
ବୀରମହାରାଜପୁର, ୧୩।୧୨ (ଡି.ଏନ୍.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ୩ଟି କେନ୍ଦୁପତ୍ର ଫଡିକୁ ଦୁର୍ବୃତ୍ତ ନିଆଁ ଲଗାଇଛନ୍ତି। ଫଳରେ ସମ୍ପୃକ୍ତ ୩ଟି ଫଡି ପୋଡି ଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୋଡି ଯାଇଥିବା ଏହି ୩ଟି ଫଡି ହେଲା ବାରଝୁଲା, କେନଝରିଆପାଲି ଓ ତେଲିପାଲି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ବାରଝୁଲା କେନ୍ଦୁପତ୍ର ଫଡିର କର୍ମଚାରୀ ରାମଚନ୍ଦ୍ର ବେହେରାଙ୍କ ୨ଟି ବଳଦ ଜୀବନ୍ତ ଜଳିଯାଇଛନ୍ତି। ଆଉ ୨ଟି ବଳଦ ଗୁରୁତର ହୋଇଛନ୍ତି। ତେବେ ଖବର ପାଇ ବୀରମହାପୁରସ୍ଥିତ ଦମକଳ କେନ୍ଦ୍ରର କର୍ମଚାରୀ ବାରଝୁଲା ଓ କେନଝରିଆପାଲିରେ ପହଞ୍ଚି ନିଅଁା ଲିଭାଇଥିଲେ। ଅନ୍ୟପକ୍ଷେ ପୁଲେଶ୍ୱର ଛକରେ ଥିବା ଏକ କ୍ୟାବିନ ମଧ୍ୟ ଏହି ରାତିରେ ପୋଡି ଯାଇଛି। ଏଣୁ ଦୁର୍ବୃତ୍ତ ଉପରୋକ୍ତ ୩ କେନ୍ଦୁପତ୍ର ଫଡିକୁ ନିଆଁ ଲଗାଇବା ପରେ ଫେରିବା ବାଟରେ ଏହି କ୍ୟାବିନକୁ ପୋଡି ଦେଇଥିବା ଅନୁମାନ କରାଯାଉଛି। ତିନି ତିନିଟି ଫଡିକୁ ନିଆଁ ଲଗାଇ ଦିଆଯାଇଥିଲେ ବି ଏ ନେଇ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରା ନ ଯିବା ସବୁଠୁ ବଡ ସନ୍ଦେହ ସୃଷ୍ଟି କରିଛି।