Dharitri News
ମନୋରଞ୍ଜନ |

ସେକ୍ସିଏଷ୍ଟ ପୁରୁଷ ଶାହିଦ

ସେକ୍ସିଏଷ୍ଟ ପୁରୁଷ ଶାହିଦ ଲଣ୍ଡନ: ଏସିଆର ସବୁଠାରୁ ସେକ୍ସି ପୁରୁଷ ମାନ୍ୟତା ପାଇଛନ୍ତି ଅଭିନେତା ଶାହିଦ କପୁର। ବ୍ରିଟେନ୍‌ ପକ୍ଷରୁ କରାଯାଇଥିବା ଏକ ଭୋଟ୍‌ରେ ଶାହିଦଙ୍କୁ ଚଳିତ ବର୍ଷର ‘ସେକ୍ସିଏଷ୍ଟ ଏସିଆନ୍‌ ମେନ୍‌’ ବିବେଚନା କରାଯାଇଛି। ଲଣ୍ଡନର ସାପ୍ତାହିକ ପତ୍ରିକା ‘ଷ୍ଟର୍ନ ଆଇ’ ଦ୍ୱାରା କରାଯାଇଥିବା ଭୋଟ୍‌ରେ ଏସିଆର ୫୦ ଜଣ ସେକ୍ସିଏଷ୍ଟ ଅଭିନେତାଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ଅନ୍‌ଲାଇନ୍‌ ଭୋଟ୍‌ରେ ବିଶ୍ୱବ୍ୟାପୀ ଜନସାଧାରଣ ଭୋଟ ଦେଇଥାନ୍ତି। ଏଥିରେ ଶୀର୍ଷ ସ୍ଥାନରେ ରହିଛନ୍ତି ୩୬ ବର୍ଷୀୟ ଶାହିଦ। ରିପୋର୍ଟ ପ୍ରକାଶ ପାଇବା ପରେ ଶାହିଦ ‘ଇଷ୍ଟର୍ନ ଆଇ’ ଏବଂ ତାଙ୍କ ପାଇଁ ଭୋଟ୍‌ ଦେଇଥିବା ସମସ୍ତ ପ୍ରଶଂସକଙ୍କୁ ଶାହିଦ ଧନ୍ୟବାଦ ଜଣାଇଛନ୍ତି। ଏହି ତାଲିକାରେ ଶାହିଦଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହ୍ରିତିକ୍‌ ରୋଶନ୍‌। ପୂର୍ବରୁ ହ୍ରିତିକ୍‌ ସେକ୍ସିଏଷ୍ଟ ପୁରୁଷ ଟାଇଟଲ ହାସଲ କରିସାରିଛନ୍ତି। ତାଙ୍କ ପଛରେ ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ୍‌ ଗାୟକ ଜିୟାନ୍‌ ମଲିକ୍‌। ଜିଆନ୍‌ ହେଉଛନ୍ତି ୨୦୧୬ ଟାଇଟଲ୍‌ ଧାରୀ। ସେହିପରି ଟେଲିଭିଜନ୍‌ ଅଭିନେତା ଭିଭିଆନ୍‌ ଡେନା (୪ର୍ଥ), ଆଶିଷ ଶର୍ମା(୫ମ), ପାକିସ୍ତାନୀ ଅଭିନେତା ଫଓ୍ବାଦ୍‌ ଖାନ୍‌ (୬ଷ୍ଠ), ସଲ୍‌ମାନ ଖାନ୍‌ (୭ମ), ଗୁର୍‌ମିତ ଚୌଧୁରୀ (୮ମ), ରଣବୀର ସିଂ (୯ମ), ବିରାଟ କୋହଲୀ (୧୦ମ) ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେକ୍ସି ପୁରୁଷ ତାଲିକାରେ ନୂଆକରି ସ୍ଥାନ ପାଇଛନ୍ତି ‘ୟେ ରିସ୍ତା କ୍ୟା କେହଲାତା ହୈ’ର ଅଭିନେତା ମୋହସିନ୍‌ ଖାନ୍‌। ସେ ୧୭ତମ ସ୍ଥାନରେ ରହିଛନ୍ତି। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ବରୁଣ ସୋବ୍‌ତୀ (୧୧), ଅଲି ଜାଫର୍‌ (୧୨), ବରୁଣ ଧଓ୍ବନ୍‌ (୧୩), ଅକ୍ଷୟ କୁମାର (୧୮), ସିଦ୍ଧାର୍ଥ ମାଲ୍‌ହୋତ୍ରା (୨୩), ପ୍ରଭାସ (୨୬), ରଣବୀର କପୁର (୨୭), ଆତିଫ୍‌ ଅସ୍‌ଲମ (୪୩) ପ୍ରମୁଖ ରହିଛନ୍ତି। ଗତ ସପ୍ତାହରେ ସେକ୍ସିଏଷ୍ଟ ମହିଳା ତାଲିକା ପ୍ରକାଶ କରିଥିଲା ଏହି ପତ୍ରିକା। ପ୍ରିୟଙ୍କା ଚୋପ୍ରାଙ୍କୁ ଏସିଆର ସେକ୍ସିଏଷ୍ଟ ମହିଳା ଟାଇଟଲ ପ୍ରଦାନ କରାଯାଇଥିଲା।

ମନୋରଞ୍ଜନ |

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା

ନୂଆଦିଲ୍ଲୀ: ଜଣେ ପର୍ନଷ୍ଟାରରୁ ବଲିଉଡର ଜଣେ ସଫଳ ନାୟିକା ସାଜିଥିବା ସନ୍ନି ଲିଓନ ମ୍ୟୁଜିୟମରେ ସ୍ଥାନ ପାଇବେ। କହିବାର ତାତ୍ପର୍ଯ୍ୟ ଦିଲ୍ଲୀର ପ୍ରସିଦ୍ଧ ମାଡାମ ତୁସାଡ୍‌ ମ୍ୟୁଜିୟମରେ ତାଙ୍କର ଏକ ମହମର ମୂର୍ତ୍ତି ସ୍ଥାନ ପାଇବ।

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ନୂଆଦିଲ୍ଲୀ,୧୮।୧: ଭାରତର ସବୁ ରାଜ୍ୟରେ ହିନ୍ଦୀ ଚଳଚ୍ଚିତ୍ର ପଦ୍ମାବତ୍‌ ମୁକ୍ତି ଲାଭ କରିବ। କୌଣସି ରାଜ୍ୟ ଏହାକୁ ନିଷିଦ୍ଧ ଘୋଷଣା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି।

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

ନୂଆଦିଲ୍ଲୀ,୧୬।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’କୁ ହରିୟାଣାରେ ମଧ୍ୟ ନିଷିଦ୍ଧ କରାଗଲା। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ପରେ ଏବେ ହରିୟାଣା ସରକାର ଏହି ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ବାରଣ କରିଛନ୍ତି।

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’

ବମ୍ବେ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିଲା ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କଲାକାଣ୍ଡି’। ଟିଜର୍‌ରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏହା ହୋଇପାରିନାହିଁ। ମୁକ୍ତିଲାଭ କରିବାର ତିନି ଦିନ ମଧ୍ୟରେ ଫିଲ୍ମଟି ମାତ୍ର ୩ କୋଟି ୮୫ଲକ୍ଷ ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି।

ବଦଳିଲା ଅୟାରୀର ରିଲିଜ୍‌ ତାରିଖ

ବଦଳିଲା ଅୟାରୀର ରିଲିଜ୍‌ ତାରିଖ

ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଫଦ୍ମାବତ୍‌’ ଡରରେ ବଳଦିଗଲା ନିରଜ ପାଣ୍ଡେଙ୍କ ଫିଲ୍ମ ‘ଅୟାରୀ’ର ରିଲିଜ୍‌ ଡେଟ୍‌। ସିଦ୍ଧାର୍ଥ ମାଲହୋତ୍ରା ଓ ମନୋଜ ବାଜପେୟୀଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହୋଇଥିବା ଫିଲ୍ମ ‘ଅୟାରୀ’ ଆସନ୍ତା ଫେବୃୟାରୀ ୯ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ବଲିଉଡରେ ଏଣ୍ଟ୍ରି କରିବେ ଆଉଜଣେ ଆଡଲ୍ଟ ନାୟିକା

ବଲିଉଡରେ ଏଣ୍ଟ୍ରି କରିବେ ଆଉଜଣେ ଆଡଲ୍ଟ ନାୟିକା

ବମ୍ବେ: ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଖୁବଶୀଘ୍ର ଜଣେ ନାମୀଦାମୀ ଆଡଲ୍ଟ ଷ୍ଟାରଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି। ଏବେ ରାମଗୋପାଳ ବର୍ମା ତାଙ୍କର ଆଗାମୀ ଫିଲ୍ମ ପାଇଁ ଆମେରିକାର ଆଡଲ୍ଡ ଷ୍ଟାର ମିୟା ମାଲକୋଓ୍ବାଙ୍କ ସହ ଶୁଟିଂରେ ବ୍ୟସ୍ତ ଅଛନ୍ତି।

ଏପ୍ରିଲରେ ପରଦାକୁ ଆସିବ ସୈଫ ଅଲ୍ଲି ଖାନ୍‌ଙ୍କ ଫିଲ୍ମ ‘ବଜାର’

ଏପ୍ରିଲରେ ପରଦାକୁ ଆସିବ ସୈଫ ଅଲ୍ଲି ଖାନ୍‌ଙ୍କ ଫିଲ୍ମ ‘ବଜାର’

ନୂଆଦିଲ୍ଲୀ: ସୈଫ ଅଲ୍ଲି ଖାନ୍‌ଙ୍କ ଅଭିନିତ ଫିଲ୍ମ ‘କାଲାକାନ୍ଦି’ ଜାନୁୟାରୀ ୧୨ରେ ପରଦାକୁ ଆସୁଥିବା ବେଳେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ବଜାର’ର ରିଲିଜ୍‌ ଡେଟ୍‌ ମଧ୍ୟ ସ୍ଥିର ହୋଇ ସାରିଛି। ଏପ୍ରିଲ ୨୭ରେ ମୁକ୍ତିଲାଭ କରିବ ‘ବଜାର’।

ବକ୍ସ ଅଫିସ୍‌ ଟକ୍କର: ୨ଦିନରେ ଆସିବ ୩ଟି ଫିଲ୍ମ

ବକ୍ସ ଅଫିସ୍‌ ଟକ୍କର: ୨ଦିନରେ ଆସିବ ୩ଟି ଫିଲ୍ମ

ବମ୍ବେ,୮।୧: ବିବାଦରେ ଫସିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ର ରିଲିଜ୍‌ ତାରିଖ ଏକ ପ୍ରକାର ସ୍ଥିର ହୋଇ ସାରିଛି। ଜାନୁୟାରୀ ୨୫ରେ ଏହା ରିଲିଜ୍‌ ହେବ ବୋଲି ଆଲୋଚନା ହେଉଛି। ଠିକ୍‌ ଏହିଦିନ ହିଁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’ ରିଲିଜ୍‌ ହେବ। ଆଉ ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜାନୁୟାରୀ ୨୬ରେ ପରଦାକୁ ଆସିପାରେ ଫିଲ୍ମ ‘ଅୟାରୀ’।

ହାତକୁ ଦିହାତ ହେବେ ସୋନମ୍‌

ହାତକୁ ଦିହାତ ହେବେ ସୋନମ୍‌

ବମ୍ବେ: ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ଅନୁଷ୍କା ଶର୍ମାଙ୍କ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଦିଭା ସୋନମ କପୁର। ବହୁଦିନର ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ସହ ସୋନମଙ୍କ ସମ୍ପର୍କକୁ ନେଇ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଉଭୟେ ଏହାକୁ ଏଡେଇ ଯାଉଥିଲେ।

ଦୀପିକାଙ୍କ ରହସ୍ୟର ଉତ୍ତର ଖୋଜନ୍ତି ପ୍ରଶଂସକ

ଦୀପିକାଙ୍କ ରହସ୍ୟର ଉତ୍ତର ଖୋଜନ୍ତି ପ୍ରଶଂସକ

ବମ୍ବେ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ କୁଇନ୍‌ ଦୀପିକା ପାଦୁକୋନ୍‌ଙ୍କୁ ନେଇ ଏକ ବିଶେଷ ପ୍ରଶ୍ନର ଉତ୍ତର ଖୋଜନ୍ତି ତାଙ୍କ ପ୍ରଶଂସକମାନେ। ଏହା କୌଣସି ରହସ୍ୟଠାରୁ କମ୍‌ ନୁହେଁ।

ରିମେକ୍‌ ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ନେବେ ୧୦ କୋଟି

ରିମେକ୍‌ ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ନେବେ ୧୦ କୋଟି

ବମ୍ବେ: ଏକ ରିମେକ୍‌ ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଡିମାଣ୍ଡ କରିଛନ୍ତି ୧୦ କୋଟି ଟଙ୍କା। ୧୯୬୭ ରେ ରିଲିଜ ହୋଇଥିବା ଫିଲ୍ମ ‘ରାତ୍‌ ଔର୍‌ ଦିନ୍‌’ ର ରିମେକ୍‌ ହେବ। ଏଥିରେ ନର୍ଗିସ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଐଶ୍ୱର୍ଯ୍ୟାଙ୍କୁ ଅଫର୍‌ ମିଳିଛି, ଯାହା ପାଇଁ ସେ ୧୦ କୋଟି ଟଙ୍କା ମାଗିଛନ୍ତି।

ରଣବିରଙ୍କ ସହ ନିର୍ବନ୍ଧ କରିବେ ଦୀପିକା

ରଣବିରଙ୍କ ସହ ନିର୍ବନ୍ଧ କରିବେ ଦୀପିକା

ବମ୍ବେ: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନା। ବଲିଉଡ୍‌ର ଅନେକ ତାରକା ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇବାକୁ ଚେଷ୍ଟା କଲେ ହେଁ ତାହା ଜଣାପଡିଯାଇଥାଏ। ସେହିପରି ଦୀପିକା ରଣବୀରଙ୍କ ସହ ନିଜ ସମ୍ପର୍କକୁ ଲୁଚାଉଥିଲେ ହେଁ ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖାଯାଇଥାଏ। ବିବାହ ପାର୍ଟି ହେଉ ଅଥବା କିଛି ପୁରସ୍କାର ଉତ୍ସବ ରଣବୀରଙ୍କ ସହ ସେଠାରେ ପହଞ୍ଚିଯାନ୍ତି ଦୀପିକା।