାଲିଛି ଏହା ଯେ କେବେ ସରିବ ଓ ଦୁଇ ଜିଲାବାସୀ କେବେ ରେଳ ଦେଖିବେ ତାହା ମଧ୍ୟ ଏବେ ସନ୍ଦେହ ଘେରରେ ରହିଛି। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ପରିକଳ୍ପନା ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା। ୧୯୮୧ରୁ ପ୍ରଥମ ସର୍ଭେ କରାଯାଇ ପ୍ରତି ମାଇଲ ପିଛା ୧ ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।  ଏହାର ଦ୍ୱିତୀୟ ସର୍ଭେ କାର୍ଯ୍ୟ ବେଙ୍ଗଲ-ନାଗପୁର ରେଲୱେ(ବିଏନଆର) ଦ୍ୱାରା ଆରମ୍ଭ କରାଯାଇଥିଲା। ସେତେବେଳେ ଏଥିପାଇଁ ୪ କୋଟି ୯୮ ଲକ୍ଷ ବ୍ୟୟ ବରାଦ କରାଯାଇଥିଲା । ତେବେ ଏ ଦିଗରେ ଆଉ କୌଣସି ଅଗ୍ରଗତି ହୋଇ ନ ଥିଲା। ୧୯୯୪ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା। ଏହି ପ୍ରକଳ୍ପ ପାଇଁ ୩୮୩ କୋଟି ଟଙ୍କା ପ୍ରାଥମିକ ବ୍ୟୟ ଅଟକଳ କରାଯାଇ ୫ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୦୭ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅର୍ଥାଭାବ ଦେଖାଇ ତତ୍କାଳୀନ କେନ୍ଦ୍ର ସରକାର ପ୍ରକଳ୍ପ ପ୍ରତି ଆଉ ରୁଚି ଦେଖାଇଲେ ନାହିଁ। ପରବର୍ତ୍ତୀ ସମୟରେ ବଜେଟ୍‌ରେ ବ୍ୟୟ ଅଟକଳ ହୋଇଥିଲେ ହେଁ ସେଥିରୁ ଅଧାରୁ ଅଧେ ଭାଗ ମଧ୍ୟ ଖର୍ଚ୍ଚ କରାଯାଇ ନ ଥିଲା। କେନ୍ଦ୍ରରେ ବିଭିନ୍ନ ସମୟରେ କ୍ଷମତାସୀନ ସରକାର ପ୍ରକଳ୍ପକୁ ଅଣଦେଖା କରି ଆସିଥିଲେ। ଫଳରେ ଏହି ପ୍ରକଳ୍ପ ଗତ ୨୨ ବର୍ଷ ହେବ ଲଟକି ରହିଛି। ଏବେ ବଜେଟ୍‌ରେ ଅର୍ଥ ଥିବା ବେଳେ ଜମି ଅଧିଗ୍ରହଣ ଓ ଜଙ୍ଗଲ ବିଭାଗର ଅନୁମତିରେ ବିଳମ୍ବ ଯୋଗୁ ପ୍ରକଳ୍ପ ବିଳମ୍ବ ହେବା ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଶାସନିକ ଉଦାସୀନତା କାରଣରୁ ଏହି କାର୍ଯ୍ୟ ସମ୍ପାଦନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀଙ୍କୁ ରେଳପଥର ଅଗ୍ରଗତି ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଜିଲାରେ ୧୩ଟି ଗ୍ରାମର ଫାଇନାଲ ନୋଟିସ ଜାରି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳି ସାରିଛି । ବାକି ୧୭ଟି ଗ୍ରାମ ସକାଶେ ଅନୁମତି ମିଳିଯିବ। ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଜାରି ରହିଛି। କ୍ଷତିପୂରଣ ବନୀକରଣ ପାଇଁ ତରଭାର କୁଲଥିଆଦଦର ମୌଜାରେ ଜମି ଚିହ୍ନଟ ହୋଇଛି ବୋଲି ଜିଲାପାଳ କହିଥିଲେ।

All Right Reserved By

ସମ୍ବଲପୁର

ସେବା ପ୍ରଦାନରେ ବ୍ୟାଘାତ: ବ୍ୟାଙ୍କରେ ତାଲା ପକାଇ ଗ୍ରାହକଙ୍କ ଧାରଣା

ସେବା ପ୍ରଦାନରେ ବ୍ୟାଘାତ: ବ୍ୟାଙ୍କରେ ତାଲା ପକାଇ ଗ୍ରାହକଙ୍କ ଧାରଣା

କୋକସରା,୨୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗଁା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଶୁକ୍ରବାର ତାଲା ପକାଇ ଧାରଣ ଦିଆଯାଇଛି। ଗ୍ରାହକଙ୍କୁ ସେବା ପ୍ରଦାନରେ ଅହେତୁକ ଅବହେଳା, ବିଳମ୍ବ ହେବା ସହ ହରଇରାଣ ହେଉଥିବା ଅଭିଯୋଗ ନେଇ ଗ୍ରାହକ ଓ ଜନସାଧାରଣ ବ୍ୟାଙ୍କ ଗେଟ ସମ୍ମୁଖରେ ତାଲା ପକାଇ ଧାରଣା ଦେଇଥିଲେ ।

କଲମପୁର ବ୍ଲକ ୧ନଂ. ଜିଲା ପରିଷଦ ଜୋନର ସଭାପତି ଚୟନ, ନୂତନ କମିଟି ଗଠନ

କଲମପୁର ବ୍ଲକ ୧ନଂ. ଜିଲା ପରିଷଦ ଜୋନର ସଭାପତି ଚୟନ, ନୂତନ କମିଟି ଗଠନ

ମଣ୍ଡଲ,୨୦।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପାଢ଼ୀଙ୍କ ସଭାପତିତ୍ୱରେ କଲମପୁର ବ୍ଲକ ଜିଲା ପରିଷଦ ୧ନଂ. ଜୋନର କର୍ମୀ ସମାବେଶ ତଥା ଜୋନ ସଭାପତି ଚୟନ ଏବଂ ନୂତନ କମିଟି ଗଠନ ଶୁକ୍ରବାର ମଣ୍ଡଲ ମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି ।

କାମରେ ଆସିଲାନି ବନ୍ଧ ଉନ୍ନତୀକରଣ: ମାଟି ଖସି ଜଳାଶୟରେ ପଶୁଛି

କାମରେ ଆସିଲାନି ବନ୍ଧ ଉନ୍ନତୀକରଣ: ମାଟି ଖସି ଜଳାଶୟରେ ପଶୁଛି

ଦେଓଗାଁ,୨୦।୭(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଥିବା ବନ୍ଧର ମାଟି ଉନ୍ନତୀକରଣ କାର୍ଯ୍ୟ କୌଣସି କାମକୁ ଆସୁନାହିଁ।

ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଚାଷୀଙ୍କ ବାଇକ୍‌ ଚୋରି

ପଦ୍ମପୁର,୨୦।୭(ଡି.ଏନ.ଏ)- ପଦ୍ମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ଶୁକ୍ରବାର ଜଣେ ଚାଷୀଙ୍କ ବାଇକ୍‌ ଚୋରି ହୋଇଥିବା ନେଇ ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଜଗଦଲପୁର ଥାନା ଅଧୀନ ପଲସାନୀ ଗ୍ରାମର ଯୁଗଳ ନାୟକ ଏକ ବାଇକ୍‌(ନଂ. ନଂ.ସିଜି ୦୬ ଜି- ୪୭୭୬) ଯୋଗେ କୃଷି ଋଣ ପାଇଁ ପଦ୍ମପୁର ଏସ୍‌ବିଆଇ ଶାଖା ଆସିଥିଲେ । ସେ ବ୍ୟାଙ୍କ ସମ୍ମୁଖରେ ବାଇକ୍‌ ରଖି ଭିତରକୁ ଯାଇଥିଲେ । କାମ ସାରି ଫେରିଲା ପରେ ତାଙ୍କୁ ବାଇକ ନ ଥିବା ଦେଖିବାକୁ ପାଇଥିଲେ। ସେ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍‌ର କୌଣସି ପତ୍ତା ପାଇ ନ ଥିଲେ। ଏନେଇ ଥାନାରେ ଏକ ଅଭିଯୋଗ କରିଥିଲେ।

ରାଜବୋଡାସମ୍ବର ବ୍ଲକରେ ସ୍ବଚ୍ଛତା ରଥ ଶୁଭାରମ୍ଭ

ରାଜବୋଡାସମ୍ବର ବ୍ଲକରେ ସ୍ବଚ୍ଛତା ରଥ ଶୁଭାରମ୍ଭ

ପଦ୍ମପୁର,୨୦।୭(ଡି.ଏନ.ଏ.)- ବରଗଡ଼ ଜିଲା ରାଜବୋଡାସମ୍ବର ବ୍ଲକର ଗ୍ରାମାଞ୍ଚଳ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସ୍ବଚ୍ଛତା ରଥ ପରିକ୍ରମା ଅଭିଯାନର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଏବିଇଓ ଜୟକୁମାର ସାହୁ ଏବଂ ସବିତା ସାହୁ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ବସ୍‌ ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାରକୋଟ,୨୦।୭ (ଡି.ଏନ.ଏ.)- ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ ଜିଲା କଣ୍ଢଳ ଗ୍ରାମ ନିକଟରେ ଶୁକ୍ରବାର ଏକ ବସ୍‌ ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି। ସେ ହେଲେ ଦେବଗଡ଼ ଥାନା ବାଲିପସି ଗ୍ରାମର କୁନା ମହାନନ୍ଦ (୩୦)। ମିଳିଥିବା ସୂଚନା ମୁତାବକ, କୁନା କଣ୍ଢଳରୁ ସମରଖାଇ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୧ଟାରେ କଣ୍ଢଳରୁ ଅନୁଗୋଳ ଯାଉଥିବା ଏକ ଘରୋଇ ବସ୍‌ ନମ୍ବର (ଓଡି ୧୯ ଇ- ୨୮୯୫) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୁନାଙ୍କ ମୃତ୍ୟୁ ଘଟିଥିଲା।

ଗୋଲାମୁଣ୍ଡାରେ ସଫେଇ କାର୍ଯ୍ୟକ୍ରମ

ଗୋଲାମୁଣ୍ଡାରେ ସଫେଇ କାର୍ଯ୍ୟକ୍ରମ

ଗୋଲାମୁଣ୍ଡା,୨୦।୭(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗରଗାବ ଗ୍ରାମରେ ସୋଶିଆଲ ଏକ୍ଟିଭଟି ଅଫ କଳାହାଣ୍ଡି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କ୍ଲିନ କଳାହାଣ୍ଡି ନାମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାପତି ପ୍ରମୋଦ ସାହୁ, ସମ୍ପାଦକ ନବୀନ କୁମାର ସା, ସଂଗଠନ ସଭ୍ୟ ବିକାଶ ପଧାନ, ଗୋଲୋକ ପଧାନ, ଦୟାନିଧି ସା, ସୁରେଶ ସାହୁ, ସାଗର ପଧାନ, ସମ୍ବିତ ମାଝିଙ୍କ ସହଯୋଗରେ କାର୍ଯ୍ୟକ୍ରମ ହୋଇଥିଲା।

ସୁବର୍ଣ୍ଣପୁର ସହରର ଶାନ୍ତିନଗର: କାଦୁଅ ରାସ୍ତାରେ ଯାଉଛନ୍ତି ଅଧିବାସୀ

ସୁବର୍ଣ୍ଣପୁର ସହରର ଶାନ୍ତିନଗର: କାଦୁଅ ରାସ୍ତାରେ ଯାଉଛନ୍ତି ଅଧିବାସୀ

ସୋନପୁର,୨୦।୭(ନି.ପ୍ର.)- ସୁବର୍ଣ୍ଣପୁର ପୌର ପରିଷଦର ୧ ନଂ ୱାର୍ଡ ଅଧୀନରେ ରହିଛି ଶାନ୍ତିନଗର। ଏହି ପଡ଼ାରେ ରାସ୍ତା ଓ ଡ୍ରେନ୍‌ ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ସବୁଠି କଂକ୍ରିଟ୍‌ ଡ୍ରେନ୍‌ ନ ଥିବା ବେଳେ ନିମ୍ନମାନର କାମ ଯୋଗୁ ପୁରୁଣା ଡ୍ରେନ୍‌ଗୁଡିକ ଭାଙ୍ଗି ଗଲାଣି। ଡ୍ରେନ୍‌ର ମଇଳା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି।

୨୨ରେ ଜାତୀୟ ପତାକା ଦିବସ ଶୋଭାଯାତ୍ରା

ସମ୍ବଲପୁର, ୨୦।୭ (ବ୍ୟୁରୋ)- ବୁଦ୍ଧ ଆମ୍ବେଡ଼କର ବିଚାର ଗୋଷ୍ଠୀ ପକ୍ଷରୁ ଆସନ୍ତା ୨୨ ତାରିଖ ଜାତୀୟ ପତାକା ଦିବସ ଶୋଭାଯାତ୍ରା ହେବ। ଜିଲା ସ୍କୁଲ ଛକରୁ ଶୋଭାଯାତ୍ରା ବାହାରି ମୁଦିପଡା ଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତିଠାରେ ପହଞ୍ଚତ୍ବ। ଏହି ଶୋଭାଯାତ୍ରା କରିବାକୁ ଆୟୋଜକମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରତିନିଧି ଦଳରେ ହେମନ୍ତ ଗର୍ଡିଆ, ଲିଙ୍ଗେଶ୍ୱର ଭୋସାଗର ଓ ସମ୍ରାଟ ରାଜ ସାମିଲ ଥିଲେ। ସୂଚନାଯୋଗ୍ୟ, ୧୯୪୭ ଜୁଲାଇ ୨୨ ତାରିଖରେ ଜାତୀୟ ପତାକା ଗୃହିତ ହୋଇଥିଲା । ଏହାକୁ ସ୍ମରଣ କରିବାକୁ, ଜାତୀୟତା ଭାବ ଉଦ୍ରେକ କରିବାକୁ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ଆୟୋଜକମାନେ କହିଛନ୍ତି ।

ଭିଏସ୍‌ଏଲ୍‌ଭି ଲିମ୍‌କା ରେକର୍ଡରେ ସ୍ଥାନ: ଭିସୁଟରେ ଉତ୍ସବର ବାତାବରଣ

ଭିଏସ୍‌ଏଲ୍‌ଭି ଲିମ୍‌କା ରେକର୍ଡରେ ସ୍ଥାନ: ଭିସୁଟରେ ଉତ୍ସବର ବାତାବରଣ

ସମ୍ବଲପୁର, ୨୦।୭ (ବ୍ୟୁରୋ)- ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଆଇଡିଆ ଇନୋଭେସନ୍‌ ସେଲ୍‌ (ଆଇଆଇସି) ଛାତ୍ରଙ୍କ ସଫଳତା ଶୀର୍ଷକୁ ଛୁଇଛି । ପୂର୍ବରୁ ଛାତ୍ରଙ୍କ ପ୍ରସ୍ତୁତ ଭିସୁଟ ସାଟେଲାଇଟ୍‌ ଲଞ୍ଚ ଭାଇକିଲ (ଭିଏସଏଲଭି) ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା। ତେବେ ଏହି ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ଏହି କ୍ରମରେ ଭିଏସ୍‌ଏଲ୍‌ଭି ଲିମ୍‌କା ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧି କରିପାରିଛି। ସଫଳତା ପରେ ଭିସୁଟ ଛାତ୍ରୀଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

୨୪ରେ ଛଡାହେବ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୦।୭(ବ୍ୟୁରୋ)- ହୀରାକୁଦ ଡ୍ୟାମରୁ ଆସନ୍ତା ୨୪ ତାରିଖରେ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ଏନେଇ ପ୍ରସ୍ତୁତି ଚାଲିଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୭.୮୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଡ୍ୟାମକୁ ୧,୧୧,୬୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୨,୯୧୭ କ୍ୟୁସେକ ଜଳ ବିଭିନ୍ନ କେନାଲ ମାଧ୍ୟମରେ ନିଷ୍କାସିତ ହୋଉଥିଲା ।

ଲାୟନ୍ସ ମୌର୍ଯ୍ୟ, ପ୍ରଗତି କ୍ଲବର କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର,୨୦।୭ (ବ୍ୟୁରୋ)- ଲାୟନ୍ସ କ୍ଲବ ମୌର୍ଯ୍ୟ ଓ ବୁର୍ଲା ପ୍ରଗତି ଲାୟନ୍ସ କ୍ଲବ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଡି. ମାଧବନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ଜଗମୋହନ ପଟ୍ଟନାୟକଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବତନ ଲାୟନ୍ସ କ୍ଲବ ମୌର୍ଯ୍ୟ ସଭାପତି ରାଜଶେଖର ସିହ୍ନା, ସମ୍ପାଦକ ବିଜୟ କୁମାର ନାୟକ, ପ୍ରଗତି ସଭାପତି ପ୍ରଫୁଲ୍ଲ କୁମାର ପଧାନ, ସମ୍ପାଦକ ଏ.କେ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

Model This Week

ରୂପେଶ