ଖେଳ |

କୌରଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସହାୟତା

କୌରଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସହାୟତା
ଚଣ୍ଡିଗଡ଼, ୧୩।୧୨- ଭାରତର ପୂର୍ବତନ ବକ୍ସର କୌର ସିଂ ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ନିଜର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସେ ବ୍ୟକ୍ତିଗତ ଭାବେ ୨ ଲକ୍ଷ ଟଙ୍କାର କରଜ କରିଛନ୍ତି। ତାଙ୍କୁ ଏଭଳି ସ୍ଥିତିରେ କେନ୍ଦ୍ରୀୟ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରଣାଳୟ ସହାୟତାର ହାତ ବଢ଼ାଇଛି। ୬୯ ବର୍ଷୀୟ ପୂର୍ବତନ ବକ୍ସରଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ଏହି ଅର୍ଥରାଶି ତାଙ୍କୁ ଜାତୀୟ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯିବ। ଏ ନେଇ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ଟୁଇଟରେ ସେ ପ୍ରକାଶ କରିଛନ୍ତି, ”ପଦ୍ମଶ୍ରୀ ଓ ଅର୍ଜୁନ ସମ୍ମାନ ପାଇଥିବା କୌର ସିଂଙ୍କ ସମ୍ପର୍କରେ ଜାଣିବାକୁ ପାଇଛି। ତୁମେ ଦେଶ ପାଇଁ ସମ୍ମାନ ଆଣିଥିଲ। ଏବେ ତୁମକୁ ଆମେ ଲଜ୍ଜିତ ହେବାକୁ ଦେବୁ ନାହିଁ। ଜାତୀୟ କଲ୍ୟାଣ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ“। କ୍ରୀଡ଼ାମନ୍ତ୍ରୀଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ କୌରଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସିଂ ଦେଶର ଏକମାତ୍ର ବକ୍ସର ଭାବେ ଲିଜେଣ୍ଡ ବକ୍ସର ମହମ୍ମଦ ଅଲିଙ୍କ ସହ ଖେଳିଛନ୍ତି। ତେବେ ଏହା ଥିଲା ଏକ ପ୍ରଦର୍ଶନୀ ମ୍ୟାଚ୍‌, ଯାହାକି ୧୯୮୦ ଦଶକରେ ଦିଲ୍ଲୀଠାରେ ଆୟୋଜିତ ହୋଇଥିଲା। ଏହା ବ୍ୟତୀତ ସେ ୧୯୮୨ରେ ଏସିଆନ୍‌ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିବର୍ଷ ତାଙ୍କୁ ଅର୍ଜୁନ ସମ୍ମାନ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାର ପର ବର୍ଷ ୧୯୮୪ ଲସ୍‌ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରମାଗତ ୨ଟି ମୁକାବିଲା ଜିତିବା ପରେ ସେ ଅବସର ଗ୍ରହଣ କରିଥିଲେ।
All Right Reserved By

ଖେଳ |

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ଲିଓନଙ୍କ ନାମରେ ବିରଳ ରେକର୍ଡ

ଲିଓନଙ୍କ ନାମରେ ବିରଳ ରେକର୍ଡ

ଆବୁଧାବି,୧୯।୧୦- ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଓନ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟରେ ସେ ବିନା ନୋ ବଲ ପକାଇ ୨୦ ହଜାର ବଲ ପକାଇଛନ୍ତି। 

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି: ଓମାନକୁ ୧୧-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ,୧୯।୧୦- ଭାରତୀୟ ହକି ଦଳ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟରେ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମୁସ୍କାଟଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବ ଖେଳାଳି ଦିଲପ୍ରିତ ସିଂ ହ୍ୟାଟ୍ରିକ ଗୋଲ କରିଛନ୍ତି।

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ଆମ୍ରେଙ୍କ ସ୍ଥାନରେ କୈଫ ନିଯୁକ୍ତ

ମୁମ୍ବାଇ,୧୯।୧୦- ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାରଡେଭିଲ୍ସ(ଡିଡି)ରେ ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ତୁଲାଉଥିବା ପ୍ରବୀଣ ଆମ୍ରେଙ୍କ ସ୍ଥାନରେ ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ନିଯୁକ୍ତ କରାଯାଇଛି। ଆମ୍ରେ ଡିଡି ଦଳ ସହ ସହାୟକ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ।

ଡେନମାର୍କ ଓପନ:  ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଡେନମାର୍କ ଓପନ: ଲିନ ଡାନଙ୍କୁ ହରାଇ କ୍ୱାର୍ଟରରେ କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୧୯।୧୦(ପି.ଟି.)- କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କିମ୍ବଦନ୍ତୀ ଶଟଲର ଲିନ ଡାନଙ୍କୁ ହରାଇଛନ୍ତି। 

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।