ବାଣିଜ୍ୟ |

କାର୍‌ କ୍ରୟ ପୂର୍ବରୁ ଭାରତୀୟ କରୁଛନ୍ତି ଅନ୍‌ଲାଇନ୍‌ ରିସର୍ଚ୍ଚ

କାର୍‌ କ୍ରୟ ପୂର୍ବରୁ ଭାରତୀୟ କରୁଛନ୍ତି ଅନ୍‌ଲାଇନ୍‌ ରିସର୍ଚ୍ଚ
ବାଙ୍ଗାଲୋର, ୧୩-୧୨(ପି.ଟି.)- ବର୍ତ୍ତମାନ ଭାରତୀୟ ମାନେ କାର୍‌ କ୍ରୟ କରିବା ପୂର୍ବରୁ ଏହା ସମ୍ବନ୍ଧରେ ଅନ୍‌ଲାଇନ୍‌ରେ ତଥ୍ୟ ସଂଗ୍ରହ କରୁଛନ୍ତି। କାର୍‌ଟିର ଫିଚର କଣ ରହିଛି, କେତେ ମାତ୍ରାରେ ଲୋକାଦୃତ ହୋଇଛି, ଏହାକୁ ନେଇ ରହିଥିବା ଭିଡିଓ ସବୁ କିପରି ଆଦି ବିଭିନ୍ନ ପ୍ରକାର ରିସର୍ଚ୍ଚ କଲା ପରେ ଯାଇ କାର୍‌ କ୍ରୟ କରୁଛନ୍ତି। ପାଖାପାଖି ୯୦ ପ୍ରତିଶତ କାର ଡିଜିଟାଲାଇଜେଶନ୍‌ ଦ୍ୱାରା ପ୍ରଭାବିତ। ଗୁଗୁଲ୍‌ ଇଣ୍ଡିଆ-କାଣ୍ଟାର ଟିଏନ୍‌ଏସ୍‌ ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଦର୍ଶାଯାଇଛି। ୨୦୧୬ରେ ଏହା ୬୫%ରେ ଥିବାବେଳେ ୨୦୧୭ରେ ୮୯% ରହିଛି ବୋଲି ଏଥିରେ କୁହାଯାଇଛି।
All Right Reserved By

ବାଣିଜ୍ୟ |

ବଜାରରେ ଅନର ୮ ଏକ୍ସ

ବଜାରରେ ଅନର ୮ ଏକ୍ସ

ନୂଆଦିଲ୍ଲୀ,୨୦-୧୦: ହାଓ୍ବାଇର ସବ୍‌ ବ୍ରାଣ୍ଡ ଅନର ପକ୍ଷରୁ ବଜାରକୁ ଆସିଛି ନୂଆ ୮ ଏକ୍ସ। 

ହାୟର ଇଣ୍ଡିଆର ନୂଆ ଇଜି କନେକ୍ଟ ଏଲ୍‌ଇଡି

ହାୟର ଇଣ୍ଡିଆର ନୂଆ ଇଜି କନେକ୍ଟ ଏଲ୍‌ଇଡି

ନୂଆଦିଲ୍ଲୀ,୨୦-୧୦: ପ୍ରମୁଖ ଇଲେକଟ୍ରୋନିକ୍ସ ବ୍ରାଣ୍ଡ ହାୟର ପକ୍ଷରୁ ଇଜି କନେକ୍ଟ ଏଲ୍‌ଇଡିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।

ଖୁବ୍‌ ଶୀଘ୍ର ନିଯୁକ୍ତ ହେବେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ, ୧୯।୧୦: କେନ୍ଦ୍ର ସରକାର ଆସନ୍ତା ୨ ମାସ  ମଧ୍ୟରେ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ନିଯୁକ୍ତି କରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଚୟନ କମିଟି ଖୁବ୍‌ ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କର  ଏକ ଚୂଡ଼ାନ୍ତ ତାଲିକା  ପ୍ରସ୍ତତ କରିବେ।

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ନୂଆଦିଲ୍ଲୀ,୧୮।୧୦: ଆର୍ଥିକ ସଙ୍କଟ ସାମ୍ନା କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଅପରପକ୍ଷେ ଏହି ବିମାନ କମ୍ପାନୀ ସୋଭରନ୍‌ ଗ୍ୟାରେଣ୍ଟି ବଦଳରେ ଆସନ୍ତା ସପ୍ତାହରେ ଆହୁରୀ ୫ଶହ କୋଟି ଟଙ୍କା ବଜାରରୁ ଉଠାଇବାକୁ ଯାଉଛି। 

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

ଓ୍ବାଶିଂଟନ,୧୮।୧୦: ଆମେରିକାରେ ସ୍ଥାୟୀ ବସବାସ କରିବା ଲାଗି ପ୍ରାୟ ୬ ଲକ୍ଷ ଭାରତୀୟ ଗ୍ରୀନ କାର୍ଡ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତବର୍ଷ ୬୦ହଜାର ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।

ଭୋଡାଫୋନ ସଖି ଉନ୍ମୋଚିତ

ଭୋଡାଫୋନ ସଖି ଉନ୍ମୋଚିତ

ଭୁବନେଶ୍ୱର,୧୮-୧୦: ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ମହିଳା ମାନଙ୍କ ଲାଗି ମୋବାଇଲ ଭିତ୍ତିକ ସ୍ବତନ୍ତ୍ର ସୁରକ୍ଷା ସେବା  ଭୋଡାଫୋନ ସଖି ଉନ୍ମୋଚିତ ହୋଇଛି। ଏଥିରେ ଜରୁରୀ କାଳୀନ ଆଲର୍ଟ, ଜରୁରୀ କାଳୀନ ବାଲାନ୍ସ, ପ୍ରାଇଭେଟ ନମ୍ବର ରିଚାର୍ଜ ଭଳି ସୁବିଧା ରହିଛି।

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

ଭୁବନେଶ୍ୱର,୧୮-୧୦: ପାର୍ବଣକୁ ଧ୍ୟାନରେ ରଖି ଗୋଦରେଜ୍‌ ଆପ୍ଲାଏନ୍ସ ପକ୍ଷରୁ ୩୨ ନୂଆ ରେଫ୍ରିଜରେଟର ବଜାରକୁ ଆସିଛି। ପ୍ରିମିୟମ ଏନ୍‌ଏକ୍ସଡବ୍ଲ୍ୟୁ ସବ୍‌ବ୍ରାଣ୍ଡ ଅଧିନରେ ନୂଆ ଏନ୍‌ଏକ୍ସଡବ୍ଲ୍ୟୁ ଗ୍ଲାସ ଡୋର ରେଫ୍ରିଜରେଟର ବଜାରକୁ ଆସିଛି।

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଭୁବନେଶ୍ୱର,୧୮-୧୦: ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ ସାଇନ୍ସକୁ ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଚିହ୍ନଟ କରିବା ତଥା ଚିକିତ୍ସା କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ। 

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ଭୁବନେଶ୍ୱର,୧୮-୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ଉଦଯାପନ ହୋଇଯାଇଛି। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ର ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର   ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି।

ସୋନିର ନୂଆ ହେଡ୍‌ ଫୋନ୍‌

ସୋନିର ନୂଆ ହେଡ୍‌ ଫୋନ୍‌

ଭୁବନେଶ୍ୱର,୧୮-୧୦: ସୋନି ପକ୍ଷରୁ ପରବର୍ତ୍ତୀ ପୀଢିର ନଏଜ କ୍ୟାନସେଲେଶନ ଡବ୍ଲ୍ୟୁଏଚ୍‌-୧୦୦୦ ଏକ୍ସଏମ୍‌୩ ହେଡଫୋନର ବଜାର ପ୍ରବେଶ ହୋଇଛି।

ଟର୍ମସର ନୂଆ ଉତ୍ପାଦ ବଜାରରେ

ଟର୍ମସର ନୂଆ ଉତ୍ପାଦ ବଜାରରେ

କଟକ,୧୮-୧୦: ପ୍ରମୁଖ ଇଣ୍ଟେଲିଜେଣ୍ଟ ଆପାରେଲ୍‌ ବ୍ରାଣ୍ଡ ଟର୍ମସର ନୂଆ ଉତ୍ପାଦ କଟକରେ ସିଡିଏ-୯ ସ୍ଥିତ ମିରର୍‌ ମଲ୍ଟି ବ୍ରାଣ୍ଡ ଷ୍ଟୋରରେ ବଜାର ପ୍ରବେଶ ହୋଇଛି। ନୂଆ ପ୍ରଡକ୍ଟକୁ କମ୍ପାନୀର ବାଣିଜ୍ୟ ମୁଖ୍ୟ ଅମିତ ମଲହୋତ୍ରା, ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପସ୍ଥିତ ରହି ବଜାର ପ୍ରବେଶ କରାଇଥିଲେ। 

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ,୧୮-୧୦: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୟୋନୋ ପକ୍ଷରୁ ସପିଙ୍ଗ ଫେଷ୍ଟିଭାଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୧ ତାରିଖ ଯାଏ ଚାଲିବ। ଏହାକୁ କାର୍ଯ୍ୟକାରି କରାଇବା ସହ ବ୍ୟାଙ୍କ ପ୍ରାୟ ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ଜଡିତ ହୋଇଛି।