Dharitri News
ମେଟ୍ରୋ |

ସ୍ପେଶ୍‌ ମାର୍କେଟରେ ଭାରତର ସହଭାଗିତା ନାହିଁ: ସୁସ୍ମିତା ମହାନ୍ତି

ସ୍ପେଶ୍‌ ମାର୍କେଟରେ ଭାରତର ସହଭାଗିତା ନାହିଁ:  ସୁସ୍ମିତା ମହାନ୍ତି ଭୁବନେଶ୍ୱର, ୧୩।୧୨(ବ୍ୟୁରୋ)- ସ୍ପେସ୍‌ ରିସର୍ଚ୍ଚ ଓ ସ୍ପେସ୍‌ ସାଇନ୍ସ କ୍ଷେତ୍ରରେ ଜଣେ ପରିଚିତ ଚେହେରା ସୁସ୍ମିତା ମହାନ୍ତି। ସ୍ପେସ୍‌ଶିପ୍‌ ଡିଜାଇନର୍‌, ସ୍ପେସ୍‌ ଆର୍କିଟେକ୍ଟ ଏବଂ ସ୍ପେସ୍‌ ଏଣ୍ଟରପ୍ରିନ୍ୟୁୟର୍‌ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ମହିଳା ଭାରତର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ ଷ୍ଟାର୍ଟଅପ୍‌ ସଂସ୍ଥା ‘ଆର୍ଥ ଟୁ ଅରବିଟ୍‌’ କରି ଚର୍ଚ୍ଚାକୁ ଆସିଥିଲେ। ଆମେରିକା, ଜାପାନ୍‌, ୟୁରୋପ, ରୁଷ ଭଳି ରାଷ୍ଟ୍ରର ମହାକାଶ ସଂସ୍ଥା ସହ କାମ କରିଥିବା ସୁସ୍ମିତା ଏକାଧିକ ଡିଗ୍ରୀ ସହ କାର୍ଲିଫର୍ନିଆର ଇଣ୍ଟନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ ପ୍ରୋଗ୍ରାମ ଏବଂ ନାସାର ଜନସନ୍‌ ସ୍ପେସ୍‌ ସେଣ୍ଟରରେ ମଧ୍ୟ କାମ କରିବାର ଦକ୍ଷତା ରଖିଛନ୍ତି। ବର୍ତ୍ତମାନ ସ୍ୟାଟେଲାଇଟ୍‌ ମାଧ୍ୟମରେ ‘ବିଗ୍‌ ଡାଟା ଆନାଲିସିସ୍‌’ ଜରିଆରେ ସେ ଜଳବାୟୁ ପରିବର୍ତ୍ତନରୁ ବିଶ୍ୱକୁ ରକ୍ଷା କରିବାର ପ୍ରୟାସ କରୁଛନ୍ତି। ଟାଟା ଷ୍ଟିଲ୍‌ ପକ୍ଷରୁ ଆୟୋଜିତ ୟଙ୍ଗ୍‌ ଆଷ୍ଟାନୋମର୍‌ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଥିବା ଅବସରରେ ତାଙ୍କ ସହ ସାକ୍ଷାତକାର। ପ୍ର- ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ କ’ଣ ରହୁଛି? ଉ- ୩ଟି ପ୍ରମୁଖ କାରଣ ରହିଛି। ସବୁଠାରୁ ଅଧିକ ପ୍ରଦୂଷଣ କରୁଥିବା ଇଣ୍ଡଷ୍ଟ୍ରି ହେଲା ତୈଳ ଏବଂ ଗ୍ୟାସ୍‌ ଇଣ୍ଡଷ୍ଟ୍ରି। ଦ୍ୱିତୀୟରେ ଫ୍ୟାଶନ୍‌ ଇଣ୍ଡଷ୍ଟ୍ରି। ଶସ୍ତା ପୋଷାକର ଲାଇଫ୍‌ସାଇକଲ୍‌କୁ ଦେଖିଲେ ଜଣାପଡେ ଏହା ବହୁଳଭାବେ ପରିବେଶ ଉପରେ କୁପ୍ରଭାବ ପକାଉଛି। ହେଲେ ବର୍ତ୍ତମାନ ସମୟରେ ସବୁଠାରୁ ଚିନ୍ତାଜନକ ହେଉଛି ଇ-କମର୍ସ ଇଣ୍ଡଷ୍ଟ୍ରି। ଇ-କମର୍ସ ମାଧ୍ୟମରେ ଯେତେବେଳେ କମ୍ପାନୀଗୁଡିକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସେତେବେଳେ ସେମାନେ ପରିବେଶକୁ ସର୍ବାଧିକ ନଷ୍ଟ କରୁଛନ୍ତି। ପଲିଥିନ୍‌ ପ୍ୟାକେଜିଂ ଯୋଗୁ ଯେଉଁମାତ୍ରାରେ ସଲିଡ୍‌ ଓ୍ବେଷ୍ଟ ବାହାରୁଛି ତାହା ଚିନ୍ତାର ବିଷୟ। ଏବେଠାରୁ ନ ସୁଧୁରିଲେ ପରିସ୍ଥିତି ଭୟଙ୍କର ହେବ। ପ୍ର- ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ମହାକାଶ ବିଜ୍ଞାନର କ’ଣ ଭୂମିକା ରହୁଛି? ଉ- ୨ବର୍ଷ ପୂର୍ବେ ପ୍ୟାରିସ୍‌ ଜଳବାୟୁ ଚୁକ୍ତିରେ ବିଶ୍ୱର ତାପମାତ୍ରାକୁ ୨ଡିଗ୍ରୀ କମେଇବାକୁ ସବୁରାଷ୍ଟ୍ର ମିଳିତ ପ୍ରୟାସ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାପରେ ୨୦୧୬ରେ ନୂଆଦିଲ୍ଲୀରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମହାକାଶ ଏଜେନ୍ସିମାନଙ୍କର ଏକ ବୈଠକ ବସିଥିଲା। ଇସ୍ରୋ ସମେତ ପ୍ରତ୍ୟେକ ରାଷ୍ଟ୍ରର ଏଜେନ୍ସି ମୁଖ୍ୟମାନେ ଏଥିରେ ଯୋଗଦେଇଥିଲେ। ଜଳବାୟୁ ପରିବର୍ତ୍ତନ ରୋକିବାକୁ ସମସ୍ତେ ଏକାଠି ହୋଇ ସ୍ବତନ୍ତ୍ର ସ୍ପେସ୍‌ ‌କ୍ରାଫ୍ଟ ଲଞ୍ଚ୍‌ କରି ଏକ ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ର- ପିଏସ୍‌ଏଲ୍‌ଭି କ୍ଷେତ୍ରରେ ଆପଣ ଅଧିକ କାମ କରିଛନ୍ତି? ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି କି? ଉ- ୧୯୯୯ରୁ ୨୦୦୮ ମଧ୍ୟରେ କେବଳ ୟୁରୋପ ପିଏସ୍‌ଏଲ୍‌ଭି ବା ରିମୋଟ ସେନ୍ସିଂ ସ୍ୟାଟେଲାଇଟ୍‌ ଲଞ୍ଚ କରୁଥିଲା। ଜିଏସ୍‌ଏଲ୍‌ଭିର ଅଧିକ ଲୋକପ୍ରିୟତା ଥିଲା। ହେଲେ ପୃଥିବୀ ପୃଷ୍ଠର ବିଭିନ୍ନ ତଥ୍ୟ ହାସଲ ପାଇଁ ପିଏସ୍‌ଏଲ୍‌ଭିର ଆବଶ୍ୟକତା ରହିଥିଲା। ତେଣୁ ମୋ ଲକ୍ଷ୍ୟ ଥିଲା ପିଏସ୍‌ଏଲ୍‌ଭିକୁ ଅଧିକ ଲୋକପ୍ରିୟ କରାଇବା। ପ୍ର- ଯେତେବେଳେ ସମସ୍ତେ ମଙ୍ଗଳ ଓ ଚନ୍ଦ୍ର ଅଭିଯାନ କଥା ଚିନ୍ତା କରୁଛନ୍ତି, ସେତେବେଳେ ଆପଣ ପୃଥିବୀ ଉପରେ କ’ଣ ପାଇଁ ଫୋକସ୍‌ କରୁଛନ୍ତି? ଉ- ଗତ ଜୁଲାଇରେ ‘ଲାର୍ସେନ୍‌ ସି’ ଆଇସ୍‌ବର୍ଗରୁ ୧ ଟ୍ରିଲିୟନ୍‌ ଟନ୍‌ ଆଇସବର୍ଗ ତରଳିଯାଇ ବିଚ୍ଛିନ୍ନ ହୋଇଯାଇଥିଲା। କେବଳ ଲାର୍ସେନ୍‌ ସି ନୁହେଁ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କାଟିକା, ପାଥାଗୋନିଆ, ହିମାଳୟ, ଗ୍ରୀନ୍‌ଲାଣ୍ଡ ସବୁଠାରେ ଏଭଳି ସ୍ଥିତିରହିଛି। ପରିସ୍ଥିତି ଏଭଳି ହେଲାଣି ଯେ ପରବର୍ତ୍ତୀ ପିଢିଙ୍କୁ ଆଇସ୍‌ବର୍ଗ ଦେଖାଇବାକୁ ଆଉ ନ ଥିବ। ତେଣୁ ଏବେଠାରୁ ଆଇସ୍‌ବର୍ଗର ଏକ ଡିଜିଟାଲ ମ୍ୟୁଜିୟମ୍‌ ପ୍ରସ୍ତୁତ ହେଉଛି। ଏହା ମୋତେ ବିଚଳିତ କରିଛି। ତେଣୁ ବିଗ୍‌ ଡାଟା ଆନାଲିସିସ୍‌ ମାଧ୍ୟମରେ ପୃଥିବୀ ପାଇଁ କିଛି କରିବାକୁ ଭାବିଥିଲି। ପ୍ର- ବିଗ୍‌ ଡାଟା ଆନାଲିସିସ୍‌ କ’ଣ ଓ ଏହା କିଭଳି ବିଶ୍ୱରେ ପରିବର୍ତ୍ତନ ଆଣିପାରିବ? ଉ- ରିମୋଟ ସେନ୍ସିଂ ସ୍ୟାଟେଲାଇଟ୍‌ ଦ୍ୱାରା ନିଆଯାଇଥିବା ଫଟୋକୁ ଆଧାରକରି ଆମେ ବିଭିନ୍ନ ଡିଜାଇନ୍‌ ପ୍ରସ୍ତୁତ କରୁଛୁ। ୪୦ବର୍ଷର ତଥ୍ୟକୁ ତୁଳନା କରି ଭବିଷ୍ୟତରେ କ’ଣ ହୋଇପାରିବ ଓ କ’ଣ ହେବାର ସମ୍ଭାବନା ରହିଛି ତାହାର ଆକଳନ କରୁଛୁ। କୃଷି, ପାଣିପାଗ ଭଳି ବିଭିନ୍ନ ବିଷୟ ଉପରେ ଫୋକସ୍‌ କରୁଛୁ। କ୍ଲାଉଡ୍‌ କମ୍ପ୍ୟୁଟିଂ ସହ ଆର୍ଥ ଅବ୍‌ଜରଭେଶନ ଡାଟା ଏବଂ ଯେଉଁ ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ ତାହାକୁ ମିଶାଇ ଅନୁଧ୍ୟାନ କରାଯାଉଛି। ଏହାକୁ ପ୍ରେଡିକ୍ଟିଭ୍‌ ଆନାଲିସିସ୍‌ ମଧ୍ୟ କୁହାଯାଏ। ପ୍ର- ଭାରତରେ କେଉଁ କ୍ଷେତ୍ରରେ ଆପଣଙ୍କ କମ୍ପାନୀ କାମ କରୁଛି? ଉ- ସୋଲାର ଏନର୍ଜି, ଜଳ, ସ୍ମାର୍ଟ ସିଟି ଏବଂ କୃଷି ଭଳି ୪ଟି ବିଭାଗରେ ଆମେ କାମକରୁଛୁ। ସରକାର ଏବଂ ବିଭିନ୍ନ ବେଶରକାରୀ ସଂସ୍ଥା ସହ ମିଶି କିଭଳି ପରିବେଶ ଉପଯୋଗୀ କାମ କରାଯାଇପାରିବ ସେଥିପାଇଁ ନୂଆ ଦିଶା ଦେଉଛୁ। ପ୍ର- ସ୍ପେସ୍‌ ଏଣ୍ଟରପ୍ରିନ୍ୟୁୟରଶିପ୍‌ରେ ଭାରତର ସ୍ଥିତି ଏବେ କିଭଳି ରହିଛି। ଆଗାମୀ ୧୦ବର୍ଷରେ ଏହା କେତେ ପରିବର୍ତ୍ତନ ହେବ ବୋଲି ଭାବୁଛନ୍ତି? ଉ- ସ୍ପେସ୍‌ ଏଣ୍ଟରପ୍ରିନ୍ୟୁୟରଶିପ୍‌ ପାଇଁ ନାସା ବିଲିୟନ୍‌ ଡଲାର ଖର୍ଚ୍ଚକରୁଛି। ୟୁରୋପୀୟ ରାଷ୍ଟ୍ରଗୁଡିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଭାରତରେ ଟଙ୍କାଏ ବି ଖର୍ଚ୍ଚ ହେଉନି। ମୋ ଭଳି ଜଣେ ଉଦ୍ୟୋଗୀ ପାଇଁ ଏଠାରେ ତିଷ୍ଠିବା କଷ୍ଟକର। ବିଶ୍ୱ ସ୍ପେସ୍‌ ମାର୍କେଟ୍‌ ୩୪୦ ବିଲିୟନ୍‌ ଡଲାର ହୋଇଥିବା ବେଳେ ଏଥିରେ ଭାରତର ୧% ବି ଅଂଶନାହିଁ। ଆସନ୍ତା ୧୦ବର୍ଷରେ ଏହା ପରିବର୍ତ୍ତନ ହେବାଭଳି ଲାଗୁନି। ପ୍ର- ସ୍ପେସ୍‌ ଆର୍କିଟେକ୍ଟ କନ୍‌ସେପ୍ଟ କ’ଣ? ଏହା ଏକ ଇନ୍‌ଭେଣ୍ଟେଡ୍‌ କନ୍‌ସେପ୍ଟ। ସେଭଳି ନିର୍ଦ୍ଦିଷ୍ଟ କନ୍‌ସେପ୍ଟ ନାହିଁ। ସ୍ପେସ୍‌ ହାବିଟାଟ୍‌, ପ୍ରଡକ୍ଟ ଏବଂ ସିଷ୍ଟମ ଡିଜାଇନ୍‌ କରିବା ହେଉଛି ସ୍ପେସ୍‌ ଆର୍କିଟେକ୍ଟ। ହେଲେ ଇଞ୍ଜିନିୟରମାନେ ସ୍ପେସ୍‌କ୍ରାଫ୍ଟ ଡିଜାଇନ୍‌ କରୁଛନ୍ତି। ପ୍ର- ଓଡ଼ିଶା ସରକାରଙ୍କ ସହ କୌଣସି ଆଲୋଚନା କରିଛନ୍ତି କି? ଉ- ଏପର୍ଯ୍ୟନ୍ତ କଥାହୋଇନି। କିନ୍ତୁ ବିଗ୍‌ ଡାଟା ଆନାଲିସିସ୍‌ ଦ୍ୱାରା ଓଡ଼ିଶା ପାଇଁ ଅନେକ କିଛି କରିହେବ। ସବୁଠାରୁ ବଡକଥା ହେଲା ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନିଆଯାଇପାରିବ। ଗ୍ରାଉଣ୍ଡ ଡାଟାକୁ ସ୍ପେସ୍‌ ଡାଟା ସହ ତୁଳନା କରି ଉପକୂଳ ଓଡ଼ିଶା କିଭଳି ପରିବେଶ ଅନୁକୂଳ ହୋଇପାରିବ ଏବଂ ବାତ୍ୟା, ବନ୍ୟାରୁ ରକ୍ଷା ପାଇହେବ, ତାହାଉପରେ କାମ କରାଯାଇପାରିବ।   ରିପୋର୍ଟ: ସସ୍ମିତା ପାଇକରାୟ

ମେଟ୍ରୋ |

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀ ଅଫିସ,୨୨।୧: ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାକୁ ସୋମବାର ୨୫ବର୍ଷ ପୁରିଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।