ସମ୍ବଲପୁର

ସମ୍ବଲପୁର: ମନ୍ଦିରରେ ଜବରଦଖଲ ଉଚ୍ଛେଦ ବେଳେ ବିରୋଧ

ସମ୍ବଲପୁର: ମନ୍ଦିରରେ ଜବରଦଖଲ ଉଚ୍ଛେଦ ବେଳେ ବିରୋଧ
ସମ୍ବଲପୁର, ୧୩।୧୨ (ବ୍ୟୁରୋ)- ଓଡିଶା ହାଇକୋର୍ଟଙ୍କ ଆଦେଶ ମୁତାବକ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀପଡାସ୍ଥିତ ଯଜ୍ଞ ବରାହ ମହାପ୍ରଭୁଙ୍କ ଜମିରେ ଅନଧିକାର ଦଖଲ ଉଚ୍ଛେଦ କରାଯାଇଛି । ସକାଳ ୧୦ଟାରେ ସଦର ତହସିଲଦାର ଦେବେନ୍ଦ୍ର ନନ୍ଦ, ଯୁଯୁମୁରା ବିଡିଓ ତଥା ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ରାଜେଶ ଅଗ୍ରୱାଲ ପୋଲିସ ସହ ସାକ୍ଷୀପଡାଠାରେ ପହଞ୍ଚତ୍ ଥିଲେ। ହେଲେ ଅଞ୍ଚଳବାସୀ ଏହି ଜବର ଦଖଲ ଉଚ୍ଛେଦକୁ ବିରୋଧ କରିଥିଲେ। ଏପରିକି ସେମାନେ ଜେସିବି ମେଶିନ ସମ୍ମୁଖରେ ବସି ରହିଥିଲେ । ଏଣୁ ଜେସିବି ମେଶିନ ଆଗକୁ ଯାଇ ନ ପାରି ଫେରି ଯାଇଥିଲା । ଏହାପରେ ଜବର ଦଖଲକାରୀଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା । ହାଇକୋର୍ଟର ନିର୍ଦ୍ଦେଶକୁ ଜବର ଦଖଲକାରୀଙ୍କୁ ଦେଖାଯାଇଥିଲା। ଏହାକୁ ଦେଖିବା ପରେ ଜବରଦଖଲକାରୀ ନିଜେ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏ ନେଇ ସଦର ତହସିଲଦାର ଦେବେନ୍ଦ୍ର ନନ୍ଦ କହିଛନ୍ତି ଯେ, ସମ୍ବଲପୁର ମୌଜା ଟାଉନ ୟୁନିଟ୍‌ ନଂ-୫ ସାକ୍ଷୀପଡା ଖାତା ନଂ. ୧୭୫, ପ୍ଲଟ୍‌ ନଂ. ୧୬୨୦, ୧୬୨୭ ଓ ୧୬୨୯ ସମୁଦାୟ ରକବା ୦.୩୭୦ ଡିସିମିଲ ଜମି ଯଜ୍ଞ ବରାହ ମହାପ୍ରଭୁଙ୍କ ନାମରେ ରେକର୍ଡ ଭୁକ୍ତ ରହିଛି । ହାଇକୋର୍ଟଙ୍କ ଆଦେଶ ମୁତାବକ ଏହାର ଉଚ୍ଛେଦ କରାଯାଉଛି । ଏ ନେଇ ଡିସେମ୍ବର ୧୨ ତାରିଖ ସୁଦ୍ଧା ଜବରଦଖଲକାରୀଙ୍କୁ ସ୍ଥାନ ଖାଲି କରିବା ପାଇଁ ଚିଠି ନଂ. ୨୫୮୯/୧୧.୧୨.୨୦୧୭ରେ ସର୍ବ ସାଧାରଣ ନୋଟିସ କରାଯାଇଛି । ତଥାପି ସେମାନେ ସ୍ଥାନ ଖାଲି କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟା ସୁଦ୍ଧା ନୋଟିସ ଜାରି ହୋଇଥିବା ୧୦ଜଣଙ୍କ ଜବରଦଖଲ ଜାଗାକୁ ଖାଲି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ଉଚ୍ଛେଦ ହେଉଥିବା ଅଞ୍ଚଳର ପଡୋଶୀ ସନ୍ତୋଷୀ ସୁନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଘର ସାମଗ୍ରୀ ଅନ୍ୟତ୍ର ନେବା କଷ୍ଟକର। ସେଥିପାଇଁ ସମୟ ଦରକାର। ଏହାକୁ ଜିଲା ପ୍ରଶାସନ ହୃଦୟଙ୍ଗମ କରିବା ଉଚିତ୍‌ । ଆମେ ଗରିବ ଶ୍ରେଣୀର ହୋଇଥିବାରୁ ଆମ ପ୍ରତି ଅତ୍ୟାଚାର କରାଯାଉଛି । ତେଣୁ ଆମେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେବୁ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ଡିଏସପି ତଥା ଅଇଁଠାପାଲି ଥାନା ଅଧିକାରୀ ଶ୍ରୀମନ୍ତ ବାରିକ, ଧନୁପାଲି ଥାନାଧିକାରୀ ତୋଫାନ ବାଗ ସମେତ ସହରର ବିଭିନ୍ନ ଥାନା ଗୁଡିକର ଅଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ସମ୍ବଲପୁର

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲେଜରେ ୧୭ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମସୁରକ୍ଷା ଓ କୋଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। 

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ବୌଦ୍ଧ,୨୪।୧(ସ୍ବ.ପ୍ର.): ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ବୁଧବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ପିଅନ ଗୁରୁତର ହୋଇଥିବା ଜଣାପଡ଼ିଛି। 

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା:  ୩୦ ଦିନ ପରେ ଧାରଣା ହଟିଲା;  ତଳମୁଣ୍ଡ ପାଇଁ ପାଣି ଛଡାଗଲା

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା: ୩୦ ଦିନ ପରେ ଧାରଣା ହଟିଲା; ତଳମୁଣ୍ଡ ପାଇଁ ପାଣି ଛଡାଗଲା

ନୂଆପଡା ଅଫିସ,୨୪ା୧: ନୂଆପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିର ନିଷ୍ପତ୍ତି ପରେ ଜିଲାପାଳ, ଏସପି ଦୁହେଁ ବୁଧବାର ମଧ୍ୟାହ୍ନରେ ଧାରଣାସ୍ଥଳରେ ପହଞ୍ଚତ୍ ନିର୍ଭର ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି । 

ପଞ୍ଚାୟତ ଜମି ଜବରଦଖଲ:  ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ପଞ୍ଚାୟତ ଜମି ଜବରଦଖଲ: ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ନୂଆଗାଁ, ୨୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲାର ଉପାନ୍ତ ତଥା ଆଦିବାସୀ ବହୁଳ ନୂଆଗାଁ ବ୍ଲକରେ ରହିଛି ମୋଟ ୨୦ଟି ପଞ୍ଚାୟତ। ସେଥିମଧ୍ୟରୁ ସଦର ନୂଆଗାଁ ପଞ୍ଚାୟତ ଅନ୍ୟତମ। ସଦର ପଞ୍ଚାୟତ ହୋଇଥିବାରୁ ଏହା ନିଶ୍ଚିତ ରୂପେ ବ୍ଲକରେ ଏକ ପ୍ରମୁଖ ପଞ୍ଚାୟତ ଭାବରେ ରହିଛି।

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୪।୧(ଡି.ଏନ୍‌.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କଇଁସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ କିଆବତୀ ଭୈଁଷାଲ (୬୫)। ମଙ୍ଗଳବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମତଲିଆ ଜବତି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀ ଗାଁକୁ ଚାଲିଆସିଥିଲା।

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା|