Dharitri News
ସମ୍ବଲପୁର

ଜାନୁୟାରୀରେ ମହୋତ୍ସବ: ସଜେଇ ହେଉଛି ବୌଦ୍ଧ

ଜାନୁୟାରୀରେ ମହୋତ୍ସବ: ସଜେଇ ହେଉଛି ବୌଦ୍ଧ ବୌଦ୍ଧ, ୧୩।୧୨(ସ୍ବ.ପ୍ର.)-ଐତିହ୍ୟ ଓ କଳାସଂସ୍କୃତି ସଂପନ୍ନ ବୌଦ୍ଧ ଜିଲାରେ ଆସନ୍ତା ଜାନୁୟାରୀ ୨ ତାରିଖରୁ ପାଳନ ହେବ ୨୪ତମ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା। ଏଥିପାଇଁ ସ୍ଥାନୀୟ କଚେରୀ ପଡିଆଠାରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପଡିଆର କାନ୍ଥ ଗୁଡିକରେ ସୁନ୍ଦର ଭାବେ ବୌଦ୍ଧର ଐତିହ୍ୟଗୁଡକୁ ନେଇ ସୁନ୍ଦର ତଥା କମନୀୟ କାରୁକାର୍ଯ୍ୟ ଅଙ୍କନ କରାଯାଉଛି। ପ୍ରତିବର୍ଷ ମହୋତ୍ସବର ଖୋଲା ମଞ୍ଚରେ ବୌଦ୍ଧର ପୁରାତନ କୀର୍ତ୍ତିରାଜିର ଝଲକ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଏଥର କିନ୍ତୁ ପ୍ରଶାସନ ଆଉ ଗୋଟେ ପାଦ ଆଗକୁ ଯାଇ କାନ୍ଥରେ ବିଭିନ୍ନ ପୁରାତନ କୀର୍ତ୍ତିକୁ ନେଇ ସୁନ୍ଦର ଚିତ୍ର ଅଙ୍କୁଛି। ଏହି ଚିତ୍ରରେ ଆଦିବାସୀଙ୍କ ଜୀବନଶୈଳୀ ସହ ପାରମ୍ପରିକ ବେଶଭୂଷା ଏବଂ ଓଡିଶାର ପୁରାତନ କୀର୍ତ୍ତିରାଜିର ଚିତ୍ରର ମହୋତ୍ସବ ପଡିଆର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି।

ସମ୍ବଲପୁର

ବାଇକ୍‌ ସହ କକା, ପୁତୁରାଙ୍କ ମୃତଦେହ କୂଅରୁ ଉଦ୍ଧାର

ନୂଆଗଁ।,୧୯।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ନୂଆଗଁ। ବ୍ଲକ୍‌ ହାତିବାରୀ ଥାନା ଅନ୍ତର୍ଗତ କୁନ୍ଦୁରୁଗୁଟୁ ଗାଁ ନିକଟ ରାସ୍ତାକଡ଼ ଜମି ମଧ୍ୟରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ପୋଲିସ ଗ୍ରାମବାସୀଙ୍କ ସହାୟତାରେ ୨ ମୃତଦେହ ସହ ଏକ ବାଇକ୍‌ (ନଂ. ଓଆର୍‌ ୧୪କ୍ୟୁ ୨୩୮୪)କୁ ଉଦ୍ଧାର କରିଛି। ମୃତକଦ୍ୱୟ ସେହି ଗ୍ରାମର ସୁଖୁ ଲାକଡ଼ା (୪୫) ଓ ତାଙ୍କ ପୁତୁରା ବୁଧେଶ୍ୱର ଲାକଡ଼ା (୪୦) ବୋଲି ଗ୍ରାମବାସୀ ଚିହ୍ନଟ କରିଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। କୂଅ ମଧ୍ୟରେ ଥିବା ପଥରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଖପ୍ରାଖୋଲ,୧୯।୧(ଡି.ଏନ୍‌.ଏ.)- ସାମ୍ପ୍ରତିକ ସମାଜରେ ହିଂସା, ଅହଂକାର, ଅସହିଷ୍ଣୁତା ଆଦି ଦେଖାଦେଉଥିବାବେଳେ ଲୋପ ପାଉଛି ମାନବିକତା। ହେଲେ ଏହି ମାନବବାଦର ବାର୍ତ୍ତା ନେଇ ୫ଜଣ ସାଙ୍ଗ ସୁଦୂର ମହାରାଷ୍ଟ୍ରର ଶିରିଡ଼ିଠାରୁ ପଦଯାତ୍ରାରେ ବାହାରି ଶ୍ରୀକ୍ଷେତ୍ରଧାମ ପୁରୀରେ ପହଞ୍ଚିବାକୁ ଆଶା ରଖିଛନ୍ତି। ୪ ବର୍ଷ ହେଲା ଏହି ୫ଜଣ ଏଭଳି ପଦଯାତ୍ରାରେ ଶହଶହ କି.ମି. ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ବୋଲି

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ବାମରା,୧୯।୧(ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ୍‌ ଲରିଆପାଲି ପନ୍‌ଚେତ ଆର୍‌ ଗୋବିନ୍ଦପୁର ପନ୍‌ଚେତରେ ମଧ୍ୟାହ୍ନ ଭୋଜନ୍‌ରେ ଠକେଇ ହେଇଛେ। ୯୫ ପିଲାକର ଖାଦ୍ୟକେ ଶିକ୍ଷକ୍‌ ଖାଇ ଯାଇଛନ୍‌। ଜାନୁୟାରୀ ୨ ତାରିଖ ପୁଷ୍‌ପୁନି ଦିନ ବହୁତ୍‌ପିଲା ଇସ୍‌କୁଲକେ ନାଇଁ ଆସି। ହେଲେ ହାଜ୍‌ରା ଖାତାରେ ସବୁ ପିଲା ଆସିଥିବାର ଦେଖାଯାଇଛେ। ଆର୍‌ ଇ ବାବଦ୍‌ ସବୁ ଟଁକା ଶିକ୍ଷକ୍‌କଁର ମୁନାକେ ଯାଇଛେ।

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ,୧୯।୧- ସୁନ୍ଦରଗଡ଼ ଜିଲା ଲାଠିକଟା ବିଡିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଲାଠିକଟା ବ୍ଲକ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ୨୦୧୫ରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ ୨୦୧୫ରେ ଏକ ରାସ୍ତା ନିର୍ମାଣ କରା ନ

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ଜୁନାଗଡ଼,୧୯।୧(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ବଳଦିଆମାଲ ଗାଁର ପର୍ଶୁରାମ କର (୪୬) ଗଲା ବଛ୍‌ରେ ହେଲା ଜଂଘ୍‌ ଉପର ହାଡ଼ ଭାଂଗି ଯିବାରଲାଗି ଠିକ୍‌ରେ ଚଲାବୁଲା ନାଇଁ କରିପାର୍‌ବାର। ସବୁବେଲେ ଖଟ୍‌କେ ଆଶ୍‌ରେ କରି ପଡ଼ି ରହିଛନ। ବଡ଼ା କଷ୍‌ଟେ ଆଶାବାଡ଼ି ଧରି ଘରୁ ଡାଁଡ୍‌କେ କି ଡାଁଡୁ ଘର୍‌କେ ଯାଇପାରୁଛନ୍‌। ଏନ୍‌ତା ଅବସ୍‌ତାରେ ତାଁକର ଗୋଡ଼୍‌ ଅସ୍‌ତର୍‌ପଚାର କରବାର

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ବଲାଙ୍ଗୀର ଅଫିସ,୧୮।୧- ବଲାଙ୍ଗୀର ସହରର ମୁଖ୍ୟ ବଜାରଠାରେ ବୁଧବାର ରାତିରେ ୨୦ରୁ ୨୫ ଜଣ ଯୁବକ ଖଣ୍ଡା, ମାରଣାସ୍ତ୍ର ଧରି ଦୁଇ ବ୍ୟବସାୟୀ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଉକ୍ତ ଘଟଣା ସହରରେ ଆତଙ୍କ ଖେଳାଇ ଦେଇଥିଲା।

ସନ୍ଦେହରେ ପକ୍ଷୀ ଗଣନା ରିପୋର୍ଟ

ସମ୍ବଲପୁର, ୧୮ ।୧ (ବ୍ୟୁରୋ) ହୀରାକୁଦ ଡ୍ୟାମ୍‌ରେ ୨୦୧୮ ମସିହା ପାଇଁ ମଙ୍ଗଳବାର ବିଦେଶୀ ପକ୍ଷୀ ଗଣନା କରାଯାଇଛି। ଏହାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥର ଡ୍ୟାମ୍‌କୁ ୮୨ ପ୍ରଜାତିର ୧ ଲକ୍ଷ ୩୨ ହଜାର ୮୩୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଏହି ରିପୋର୍ଟରେ ସୂଚନା ରହିଛି ।

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,୧୭। ୧ (ବ୍ୟୁରୋ) ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ପ୍ରଥମେ ସମଲେଇ ମନ୍ଦିରରେ ଭିକ ମାଗିବା ପରେ ମୁହଁରେ କଳା କନା ଦେଇ ପ୍ରତିବାଦ ଜଣାଇଥିଲେ।

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ଜମନକିରା, ୧୭।୧ (ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନିରୁଦ୍ଧ ନାଏକ (୬୬)। ତେବେ କଦର୍ଯ୍ୟ ରାସ୍ତା ଯୋଗୁ ସେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡି ସହ ଓଲଟି ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ସେ ଜମନକିରା ଅଞ୍ଚଳର ଗଣ୍ଡ ସମାଜର ସଭାପତି ଥିଲେ। ଏକ ସାମାଜିକ ସଭା ସାରି ପାଟବନ୍ଧା ଗଁ।ରୁ ନିଜ ମୋପେଡରେ ଫେରଥିଲେ।

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

ବରଗଡ଼ ଅଫିସ୍‌,୧୭। ୧ ବରଗଡ଼ ଜିଲାରେ ମିଲର୍ସଙ୍କଠାରୁ କଷ୍ଟମ ଚାଉଳ ସଂଗ୍ରହରେ ମନ୍ଥରତା ଦେଖାଦେଇଛି। ଯୋଗାଣ ନିଗମଠାରେ ଏହି ଚାଉଲ ଜମା ଦେବାର ଅବଧି ଆଉ ମାତ୍ର ସାଢ଼େ ୩ମାସ ବାକି ରହିଛି। ମାତ୍ର ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ୫୦ ପ୍ରତିଶତ ଚାଉଳ ଅସୁଲ କରାଯାଇ ପାରିନାହିଁ । ଏହା ରାଜ୍ୟ ଯୋଗାଣ ନିଗମର ଦୃଷ୍ଟିକୁ ଆସିବା ପରେ ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗର୍ଡ଼ିଆ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଲଓ୍ବେ ବଜେଟ ପାଇଁ ରାଉରକେଲାରୁ ପ୍ରସ୍ତାବ

ରାଉରକେଲା ଅଫିସ,୧୭।୧-ଆସନ୍ତା ଫେବୃୟାରୀରେ କେନ୍ଦ୍ରୀୟ ରେଲଓ୍ବେ ବଜେଟ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ରେଳ ସମସ୍ୟା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ତଥ୍ୟ ମାଗି ସାରିଲେଣି। ଏହି ପରିପ୍ରେକ୍ଷୀରେ ରାଉରକେଲାର ରେଳ ବିକାଶ ସମ୍ପର୍କରେ କେତେକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ରେଳ ଓ ସଡ଼କ ଉପଯୋଗକାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ଦୀର୍ଘଦିନ ହେବ ରାଉରକେଲାରେ ଏକ ରେଳ ଡିଭିଜନ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।