ସମ୍ପାଦକୀୟ |

ବନ୍ୟା କଥା ବି ଭାବ

ବନ୍ୟା କଥା ବି ଭାବ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ
ମହାନଦୀ ଯେତେବେଳେ ଆମର ଜୀବନ ରେଖା, ତାହାର ଚର୍ଚ୍ଚା ନିଶ୍ଚିତ ଭାବରେ ପ୍ରମୁଖତାର ସହ ହେବା କଥା। କିନ୍ତୁ ଚର୍ଚ୍ଚା କେତେ ଗମ୍ଭୀରତା ସହ ହେଉଛି ତାହାକୁ ନେଇ ସେତେ ସଂଶୟ ସୃଷ୍ଟି ହେଉଛି। ଉଭୟ ପକ୍ଷରୁ କେବଳ ଉଦ୍ଭଟ ପରିସଂଖ୍ୟାନ ଓ ଅବାନ୍ତର ଯୁକ୍ତି ଆସୁଛି, ବନ୍ୟାର ଚିନ୍ତା ହିଁ କୋଣଠେସା ହୋଇଯାଉଛି। ପ୍ରଥମେ ଚର୍ଚ୍ଚା କରିବା ଦିଆଯାଉଥିବା କିଛି ଯୁକ୍ତି ବିଷୟରେ। ୨୦୧୬ ସେପ୍ଟେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ନିଜର ଦଳବଳ ସହ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେହି ସଭାର ବିବରଣୀରୁ କରାଯାଇଥିବା ବିଭିନ୍ନ ପକ୍ଷ ପ୍ରଦାନ କରିଥିବା ଅଙ୍କ ଓ ପରିସଂଖ୍ୟାନରେ ଅନେକ ବିଭ୍ରାନ୍ତି ଥିବାର ସୂଚନା ମିଳୁଛି। ଉକ୍ତ ବୈଠକରେ କେନ୍ଦ୍ର ଜଳ ଆୟୋଗ ସୂଚନା ଦେଇଥିଲେ ଯେ, ହୀରାକୁଦର ଉପରମୁଣ୍ଡରେ ଆୟୋଗ ଦ୍ୱାରା ପରିଚାଳିତ ତିନିଟି ପ୍ରବାହ ମାପକ କେନ୍ଦ୍ରରୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଥିବାର କୌଣସି ସୂଚନା ମିଳୁନାହିଁ। ଛତିଶଗଡ ସରକାର ବି ହୀରାକୁଦ ଉପରମୁଣ୍ଡରେ ବସନ୍ତପୁରଠାରେ ଥିବା ଆୟୋଗର ମାପକ କେନ୍ଦ୍ରର ତଥ୍ୟକୁ ଆୟୁଧ କରି ବିଭିନ୍ନ ଦଶନ୍ଧିର ହାରାହାରି ବାହାର କରି କହିଲେ ଯେ, ନଦୀରେ ହାରାହାରି ଜଳପ୍ରବାହ ହ୍ରାସ ପାଇନାହିଁ। ଏତେ ବନ୍ଧବାଡ଼ ପରେ ବି ପ୍ରବାହ ହ୍ରାସ ହୋଇନାହିଁ? ଓଡିଶା ସରକାରଙ୍କ ପରିସଂଖ୍ୟାନ କିନ୍ତୁ ପୂରା ଓଲଟା କଥା କହିଲା। ଓଡିଶା ସରକାର ୧୯୯୦-୯୧ ବର୍ଷରୁ ୨୦୧୩-୧୪ ବର୍ଷରେ ଅଣମୌସୁମୀ ପ୍ରବାହର ଗ୍ରାଫ୍‌ ଦର୍ଶାଇ କହିଲେ ଯେ, ହୀରାକୁଦକୁ ପ୍ରବାହ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। ଆମେ ବି ଓଡିଶା ସରକାରଠାରୁ ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରାପ୍ତ ତଥ୍ୟକୁ ହିସାବ କରି ଦେଖିଲୁ ଯେ ହୀରାକୁଦ ଜଳଭଣ୍ଡାରକୁ ବାର୍ଷିକ ଜଳପ୍ରବାହର ୧୦ ବର୍ଷିଆ ପରିମାଣ ହାରାହାରି କ୍ରମାଗତ ଭାବରେ କମି ୧୯୬୮ମସିହାର ୩୦.୬୨ ନିୟୁତ ଏକର ଫୁଟ୍‌ରୁ ଖସି ୨୦୧୬ ମସିହା ବେଳକୁ ୨୧.୯୫ ନିୟୁତ ଏକର ଫୁଟ୍‌ରେ ପହଞ୍ଚି ସାରିଥିଲା। ଅର୍ଥାତ୍‌, ୧୯୬୮ ମସିହାର ପୂର୍ବ ୧୦ ବର୍ଷର ହାରାହାରି ପ୍ରବାହ ପାଖାପାଖି ତିନି ଭାଗରୁ ଭାଗେ ହ୍ରାସ ପାଇଛି। ଏହା କୌଣସି ହିସାବରେ ବି ଆଦୌ କମ୍‌ ବା ସାଧାରଣ ନୁହେଁ। କାହାର ପରିସଂଖ୍ୟାନ ଠିକ୍‌, କାହାର ଭୁଲ୍‌ ଜାଣିବାର ଅବକାଶ ଆମପାଖରେ ନାହିଁ। ତେବେ ଓଡିଶା ସରକାର ସେହି ବୈଠକରେ ଏମିତି ପରିସଂଖ୍ୟାନ ଦେଇଛନ୍ତି ଯାହା ଆହୁରି ଦୁର୍ବୋଧ୍ୟ। ଓଡିଶା ସରକାର କହିଥିଲେ ଯେ, ଛତିଶଗଡ଼ ତାହାର ବର୍ତ୍ତମାନ ତିଆରି ଚାଲିଥିବା ଓ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ମାଧ୍ୟମରେ ୧୯.୧୮ ନିୟୁତ ଏକର ଫୁଟ୍‌ ଅଧିକ ଜଳ ବ୍ୟବହାର କରିବାର ଯୋଜନା ରଖିଛି, ଯାହା ବର୍ତ୍ତମାନ ଛତିଶଗଡ଼ରୁ ଓଡିଶାକୁ ଆସୁଥିବା ୧୫.୬ ନିୟୁତ ଏକର ଫୁଟ୍‌ରୁ ଅଧିକ। ଏପରି ତଥ୍ୟ ଆଶ୍ଚର୍ଯ୍ୟଜନକ, କାରଣ ଏହାର ଅନ୍ୟ ଅର୍ଥ ହେଲା ଯେ ହୀରାକୁଦକୁ ବୁନ୍ଦାଏ ବି ପାଣି ଆସିବ ନାହିଁ। ଓଡିଶା ସରକାର ଯୁକ୍ତି କରିଛନ୍ତି ଯେ, ଛତିଶଗଡ଼ର ମହାନଦୀ ଅବବାହିକାରେ ଯେତିକି ଜଳ ନାହିଁ ତାହାଠାରୁ ଅଧିକ ଜଳ ଉପଯୋଗ କରିବାର ଯୋଜନା କରିଛି ଛତିଶଗଡ଼ ସରକାର। ଯଦି ଛତିଶଗଡ଼ ସରକାର ଏମିତି ଯୋଜନା କରିଛନ୍ତି ତେବେ ଓଡିଶା ସରକାର ତାହାକୁ ରାଜ୍ୟର ସମସ୍ତଙ୍କୁ ଜଣାଇବା ଦରକାର, କିନ୍ତୁ ତାହାକୁ ନିଜର ୱେବ୍‌ସାଇଟ୍‌ରେ ମଧ୍ୟ ପ୍ରଦାନ କରୁନାହାନ୍ତି। ତେବେ, ଏମିତି ତଥ୍ୟ ଓ ପରିସଂଖ୍ୟାନ କ’ଣ ସତ୍ୟ ଓ ବାସ୍ତବ ହୋଇପାରେ? ଛତିଶଗଡ଼ ସରକାର ଓ କେନ୍ଦ୍ର ଜଳଆୟୋଗ କହୁଛନ୍ତି ଯେ ମହାନଦୀରେ ଜଳପ୍ରବାହରେ କିଛି ପରିବର୍ତ୍ତନ ହୋଇନାହିଁ। ଓଡିଶା ସରକାର କହୁଛନ୍ତି ଯେ ଛତିଶଗଡ଼ର ଯୋଜନା ଅନୁସାରେ ମହାନଦୀର ବୁନ୍ଦାଏ ବି ପାଣି ଛତିଶଗଡ଼ରୁ ଓଡିଶାକୁ ଆସିବ ନାହିଁ। ଉଭୟ ରାଜ୍ୟ ପ୍ରଦାନ କରୁଥିବା ଯୁକ୍ତି ଅତି ଭ୍ରମାତ୍ମକ। ସରକାରମାନେ ଏମିତି ଭ୍ରମପୂର୍ଣ୍ଣ ତଥ୍ୟ ଆଦୌ ଦେବାକଥା ନୁହେଁ, କିନ୍ତୁ ଦେଉଛନ୍ତି ଓ ଦେଇଚାଲିଛନ୍ତି। ସାରା ସମାଜ ଯେତେବେଳେ ସମ୍ପତ୍ତିଲୋଭୀ ହୋଇସାରିଲାଣି, ସରକାରମାନେ ବା ତହିଁରୁ ବାଦ୍‌ ଯାଆନ୍ତେ କିପରି? ଆଇନ ଓ ପରମ୍ପରା ଅନୁସାରେ ସରକାର ହେଉଛନ୍ତି ନଦୀର ସଂରକ୍ଷକ। ସରକାର ମାଲିକ ନୁହନ୍ତି। କିନ୍ତୁ ସରକାରମାନେ ଏମିତି ବ୍ୟବହାର କରୁଛନ୍ତି ଯେମିତି ନଦୀ ତାଙ୍କ ସମ୍ପତ୍ତି ଓ ସେହି ସମ୍ପତ୍ତିକୁ ଉପଭୋଗ କରିବା ହିଁ ତାଙ୍କର ପ୍ରଥମ କର୍ତ୍ତବ୍ୟ। ମହାନଦୀ କ୍ଷେତ୍ରରେ ବି ସେୟା ହେଉଛି। ମହାନଦୀରୁ କିଏ କେତେ ପାଣି ନେବ ତାହାକୁ ନେଇ କଜିଆ ଚାଲିଛି। ଏସବୁ ଭିତରେ, ଓଡିଶା ସରକାର ଅବଶ୍ୟ ଛତିଶଗଡ଼ ସରକାରଠାରୁ ଅନ୍ତତଃ ଗୋଟିଏ ପ୍ରସଙ୍ଗରେ ନିଜର ଭିନ୍ନତା ପ୍ରକଟ କରିଛନ୍ତି। ଓଡିଶା ସରକାର ଏହା ବି ଦାବି କରିଛନ୍ତି ଯେ ମହାନଦୀରେ ପାଣି ବହିବା ଦରକାର। ଓଡିଶା ସରକାର ନଦୀର ପାରିବେଶିକ ଆବଶ୍ୟକତାକୁ ବିଶଦରେ ନ ହେଲେ ବି ଦର୍ଶାଇଛନ୍ତି। ଏବେ ମହାନଦୀ ପ୍ରାଧିକରଣ ଗଠନକୁ ନେଇ ରାଜନୀତି ସରଗରମ ହୋଇଛି। ଭାରତରେ ଆଜିସୁଦ୍ଧା ଗଠିତ ହୋଇଥିବା ଏମିତି ଗୋଟିଏ ବି ନଦୀ ପ୍ରାଧିକରଣ ନାହିଁ ଯେଉଁଠି ନଦୀ ଜଳ ଉପରେ ନିଜର ଅଧିକାର ଭିନ୍ନ ଅନ୍ୟ କିଛି ଦାବି ଉଠିଛି। ଯଦି ଓଡିଶା ପରିବେଶର ଦାବି ଉଠାଇବ ତେବେ ତାହା ପ୍ରଥମ ହେବ। ତେବେ, ଜଳପ୍ରବାହ ହ୍ରାସ ଚିନ୍ତାରେ ବିବ୍ରତ ଓଡିଶା ସରକାର ଏହା ବୋଧହୁଏ ଆଦୌ ବିଚାର କରିନାହାନ୍ତି ଯେ ଜଳପ୍ରବାହରେ ହ୍ରାସ ତାହାପାଇଁ ଏକମାତ୍ର ବିପଦ ନୁହେଁ। ଛତିଶଗଡ଼ରେ ବିଭିନ୍ନ ବନ୍ଧବାଡ଼ କାରଣରୁ ମହାନଦୀରେ ବନ୍ୟା ପ୍ରଶମନ ଓ ନିରାକରଣ ଆହୁରି ଜଟିଳ ହେବାକୁ ଯାଉଛି। ଅନ୍ୟ ଭାବରେ କହିଲେ ଓଡ଼ିଶାରେ ବନ୍ୟା ବିପଦ ଆହୁରି ଭୟଙ୍କର ହେବାକୁ ଯାଉଛି। ଓଡିଶା ସରକାର ଭୁଲିବା କଥା ନୁହେଁ ଯେ ମହାନଦୀରେ ମୋଟ ଜଳପ୍ରବାହରେ ହ୍ରାସ ହେବା ସହ ଗୋଟିଏ ଦଶନ୍ଧି ଭିତରେ ଅନ୍ତତଃ ତିନିଟି ବିଶାଳ ବନ୍ୟା ଆସିଛି। ତିନିଟି ଯାକ ବନ୍ୟା ହୀରାକୁଦ ଜଳଭଣ୍ଡାର କାରଣରୁ ଆହୁରି ଭୟଙ୍କର ହୋଇଥିବା ଅଭିଯୋଗ ହୋଇଛି, ତହିଁରୁ ଗୋଟିଏକୁ ମହାଲେଖାଗାର ମଧ୍ୟ ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୦୮, ୨୦୧୧ ଓ ୨୦୧୪ ମସିହାରେ ହୀରାକୁଦରେ ପାଣି ପରିପୂର୍ଣ୍ଣ ଥିବାବେଳେ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ ଆସିଥିଲା। ହୀରାକୁଦ କେବଳ ସମ୍ଭାଳିବାରେ ଅକ୍ଷମ ହୋଇଥିଲା ତାହା ନୁହେଁ, ଆହୁରି ଅତିରିକ୍ତ ପାଣି ଛାଡିଥିଲା। ଫଳରେ ତଳମୁଣ୍ଡରେ ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା। ୧୯୯୮ ମସିହା ଜାନୁୟାରୀ ମାସରେ ହୀରାକୁଦ ସାମାନ୍ୟ ବନ୍ୟାଜଳ ପ୍ରବେଶକୁ ଅଟକାଇ ପାରିଲାନି, ହଠାତ୍‌ ବନ୍ୟାଜଳ ନିଷ୍କାସନ କଲା, ଯହିଁରେ ୭ଜଣ ଇଂଜିନିୟରିଂ ଛାତ୍ରଙ୍କ ଅମୂଲ୍ୟ ଜୀବନ ଚାଲିଗଲା। ଉପରମୁଣ୍ଡରେ ଯାହାସବୁ ବନ୍ଧବାଡ଼ ହେଉଛି ସବୁ ଜଳ ଉପଯୋଗ ପାଇଁ। ବନ୍ୟା ପ୍ରତିରୋଧ ପାଇଁ ନୁହେଁ। ଜଳଭଣ୍ଡାରକୁ ଭରିବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ରହିବ। ସେଗୁଡିକ ପୂରାଥିବା ବେଳେ ଯଦି ବର୍ଷା ଆସେ ତେବେ ସେମାନେ କେବଳ ଉପରୁ ଆସୁଥିବା ବନ୍ୟାଜଳ ଛାଡ଼ନ୍ତି ନାହିଁ, ତା’ସହିତ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ଜଳ ଛାଡ଼ନ୍ତି। ତାହା ହୀରାକୁଦଠାରେ ବନ୍ୟା ନିୟନ୍ତ୍ରଣକୁ ବେହାଲ କରିଦେବା ସହ ତଳମୁଣ୍ଡରେ ବିପର୍ଯ୍ୟୟ ଘଟାଇବ। ମହାନଦୀ ଏକ ବଡ଼ ପ୍ରସଙ୍ଗ। କିନ୍ତୁ, ଓଡିଶା ସରକାର ତାଙ୍କର ଯୁକ୍ତିକୁ ଆହୁରି ବ୍ୟବସ୍ଥିତ ଓ ପରିବର୍ଦ୍ଧିତ କରିବା ଆବଶ୍ୟକତା ରହିଛି। ଜଳପ୍ରବାହର ହ୍ରାସ ସହିତ ପରିବେଶ ଓ ବନ୍ୟା ଚିନ୍ତା ବି ଯୋଡିବା ଦରକାର। ଖାଲି ଜଳ ବ୍ୟବହାର ଚିନ୍ତା ରହିଲେ ରାଜ୍ୟର ଓ ମହାନଦୀର କ୍ଷତି ହେବା ଥୟ।

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ଦେଶର ପ୍ରଗତିରେ ପରିବହନ ବ୍ୟବସ୍ଥା ସୁଗମ ହେବା ନିତାନ୍ତ ଦରକାର। ଏଥିପାଇଁ ପ୍ରମୁଖ ଉପାଦାନ ହେଉଛି ଇନ୍ଧନ। ଆଜିର ସମୟରେ ପେଟ୍ରୋଲ ଓ ଡିଜେଲ ଦର ଅର୍ଥନୈତିକ ବ୍ୟବସ୍ଥାକୁ ଗତିଶୀଳ କରାଉଛି। ଲୋକମାନଙ୍କ ଯାତାୟାତଠାରୁ ଆରମ୍ଭ କରି ସାମଗ୍ରୀର ଦର ଉପରେ ତୈଳ ଦରର ସିଧାସଳଖ ପ୍ରଭାବ ରହିଛି। ତେଣୁ ପ୍ରତ୍ୟେକ ସରକାର ତେଲ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ହେଲେ ନରେନ୍ଦ୍ର ଦାମୋଦରଦାସ ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ତୈଳ ଦର ଉପରେ ଥିବା ନିୟନ୍ତ୍ରଣକୁ ହଟାଦେଲେ। ଏ ଦିଗରେ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦିଆଗଲା। ଫଳରେ ତେଲ ଦର ବଜାର ବ୍ୟବସ୍ଥା ଅନୁଯାୟୀ ସ୍ଥିରୀକୃତ ହେଉଥିବା କୁହାଯାଉଛି। ଭୁବନେଶ୍ୱରରେ ଏବେ ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇ ...

 ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ସହଦେବ ସାହୁ ଆମ ଦେଶର କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ତା’ର ୨୦୧୬ର ଏଡିଏସ୍‌ଆଇ (ଆକ୍ସିଡେଣ୍ଟାଲ୍‌ ଡେଥ୍‌ ଆଣ୍ଡ୍‌ ସୁଇସାଇଡ୍ସ ଇନ୍‌ ଇଣ୍ଡିଆ)ର ଅଗ୍ରିମ (ପ୍ରୋଭିଜନାଲ୍‌) ରିପୋର୍ଟରେ ପ୍ରକାଶ କରିଛି ଯେ ସାରା ଦେଶରେ ୨୦୧୫ରେ ଚାଷୀ ଆତ୍ମହତ୍ୟା ୧୨,୬୦୨ ଥିବାବେଳେ ୨୦୧୬ରେ ୧୧,୩୭୦କୁ କମିଛି। ଓଡିଶାରେ ସେହି ଢାଞ୍ଚା। ୨୦୧୪ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୫ ଥିଲା, ୨୦୧୫ ଓ ୧୬ରେ ସରକାରୀ ରିପୋର୍ଟରେ ଶୂନ ଥିବାବେଳେ ୨୦୧୭ରେ ୨୦୧୪ ସଂଖ୍ୟାର ଦୁଇଗୁଣ ବଢିଯାଇଛି। ...

ସ୍ତ୍ରୀର ଦରମା

ସ୍ତ୍ରୀର ଦରମା

ରୁଦ୍ର ପ୍ରସନ୍ନ ରଥ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ନାରୀ ଶିକ୍ଷାର ବ୍ୟାପକ ପ୍ରଚାର ଏବଂ ପ୍ରସାର ଘଟିବା ସହ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଛି। ତଥାପି ଦେଶର ପ୍ରଗତିକୁ ଏହା ନୂଆ ଦିଶା ଦେବାରେ ସକ୍ଷମ ନୁହେଁ। କାରଣ ସାମାଜିକ, ରାଜନୈତିକ ଏବଂ ଲିଙ୍ଗଗତ ଭେଦଭାବ ଯୋଗୁ ନାରୀଟିଏ ଅନେକ କ୍ଷେତ୍ରରେ ନିଜ ପାଇଁ ମନପସନ୍ଦର ଚାକିରି ଏବଂ ଦରମା ପାଇବାରେ ସକ୍ଷମ ହୋଇପାରୁ ନାହିଁ।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କ ମଧ୍ୟରେ ବେଳେବେଳେ ଏଭଳି ମାନସିକତା ସୃଷ୍ଟି ହୁଏ, ଯାହାକି ସହଜରେ ବିଶ୍ୱାସ ହୁଏନାହିଁ। ମୋବାଇଲ ଓ ଇଣ୍ଟର୍‌ନେଟ ବ୍ୟବହାର ଯୁଗରେ ମଧ୍ୟ କେତେକଙ୍କ ମଧ୍ୟରେ ରକ୍ଷଣଶୀଳ ଚିନ୍ତାଧାରା ଦେଖାଯାଉଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ। ବାଙ୍ଗାଲୋରର ଜଣେ ଯୁବତୀଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ବିରୋଧ କରି ଲକ୍ଷ୍ନୌର ଅଭିଷେକ ନାମକ ଜଣେ ଯୁବକ ମୁସଲମାନ ଡ୍ରାଇଭର ଚଳାଉଥିବା ଏକ ଘରୋଇ କାର୍‌ ପରିବହନ ସଂସ୍ଥାରେ ଯିବାକୁ ମନା କରିଦେଇଛନ୍ତି। ଏହାକୁ ଟୁଇଟ କରି ସେ କହିଛନ୍ତି ଯେ, ଯଦି ଜଣେ ଯୁବତୀ ରୁଦ୍ର ହନୁମାନ ପୋଷ୍ଟର ଲଗାଯାଇଥିବା କାର୍‌ରେ ...

ଶିଶୁ ବଳାତ୍କାର: ଦଣ୍ଡ କାହିଁ

ଶିଶୁ ବଳାତ୍କାର: ଦଣ୍ଡ କାହିଁ

୨୦୧୨ ନିର୍ଭୟା ଗଣବଳାତ୍କାର ଘଟଣା ପରେ ଭାରତରେ ମହିଳା ନିର୍ଯାତନା ନିରୋଧୀ ସ୍ବର ଯେଭଳି ସର୍ବୋଚ୍ଚରେ ପହଞ୍ଚତ୍ଥିଲା, ଏବେ ସେଭଳି ପରିସ୍ଥିତିର ପୁନରାବୃତ୍ତି ଘଟିଛି। ନିର୍ଭୟାଙ୍କ ବୟସ ୨୩ ହୋଇଥିବା ବେଳେ ଏବେ ଶିଶୁକନ୍ୟାଙ୍କ ଉପରେ ପାଶବିକ ଅତ୍ୟାଚାର ଯେପରି ଭାବେ ବଢ଼ିଚାଲିଛି ତାକୁ ଦେଖିଲେ ବ୍ୟସ୍ତ ଲାଗୁଛି। ଜମ୍ମୁ-କଶ୍ମୀର କଠୁଆର ୮ ବର୍ଷୀୟା କନ୍ୟା, ଗୁଜରାଟ ସୁରଟର ୧୧ ବର୍ଷୀୟା ଝିଅ, ଓଡ଼ିଶା ନୀଳଗିରିର ୪ ବର୍ଷୀୟା ଶିଶୁକନ୍ୟା, ନିଶ୍ଚିନ୍ତକୋଇଲିର ୬ ବର୍ଷୀୟା ଝିଅଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଇନ୍ଦୋରର ୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ପର୍ଯ୍ୟନ୍ତ ଅସଂଖ୍ୟ ଘଟଣା ଘଟିଗଲାଣି। ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଇନ୍ଦୋର ଘଟଣାକୁ ଦେଖିଲେ ଯେ କେହି ବିବ୍ରତ ହେବା ସ୍ବାଭାବିକ। ଇନ୍ଦୋର ଶିଶୁକୁ ବଳାତ୍କାର କରିଥିବା ବ୍ୟକ୍ତି ହେଉଛନ୍ତି ସମ୍ପର୍କୀୟ ମାମୁ। ଦେଖିବାକୁ ଗଲେ ୪ ମାସ ଶିଶୁର ବେକ ଟାଣ ହୋଇ ନ ଥାଏ। ଯିଏ ତା’ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥାଆନ୍ତି ତାଙ୍କ ମାନସିକତା ବୁଝିବା ଅସମ୍ଭବ। ଏଠାରେ ସାମାଜିକ ବିଶ୍ଳେଷଣର ପ୍ରୟୋଜନ ଉଠିଲାଣି। ମନେହେଉଛି, ଯେପରି ଏହା କେବଳ ଘୋର ଯୌନ ଲାଳସାର ପରିଣତି ନୁହେଁ। ସହଜ ଭାଷାରେ କହିବାକୁ ଗଲେ ଏହା ଅତ୍ୟନ୍ତ ଜଘନ୍ୟ ଆପରାଧିକ ମାନସିକତାର ପ୍ରତିଫଳନ।

ରେଭେନ୍‌ସା ଯୁଗର ଅବସାନ

ରେଭେନ୍‌ସା ଯୁଗର ଅବସାନ

ଶରତ ଚନ୍ଦ୍ର ମିଶ୍ର/ରେଭେନ୍‌ସା କଲେଜ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଦେଢ଼ଶହ ବର୍ଷ (୧୮୬୮) ପୂର୍ବେ ନଅଙ୍କ ଦୁର୍ଭିକ୍ଷର ଦୁଇବର୍ଷ ପରେ ଏ କଲେଜ ସ୍ଥାପିତ ହୋଇଥିଲା। କଟକ କଲେକ୍ଟୋରେଟ୍‌ ପାଖରେ ଏହି ଅନୁଷ୍ଠାନଟି ପଚାଶ ବର୍ଷ ରହିବା ପରେ ଚାଉଳିଆଗଞ୍ଜର ରେସ୍‌କୋର୍ସ ପଡିଆକୁ ଉଠିଆସିଲା ଓ ଗତ ଶହେବର୍ଷ ଧରି ସେହିଠାରେ ଗର୍ବୋନ୍ନତ ଶିର ଉତ୍ତୋଳନ କରି ବିଦ୍ୟମାନ।

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ହିମାଂଶୁ ଶେଖର ଫତେସିଂହ/ପୃଥିବୀର ନିରକ୍ଷୀୟ ଓ ଉପନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ୨୪ଂ ଉ.ଅକ୍ଷାଂଶରୁ ୩୮ଂ ଦ.ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ତଟବର୍ତ୍ତୀ ଜୁଆରିଆ ଆର୍ଦ୍ର, ବାଲିଆ ଭୂମିରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ୨୬ଂରୁ ୩୫ଂ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା, ୧୦୦୦ ମିମିରୁ ୩୦୦୦ ମିମି ବୃଷ୍ଟିପାତ, ଉଚ୍ଚ ଲବଣତା, ଜୁଆରିଆ ଜଳ ପ୍ଳାବନ ସତ୍ତ୍ୱେ ଏହି ଉଦ୍ଭିଦଗୁଡ଼ିକ ଜୀବନ ଧାରଣ କରି ବଂଶବୃଦ୍ଧି କରିଥାନ୍ତି।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କଠାରୁ ମାନବିକତା କ୍ରମେ ହଜିଯାଉଛି। ଅର୍ଥ ଓ ବସ୍ତୁବାଦୀ ହୋଇପଡୁଥିବା ମଣିଷ ଅନ୍ୟ ପ୍ରତି ସହାନୁଭୂତି, ଦୟା ଆଦି ଗୁଣକୁ ହରାଇବସୁଛି। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସୁଯୋଗର କିଭଳି ଫାଇଦା ଉଠାଇହେବ ସେଥିପ୍ରତି ଆଗ୍ରହ ଦେଖାଉଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ମଣିଷ ନିକଟରୁ ମାନବିକତାର ଗୁଣ କିପରି ହଜିଯାଉଛି ତାହା ସ୍ପଷ୍ଟ ହୁଏ।

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...