Dharitri News
ଖେଳ |

ରେକର୍ଡ ବ୍ରେକର ରୋହିତ

ରେକର୍ଡ ବ୍ରେକର ରୋହିତ ମୋହାଲି, ୧୩।୧୨(ପି.ଟି.)- ଏକଦିବସୀୟ କ୍ରିକେଟରେ ୩ ଦ୍ୱିଶତକ। ଏହା ଅସମ୍ଭବ ମନେ ହେଉଥିଲେ ବି ସତ କରି ଦେଖାଇଛନ୍ତି ଭାରତର ରୋହିତ ଶର୍ମା। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏବେ ଅଧିନାୟକର ଗୁରୁଦାୟିତ୍ୱ ବହନ କରୁଥିବା ରୋହିତ କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରି ଭାରତକୁ ବୃହତ ବିଜୟ ପ୍ରଦାନ କରିଛନ୍ତି। ଚଳିତ ସିରିଜର ବୁଧବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ରୋହିତଙ୍କ ଅବିସ୍ମରଣୀୟ ଇନିଂସ ସହାୟତାରେ ଶ୍ରୀଲଙ୍କାକୁ ୧୪୧ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ ପକ୍ଷରୁ ଧାର୍ଯ୍ୟ ୩୯୩ ରନ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ଅପରାଜିତ ଶତକ ସତ୍ତ୍ୱେ ୫୦ ଓଭରରେ ୮ ଉଇକେଟ ହରାଇ ୨୫୧ ରନ କରିବାକୁ ସକ୍ଷମ ହୋଇଛି। ଏଥିସହ ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତ ସିରିଜକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛି। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ପହଞ୍ଚତ୍ ଯାଇଛି। ତୃତୀୟ ତଥା ସିରିଜ ନିର୍ଣ୍ଣାୟକ ଦିନିକିଆ ୧୭ ତାରିଖରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଓପନିଂ ଯୋଡ଼ିରେ ୧୧୫ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଶିଖର ଧାଓ୍ବନ ୬୭ ବଲ୍‌ରୁ ୬୮(୯ ଚୌକା) ରନ କରି ଆଉଟ ହୋଇଥିଲେ। ରୋହିତଙ୍କ ସହ ଶ୍ରେୟାସ ଆୟାର ଯୋଗ ଦେବାପରେ ଭାରତର ରନହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଭାରତୀୟ ଆକ୍ରମଣର ନେତୃତ୍ୱ ନେଇଥିଲେ ରୋହିତ। ସେ ୧୧୫ ବଲ୍‌ରୁ ଶତକ ପୂରଣ କରିଥିବା ରୋହିତ ପରବର୍ତ୍ତୀ ୧୦୦ ରନ ପୂରଣ ପାଇଁ ମାତ୍ର ୩୬ ବଲ୍‌ର ସହାୟତା ନେଇଥିଲେ। ୫୦ତମ ଓଭରରେ ଦ୍ୱିତଶକ ହାସଲ କରିଥିବା ରୋହିତ ଶେଷରେ ୨୦୮ ରନରେ ଅପରାଜିତ ରହିଥିଲେ। କୌଣସି ଶ୍ରୀଲଙ୍କା ବୋଲର ତାଙ୍କ ଉପରେ ଅଙ୍କୁଶ ଲଗାଇ ପାରି ନ ଥିଲେ। ନିଜ ଇନିଂସ ମଧ୍ୟରେ ସେ ୧୩ ଚୌକା ଓ ୧୨ ଛକା ମାରିଥିଲେ। ୭୦ ବଲ୍‌ରୁ ୮୮ (୯ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ ଆୟାର। ରୋହିତ ଓ ଆୟାରଙ୍କ ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୨୧୩ ରନ ସଂଗୃହୀତ ହୋଇଥିଲା। ଶେଷଭାଗରେ ମହେନ୍ଦ୍ର ସିଂ ଧୋନୀ (୭) ଓ ହାର୍ଦ୍ଦିକ ପାଣ୍ଡ୍ୟା (୮) ବିଫଳ ହୋଇଥିଲେ ହେଁ ରୋହିତଙ୍କ ଇନିଂସ ଏସବୁକୁ ଭରଣା କରି ନେଇଥିଲା। ଶେଷ ୧୦ ଓଭରରେ ରନବର୍ଷା ହୋଇଥିଲା। ଏହି ସମୟ ମଧ୍ୟରେ ଭାରତ ୩ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ୪୩ତମ ଓଭରରେ ବୋଲିଂ କରିଥିବା ସୁରଙ୍ଗ ଲକମଲଙ୍କ ଓଭରରରୁ କେବଳ ରୋହିତ ୪ ଛକା ସହ ୨୬ ରନ ସ୍କୋର କରିଥିଲେ। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଅଧିନାୟକ ଥିସାରା ପେରେରା ୩ଟି ଓ ସଚିଥ ପଥିରାଣା ଗୋଟିଏ ଉଇକେଟ ନେଇଥିଲେ। ଦିନିକିଆ କ୍ରିକେଟରେ ରୋହିତଙ୍କର ଏହାଥିଲା ତୃତୀୟ ଦ୍ୱିଶତକ। ପୂର୍ବରୁ ସେ ୩ ବର୍ଷ ପୂର୍ବେ କଲିକତାର ଇଡେନ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ଓ ୨୦୧୩ରେ ବାଙ୍ଗାଲୋରଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ ସ୍କୋର କରିଥିଲେ। ୫୦ ଓଭର କ୍ରିକେଟରେ ଦ୍ୱିଶତକ କ୍ଲବର ଅନ୍ୟ ସଦସ୍ୟମାନେ ହେଲେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, କ୍ରିସ୍‌ ଗେଲ୍‌ ଓ ମାର୍ଟିନ ଗୁପଟିଲ। ବଡ଼ ସ୍କୋରର ପିଛା କରି ଶ୍ରୀଲଙ୍କା ଆରମ୍ଭରୁ କ୍ରମାଗତ ଉଇକେଟ ହରାଇଥିଲା। ମିଡିଲ ଅର୍ଡରରେ କେବଳ ମାଥ୍ୟୁସଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ୧୩୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମାଥ୍ୟୁସ ୯ ଚୌକା ଓ ୩ ଛକା ସହାୟତାରେ ୧୧୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା। ଅସେଲା ଗୁଣରନେତ୍ ଦ୍ୱିତୀୟ ସର୍ବାଧିକ ୩୪ ରନ କରିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ଟି, ଯଶପ୍ରୀତ ବୁମ୍‌ରା ୨ଟି ଏବଂ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ୟାରିୟର ପଦାର୍ପଣକାରୀ ଓ୍ବାଶିଂଶନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ସଂକ୍ଷିପ୍ତ ସ୍କୋର- ଭାରତ ୫୦ ଓଭରରେ ୩୯୨/୪(ରୋହିତ ଶର୍ମା-୨୦୮*, ଶିଖର ଧାଓ୍ବନ-୬୮, ଶ୍ରେୟାସ ଆୟାର-୮୮, ଥିସାରା ପେରେରା-୩/୮୦, ସଚିଥ ପଥିରାଣା-୧/୬୩)। ଶ୍ରୀଲଙ୍କା ୫୦ ଓଭରରେ ୨୫୧/୮(ଆଞ୍ଜେଲୋ ମାଥ୍ୟୁସ-୧୧୧*, ୟୁଜବେନ୍ଦ୍ର ଚହଲ-୩/୬୦, ଯଶପ୍ରୀତ ବୁମ୍‌ରା-୨/୪୩, ଭୁବନେଶ୍ୱର କୁମାର-୧/୪୦, ହାର୍ଦ୍ଦିକ ପାଣ୍ଡ୍ୟା-୧/୩୯, ଓ୍ବାଶିଂଟନ ସୁନ୍ଦର-୧/୬୫)।

ଖେଳ |

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

ଦୁବାଇ, ୨୪।୧(ପି.ଟି.): ମହିଳା ଟି୨୦ ବିଶ୍ୱକପ୍‌ର ୨୦୧୮ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ସଂସ୍କରଣ ଚାମ୍ପିୟନ ହୋଇଥିଲା। ୨୦୧୬ରେ କଲିକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍‌ର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ବମ୍ବେ, ୨୪।୧(ପି.ଟି.) ଫେବୃୟାରୀ ୧୩ରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ ପାଇଁ ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ପାଞ୍ଚଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଅଲରାଉଣ୍ଡର ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ୱ ଦିଆଯାଇଛି

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି): ଜାତୀୟ ସିନିୟର ମହିଳା ହକି ( ଏ ଓ ବି ଡିଭିଜନ) ଚାମ୍ପିୟନଶିପ୍‌ ରାଞ୍ଚତ୍ଠାରେ ଜାନୁୟାରୀ ୨୬ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଅମ୍ପାୟର ଦାୟିତ୍ୱ ଅର୍ପଣ କରାଯାଇଛି।

 ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

କୁଇନ୍ସଟାଉନ୍‌, ୨୩।୧- ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ଏକ ସୁପର୍‌ଲିଗ୍‌ କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ସିଡ୍‌ନୀ, ୨୩।୧(ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି।

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୩।୧(ପି.ଟି.)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗେରିଆନ ପାର୍ଟନର ତିମେଆ ବାବୋସ ଯୋଡ଼ି ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ): ମାଙ୍ଗାଲୋରରେ ଚାଲିଥିବା ଜାତୀୟ ସିନିୟର ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ସୁଶାନ୍ତ ସାହୁ ସ୍ବର୍ଣ୍ଣପଦକ ଅର୍ଜନ କରିଛନ୍ତି।

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ।

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ମେଲବୋର୍ନ,୨୨ା୧(ଏ.ଏଫ୍‌.ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଷ୍ଟମ ଦିନରେ ପହଞ୍ଚିଛି। ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଏକ ନମ୍ବର ଖେଳାଳି ୧୪ତମ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ