ସମ୍ବଲପୁର

ଅଣଓସାରିଆ ରାସ୍ତା, ଅଣନିଃଶ୍ୱାସୀ ଲୋକେ: ଅଟକିଲା ଜିଲାପାଳଙ୍କ ଗାଡ଼ି

 ଅଣଓସାରିଆ ରାସ୍ତା, ଅଣନିଃଶ୍ୱାସୀ ଲୋକେ: ଅଟକିଲା ଜିଲାପାଳଙ୍କ ଗାଡ଼ି


କେସିଙ୍ଗା,୧୩।୧୨-କେସିଙ୍ଗା ସହରରେ ମନଇଚ୍ଛା ପାର୍କିଂ ଓ ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଫାଟକ ୨୦ ମିନିଟ୍‌ ବନ୍ଦ ହେଉଥିବା ଯୋଗୁ ଜାତୀୟ ରାଜପଥ ବାଇପାସ୍‌ ରାସ୍ତା ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ଏହି ପ୍ରକଳ୍ପ ପାଇଁ ନୋଟିଫିକେଶନ ମଧ୍ୟ ହୋଇନାହିଁ। ଏଣୁ କାମ ବିଳମ୍ବ ହେଉଛି। କେସିଙ୍ଗା ସହର ମଧ୍ୟଦେଇ ୨୬ନଂ. ଜାତୀୟ ରାଜପଥ ଯାଇଛି। ପ୍ରାୟ ୫ କିଲୋମିଟର ସହର ଭିତରେ ଅଣ ଓସାରିଆ ଜାଗା ରହିଛି। ଉଭୟ ପାର୍ଶ୍ୱରେ ଦୋକାନ ସାଙ୍ଗକୁ ଠେଲା ବେପାରୀ ମଧ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବସି ନିଜର ବ୍ୟବସାୟ କରୁଛନ୍ତି। ଏଠାକୁ ଆସୁଥିବା ଭାରିଯାନ ଗୁଡ଼ିକ ରାସ୍ତା ଉପରେ ପାର୍କିଂ ହେଉଛି। ଯଥା ବିଜୁ ପଟ୍ଟନାୟକ ଛକଠାରୁ କେସିଙ୍ଗା ରେଳଷ୍ଟେଶନକୁ ଯାଉଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍‌ ଗୁଡ଼ିକ ପ୍ରତିଦିନ ଛିଡ଼ା ହେଉଥିବାରୁ ସ୍କୁଲ ପିଲା ଓ ଜନସାଧାରଣଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅପରପକ୍ଷେ କେସିଙ୍ଗା ଏନ୍‌ଏସି ପାଖରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରକ୍‌ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ୱରେ ରହୁଥିବାରୁ ରାସ୍ତାଟି ଅଣଓସାରିଆ ହୋଇଯାଉଛି। ଏହି ରାସ୍ତାରେ ଗୋଟିଏ ବସ୍‌ ଗଲେ ଅନ୍ୟ ଏକ ବସ୍‌ ବା ଟ୍ରକ୍‌କୁ ଯିବାକୁ ଜାଗା ନାହିଁ। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତି ଦିନ ରେଲଓ୍ବେ ଫାଟକ ୩୦ ମିନିଟ୍‌ ବନ୍ଦ ହୋଇଥାଏ। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରେଲଓ୍ବେ ଫାଟକ ଡେଇଁ ୮ଟି ପଞ୍ଚାୟତର ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। କନ୍ତେଶିର, କଶ୍ରୁପଡ଼ା, ନୁନ୍‌ମାଟ୍‌, ତୁର୍ଲା, ଖମନ, ତୁଣ୍ଡଲା, ହାତୀଖୋଜ, ସିରଜାପାଲି ଓ ବେଲଖଣ୍ଡି ଏବଂ ଏନ୍‌ଏସିର ୧,୨,୩ ଓ୍ବାର୍ଡର ଲୋକେ ମଧ୍ୟ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟକୁ ଯିବା ଆସିବା କରିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି। ଏଠି ଘଣ୍ଟା ଘଣ୍ଟା ଧରି ଫାଟକ ବନ୍ଦ ରହୁଥିବାରୁ ରୋଗୀ ଓ ଆମ୍ବୁଲାନ୍ସ ସେବା ଅସୁବିଧାର ସମ୍ମୁଖୀନ ହୋଇଥାଏ।
ସୋମବାର କଳାହାଣ୍ଡି ଜିଲାପାଳ ଅଞ୍ଜନ କୁମାର ମାଣିକ କର୍ଲାମୁଣ୍ଡା ବ୍ଲକକୁ ଏକ ଜନଶୁଣାଣି ଶିବିରରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଫାଟକ ବନ୍ଦ ଥିବାରୁ ୨୦ମିନିଟ୍‌ ଯାଏଁ ଅଟକି ରହିଥିଲେ। ଏହି ବାବଦରେ ଜାତୀୟ ରାଜପଥର ଏସ୍‌ଡିଓ ପ୍ରଦୀପ ମଣ୍ଡଳଙ୍କଠାରୁ ବୁଝିବାରୁ ସେ କହିଲେ, ଆସନ୍ତା ଜାନୁୟାରୀ ସୁଦ୍ଧା ନୋଟିଫିକେଶନ ହେବାର ଅଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଟେଣ୍ଡର ମଧ୍ୟ ହୋଇଯିବାର ଆଶା କରାଯାଉଛି। ଏହି ରାସ୍ତାଟିର ଦୀର୍ଘ ୩.୬ କିଲୋମିଟର କାମ ହେବ। ଏହା କେସିଙ୍ଗା ଆର୍‌ଏମ୍‌ସି ଚେକ୍‌ଗେଟ୍‌ଠାରୁ ଆରମ୍ଭ ହୋଇ ରେଳଲାଇନ ଉପରେ ଓଭରବ୍ରିଜ୍‌ ହୋଇ ଓମ୍‌ ନଗର ଦେଇ ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ ପାଖରେ ବାହାରିବ। ଏଠି ସାଧାରଣ ଜନତା ହଇରାଣ ହେବା ସଙ୍ଗେ ସଙ୍ଗେ ଜିଲା ପ୍ରଶାସନକୁ ମଧ୍ୟ ହଇରାଣ୍‌ ହେବାକୁ ପଡୁଛି। ତେଣୁ ଅତି ଶୀଘ୍ର ବାଇପାସ କାର୍ଯ୍ୟ ହେଲେ ସ୍ଥାନୀୟ ଜନସାଧାରଣ ଓ ଏହି ରାସ୍ତାଦେଇ ଯାଉଥିବା ସମସ୍ତ ବ୍ୟକ୍ତି ଉପକୃତ ହେବେ।

All Right Reserved By

ସମ୍ବଲପୁର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଅନ୍ତର୍ଭୁକ୍ତ ହେଲା ଜଳସେଚିତ ଅଞ୍ଚଳ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଅନ୍ତର୍ଭୁକ୍ତ ହେଲା ଜଳସେଚିତ ଅଞ୍ଚଳ

ସୋନପୁର,୨୧।୭(ନି.ପ୍ର.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସୁବର୍ଣ୍ଣପୁର ଜିଲାର ଜଳସେଚନ ଅଞ୍ଚଳକୁ ସାମିଲ କରାଯାଇଛି। ଏହାଦ୍ୱାରା ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷୀ ଉପକୃତ ହେବେ। ୨୦୧୭ ଖରିଫରେ ଚାଷୀ ଶସ୍ୟବୀମା ପାଇବେ। ପୂର୍ବରୁ ଜଳସେଚିତ ଅଞ୍ଚଳକୁ ଫସଲ ବୀମାରେ ସାମିଲ କରା ଯାଉ ନ ଥିଲା।

ହାତୀପଲ ଘର ଭାଙ୍ଗିଲେ

ହାତୀପଲ ଘର ଭାଙ୍ଗିଲେ

ଅମ୍ବାଭୋନା,୨୧।୭(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ହାତୀପଲ ଏହି ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ପଞ୍ଚାୟତର ଜରିମୁଲି ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ପରିସର ଜଳାର୍ଣ୍ଣବ

ପ୍ରାଥମିକ ବିଦ୍ୟାଳୟ ପରିସର ଜଳାର୍ଣ୍ଣବ

ବଙ୍ଗୋମୁଣ୍ଡା,୨୧।୭(ଡି.ଏନ୍‌.ଏ.): ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାସ୍ଥିତ ପ୍ରାଥମିକ ବିଦ୍ୟାଳୟର ପରିସର ଜଳାର୍ଣ୍ଣବ ହୋଇଛି ା ବିଦ୍ୟାଳୟ ପରିସରରେ ଅଳ୍ପ ବର୍ଷାରେ ପାଣି ଜମା ରହୁଛି। ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ହୋଇଛି।

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌ ଦିଗ୍‌ହରା: ୭ ବଛର୍‌ ବିତ୍‌ଲା, ଦର୍‌ଖଁଡ଼ିଆ ହେଇଛେ ଶୌଚାଲୟ

ଗୁଡଭେଲା,୨୧।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ୍‌ରେ ଦିଗ୍‌ହରା ହେଇପଡ଼ିଛେ ସ୍ବଚ୍ଛ ବିଦ୍ୟାଲୟ ଅଭିଯାନ୍‌। କୋଲ୍‌ ଇଣ୍ଡିଆ ଲିମିଟେଡ ତର୍‌ଫୁ ସର୍ବଶିକ୍ଷା ଅଭିଯାନ୍‌ ଜରିଆରେ ଭିନେ ଭିନେ ସ୍କୁଲ୍‌ରେ ଛାତ୍ରୀମାନ୍‌କର ଲାଗି ଶୌଚାଲୟ ତିଆର କର୍‌ବାର ଯୋଜ୍‌ନା ତିଆର ହେଇଥିଲା।

ଓକିଲ ସଂଘ ନିର୍ବାଚନ: ଦିଲୀପ ଗୁରୁ ସଭାପତି, ବିକାଶ ପ୍ରଧାନ ସମ୍ପାଦକ

ଓକିଲ ସଂଘ ନିର୍ବାଚନ: ଦିଲୀପ ଗୁରୁ ସଭାପତି, ବିକାଶ ପ୍ରଧାନ ସମ୍ପାଦକ

ଦେବଗଡ,୨୧। ୭(ସ୍ବ.ପ୍ର.) : ଦେବଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ଗୁରୁବାର ପ୍ରାର୍ଥିପତ୍ର ଦାଖଲ ତଥା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଥିଲା।

ପରିତ୍ୟକ୍ତ ଫସଲ ଦେଉଛି ଅନେକଙ୍କୁ ଆହାର

ପରିତ୍ୟକ୍ତ ଫସଲ ଦେଉଛି ଅନେକଙ୍କୁ ଆହାର

ବୀରମହାରାଜପୁର,୨୧।୭(ଡି.ଏନ.ଏ.): ପରିତ୍ୟକ୍ତ ଫସଲ ଅର୍ଥାତ ଧାନ ଅମଳ ପରେ ଚାଷୀ ଜମିରେ ଛାଡି ଯାଇଥିବା ନଡା ମୂଳରୁ ବଢ଼ିଥିବା ଗଛ ପୁଣି ଥରେ ଲୋକଙ୍କ ଉତ୍ପାଦନର ଏକ ମାଧ୍ୟମ ପାଲଟିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଜଣେ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା, ଜଣେ ଗିରଫ

ଖଡିଆଳ,୨୧।୭(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ଥାନା ଡୁଆଝର ଗାଁର ରଜାମୁଣ୍ଡା ପୋଖରୀରେ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଇଭିଏମ୍‌ କବଜାରେ ଅଞ୍ଚଳ ମହାବିଦ୍ୟାଳୟର ୫ ଶ୍ରେଣୀ ଗୃହ

ଇଭିଏମ୍‌ କବଜାରେ ଅଞ୍ଚଳ ମହାବିଦ୍ୟାଳୟର ୫ ଶ୍ରେଣୀ ଗୃହ

ପଦ୍ମପୁର, ୨୧।୭ (ଡି.ଏନ.ଏ): ବିଜେପୁର ଉପନିର୍ବାଚନ ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଷ୍ଟ୍ରଙ୍କ ରୁମ୍‌ ତିଆରି ହେବା ସହ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ ମେସିନ ରଖାଯାଇଥିଲା ।

ଡୁଙ୍ଗୁରିପାଲିରେ ମଶା, ମାଛି ଚାଷ

ଡୁଙ୍ଗୁରିପାଲିରେ ମଶା, ମାଛି ଚାଷ

ଡୁଙ୍ଗୁରିପାଲି,୨୧।୭(ଡି.ଏନ.ଏ.): ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଡ୍ରେନେଜ ବ୍ୟବସ୍ଥା ଅଭାବରୁ ବର୍ଷା ପାଣି ଜମି ରହୁଥିବାରୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ଦେଖାଯାଇଛି ।

ଝାଡଖଣ୍ଡକୁ ଲମ୍ବିଛି ବେଆଇନ ଗୋ ଚାଲାଣ ର଼୍ୟାକେଟ

ନୂଆଗାଁ,୨୧।୭(ଡି.ଏନ.ଏ.): ଦୀର୍ଘ ଦିନର ନୀରବତା ପରେ ପୁଣି ଆରମ୍ଭ ହୋଇଛି ବେଆଇନ ଗୋ ଚାଲାଣ । ଦିନ ଦ୍ୱିପହରେ ରାଜରାସ୍ତା ଦେଇ ବେଆଇନ ଭାବରେ ଗୋ ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଣି କ୍ଷୋଭ ପ୍ରକାଶ ପାଇଛି।

ଲାଞ୍ଜିଗଡରେ ବନ୍ୟା ବିତ୍ପତ୍।ତ, ହନ୍ତସନ୍ତ ଅଞ୍ଚଳବାସୀ

ଲାଞ୍ଜିଗଡରେ ବନ୍ୟା ବିତ୍ପତ୍।ତ, ହନ୍ତସନ୍ତ ଅଞ୍ଚଳବାସୀ

ଲାଞ୍ଜିଗଡ଼,୨୧।୭(ଡି.ଏନ୍‌.ଏ): ଗତ କିଛି ଦିନ ହେବ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜମିରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ଉଜୁଡି ଯାଇଥିବାବେଳେ ଶହଶହ ହେକ୍ଟର ଜମି ବାଲିଚର ପାଲଟିଛି ।

ଜରିମୁଲି ଗ୍ରାମରେ ହାତୀ ଆତଙ୍କ

ଜରିମୁଲି ଗ୍ରାମରେ ହାତୀ ଆତଙ୍କ

ଅମ୍ବାଭୋନା,୨୧।୭(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀପଲ ଏହି ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ପଞ୍ଚାୟତର ଜରିମୁଲି ଗ୍ରାମକୁ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ