ମେଟ୍ରୋ |

୧.୨୪ କୋଟି ପିଲାଙ୍କୁ ଦିଆଯିବ ଏମ୍‌ଆର୍‌ ଟିକା

୧.୨୪ କୋଟି ପିଲାଙ୍କୁ ଦିଆଯିବ ଏମ୍‌ଆର୍‌ ଟିକା
ଭୁବନେଶ୍ୱର, ୧୩।୧୨(ବ୍ୟୁରୋ)- ୨୦୧୮ ଜାନୁୟାରୀ ୨୯ରୁ ରାଜ୍ୟରେ ମିଳିମିଳା-ରୁବେଲା(ଜର୍ମାନ ମିଳିମିଳା) ବା ଏମ୍‌ଆର ଟିକାକରଣ ଆରମ୍ଭ ହେବ। ଏହି ଅଭିଯାନରେ ୯ ମାସରୁ ୧୫ ବର୍ଷ ମଧ୍ୟରେ ୧ କୋଟି ୨୪ ଲକ୍ଷ ପିଲାଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସରକାରଙ୍କ ଟିକାକରଣ ଉପନିର୍ଦ୍ଦେଶକ ଡା. ତାପସ କୁମାର ପାତ୍ର ବୁଧବାର ସିଓ୍ବାଇଏସ୍‌ଡିଠାରେ ଗଣମାଧ୍ୟମ ସହିତ ଏକ ରାଉଣ୍ଡଟେବୁଲ ବୈଠକରେ ଏହି ସୂଚନା ଦେଇଛନ୍ତି। ପାତ୍ର କହିଥିଲେ ଯେ, ସାର୍ବଜନୀନ ଟିକାକରଣ ଦ୍ୱାରା ଦେଶରେ ୨.୫ ନିୟୁତ ଶିଶୁ ମୃତ୍ୟୁ ରୋକାଯାଇପାରିବ, ଯାହା ୧୦ଟି ଟିକା ଦ୍ୱାରା ପ୍ରତିରୋଧ କରାଯାଉଥିବା ରୋଗରୁ ହୋଇଥାଏ। ଏହି ରୋଗ ମଧ୍ୟରୁ ମିଳିମିଳା ଅନ୍ୟତମ। ମିଳିମିଳା ଶିଶୁମୃତ୍ୟୁର ମୁଖ୍ୟ କାରଣ। ସେହିପରି ଜର୍ମାନ ମିଳିମିଳା ବା ରୁବେଲା ଯଦି ଗର୍ଭବତୀଙ୍କଠାରେ ପ୍ରଥମ ୩ ମାସ ମଧ୍ୟରେ ସଂକ୍ରମିତ ହୁଏ, ତେବେ କନ୍‌ଜେନିଟାଲ୍‌ ରୁବେଲା ସିଣ୍ଡ୍ରୋମ(ସିଆର୍‌ଏସ୍‌) ହେବାର ଆଶଙ୍କା ଥାଏ। ସିଆର୍‌ଏସ୍‌ ଯୋଗୁ ଗର୍ଭପାତ ହେବା ସହିତ ମୃତ ଶିଶୁ ଜନ୍ମ ହୁଏ ଅଥବା ଜନ୍ମିତ ଶିଶୁଠାରେ ବିଭିନ୍ନ ପ୍ରକାରର ଜନ୍ମଗତ ଅକ୍ଷମତା ଦେଖାଦେଇପାରେ। ଭାରତରେ ପ୍ରତିବର୍ଷ ହାରାହାରି ୪୯୦୦ ଶିଶୁ ମିଳିମିଳା ଯୋଗୁ ହେଉଥିବା ଜଟିଳତା ପାଇଁ ମୃତ୍ୟୁବରଣ କରୁଛନ୍ତି। ସେହିପରି ବାର୍ଷିକ ହାରାହାରି ୩୦୦୦୦ ଜନ୍ମିତ ଶିଶୁଙ୍କଠାରେ ସିଆର୍‌ଏସ୍‌ ଦେଖିବାକୁ ମିଳୁଛି। ରାଜ୍ୟରେ ଏବେ ମିଳିମିଳା ଟୀକାକରଣ ୮୮% ଥିବାବେଳେ ତାହାକୁ ୯୫% କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ସୁଦ୍ଧା ମିଳିମିଳା-ରୁବେଲା ରୋଗର ନିରାକରଣ ପାଇଁ ଲକ୍ଷ୍ୟ ରହିଛି। ଏହାକୁ ହାସଲ କରିବା ପାଇଁ ଆସନ୍ତା ଜାନୁୟାରୀ ୨୯ରୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହେବ ବୋଲି ପାତ୍ର କହିଛନ୍ତି। ବୈଠକରେ ରାଜ୍ୟ ଟିକାକରଣ ଅଧିକାରୀ ଡା. କମଳାକାନ୍ତ ଦାଶ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦେଶରେ ଗତବର୍ଷ ଏହି ଟିକାକରଣ ଆରମ୍ଭ ହୋଇଥିଲା। ୨୦୧୬ରେ କର୍ନାଟକ, ପଣ୍ଡିଚେରୀ, ତାମିଲନାଡ଼ୁ ଓ ଗୋଆରେ ଏହା ଶେଷ ହୋଇଥିବାବେଳେ ୨୦୧୭ରେ ହିମାଚଳ ପ୍ରଦେଶରେ ଶେଷ ହୋଇଛି। କେରଳ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏହି ଅଭିଯାନ ଏବେ ଜାରି ରହିଛି। ୨୦୧୮ରେ ଓଡ଼ିଶାରେ ଆରମ୍ଭ ହେବ।
All Right Reserved By

ମେଟ୍ରୋ |

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ,୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟିକାତଳ ନିକଟସ୍ଥ ଏକ ପୋଖରୀ କୂଳରେ ଜଣେ ଅପରିଚାତା ମହିଳାଙ୍କ ମୃତ ଦେହ ପଡିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର,୧୯ା୧୦(ଡି.ଏନ.ଏ.)- ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନ ଦକ୍ଷିଣପାର୍ଶ୍ୱ ରେଳଧାରଣାରେ ଶୁକ୍ରବାର ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । 

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟା

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।