ସମ୍ବଲପୁର

ଚଚରାଝରନ ଗାଁ: ଗରିବଙ୍କୁ ପକ୍କା ଘର ସ୍ବପ୍ନ

ଚଚରାଝରନ ଗାଁ: ଗରିବଙ୍କୁ ପକ୍କା ଘର ସ୍ବପ୍ନ
ନୂଆପଡା ଅଫିସ,୧୩।୧୨-ସରକାର ଗାଁଗୁଡିକରେ ସମସ୍ତ ଗରିବ ଶ୍ରେଣୀର ପରିବାରକୁ ପକ୍କା ଘର ଯୋଗାଇଦେବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ଗତ ଏସଇସିସି (ସୋସିଆଲି ଇକୋନମିକାଲି କାଷ୍ଟ ସେନସସ୍‌)ତାଲିକା ଅନୁଯାୟୀ ହିତାଧିକାରୀ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ନୂଆପଡା ଜିଲାରେ ଏମିତି ବି ଗାଁ ରହିଛି ସେଠାକୁ ଏହି ଯୋଜନା ପହଞ୍ଚି ପାରିନାହିଁ । ସେଠିକାର ଲୋକଙ୍କୁ ଆଜିକୁ ୩ ବର୍ଷ ହେବ ଆବାସ ମିଳିପାରିନାହିଁ । ଗାଁର ବହୁ ଲୋକ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି। କେବେ ସରକାରୀ ଘର ନିଜ ଭାଗ୍ୟରେ ଜୁଟିବ ତାହା ଲୋକେ ଚାହିଁ ରହିଛନ୍ତି। ଜିଲା ସଦର ମହକୁମାଠାରୁ ୨୦କିମି ଦୂର ସିଲଭା ପଞ୍ଚାୟତର ଚଚରାଝରନ ଗାଁ । ଏଠାରେ ମୋଟ ୧୫୦ ପରିବାର ବସବାସ କରନ୍ତି। ଏଥିରୁ ଅଶୀ ପ୍ରତିଶତ ଲୋକ ଗରିବ ଏବଂ ଖଟିଖିଆ ଶ୍ରେଣୀର। ଏମାନେ ବର୍ଷର ୪ ମାସ କୃଷି ଶ୍ରମିକ ଭାବରେ କାମ କରି ପେଟ ପୋଷନ୍ତି। ବାକି ଦିନମାନଙ୍କରେ କାମଧନ୍ଦା ଅଭାବରୁ ରାଜ୍ୟବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ଏହି ଗାଁରେ ୫୦ରୁ ଊର୍ଦ୍ଧ୍ୱ ଝାଟିମାଟିର ଘର ରହିଛି। ୫୦ଟି ଖପର ଘର। ବାକି ପରିବାର ଲୋକ ନିଜ ଉଦ୍ୟମରେ ଘର ତିଆରି କରି ରହୁଛନ୍ତି। ବର୍ଷାଦିନେ ଲୋକଙ୍କ ଘରୁ ପାଣି ଗଳୁଛି। ରାତିରେ ଚନ୍ଦ୍ର ଏବଂ ଦିନରେ ସୂର୍ଯ୍ୟ ଦେଖାଯାଉଛି । ଗରିବ ପରିବାର ଲୋକ ପକ୍କା ଘରଟିଏ ପାଇବାକୁ ଦିନ ଗଣୁଥିବାବେଳେ ତାହା ସେମାନଙ୍କ ପାଇଁ ସାତ ସପନ ହୋଇଛି । ଘର ପାଇବାକୁ ପ୍ରତିବର୍ଷ ଗ୍ରାସଭାରେ ତାଲିକା ପ୍ରସ୍ତୁତି ହୋଇଥାଏ । ହେଲେ ବର୍ଷ ପରେ ବର୍ଷ ଗଡିଯାଏ ସିନା କାହାରିକୁ ଘର ମିଳି ନ ଥାଏ । ଆଜିକୁ ୩ ବର୍ଷ ହେବ ଗାଁବାସୀଙ୍କୁ ଗୋଟିଏ ହେଲେ ଘର ମିଳିନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ଗ୍ରାମସଭା ତାଲିକା ଅନୁଯାୟୀ ଇନ୍ଦିରା ଆବାସ ଘର ମିଳୁଥିଲା । ହେଲେ ଆଜିକୁ ୩ ବର୍ଷ ହେଲା ଏସଇସିସି ତାଲିକାକୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉଛି । ଏହି ତାଲିକାରେ ଯେଉଁମାନଙ୍କର ନାଁ ରହିଛି ସେମାନଙ୍କୁ ଘର ପ୍ରଦାନ କରାଯାଉଛି। ତେବେ ଖବର ନେବାରେ ଏହି ଗାଁ ଏହି ତାଲିକାରୁ ବାଦ ପଡିଛି । ହେଲେ ଏଥିପାଇଁ କୌଣସି ଅଧିକାରୀ ଦୃଷ୍ଟି ଦେଉ ନ ଥିବା ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି। ଗାଁର ଶଙ୍କର ନାଗ କହନ୍ତି ତାଙ୍କର ୪ କୁଟୁମ୍ବ ଏକ ଭଙ୍ଗା କୁଡିଆରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି। ଏହାକୁ ବହୁ ଅଧିକାରୀ ଦେଖି ଗଲେଣି । ହେଲେ ଘରଟିକକ ମିଳୁ ନ ଥିବାରୁ ହତାଶାରେ ଦିନ କାଟୁଛନ୍ତି। ଏହିଭଳି ଗାଁର ରୁଦନୀ ନାଗ, ଖିର ନାଗ, ଜଣ ନାଗ ଭଙ୍ଗା ଘରେ ଦିନ କାଟୁଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେଇ ବିଚାର କରିବାକୁ ନିବେଦନ କରିଛନ୍ତି। ଏହା ଉପରେ କୋମନା ବିଡିଓ ଦେବଶିଷ ସିହ୍ନାଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।
All Right Reserved By

ସମ୍ବଲପୁର

ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବୈଠକ

ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବୈଠକ

କେସିଙ୍ଗା,୧୨।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପାଇଁ ବିଦ୍ୟାଳୟ ପରିସରରେ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ବୀରମହାରାଜପୁର, ୧୧ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା ସମିତି ତରଫରୁ ସୋମବାର ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଦାଦନ ଯାଇ ବୁରୁଧ୍‌ ଗୋବିନ୍ଦ ନିଖୋଜ:୫ ବଛର ହେଲା ଝୁରୁଛେ ପରିବାର

ଦାଦନ ଯାଇ ବୁରୁଧ୍‌ ଗୋବିନ୍ଦ ନିଖୋଜ:୫ ବଛର ହେଲା ଝୁରୁଛେ ପରିବାର

ଲାଠୋର, ୧୨ା୧୨(ଡି.ଏନ.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ବେନ୍ଦେର ପଁଚେତ୍‌ର ଭରୁଆମୁଣ୍ଡା ଗାଁରେ ଗୋବିନ୍ଦ ଛତର, ମାଏକିନା ସୁଆଦେଇ, ପୁଓ ବିଷ୍ଣୁ ଆର ଝି’କେ ନେଇ ତାକର ସୁଖର ସଁସାର। ପୁଓ ଝି’କେ ବିହାଚୁରା କଲା ଉତାରୁ ନାତି ନାତେନକଁର ସଂଗେ ହଁସ୍‌ଖୁସିଥି ଦିନ୍‌ ବିତଉଥିଲେ ବୁରୁଧ୍‌ ଦମ୍ପତି।

ଅଜଣା ରୋଗ୍‌ରେ ପୀଡ଼ିତ ଦୁଇଭାଇ: ଦାନ୍‌ କରବାର ନିସପତି ନେଲେ ବାପା

ଅଜଣା ରୋଗ୍‌ରେ ପୀଡ଼ିତ ଦୁଇଭାଇ: ଦାନ୍‌ କରବାର ନିସପତି ନେଲେ ବାପା

ସଇଁତଲା,୧୨।୧୨(ଡି.ଏନ.ଏ.) :  ବଲାଙ୍ଗୀର ଜିଲା ସଇଁତଳା ବ୍ଲକ୍‌ ଡୁଙ୍ଗୁରିପାଲି ପଁଚେତ୍‌ର ଟୁର୍ଚ୍ଚାଉପେର ଗାଁର ବାହାଦୂର ସାହୁ(୫୮)। ପରିବାର କହେଲେ ମାଏକିନା ବୈଦେହୀ(୫୩) ଆର ଦୁଇ ପୁଓ ପୂର୍ଣ୍ଣଚନ୍ଦ୍ର(୧୪), ଚକ୍ରଧର(୧୩)। ଦୁଇ ପୁଓ ୮ରୁ ୯ ବଛର ବଏସ୍‌ ତକ୍‌ ଠିକ୍‌ଠାକ୍‌ ଥିଲାବେଲେ ହଠାତ୍‌ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରାଁତ ହେଇଥିଲେ। 

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮  ଜିଲାପାଳଙ୍କୁ ପରାମର୍ଶ

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮ ଜିଲାପାଳଙ୍କୁ ପରାମର୍ଶ

ଝାରସୁଗୁଡ଼ା଼ ଅଫିସ,୧୧।୧୨: ୨୦୧୯ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ତ୍ରୁଟିମୁକ୍ତ ରଖିବ ପାଇଁ ପ୍ରୟାସ ଜାରି ରହିଛି। ନିର୍ବାଚନ ସମ୍ପର୍କିତ ଏକ ଜରୁରୀ ବୈଠକ ଝାରସୁଗୁଡ଼ାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟେରଙ୍କ ସମେତ ୭ ଜିଲାର ଜିଲାପାଳ ଏବଂ ୧୫ ଉପ ଜିଲାପାଳ ଯୋଗ ଦେଇଛନ୍ତି। 

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।