ସମ୍ବଲପୁର

ଶିବିରରେ ବ୍ୟସ୍ତ ଡାକ୍ତର, ମେଡିକାଲ ଖାଲି

ଶିବିରରେ ବ୍ୟସ୍ତ ଡାକ୍ତର, ମେଡିକାଲ ଖାଲି
ରାଉରକେଲା ଅଫିସ,୧୩।୧୨-ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଗୁରୁତର ରୂପ ନେଇଛି । ଯେତିକି ଡାକ୍ତର ରହିବା କଥା ତାର ଅଧା ପଦବୀ ଖାଲି ପଡିଛି । ଡାକ୍ତରଖାନାକୁ ପ୍ରତିଦିନ ଯେତିକି ରୋଗୀ ଆସୁଛନ୍ତି ସେଥିପାଇଁ ଦୁଇଗୁଣ ଡାକ୍ତରଙ୍କ ଆବଶ୍ୟକତା ରହିଛି । ହେଲେ ସେହି ସଂଖ୍ୟାରେ ଡାକ୍ତର ନାହାନ୍ତି । ଉପରୋକ୍ତ ସମସ୍ୟାକୁ ନେଇ ରୋଗୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏବେ ଚାଲିଛି ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଶିବିର। ଜିଲାର ବିଭିନ୍ନ ସ୍ଥାନରେ ଏହି ଶିବିର ଆୟୋଜନ ହେଉଛି । ଉପରୋକ୍ତ ଶିବିରକୁ ୫ ଜଣ ବିଶେଷଜ୍ଞ ଡାକ୍ତର(ଚକ୍ଷୁ, ଇଏନ୍‌ଟି, ଅସ୍ଥିଶଲ୍ୟ, ମେଡିସିନ୍‌ ଓ ସର୍ଜରୀ)ଙ୍କୁ ସେଠାକୁ ପଠାଇବାର ନିର୍ଦ୍ଦେଶ ରହିଛି । ଫଳରେ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ବୁଧବାର କୁଅଁାରେମୁଣ୍ଡାରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଥିଲା । ସେଠାକୁ ଡାକ୍ତରମାନେ ଯିବା ଫଳରେ ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ତେଣୁ ଜଣେ ରୋଗୀଙ୍କୁ ସାମାନ୍ୟ ବ୍ୟାଣ୍ଡେଜ ପାଇଁ ୬ ଘଣ୍ଟା ମେଡିକାଲରେ ଅପେକ୍ଷା କରିବାକୁ ପଡିଥିବା ଅଭିଯୋଗ ହୋଇଛ। କେବଳ ଜଣେ ରୋଗୀ ନୁହନ୍ତି, ତାଙ୍କ ପରି ଅନେକ ରୋଗୀ ବୁଧବାର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଉଦିତନଗର ଅଞ୍ଚଳର ହିମାଂଶୁ ନାୟକ ଗତ ମଙ୍ଗଳବାର ସନ୍ଧ୍ୟାରେ ସ୍କୁଟିରେ ଡେଲି ମାର୍କେଟ୍‌କୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କ ବାମ ଗୋଡ କାଣି ଅଙ୍ଗୁଳି ଆଘାତପ୍ରାପ୍ତ ହୋଇଥିଲା। ଏ ନେଇ ସେ ବୁଧବାର ସକାଳ ୯ଟାରେ ମେଡିକାଲ ବର୍ହି ବିଭାଗରେ ଟିକେଟ୍‌ କାଟିଥିଲେ । ହେଲେ ତାଙ୍କ ଆଘାତପ୍ରାପ୍ତ ଆଙ୍ଗୁଠିକୁ ବ୍ୟାଣ୍ଡେଜ କରିବା ପାଇଁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡିଲା। ଅର୍ଥାତ୍‌ ଦିନ ୨ଟାରେ ତାଙ୍କ ଆଙ୍ଗୁଠିକୁ ବ୍ୟାଣ୍ଡେଜ୍‌ କରାଗଲା । ଏହାସତ୍ତ୍ୱେ ତାଙ୍କ ଏକ୍ସ-ରେ ରିପୋର୍ଟ ଡାକ୍ତର ଦେଖି ପାରିଲେ ନାହିଁ । ଏହାସହ କୌଣସି ପ୍ରକାର ଔଷଧ ମଧ୍ୟ ଲେଖା ଯାଇ ପାରିଲା ନାହିଁ । ତେଣୁ ଏକ ସାମାନ୍ୟ ବ୍ୟାଣ୍ଡେଜ ପାଇଁ ଯଦି ୬ଘଣ୍ଟା କାଳ ତାଙ୍କୁ ମେଡିକାଲରେ ଅପେକ୍ଷା କରିବାକୁ ପଡିଲା ତାହା ହେଲେ ଗୁରୁତର ଓ ଅସହାୟ ରୋଗୀମାନେ କିପରି ଚିକିତ୍ସା ସୁବିଧା ପାଉଥିବେ ଏଥିରୁ ଅନୁମାନ କରି ହେଉଛି । ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ନାଚାର । କାରଣ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ନିର୍ଦ୍ଦେଶ ମାନି କାମ କରିବାକୁ ପଡୁଛି । ତେଣୁ କର୍ତ୍ତୃପକ୍ଷ କିଛି ଉପାୟ ନ ପାଇ ଡାକ୍ତରମାନଙ୍କୁ ସେଠାକୁ ପଠାଇବାକୁ ବାଧ୍ୟ ହେଉଥିବା ଜଣାପଡିଛି । କ’ଣ ପାଇଁ ରୋଗୀମାନଙ୍କୁ ଏତେ ବିଳମ୍ବରେ ସେବା ଯୋଗାଇ ଦିଆଯାଉଛି ତାହା ଜାଣିବା ପାଇଁ ହିମାଂଶୁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେ ଜାଣିବାକୁ ପାଇଲେ ଯେ ଭିନ୍ନକ୍ଷମ ଶିବିରକୁ ଡାକ୍ତରମାନେ ଯାଇଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ହିମାଂଶୁ କୁହନ୍ତି ସରକାର ନିଜେ ଏହି ସମସ୍ୟାକୁ ହୃଦୟଙ୍ଗମ କରିବା କଥା। ସରକାର ଆୟୋଜିତ କରୁଥିବା ଶିବିର ପାଇଁ ଅନ୍ୟ ଅଞ୍ଚଳରୁ ଡାକ୍ତରଙ୍କ ବ୍ୟବସ୍ଥା କରିବା ଉଚିତ। ଏଥିପାଇଁ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ନିଅନ୍ତୁ । ଆରଜିଏଚ୍‌ ହେଉଛି ଜିଲାର ରେଫରାଲ ଡାକ୍ତରଖାନା । ପଡୋଶୀ ରାଜ୍ୟରୁ ମଧ୍ୟ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ତେଣୁ ସେଠାରୁ ଡାକ୍ତରମାନଙ୍କୁ ନେଇ ଶିବିର ଆୟୋଜନ କରାଯାଉଥିବାରୁ ରୋଗୀସେବାରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଏ ସମ୍ପର୍କରେ ମେଡିକାଲର ଡେପୁଟି ସିଏମ୍‌ଓ ଡା. ଏସ୍‌.କେ. କବି ଶତପଥୀ କହିଛନ୍ତି ବୁଧବାର କୁଅଁାରମୁଣ୍ଡାରେ ଏକ ଭିନ୍ନକ୍ଷମ ଶିବିର ଚାଲିଥିଲା। ତେଣୁ ସେଠାରୁ ୫ଜଣ ବିଶେଷଜ୍ଞଙ୍କୁ ପଠାଯାଇଥିଲା। ଏ ନେଇ ସରକାରଙ୍କ ପକ୍ଷରୁ ଆମକୁ ନିର୍ଦ୍ଦେଶ ମିଳିଥିଲା। ଏପରି ୧୫ଟି ଶିବିର ଜିଲାର ଭିନ୍ନ ଭିନ୍ନ ସ୍ଥାନରେ ହେବ। ସେଠାକୁ ଡାକ୍ତରମାନଙ୍କୁ ପଠାଯିବ । ବର୍ତ୍ତମାନ ମେଡିକାଲରେ ଡାକ୍ତରଙ୍କ ସମସ୍ୟା ରହିଛି । ଶିବିରକୁ ଡାକ୍ତର ଗଲେ ଆରଜିଏଚ୍‌ରେ ରୋଗୀଙ୍କୁ ପର୍ଯ୍ୟାପ୍ତ ସେବା ଯୋଗାଇବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆରଜିଏଚ୍‌ର ବିଭିନ୍ନ ବିଭାଗରେ ୬୧ ଜଣ ଡାକ୍ତର ରହିବା କଥା । ଅଛନ୍ତି ୩୧ ଜଣ । ଆଜକୁ ୨୦ ବର୍ଷ ତଳର ରୋଗୀ ସଂଖ୍ୟାକୁ ଭିତ୍ତି କରି ଏହି ୬୧ଟି ପଦବୀ ସୃଷ୍ଟି କରାଯାଇଥିଲା । ଏବେ ରୋଗୀ ସଂଖ୍ୟା ୨ ଗୁଣ ବଢ଼ିଛି । ସେହି ଅନୁପାତରେ ସରକାର ଡାକ୍ତର ନିଯୁକ୍ତି କରି ନାହାନ୍ତି । ଯାହା ଫଳରେ ଅନେକ ସମୟରେ ସ୍ମାର୍ଟ ସିଟିର ସରକାରୀ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ନଜରକୁ ଆସୁଛି ।
All Right Reserved By

ସମ୍ବଲପୁର

ଅଗ୍ନିଶମ କର୍ମଚାରୀଙ୍କ ୬ଦଫା ଦାବି ପୂରଣ ପାଇଁ କାର୍ଯଯବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ ୬ଦଫା ଦାବି ପୂରଣ ପାଇଁ କାର୍ଯଯବନ୍ଦ ଆନ୍ଦୋଳନ

ଭଟଲି,୨୪।୯(ଡି.ଏନ.ଏ)
ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ, ଅଗ୍ନିଶମ ସଂସ୍ଥାର ହାବିଲଦାର ଏବଂ ପାୟାରମ୍ୟାନ ସଂଘକୁ ତୁରନ୍ତ ପଞ୍ଜୀକରଣଭୁକ୍ତ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ତୁରନ୍ତ ନିୟମିତ ଦରମା, ନିଜ ଜିଲା କିମ୍ବା ନିକଟସ୍ଥ ଜିଲାରେ ନିଯୁକ୍ତି ଦେବା ଏବଂ ଖାଲି ପଡ଼ିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରିବା ଆଦି ୬ ଦଫା ଦାବି ନେଇ ଭଟଲି ଅଗ୍ନିଶମ ବିଭାଗ ପକ୍ଷରୁ ସୋମବାରରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।

୬ଦଫା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

୬ଦଫା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ବିଜେପୁର,୨୪।୯(ଡି.ଏନ.ଏ.)
ବରଗଡ଼ ଜିଲା ବିଜେପୁର ଦମକଳ କେନ୍ଦ୍ର ପରିସରରେ ୬ ଦଫା ଦାବିରେ ହାବିଲଦାର ଓ ଫାୟାରମ୍ୟାନମାନେ ସୋମବାର ଧାରଣା ଦେଇଛନ୍ତି। ଅଗ୍ନିଶମ କର୍ମଚାରୀମାନଙ୍କୁ ପୋଲିସ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସରକାଳୀନ ଭତ୍ତା ଆଦି ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଆନ୍ଦୋଳନକାରୀ ଅଗ୍ନିଶମ କର୍ମଚାରୀଗଣ ଚେତାବନୀ ଦେଇଛନ୍ତି।

ଏସିଡ୍‌ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

ଏସିଡ୍‌ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.) 
କଳାହାଣ୍ଡି ଜିଲା ଆଇନସେବା ପ୍ରାଧିକରଣ ତରଫରୁ ରବିବାର ଏସିଡ୍‌ ଆର୍କମଣରେ ଶୀକାର ହେଉଥିବା ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଭବାନୀପାଟଣାସ୍ଥିତ କଣ୍ଟାବାଞ୍ଜିଠାରେ ଅନୁଷ୍ଠିତ ହୋଇଯାଇଛି।

ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି : ଭବାନୀପାଟଣା ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.)
କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚତ୍ ପ୍ରତିଷ୍ଠା ଦାବି ନେଇ କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପଣ୍ଡା ଓ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମାସର ଶେଷ ସୋମବାରରେ ଭବାନୀପାଟଣାର ସମସ୍ତ ବିଚାର ବିଭାଗୀୟ ଅଦାଲତର କାର୍ଯ୍ୟ ବନ୍ଦ କରାଯାଇଛି। ଜିଲା ଦୌରାଜଜ୍‌ଙ୍କ ବିଚାରପତିମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଓକିଲମାନେ ସେମାନଙ୍କୁ ବାରଣ କରିଥିଲେ। ଏଥିରେ ବିଚାରପତିମାନେ ଫେରିଆସିଥିଲେ।

ବିଦ୍ୟୁତ ଆଘାତରେ ଜଣେ ମୃତ

ବିଦ୍ୟୁତ ଆଘାତରେ ଜଣେ ମୃତ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.) 
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇ (୪୧) ବିଦ୍ୟୁତ୍‌ କରେଣ୍ଟ ଆଘାତ ପାଇ ମୃତ ହୋଇଛନ୍ତି। ସୋମବାର ପାଷ୍ଟିପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇଙ୍କ କପା ଜମି ଉପରେ ୧୧ କେଭି ବିଦ୍ୟୁତ ତାର ଓହଳି ପଡ଼ିଥିଲା। ଏ ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ବାରମ୍ବାର ଜଣାଇ ଆସୁଥିଲେ।

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀ

ବୀରମହାରାଜପୁର,୨୪।୯(ଡି.ଏନ.ଏ.)
୬ଦଫା ଦାବି ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଦମକଳ କେନ୍ଦ୍ରର ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୋଲିସ କର୍ମଚାରୀମାନଙ୍କ ଭଳି ସମାନ ଦରମା ଓ ଭତ୍ତା, ଫାୟାରମ୍ୟାନ ଆସୋସିଏଶନକୁ ସରକାରୀ ପଞ୍ଜୀକରଣ ଭୁକ୍ତ କରିବା, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବା, ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ଭଳି ଦୈନିକ ୮ଘଣ୍ଟା ପାଇଁ ଡ୍ୟୁଟିରେ ମୁତୟନ ଏବଂ ଖାଲି ପଡିଥିବା ପଦବୀ ଯଥାଶୀଘ୍ର ପୂରଣ ଦାବିରେ ଅଗ୍ନିଶମ କର୍ମଚାରୀମାନେ ସ୍ଥାନୀୟ ଫାୟାର ଷ୍ଟେସନ ସମ୍ମୁଖରେ ସୋମବାର ସକାଳୁ ଧାରଣା ଦେଇଛନ୍ତି।

କଂଗ୍ରେସର ମୋ ବୁଥ୍‌, ମୋ ଗୌରବ କାର୍ଯ୍ୟକ୍ରମ

କଂଗ୍ରେସର ମୋ ବୁଥ୍‌, ମୋ ଗୌରବ କାର୍ଯ୍ୟକ୍ରମ

ଜୁନାଗଡ,୨୪।୯(ଡି.ଏନ୍‌.ଏ)
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ପଞ୍ଚାୟତ କାନ୍ଦୁଲବନ୍ଦ ଓ ଚିକିଲିଠାରେ ରବିବାର କଂଗ୍ରେସର ମୋ ବୁଥ, ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜୋନ୍‌ ସଭାପତି ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା।

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ବଣାଇଁ,୨୪।୯(ଡି.ଏନ.ଏ.) : ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ରବିବାର ରାତିରେ ଘଟିଛି ୨ ଜଘନ୍ୟ ହତ୍ୟାକାଣ୍ଡ। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ପୁଅର ଠେଙ୍ଗା ମାଡ଼ରେ  ବାପାଙ୍କ ଜୀବନ ଯାଇଛି। ଏହି ଡବଲ ମର୍ଡର ଘଟଣା ବଣାଇଁ ଅଞ୍ଚଳରେ ଚାଞ୍ଚଲ୍ୟ  ଖେଳାଇ ଦେଇଛି। ପୋଲିସ ସୂଚନାନୁଯାୟୀ, ଟିକାୟତପଲ୍ଲୀ ଥାନା ଟିକଟମାଟି ଗ୍ରାମର ଗଁ।ଦରୁ ଓରାମ ସ୍ତ୍ରୀ ବନ୍ଦିତା (୨୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି।

ଯାଦବ ସମାଜର ବନ୍ଧୁ ମିଳନ

ଯାଦବ ସମାଜର ବନ୍ଧୁ ମିଳନ

ଜାମଟିକ୍ରା,୨୪।୯(ଡି.ଏନ.ଏ.) 
ଅତାବିରା ବ୍ଲକ ଯାଦବ ସମାଜର ବନ୍ଧୁ ମିଳନ ସ୍ଥାନୀୟ ବାବା ମଠଠାରେ ଦଶରଥ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଦବ ସମାଜର ସାମାଜିକ, ଆର୍ଥିକ ଉନ୍ନତି କିପରି ହୋଇପାରିବ ଏବଂ ଅତାବିରାଠାରେ ଯାଦବ ଭବନ ସହ ରାଧାକୃଷ୍ଣ ମନ୍ଦିର ନିର୍ମାଣ ନେଇ ଆଲୋଚନା ହୋଇଥିଲା।

ନୂଆଁଖାଇ ଭେଟଘାଟ : ଦୁଲଦୁଲି ବାଜାରେ ଦୁଲକିଲା ମଞ୍ଚ

ନୂଆଁଖାଇ ଭେଟଘାଟ : ଦୁଲଦୁଲି ବାଜାରେ ଦୁଲକିଲା ମଞ୍ଚ

ଜାମଟିକ୍ରା,୨୪।୯(ଡି.ଏନ.ଏ.) 
ସୋମବାର ଅତାବିରା ଫଟୋ ଆସୋସିଏଶନ ତରଫରୁ ସ୍ଥାନୀୟ ଆନ୍ଧ୍ର କଲ୍ୟାଣ ମଣ୍ଡପଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଆସୋସିଏଶନର ସଭାପତି ସଞ୍ଚୟ ରଥଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମାଁ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ବବ୍ରୁବାହନ ମିଶ୍ର।

ରିଷିଡାରେ ନୂଆଁଖାଇ ଭେଟଘାଟ : ଲୋକଗୀତ, ବ୍ୟଙ୍ଗ କବିତା ଆସର

ରିଷିଡାରେ ନୂଆଁଖାଇ ଭେଟଘାଟ : ଲୋକଗୀତ, ବ୍ୟଙ୍ଗ କବିତା ଆସର

ରିଷିଡା,୨୪।୯(ଡି.ଏନ.ଏ)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାରେ ରବିବାର ରାତିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତି ବିକାଶ ଯୁବକ ସଂଘ ତରଫରୁ ଆୟୋଜିତ ଏହି ଉତ୍ସବରେ ମ.ରାମପୁର ଜିଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି, ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ପଦ୍ମଲୋଚନ ମିଶ୍ର ସମ୍ମାନିତ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ତ୍ରିପାଠୀ, ଯୁବନେତା ଶରତ କୁମାର ସାହୁ ମଞ୍ଚାସୀନ ଥିଲେ। ସଂଘର ସଭାପତି ଫକୀର ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା।

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ

ବରଗଡ଼ ଅଫିସ୍‌,୨୪।୯-
ରାଜ୍ୟର ଅଗ୍ନିଶମ କର୍ମଚାରୀମାନେ ୬ଦଫା ଦାବି ନେଇ ସୋମବାରରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ବରଗଡ଼ ଜିଲା ଅଗ୍ନିଶମ କର୍ମଚାରୀମାନେ ସାମିଲ ହୋଇଛନ୍ତି।