ସମ୍ବଲପୁର

ଗଛ ତଳ ପାଲଟିଛି ଦମ୍ପତିଙ୍କ ଠିକଣା

ଗଛ ତଳ ପାଲଟିଛି ଦମ୍ପତିଙ୍କ ଠିକଣା


ରାଉରକେଲା ଅଫିସ,୧୩।୧୨- ଗତ ୨୦ବର୍ଷ ଧରି ଖୋଲା ଆକାଶ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ। ଗଛ ମୂଳେ ରୋଷେଇବାସ। କାନ୍ଥ କଡ଼ରେ ଶୟନ। ଖରା ହେଉ କି ବର୍ଷା ଅବା ଛାତିଥରା ଶୀତ, ପଲିଥିନ କିମ୍ବା ଚାଦର ଖଣ୍ଡିକ ଆଶ୍ରା। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାଶନକାର୍ଡ ଗତ ୧୦ମାସ ହେବ ଅଚଳ। ସୁଲଭ ଦୋକାନୀ କହିଲେ ତୁମର ବ୍ୟାଙ୍କ ପାସ୍‌ ବୁକ୍‌ ଆଣ। ନ ହେଲେ ସାମଗ୍ରୀ ମିଳିବନି। ବ୍ୟାଙ୍କ ଖାତା ଖୋଲିବାକୁ ଆବଶ୍ୟକ ଅର୍ଥ ଓ କାଗଜପତ୍ର ଯୋଗାଜ଼ କରି ପାରିଲେନି ଏହି ବୃଦ୍ଧ ଦମ୍ପତି। ସେବେଠୁ ଆଉ ଦୋକାନୀ ସାମଗ୍ରୀ ଦେଉନାହାନ୍ତି। ଯେତେ ନେହୁରା ହେଲେ ବି କେହି ଶୁଣିଲେନି। ପଲିଥିନ ବିକିଲେ ସଂସାର ଚଳେ। ଏଥିରୁ ଦିନକୁ ମିଳୁଛି ୧୦ରୁ ୨୦ ଟଙ୍କା। ଏତିକିରେ ଡାଲି ଚାଉଳ କିଣିବା ଯେତେବେଳେ ମୁସ୍କିଲ ପନିପରିବା କଥା ପଚାରେ କିଏ। ପାଖ ବାସିନ୍ଦା ଦିନେ ଅଧେ ଯାହା ଯାଚି ଦିଅନ୍ତି ସେଥିରେ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାଆନ୍ତି। ଉପଯୁକ୍ତ ଖାଦ୍ୟାଭାବରୁ ଏବେ ଶରୀର ରୋଗିଣା ହୋଇଗଲାଣି। ଏମିତି ଦୟନୀୟ ଜୀବନ ବିତାଉଛନ୍ତି ଦକ୍ଷିଣ ରାଉରକେଲା ଟାଙ୍ଗରପାଲି ବସ୍ତିବାସିନ୍ଦା ଲଳିତ ନାୟକ (୬୨) ଓ ସ୍ତ୍ରୀ ପତି ନାୟକ (୫୬)। ପରିବାରରେ ଆଉ କେହି ନାହାନ୍ତି। ଭଙ୍ଗା ପ୍ଲାଷ୍ଟିକ, ଚିରା ଫଟା ପଲିଥିନ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ପ୍ରାୟ ୩୦ବର୍ଷ ପୂର୍ବେ ଟାଙ୍ଗରପାଲି ପଛ ବସ୍ତି ଝାରମୁଣ୍ଡାରେ ବଖରାଏ ମାଟି ଘର ଥିଲା ଏମାନଙ୍କର। ଝଡ଼ବର୍ଷାରେ ଭାଙ୍ଗିଯିବା ପରେ ଦୁହେଁ ଉପର ବସ୍ତିକୁ ଚାଲି ଆସିଥିଲେ। କେତେବେଳେ କାହା ଓଳି ତଳେ ତ କାହା ବାରଣ୍ଡାରେ ଗଣ୍ଡେ ରୋଷେଇ କରି ଚଳିଯାଉଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ସେତିକ ବି ଆଉ ଭାଗ୍ୟରେ ଜୁଟିଲାନି। ବାଧ୍ୟହୋଇ ଗଛ ମୂଳକୁ ଚାଲି ଆସିଲେ ବୋଲି କୁହନ୍ତି ଲଳିତ ଓ ପତି। ଅନେକ ସମୟରେ ପବନ ଯୋଗୁ ଠିକଭାବେ ଖାଦ୍ୟ ରାନ୍ଧି ହୁଏନି। ଚୁଲି ଲିଭିଯାଏ। ଦରସିଝା ଖାଇ ଦେଉ। ସରକାରୀ ଗହମ ଚାଉଳ ମିଳୁଥିବାବେଳେ ଗଣ୍ଡେ ପେଟପୁରା ଖାଇବାକୁ ମିଳୁଥିଲା। ତାହା ମଧ୍ୟ ୧୦ମାସ ହେବ ବନ୍ଦ। କୁଡ଼ିଆ ଘରଟେ ତିଆରି କଲେ ୨୦/୩୦ ହଜାର ଦରକାର। ଯେତେବେଳେ ପେଟକୁ ଖାଦ୍ୟ ଯୋଗାଡ଼ କରିପାରୁନୁ ଏତେ ଟଙ୍କା ଆଣିବୁ କେଉଁଠୁ ବୋଲି କୁହନ୍ତି ଏହି ବୃଦ୍ଧ ଦମ୍ପତି। ଏଣୁ ଭାଗ୍ୟକୁ ଆଦରି ଏହି କାନ୍ଥ ମୂଳେ ପଡ଼ି ରହିଛୁ। ଆମର ଜମି ପଟ୍ଟା ନ ଥିବାରୁ ସରକାରୀ ସୁବିଧା ପାଇ ପାରିବୁନି ବୋଲି ଲୋକେ କହୁଛନ୍ତି। ଏଇ ଦେଖୁନାହାନ୍ତି, କେମିତି ଗଲା ୧୦ମାସ ହେଲା ଚାଉଳ ଗଣ୍ଡାକ ବନ୍ଦ କରିଦେଲେ ସରକାର। ମୋ ସ୍ବାମୀ ଭତ୍ତା ଟଙ୍କା ପାଇଁ କେତେ ନେହୁରା ହେଲେ। ଲେଖାଲେଖି କରିଦେଲେ। ତାହା ବି ଆଜିଯାଏ ମିଳୁନାହିଁ। କ’ଣ କଲେ ଆମକୁ ଟିକେ ସୁବିଧା ମିଳିବ ବୋଲି କହି କାନ୍ଦି ପକାଇଥିଲେ ପତି। ଖାଦ୍ୟ ସାମଗ୍ରୀ ବନ୍ଦ କରାଯିବା ନେଇ ଜିଲା ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କହିଲେ, ଏମିତି ଅସହାୟ ପରିବାରକୁ ସାମଗ୍ରୀ ବନ୍ଦ କରାଯିବା ସମ୍ପୂର୍ଣ୍ଣ ଅମାନବୀୟ କଥା। ଏନେଇ ମୁଁ ସମ୍ପୃକ୍ତ ସୁଲଭ ଦୋକାନ ସହ ଯୋଗାଯୋଗ କରି ଏହି ପରିବାରକୁ ଶୀଘ୍ର ସାମଗ୍ରୀ ମିଳିବା ବ୍ୟବସ୍ଥା କରିବି ବୋଲି ଟୁଡୁ କହିଛନ୍ତି।

All Right Reserved By

ସମ୍ବଲପୁର

ଯୁବକଙ୍କ ଜୀବନ ନେଲା ଦନ୍ତା

ଯୁବକଙ୍କ ଜୀବନ ନେଲା ଦନ୍ତା

ରେଢାଖୋଲ, ୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜଲା ରେଢାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଅନେକ ଘର ଦ୍ୱାର ଉଜାଡି ଦେଉଛି। ଘର ଭାଙ୍ଗିବା ସହ ଲୋକେ ସାଇତି ରଖିଥିବା ଧାନ ଚାଉଳ ଖାଇ ନଷ୍ଟ କରୁଛି। ଲୋକେ କରିଥିବା କଦଳୀ, ଆମ୍ବ, ପଣସ ଆଦି ଫଳମୂଳ ଓ ପନିପରିବା ଚାଷ ମାଡିଚକଟି ନଷ୍ଟ କରୁଛି । ହାତୀ ପାଦ ଓ ଶୁଣ୍ଢରେ ଗୋଟିଏ ପରେ ଗୋଟିଏ ଜୀବନ ଲୋଟି ପଡୁଛି । ସୋମବାର ସକାଳୁ ପୁଣି ଏମିତି ଏକ ହୃଦୟବିଦାରକ ଘଟଣା ଘଟଥିବା ସାମ୍ନାକୁ ଆସିଛି। ରେଢାଖୋଲ ଉପଖଣ୍ଡ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗାଁର ମୁଣ୍ଡାସାହିରେ ରହୁଥିବା ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଶ୍ରୀପତି ମୁଣ୍ଡା (୪୦) ।

ରେଢ଼ାଖୋଲରେ ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଗହଳଚହଳ

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲରେ ଆନନ୍ଦ ଉଲ୍ଲାସର ସହିତ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ରବିବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ଠାକୁରମାନଙ୍କ ପହଣ୍ଡି ବିଜେ ସାମନ୍ୟ ବିଳମ୍ବ ହୋଇଥିଲା। ମାଉସୀ ମା’ ମନ୍ଦିରରେ ରୀତିନୀତି ଅନୁଯାୟୀ ଠାକୁରମାନଙ୍କ ପୂଜା ସମ୍ପନ୍ନ ହୋଇଥିଲା।

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ରେଢାଖୋଲ,୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହରର ୧୦ନଂ ୱାର୍ଡ ଅଧୀନ ଆଦର୍ଶ ନଗର ପାଣି ଘେରରେ ରହିଛି। ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଆଦର୍ଶନଗରରେ ଖୋଦ ବିଧାୟକ ଇରୋହିତ ପୂଜାରୀଙ୍କ କାର୍ଯ୍ୟାଳୟ ରହିଛି।

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ରେଢ଼ାଖୋଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଯୋର ଓ ନାଳରେ ବନ୍ୟାପାଣି ପ୍ରବାହିତ ହୋଇଛି। ନାଳରେ ଥିବା ପୋଲର ଉଭୟ ପାର୍ଶ୍ୱର ଆପ୍ରୋଚ ରୋଡକୁ ଧୋଇ ବନ୍ୟାପାଣି ନେଇଯାଇଛି।

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ:  ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ: ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ଅଫିସ, ୨୩।୭- ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରର ଅବସ୍ଥା କହିଲେ ନ ସରେ । ଘୋର ଅବ୍ୟବସ୍ଥା ଘେରରେ ରହିଛି ଏହି ଶବ ବ୍ୟବଚ୍ଛେଦ କେନ୍ଦ୍ର । ଦୀର୍ଘଦିନ ହେଲା ଏହି ବ୍ୟବଚ୍ଛେଦ କେନ୍ଦ୍ରର ଫ୍ରିଜର ଚାଲୁନାହିଁ ।

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ଅଫିସ, ୨୩।୭- ତିନିଦିନର ଲଗାଣ ବର୍ଷା ପରେ ନବନିର୍ମିତ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲର ଅବସ୍ଥା ବେହାଲ ହୋଇଛି । ନିମ୍ନମାନର ନିର୍ମାଣ କାମ ଯୋଗୁ ହସପିଟାଲର ବିଭିନ୍ନ ସ୍ଥାନରେ ଏବେ ଛାତରକୁ ବର୍ଷା ପାଣି ଗଳୁଥିବା ଦେଖାଯାଉଛି ।

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବାଲିଶଙ୍କରା,୨୨।୭(ଡି.ଏନ.ଏ: କିଞ୍ଜିରକେଲା ଥାନା ଅନ୍ତର୍ଗତ ସିକାଯୋର ଗ୍ରାମରେ ରବିବାର ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସିବିଲ ଲାକଡା (୪୨)। ପ୍ରକାଶ ଯେ, ଗତ ୨୦ ତାରିଖ ଅପରାହ୍ନରେ ସିବିଲ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ମୋର ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ । ୨୧ତାରିଖ ସକାଳେ ପରିବାର ଲୋକେ ଦେଖିଥିଲେ ତାଙ୍କ ମୁହଁରୁ ଫେଣ ବାହାରୁଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ସମ୍ବଲପୁର,୨୨।୭(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଜଳସ୍ତର ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୯୨ ଫୁଟ ରହିଛି। ଜଳଭଣ୍ଡାରକୁ ବିଗତ ୩ଘଣ୍ଟା ଧରି ପ୍ରତି ସେକେଣ୍ଡରେ ୧,୬୪,୮୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୩୭୦ କ୍ୟୁସେକ୍‌ ନିଷ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୨୯.୮୯ ମିମି ବର୍ଷା ହୋଇଛି। ସେହିପରି ତଳମୁଣ୍ଡରେ ୧୩୦.୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାଠାରେ ୬୨୧. ୪୦ ମିମି ବର୍ଷା ହୋଇଥିବା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ ପକ୍ଷରୁ ସୂଚିତ କରାଯାଇଛି ।

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର, ୨୨ା୭(ଡି.ଏନ.ଏ.): ଦୁଇଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀମରହାରାଜପୁର ଉପଖଣ୍ଡର ଅବସ୍ଥା ବେହାଲ ହୋଇଛି। କେବଳ ଗୋଟିଏ ଦିନ (ଶନିବାର)ର ବୃଷ୍ଟିପାତ ୪୧୩ ମିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଦେଖାଦେଇଛି ବନ୍ୟାଜନିତ ପରିସ୍ଥିତି।

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ