ସମ୍ବଲପୁର

ସମସ୍ୟା ଜାଲରେ ଛନ୍ଦା ବୌଦ୍ଧ ରକ୍ତ ଭଣ୍ଡାର

ସମସ୍ୟା ଜାଲରେ ଛନ୍ଦା ବୌଦ୍ଧ ରକ୍ତ ଭଣ୍ଡାର


ବୌଦ୍ଧ, ୧୩।୧୨(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ଏକମାତ୍ର ରକ୍ତ ଭଣ୍ଡାର ରହିଛି। ହେଲେ ପ୍ରଶାସନିକ ଅବହେଳାରୁ ଏହା ବହୁ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ପଡିଛି। ଏଣୁ ରକ୍ତଦାତା ପ୍ରବର୍ତ୍ତକ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ପୂର୍ବ ରକ୍ତଭଣ୍ଡାର ଗୃହ ଅସୁରକ୍ଷିତ ହେବାପରେ ୪୦ ଲକ୍ଷ ଟଙ୍କା ବିନିମୟରେ ନୂତନ ଗୃହ ନିର୍ମାଣ କରାଯାଇଛି। ନୂତନ ଗୃହକୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ହେଲେ ଉଦ୍‌ଘାଟନକୁ ଦୀର୍ଘ ୬ମାସ ବିତି ଯାଇଥିଲେ ଏହି ନୂଆ ଘରକୁ ସମ୍ପୂର୍ଣ୍ଣ କରାଯାଇନାହିଁ। ସାମନା ଓ ପଛପଟ ଗ୍ରୀଲ ଲଗାଯାଇ ନ ଥିବାରୁ ଅସମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳ ପାଲଟିଛି ଏହି ନୂଆ ବିଲ୍ଡିଂ। ଅନ୍ୟପକ୍ଷେ ଡ୍ରଗ୍ସ କଣ୍ଟ୍ରୋଲ ଓଡିଶା ପକ୍ଷରୁ ଗତ ଅକ୍ଟୋବର ୪ରେ ଏକ ଟିମ୍‌ ପରିଦର୍ଶନ କରିଛନ୍ତି। ଚିଠି ନଂ.୧୦୬୪୧ରେ ୧୬ଟି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ହେଲେ ଏଥିରୁ ମାତ୍ର ୮ଟି ସୁବିଧା ରହିଥିବା ବେଳେ ଅନ୍ୟ ୮ଟି ସୁବିଧା ଯୋଗାଇ ଦେବାପାଇଁ କୌଣସି ପଦକ୍ଷେପ ନିଆଁ ଯାଇନାହିଁ। ସେହିଭଳି ରକ୍ତଭଣ୍ଡାର ପରିଚାଳନା କମିଟିର ବୈଠକ ପ୍ରତିବର୍ଷ ୩ଥର ବସିବା ପାଇଁ ନିୟମ ରହିଛି। ହେଲେ ବର୍ଷକୁ ଥରେ ମଧ୍ୟ ବସି ପାରୁନାହିଁ। ୧୨।୫।୨୦୧୬ରିଖ ବୈଠକ ପରେ ବାରମ୍ବାର ଦାବି ହେବାରୁ ୧୯।୮।୨୦୧୭ ରିଖରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଦୀର୍ଘ ୪ମାସ ବିତି ଯାଇଥିବା ବେଳେ କୌଣସି କାର୍ଯ୍ୟ ହାାତକୁ ନିଆ ଯାଇ ନହିଁ। ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଅର୍ଥର ଅଭାବ ରହିଛି। ରକ୍ତଭଣ୍ଡାରର ଟଙ୍କା ରୋଗୀ କଲ୍ୟାଣ ସମିତି ପାଖରେ ୨ଲକ୍ଷ ଟଙ୍କା ଓ ରେଡକ୍ରସ ବିଭାଗ ପାଖରେ ୧ଲକ୍ଷ ୮୦ ହଜାର ଟଙ୍କା ବକେୟା ପଡି ରହିଛି। ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ରକ୍ତ ଭଣ୍ଡାର ଖର୍ଚ୍ଚ ପାଇଁ ଅନୁଦାନ ବ୍ୟବସ୍ଥା ରହିଛି। ହେଲେ ତାହା ବି ପ୍ରଶାସନିକ ଅବହେଳାରୁ କାର୍ଯ୍ୟକାରୀ କରାଯାଉ ନାହିଁ। ରକ୍ତ ସଂଗ୍ରହ ଓ ରକ୍ତଦାନ ଶିବିର ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ରକ୍ତଦାତା ଓ ଆୟୋଜକ ଅନୁଷ୍ଠାନମାନଙ୍କୁ ପ୍ରଚାର ପ୍ରସାର ଓ ସଚେତନତା କ୍ଷେତ୍ରରେ କୌଣସି କାର୍ଯ୍ୟକ୍ରମ ହାତକୁ ନିଆ ଯାଉ ନାହିଁ। ଏଣୁ ରକ୍ତ ସଂଗ୍ରହ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ରକ୍ତ ଦେଉଥିବା ବ୍ୟକ୍ତିଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ରହିଛି। ସେମାନଙ୍କ ପାଇଁ କିନ୍ତୁ ଓଜନ ମାପିବା ଯନ୍ତ୍ର, ରକ୍ତଚାପ ମାପିବା ଯନ୍ତ୍ର, ହିମଗ୍ଲୋବିନ ପରୀକ୍ଷା ପାଇଁ ବ୍ୟବସ୍ଥା ଉପଲବ୍ଧ ନାହିଁ। ରକ୍ତଦାନ କରିବା ପରେ ସେମାନଙ୍କ ବିଶ୍ରାମ ନେବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ଏମିତି ସମସ୍ୟାକୁ ନେଇ ସଂଗ୍ରାମ କରୁଛି ବୌଦ୍ଧ ରକ୍ତ ଭଣ୍ଡାର। ତେବେ ରକ୍ତଦାତା ପ୍ରବର୍ତ୍ତକ ସଂଘର ସଂପାଦକ ଦେବାଶିଷ ପୁରୋହିତ କହିଛନ୍ତି ଯେ, ପ୍ରଶାସନିକ ଅବହେଳା ଯୋଗଁୁ ଜିଲାର ଏକମାତ୍ର ରକ୍ତ ଭଣ୍ଡାର ବହୁ ସମସ୍ୟାରେ ଗତି କରୁଛି।

All Right Reserved By

ସମ୍ବଲପୁର

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ନୂଆପଡା ଅଫିସ/ଖଡିଆଳ,୨୧।୬- ସରକାର ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବାକୁ ସଙ୍କଳ୍ପ ନେଇଥିବା ଘୋଷଣା କରୁଥିବାବେଳେ ବର୍ତ୍ତମାନ ଚାଷ ସମୟ ପହଞ୍ଚି ସାରିଥିଲେ ହେଁ ଚାଷୀଙ୍କୁ ଦରକାର ମୁତାବକ ବିହନ ନିଅଣ୍ଟ ହେଲାଣି। ଚାଷୀ କ୍ଷେତରେ ଚାଷ କାମ ଛାଡି ଦିନ ତମାମ ବିହନ କେନ୍ଦ୍ରରେ ଜଗି ଜଗି ହତାଶ ହୋଇ ଘରକୁ ଫେରୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ମଦ ହେଲା କାଳ: ବାପା,ପୁଅ ଗଣ୍ଡଗୋଳ: ଠେଙ୍ଗାମାଡ଼ରେ ୫ ବର୍ଷର ନାତି ମୃତ

ଝାରସୁଗୁଡ଼ା ଅଫିସ/କିର୍ମିରା(ଡି.ଏନ.ଏ.)୨୧।୬-ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଏବଂ ପୁଅର ଗଣ୍ଡଗୋଳ ଯୋଗୁ ଜଣେ ୫ ବର୍ଷର ନାତିର ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଦିନେଶ ନାଏକଙ୍କ ପୁଅ ଶୁଭମ (୫)। ଏ ବାବଦରେ ଲଇକେରା ଥାନାରେ ଏକ ମାମଲା (ନଂ.୧୦୮/୧୮) ରୁଜୁ ହୋଇଛି । ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି । ଶୁଭମ୍‌ଙ୍କ ବାପା ଓ ଜେଜେଙ୍କୁ ପୋଲିସ ଅଟକ ରଖିଛି ।

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ଧମା,୨୧। ୬(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ରୁକୁଣୀଲାଠ ଶିଶୁ ଯତ୍ନ ଅନୁଷ୍ଠାନରେ ଗୁରୁବାର ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଛି। ଅନୁଷ୍ଠାନର ପାଳିତ କନ୍ୟା ଅଞ୍ଜନା ଥାଟିଙ୍କ ବିବାହ ବରଗଡ଼ ଜିଲା ବରପାଲି ଗ୍ରାମର ସ୍ବର୍ଗତ ଦେବୀପ୍ରସାଦ ଅଗ୍ରୱାଲଙ୍କ ପୁଅ ଗୁଡ୍ଡୁ ଅଗ୍ରଓ୍ବାଲଙ୍କ ସହ ବିନା ଯୌତୁକରେ ଶେଷ ହୋଇଛି।

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

ସିନାପାଲି, ୨୧।୬(ଡି.ଏନ.ଏ.)- ଓଡ଼ିଶା ସୀମାନ୍ତରେ ନୂଆପଡ଼ା ଜିଲାର ନୂଆମାଲପଡା ଗ୍ରାମର ଜମିକୁ ଛତିଶଗଡ଼ ସରକାର ନିଜ ରାଜ୍ୟର ଭୂମିହୀନଙ୍କୁ ବଣ୍ଟନ କରିଥିବା ପ୍ରସଙ୍ଗରେ ଗୁରୁବାର ନୂଆପଡା ଜିଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମଧ୍ୟାହ୍ନରେ ଜିଲାପାଳ ମାଓବାଦୀ ଅଧ୍ୟୁଷିତ ନୂଆମାଲପଡା ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

କୁତ୍ରା, ୨୧।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଥାନା ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତ ଅଧିନ ଗଡପୋଷ ଛକଠାରେ ଏମ୍‌ଆର ଉଦ୍ୟୋଗର ପାଚେରି ନିର୍ମାଣକୁ ନେଇ ମଙ୍ଗଳବାର ପେସା ସମର୍ଥକ ଓ ବୁଡାକଟା ଗ୍ରାମର କେତେକ ଗ୍ରାମବାସୀ ମଧ୍ୟରେ ହୋଇଥିବା ସଂଘର୍ଷରେ ପେସା ସମର୍ଥକଙ୍କ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବୁଡାକଟା ଗ୍ରାମର ଡମ୍ବରୁ ସେଠ (୩୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

ଦିନ ଦ୍ୱିପ୍ରହରରେ ୬୦ ହଜାର ଟଙ୍କା ଲୁଟ୍‌: ପିଙ୍ଗା ଯାଇଥିବା ଭ୍ୟାନଟି ବ୍ୟାଗରୁ ମିଳିଲା ୬୦ ହଜାର

ରାଜଗାଙ୍ଗପୁର, ୨୧।୬ (ଡି.ଏନ.ଏ)-ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହରର ଷ୍ଟେଟ ବ୍ୟାଙ୍କରୁ ଜନୈକା ମହିଳା ଟଙ୍କା ଉଠାଇ ଭ୍ୟାନଟି ବ୍ୟାଗରେ ରଖିଥିବାବେଳେ ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ତେବେ ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିବାବେଳେ ୬୦ ହଜାର ସୁରକ୍ଷିତ ରହିଛି।

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

କୋକସରା,୨୧।୬(ଡି.ଏନ.ଏ.)କୋକସରାଠାରେ ଥିବା ଆରଏମସି ପରିସରରେ କୋକସରା ବ୍ଲକ ବିଜୁ ଜନତା ଦଳର ମହିଳା ଓ ଯୁବ ବାହୀନିର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସଚେତନତା ସଭା ଗୁରବାର ଅନୁଷ୍ଠିତ ହୋଇଯାଇଛି।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

Model This Week

ପ୍ରଭାତ