ଅପରାଧ |

ଝାରପଡାରେ ବୋମାମାଡ଼: ଉନ୍ନୟନ କମିଟି ସମ୍ପାଦକଙ୍କ ଘରକୁ ୪ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଝାରପଡାରେ ବୋମାମାଡ଼: ଉନ୍ନୟନ କମିଟି ସମ୍ପାଦକଙ୍କ ଘରକୁ ୪ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

କଟକରୋଡ, ୧୩।୧୨(ଡି.ଏନ୍‌.ଏ.)- ଦେଢ଼ଶହ ମିଟର ଦୂରରେ ଲକ୍ଷ୍ମୀସାଗର ଥାନା। ଦୁଇଶହ ମିଟର ଦୂରରେ ଝାରପଡ଼ା ଜେଲ୍‌। ତଥାପି ହାଇ ସିକ୍ୟୁରିଟି ଜୋନ୍‌ ଭାବେ ପରିଚିତ ଏହି ଇଲାକାରେ ଦୁର୍ବୃତ୍ତ ବୋମାମାଡ଼ କରି ଅନ୍ୟାୟାସରେ ଫେରାର ହୋଇଗଲେ। ପୋଲିସକୁ ବି ସେମାନଙ୍କର କୌଣସି ପତ୍ତା ମିଳିଲା ନାହିଁ। ଏଭଳି ରହିଛି ରାଜଧାନୀର ସୁରକ୍ଷା ବ୍ୟବସ୍ଥା। ୨ସପ୍ତାହ ତଳେ ଏହି ଅଞ୍ଚଳରେ ଅନୁରୂପ ବୋମାମାଡ଼ ଘଟଣା ଘଟିଥିଲେ ବି ପୋଲିସ ହାତ ଖାଲି। ଏସ୍‌ଆଇ, ଆଇଆଇସିମାନଙ୍କୁ ପଦୋନ୍ନତି ଦିଆଚାଲିଥିବାବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ସହରବାସୀଙ୍କ ମନରେ ପ୍ରଶ୍ନ ଉଠିଲାଣି।
ବୁଧବାର ରାତି ପ୍ରାୟ ୮ଟା। ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡା ଦୋଳମଣ୍ଡପ ନିକଟରେ ରହୁଥିବା ଝାଡପଡା ଉନ୍ନୟନ କମିଟି ସମ୍ପାଦକ ସଞ୍ଜୀବ କୁମାର ହରିଚନ୍ଦନଙ୍କ ଘର ଉପରକୁ ଲଗାତାର ଭାବେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ବିସ୍ଫୋରଣ ଶବ୍ଦରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏକ କଳା ପଲ୍‌ସର ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ଏହି କାଣ୍ଡ ଘଟାଇ ଚାଲିଯାଇଥିଲେ। ସେତେବେଳେ ସଞ୍ଜୀବ ତାଙ୍କ ଘରର ଉପର ମହଲାରେ ଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ସଞ୍ଜୀବଙ୍କ ଏକ ସ୍କର୍ପିଓ(ଓଡି-୦୨ଏକ୍ସ-୩୦୦୬) ଓ ଅନ୍ୟ ଏକ ଅଲ୍‌ଟୋ କାର(ଓଆର୍‌-୦୨ଜେଡ୍‌-୭୦୮୧)କୁ ଲକ୍ଷ୍ୟ କରି ୩ଟି ବୋମା ଫିଙ୍ଗିଥିଲେ। ଏହାପରେ ସଞ୍ଜୀବ ରହୁଥିବା ଘରକୁ ଏକ ବୋମା ଫିଙ୍ଗିଥିଲେ। ବୋମାମାଡ଼ରେ ସ୍କର୍ପିଓ ଏବଂ ଅଲଟୋ କାର କ୍ଷତିଗ୍ରସ୍ତ ହୋଇଛି। ବୋମାର କିଛି ଟୁକୁରା ଅଂଶ ସହ ଲୁହା କଣ୍ଟା ବିଛାଡି ହୋଇ ପଡିଥିଲା। ଘଟଣା ପରେ ସଞ୍ଜୀବଙ୍କ ଘରର ତଳ ମହଲାରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ଟେର ପାଇ ନ ଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁ ଓ ଜୋନ୍‌-୪ ଏସିପି ଶୁଭେନ୍ଦୁ ସିହ୍ନା ଘଟଣା ସ୍ଥଳରେ ପହଞ୍ଚିଥିଲେ। ସଞ୍ଜୀବଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ପୋଲିସ ସଂଗ୍ରହ କରି ଯାଞ୍ଚ କରୁଛି।
ସଞ୍ଜୀବଙ୍କ କହିବା ଅନୁଯାୟୀ, ପୂର୍ବରୁ ତାଙ୍କ ସହ କାହାର ବ୍ୟକ୍ତିଗତ ଶତ୍ରୁତା ଥିବା ନଜରରେ ନାହିଁ। କିଛିଦିନ ଧରି ଝାରପଡା ଅଞ୍ଚଳରେ କେତେକ ଉନ୍ନୟନ କାର୍ଯ୍ୟ ଚାଲିଛି। ଏଥିରେ ଅସନ୍ତୁଷ୍ଟ ହୋଇ କେହି ବାରମ୍ବାର ଏଭଳି ବୋମା ମାଡ କରି ଭୟଭୀତ କରାଇବା ପାଇଁ ଉଦ୍ୟମ କରୁଛି। ଝାରପଡା ଉନ୍ନୟନ କମିଟି ସଭାପତି ଶ୍ରୀଧର ଜେନା କହିଛନ୍ତି, ଗତ ନଭେମ୍ବର ୩୦ ରାତିରେ ମଧ୍ୟ ଝାରପଡାର ଜଣେ ପୁରୁଖା ନାଗରିକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଦୁଇ ଦୁର୍ବୃତ୍ତ ଏକ ପଲ୍‌ସର ବାଇକ୍‌ରେ ଆସି ତାଙ୍କ ଘର ଉପରକୁ ଲଗାତାର ୪ଟି ବୋମା ମାଡ କରିଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ଏହି ଘଟଣାରେ ପୋଲିସ ନିଷ୍କ୍ରିୟ ରହିବା ଫଳରେ ପୁଣି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇ ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସମସ୍ତ ଗ୍ରାମବାସୀ ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିବେ ବୋଲି ଜେନା କହିଛନ୍ତି।

All Right Reserved By

ଅପରାଧ |

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ରାହାଞ୍ଜ ନିକଟରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି।

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ଅଫିସ,୨୨।୭: ବାରିପଦା ସହରରେ ସକ୍ରିୟ ହୋଇଛନ୍ତି ଲୁଟେରା। ସହରର ୪ଟି ଏଟିଏମ୍‌ରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ସମସ୍ତ ଏଟିଏମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ସହରର ତୁଳସୀଚୌରା, ଷ୍ଟେସନ ବଜାର, ପଲବଣି ଓ ଅସ୍ତିଆ ସ୍ଥିତ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଏହି ଲୁଟ ହୋଇଛି।

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ ଗିରଫ

ଚଣ୍ଡିଖୋଲ,୨୨।୭(ଡି.ଏନ.ଏ)- ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ବଡ଼ଚଣା ପୋଲିସ ଶନିବାର ସ୍ବାମୀଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରିଛି।

ଧରାପଡ଼ିଲା ଗଞ୍ଜେଇ ଚାଲାଣ ରାକେଟ: ଗଞ୍ଜାମରୁ କୋଲକତା ଭାୟା ଭୁବନେଶ୍ୱର

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଗଞ୍ଜାମରୁ ଭୁବନେଶ୍ୱର ଦେଇ ଟ୍ରେନରେ କୋଲକତା ସମେତ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଶନିବାର କୋଲକତାକୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିବା ଉକ୍ତ ର଼୍ୟାକେଟର ୫ ଅଭିଯୁକ୍ତଙ୍କୁ ଶହୀଦନଗର ପୋଲିସ ଗିରଫ କରିଛି।

ନାବାଳିକା ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

ବାହାନଗା,୨୧।୭(ଡି.ଏନ୍‌.ଏ.)ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ଗ୍ରାମର ଜଣେ ନାବାଳିକାଙ୍କୁ ଆରୂହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ବିବାହିତ ଯୁବକ ଅପହରଣ କରିନେଇଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଥାନାରେ ୩୬୩/୧୮ରେ ଏକ ମାମଲା ରୁଜୁ ହୋଇଥିଲା।

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୧।୭: ରାସୋଳ ବ୍ଲକ ବାବନ୍ଧ ଗ୍ରାମରେ ୨୦୧୫ ଏପ୍ରିଲ ୨୫ରେ ସଙ୍ଗଠିତ ବହୁ ଚର୍ଚ୍ଚିତ ଜୟନ୍ତୀ ସାହୁ (୨୮) ହତ୍ୟାକାଣ୍ଡ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଢେଙ୍କାନାଳ ଜିଲା ଦୌରାଜଜ୍‌ ପ୍ରଣୀତା ମହାନ୍ତି ମାମଲାର ବିଚାର କରି ଅଭିଯୁକ୍ତ କାଳିଆ ସାହୁ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ବାଲିଆପାଳ, ୨୧ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ସେଠାରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହିଥିବା ଖବର ପାଇ ଶୁକ୍ରବାର ଗ୍ରାମବାସୀ ଉକ୍ତ ଘରକୁ ଘେରାଉ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପକାଇଥିଲେ।

ରାଜପଥ କଡ଼ ହୋଟେଲ ନିଶା ବେପାରୀଙ୍କ ଭୂସ୍ବର୍ଗ: ରାତି ଅଧରେ ଚଢାଉ, ୨ ଗିରଫ

ରାଜପଥ କଡ଼ ହୋଟେଲ ନିଶା ବେପାରୀଙ୍କ ଭୂସ୍ବର୍ଗ: ରାତି ଅଧରେ ଚଢାଉ, ୨ ଗିରଫ

ବାହାନଗା, ୨୧।୭(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ସୋରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ରାସ୍ତା କଡରେ ବେଆଇନ ଭାବେ ଗଢିଉଠିଛି ହୋଟେଲ ଓ ରେଷ୍ଟୁରାଣ୍ଟ। ବାହାନଗା ବ୍ଲକ ୧୬ନମ୍ବର ଜାତୀୟ ରାଜପଥ ବେଗୁନିଆ ଓ ଶେରଗଡଠାରେ ଥିବା ଦୁଇଟି ହୋଟେଲ ଓ ରେଷ୍ଟରାଣ୍ଟ ଉପରେ ବୁଧବାର ରାତି ଅଧରେ ଖନ୍ତାପଡା ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ସମ୍ପର୍କୀୟଙ୍କ ଦ୍ୱାରା ନାବାଳିକା ଗର୍ଭବତୀ ହେବା ଘଟଣା: ସୁଧାର ଗୃହ ପକ୍ଷରୁ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ପଟ୍ଟାମୁଣ୍ଡାଇ, ୨୦।୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ନିଜ ଦାଦା ଓ ସମ୍ପର୍କୀୟ ଭାଇ ବଳାତ୍କାର କରିବା ଓ ସେ ଗର୍ଭବତୀ ହେବା ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି ପାରିନାହିଁ।

ବସ୍ତିରେ ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଘରେ ପଶି ୫ଜଣଙ୍କୁ ଖଣ୍ଡାରେ ହାଣିଲେ

ବସ୍ତିରେ ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଘରେ ପଶି ୫ଜଣଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ବସ୍ତିରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ଗୋଟିଏ ପରିବାର ୫ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିରେ ବୁଧବାର ରାତିରେ ଘଟିଛି ଏହି ଘଟଣା।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ