Dharitri News
ବାଣିଜ୍ୟ |

ଏଣ୍ଟରପ୍ରାଇଜ ଓଡିଶା ୨୦୧୭ ଉଦ୍‌ଘାଟିତ

ଏଣ୍ଟରପ୍ରାଇଜ ଓଡିଶା ୨୦୧୭ ଉଦ୍‌ଘାଟିତ ଭୁବନେଶ୍ୱର,୧୩-୧୨-(ବ୍ୟୁରୋ)-ଓଡିଶାରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରିତାରେ ସ୍ବଚ୍ଛତା(ଟ୍ରାନ୍ସପରେନି୍ସ), ବୈଷୟିକ ଜ୍ଞାନ କୌଶଳ(ଟେକ୍ନୋଲୋଜି)ରେ ଉନ୍ନତି ଏବଂ ଟିମ୍‌ ଓ୍ବାର୍କ ଭଳି ତିନୋଟି ଦିଗ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ରାଜ୍ୟରେ ଅଭିବୃଦ୍ଧି ବର୍ତ୍ତମାନ ଜାତୀୟ ହାରାହାରି ଠାରୁ ଅଧିକ ରହିଥିବା ବେଳେ ଏଠାରେ ବାହ୍ୟ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏମ୍‌ଏସ୍‌ଏମ୍‌ଇ ନୀତି ଠାରୁ ଆରମ୍ଭ କରି ଶିଳ୍ପ ନୀତି ଆଦି ସବୁଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ବୁଧବାର ସ୍ଥାନୀୟ ପ୍ରଦର୍ଶନି ପଡିଆରେ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଆୟୋଜିତ ଏଣ୍ଟରପ୍ରାଇଜ୍‌ ଓଡିଶା ୨୦୧୭କୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି,୨୦୧୬ରେ ଅନୁଷ୍ଠିତ ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ପାଖାପିଖି ୧୦୦ ଶିଳ୍ପ ସଂସ୍ଥା ଓଡିଶାର ବିଭିନ୍ନ ଜିଲାରେ ୨ ଲକ୍ଷ କୋଟି ଟଙ୍କା ପଞ୍ଜୀ ନିବେଶ କରିବା ପାଇଁ ଘୋଷଣା କରିଥିଲେ। ଆସନ୍ତା ବର୍ଷ ନଭେମ୍ବର ୧୫ରେ ଏହାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ନିବେଶ ପରିମାଣ ବୃଦ୍ଧି ହେବା ଆଶା କରାଯାଉଛି ବୋଲି ପଟ୍ଟନାୟକ କହିଛନ୍ତି। ଚାରିଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ଚଳିତ ବର୍ଷ ଡାଉନ୍‌ଷ୍ଟ୍ରମ୍‌ ଇଣ୍ଡଷ୍ଟ୍ରି, ଆନ୍‌ସିଲିୟାରି ଇଣ୍ଡଷ୍ଟ୍ରି, ଷ୍ଟାର୍ଟଅପ୍‌ ଏବଂ ସୂଚନା ଓ ପ୍ରଯୁକ୍ତି ଶିଳ୍ପକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସିଆଇଆଇ ଓଡିଶା ଅଧ୍ୟକ୍ଷ ତପନ କୁମରା ଚାନ୍ଦ କହିଛନ୍ତି। ସେହିପରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରୁ ରପ୍ତାନୀ ଦ୍ୱିଗୁଣୀତ ହୋଇଥିବାରୁ ଏଥିରେ ନିବେଶ ବୃଦ୍ଧି ଆଶା କରାଯାଉଛି ବୋଲି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି। ଏହି ଅବସରରେ ନିବେଶକଙ୍କ ପାଇଁ ଇନ୍‌ଭେଷ୍ଟର୍ସ ଗାଇଡ୍‌ ଶୀର୍ଷକ ଏକ ପୁସ୍ତିକା ଲୋକାର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସାଶନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ଏମ୍‌ଏସ୍‌ଏମ୍‌ଇ ସଚିବ ଏଲ୍‌.ଏନ୍‌. ଗୁପ୍ତା, ସିଆଇଆଇ ଉତ୍ତର ପୂର୍ବାଞ୍ଚଳ ନିର୍ଦ୍ଦେଶିକା ନିତା କର୍ମାକର, ସିଆଇଆଇ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡା,ସିଆଇଆଇ ଓଡିଶା ରାଜ୍ୟ ପରିଷଦ ଉପ ସଭାପତି ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟ |

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ନୂଆଦିଲ୍ଲୀ,୧୬-୧(ପି.ଟି.) ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍‌ଏମ୍‌ସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍‌ ଶପିଂ ପୋର୍ଟାଲ୍‌ଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନୀ ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ଲକ୍ଷ୍ୟ ରଖିଛି।

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଭୁବନେଶ୍ୱର, ୧୬-୧ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ମାଡ୍ରାସ ବିମାନ ସେବା ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ୧୭ ତମ ଗନ୍ତବ୍ୟସ୍ଥଳ ହୋଇଥିବା ବେଳେ କମ୍ପାନୀ ୧୫ ତମ ବିମାନକୁ ଏଥିରେ ଯୋଡିଛି। ଦକ୍ଷିଣ ଭାରତରେ ସ୍ଥିତିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସାମଗ୍ରୀ ଓ ସେବା ଟିକସ ଯୋଗୁ ୨୦୧୮-୧୯ର ବଜେଟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟରେ ପରୋକ୍ଷ ଟିକସ ସମ୍ପର୍କରେ କୌଣସି ଘୋଷଣା ହେବ ନାହିଁ। ଏହା ଜିଏସଟି ପରବର୍ତ୍ତୀ ବଜେଟ ହୋଇଥିବା ଯୋଗୁ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୬-୧- ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଟେଲିକମ ଭିତ୍ତିଭୂମି ଦୃଢୀକରଣ ଲାଗି ସରକାର ୧୦,୭୦୦ କୋଟି ଟଙ୍କାର ଟେଲିକମ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ରାଜ୍ୟଗୁଡିକର ଟେଲି ସଂଯୋଗ ଉନ୍ନତ ହୋଇ ପାରିବ ବୋଲି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୧୬-୧- ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ କ୍ୟାଶ ବ୍ୟାକ୍‌ ଅଫର ଘୋଷଣା କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ୧୦୦% କ୍ୟାଶବ୍ୟାକ୍‌ ପ୍ରଦାନ କରିବ ବୋଲି ସୂଚନା ଦେଇଛି। ୩୯୮ କିମ୍ବା ଏହା ଠାରୁ ଅଧିକ ଦାମର ରିଚାର୍ଜ ଉପରେ ଗ୍ରାହକ ମାନେ ଏହି ଅଫର ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬-୧- ସରକାର ବିଦ୍ୟୁତ ଆଇନରେ ଆଗାମୀ ଦିନରେ ଶଂସୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହା ସହ ଇଯାନକୁ ପ୍ରୋତ୍ସାହିତ କରିବାକୁ ଚାର୍ଜିଂ ଷ୍ଟେଶନ ସ୍ଥାପନାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ନୂଆଦିଲ୍ଲୀ,୧୬-୧- ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତ ୨୭ ବିଲିୟନ ଡଲାର(୧.୭୫ ଲକ୍ଷ କୋଟି) ପୁଞ୍ଜି ଲାଭ କରିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଘରୋଇ ବଜାର ୨୦୧୭ରେ ୧୫.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲଫନ୍ସ କାନନ ଥାନନ ସୂଚନା ଦେଇଛନ୍ତି।

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

ଭୁବନେଶ୍ୱର,୧୬-୧ କାନାରା ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟରେ ଚିତ୍ର କିଛି କହେ ଶୀର୍ଷକ ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନଗର ରାଜଭାଷା କମିଟି ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।