ସମ୍ପାଦକୀୟ |

ସମ୍ପାଦକୀୟ/ ଅନିୟମିତତାର ବିଜୟ

ସମ୍ପାଦକୀୟ/ ଅନିୟମିତତାର ବିଜୟ
ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାର ବିଚାର ସକାଶେ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏଥିପାଇଁ ଅତିକମ୍‌ରେ ୧୨ଟି ସ୍ବତନ୍ତ୍ର କୋର୍ଟ ଗଠନ ସକାଶେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ଡିସେମ୍ବର ୧୨ରେ ସର୍ବୋଚ୍ଚ ଅଦାଲତକୁ ଜଣାଇଛନ୍ତି। ଗୋଟିଏ ପଟେ ବଳାତ୍କାର ଓ ହତ୍ୟା ଭଳି ସଙ୍ଗିନ ମାମଲାରେ ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ। ଜମିବାଡିକୁ ନେଇ ମାମଲା ଦୁଇ ପୁରୁଷ ଯାଏ ଗଡ଼ି ଚାଲିଛି। ଅଦାଲତଗୁଡିକରେ ବିଚାରପତି ଅଭାବ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି। ଅଧସ୍ତନ ଅଦାଲତଗୁଡ଼ିକରେ ପ୍ରଶିକ୍ଷଣ, ଦକ୍ଷତା ଏବଂ ସଂଖ୍ୟାର ଅଭାବ ମଧ୍ୟ ରହୁଛି। ଏସବୁ କଥା ଜାଣିବା ସତ୍ତ୍ୱେ ସୁପ୍ରିମକୋର୍ଟଙ୍କ ତରଫରୁ ବିଧାୟକ ଏବଂ ଏମ୍‌ପିମାନଙ୍କ ସମ୍ପର୍କିତ ମାମଲାଗୁଡ଼ିକର ଅତିଶୀଘ୍ର ବିଚାର କରାଯିବା ସମ୍ପର୍କରେ ଆଗ୍ରହ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଦେଶର କୌଣସି ନାଗରିକ ଅସହମତ ହେବେ ନାହିଁ ଯେ, ନିର୍ବାଚିତ ପ୍ରତିନିଧିମାନେ ନିଷ୍କଳଙ୍କ ରହିବା ଦରକାର। ସେମାନେ ଯେତେ ସ୍ବଚ୍ଛ ରହିଲେ ବି ତାହା କେବେହେଲେ ଯଥେଷ୍ଟ ହେବ ନାହିଁ। ସେଥିପାଇଁ ସୁପ୍ରିମକୋର୍ଟଙ୍କର ଏ ଦିଗରେ ତତ୍ପରତା ଗୋଟିଏ ପଟେ ଆକର୍ଷଣୀୟ ମନେହେଉଥିବା ବେଳେ ଅନ୍ୟପଟେ ତାହା ମନକୁ ଅନେକ ପ୍ରଶ୍ନ ଆଣିଦେଉଛି। ଉଦାହରଣ ସ୍ବରୂପ ପୂର୍ବରୁ ଯାହା ଆମେ କହୁଛୁ ତାହା ଦୋହରା ଯାଇପାରିବ। ଏଠାରେ ସାଧାରଣ ନାଗରିକଙ୍କର ଆଇନ ବ୍ୟବସ୍ଥା ବିଳମ୍ବରେ କାର୍ଯ୍ୟ କରୁଥିବାରୁ ତାହା ଉପରେ ବିଶ୍ୱାସ ତୁଟିଯାଉଛି, ଏ ଦିଗରେ ପ୍ରତିକାରର ଚିନ୍ତା କେହି କରୁନାହାନ୍ତି। ସେହିଭଳି ‘ଲୋକ ପ୍ରତିନିଧି’ ଶବ୍ଦର ବିଶ୍ଳେଷଣ କରାଯିବା ଦରକାର। ଦେଶର ନାଗରିକ ନିର୍ବାଚନରେ ଭୋଟ ଦେଇ ନିଜର ପ୍ରତିନିଧି ବାଛୁଛନ୍ତି। ଭାରତର ସର୍ବୋଚ୍ଚ ପାଠୁଆ ଭୋଟରଙ୍କଠାରୁ ଆରମ୍ଭକରି ଅପାଠୁଆ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଭଲମନ୍ଦ ବୁଝିପାରୁଛନ୍ତି ବୋଲି ବାରମ୍ବାର ରାଜନୈତିକ ପରିବର୍ତ୍ତନ ଆଣି ପ୍ରମାଣ କରିଆସୁଛନ୍ତି। ସେଥିପାଇଁ ଏହି ମାଟିରେ ଏଭଳି କୌଣସି ସନ୍ତାନ ଜନ୍ମ ନେଇନାହିଁ ଯାହାର ଲୋକଙ୍କ ମତକୁ ଭୁଲ ପ୍ରମାଣିତ କରିବାର ଆସ୍ପର୍ଦ୍ଧା ହେବ। ସାଧାରଣ ଭୋଟର ଯେତେବେଳେ ନିଜର ତ୍ରୁଟି ବୁଝୁଛି, ପାଞ୍ଚବର୍ଷ ମିଆଦ ପରେ ସେହି ତ୍ରୁଟିକୁ ସଜାଡି ଦେଉଛି। ସେଥିପାଇଁ ଯେତେ ଜଘନ୍ୟ ହେଲେ ବି ଲୋକପ୍ରତିନିଧିଙ୍କ ମୁଣ୍ଡରେ ସବୁ କଳଙ୍କ ଏବଂ ଅସଫଳତା ଅଜାଡି ଦେବାର ଅନ୍ୟ ଏକ ଅର୍ଥହେଉଛି ଯେ, ସେହି ଲୋକପ୍ରତିନିଧିଙ୍କୁ ବାଛିଥିବା ଜନସାଧାରଣ ଅତ୍ୟନ୍ତ କଳଙ୍କିତ ଏବଂ ଅପାରଗ। ଏଭଳି ଦାବି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ କରିବା କେବେହେଲେ ଗ୍ରହଣୀୟ ହୋଇପାରିବ ନାହିଁ। ଅନ୍ୟ ଶବ୍ଦରେ କହିଲେ, ଭୋଟର ବାଛିଥିବା ଲୋକପ୍ରତିନିଧି ହେଉଛନ୍ତି ସେହି ଭୋଟରଙ୍କ ପ୍ରତିନିଧି। ସେଭଳି ପ୍ରତିନିଧିଙ୍କୁ ଦଣ୍ଡ ଦେବା ପାଇଁ ସାଧାରଣ ନାଗରିକର ଯଥେଷ୍ଟ କ୍ଷମତା ରହିଛି। ସେହି ପ୍ରତିନିଧିର ଭୁଲ ତ୍ରୁଟି ବାଛିବା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟ କରାଇଲେ ତାହା ଅଗଣତାନ୍ତ୍ରିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରଚ୍ଛଦପଟରେ ଭାରତୀୟ ସମାଜକୁ ଦେଖାଯିବା ଦରକାର। ସରକାରୀ ଚାକିରି କରୁଥିବା ପୋଲିସ ଅଫିସର ଥାନା ଭିତରେ ପିଟିପିଟି ନିର୍ଦ୍ଦୋଷଙ୍କୁ ହତ୍ୟା କରିଦେଉଛି। ଲୋକଲୋଚନ ଏବଂ ଗଣମାଧ୍ୟମର ଦୃଷ୍ଟି ପଡ଼ିଲେ ସେହି କର୍ମଚାରୀଙ୍କୁ ଅତିବେଶିରେ ନିଲମ୍ବିତ କରାଯାଉଛି, କିଛିମାସ ପାଇଁ ବଦଳି କରି ଭିନ୍ନ ସ୍ଥାନକୁ ପଠାଇ ଦିଆଯାଉଛି, ଲୋକଙ୍କ ଦୃଷ୍ଟି ଘୁଞ୍ଚି ଗଲାପରେ ସେହି ନିର୍ମମ ହତ୍ୟାକାରୀ ପୁନର୍ବାର ନିଜ ପଦବୀକୁ ଫେରି ନିଲମ୍ବନ ସମୟର ଦରମା ମଧ୍ୟ ଦାବି କରି ଫେରସ୍ତ ପାଉଛି। ଏଭଳି କ୍ଷୁଦ୍ର ଉଦାହରଣଠାରୁ ଏକ ବୃହତ୍‌ ଉଦାହରଣ ଦେଖିବା। ରିଲାଏନ୍ସ କମ୍ୟୁନିକେଶନ (ଆର.କମ୍‌)ର ମାଲିକ ହେଉଛନ୍ତି ଅନିଲ ଅମ୍ବାନୀ। କିଛିମାସ ପୂର୍ବରୁ ଏହି କମ୍ପାନୀ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ଘୋଷଣା କରାଗଲା ଯେ, ନଭେମ୍ବର ଶେଷରେ କମ୍ପାନୀ ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଣ ଦର୍ଶାଇବାକୁ ଯାଇ କୁହାଗଲା ଯେ, କମ୍ପାନୀର ଅତ୍ୟଧିକ କ୍ଷତି ଘଟୁଥିବାରୁ ଏଭଳି ପଦକ୍ଷେପ ନେବାକୁ ମାଲିକ ବାଧ୍ୟହେଲେ। ଏହି ଘଟଣାରେ କୌଣସି ରାଜନେତା, ବିଚାରପତି କିମ୍ବା ସରକାରରେ ଥିବା କର୍ମକର୍ତ୍ତା ପ୍ରଶ୍ନ କରିବାକୁ ଉଚିତ ଭାବିଲେନି ଯେ, ଆର.କମ୍‌ ଉପରେ ବକେୟା ପଡିଥିବା ପ୍ରାୟ ୪୨ ହଜାର କୋଟି ଟଙ୍କାକୁ ଭରଣା କରିବ କିଏ। ଏହି ଅର୍ଥ ହେଲା ବ୍ୟାଙ୍କ ଜମାକାରୀ ଏବଂ ଭାରତରେ ଟିକସ ଦେଉଥିବା ଗରିବ ଜନସାଧାରଣଙ୍କର। ୬୦ ଦିନ ନ ପୂରୁଣୁ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଦସ୍ତଖତ କରିଥିବା ରାଫାଲ ଯୁଦ୍ଧବିମାନ ଚୁକ୍ତି ଅନୁଯାୟୀ ସେହି ବିମାନ ଭାରତରେ ନିର୍ମାଣ କରିବ ଅନିଲ ଅମ୍ବାନୀଙ୍କର ଏକ ଭିନ୍ନ କମ୍ପାନୀ। ଏଭଳି ଗଭୀର ଅର୍ଥନୈତିକ ଅନିୟମିତତା ବିରୋଧରେ କେହି ସ୍ବର ଉତ୍ତୋଳନ ନ କରିବା ପଛରେ ଥିବା କାରଣ ସମସ୍ତଙ୍କୁ ଜଣା। ସିନେମା ଜଗତରେ ଅମିତାଭ ବଚ୍ଚନଙ୍କୁ ସମସ୍ତେ ଜାଣନ୍ତି। ଏହି ଦେଶର ଆଇନ ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ହିରୋ ହୋଇଥିବା ଅମିତାଭ ବଚ୍ଚନ ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ଉଭୟଙ୍କ ନାମରେ କଳାଧନ ଜମା ଥିବା ବିଷୟରେ ପାନାମା ପେପର୍ସ ଏବଂ ପାରାଡାଇଜ୍‌ ପେପର୍ସରେ ସ୍ପଷ୍ଟ ପ୍ରକାଶିତ ହୋଇଛି। ସେହିଭଳି ତ୍ରୁଟି ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଇସ୍ତଫା ଦେବାକୁ ସେହି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବାଧ୍ୟ କଲା। କିନ୍ତୁ ଆମ ଦେଶରେ କୌଣସି ବ୍ୟବସ୍ଥା ଚାଲୁ ନ ଥିବାରୁ ସବୁ ସ୍ତରରେ ନିୟମ ଉଲ୍ଲଂଘନକାରୀ ସଫଳତା ଦେଖିପାରୁଛନ୍ତି। କେବଳ ସେତିକି ନୁହେଁ, ସାମାଜିକ ସ୍ତରରେ ସେମାନଙ୍କୁ ଯଥେଷ୍ଟ ସମ୍ମାନ ମଧ୍ୟ ମିଳୁଛି। ଦୁର୍ନୀତିଗ୍ରସ୍ତ ହତ୍ୟାକାରୀ ପୋଲିସ ଅଫିସର, ଅନିଲ ଏବଂ ଅମିତାଭଙ୍କ ଭଳି ଅଗଣିତ ଉଦାହରଣ ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳୁଛି। ଏଭଳି ସାମାଜିକ ଏବଂ ଅର୍ଥନୈତିକ ସଫଳତା ଦେଖି, ସମ୍ଭବତଃ, ରାଜନେତା ମଧ୍ୟ ସେହି ପଥରେ ଯାଇ ସଫଳତା ହାସଲ କରିପାରିବେ ବୋଲି ଭାବି ଆସୁଛନ୍ତି। ଅନିୟମିତତାର ବିଜୟ ଘଟୁଛି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...