ମେଟ୍ରୋ |

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା: ନର୍ସିଂହୋମ ଅସ୍ତ୍ରୋପଚାର ଗୃହ ସିଲ୍‌

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା: ନର୍ସିଂହୋମ ଅସ୍ତ୍ରୋପଚାର ଗୃହ ସିଲ୍‌
ପୁରୀ ଅଫିସ,୧୩।୧୨ : ତାଳବଣିଆ ଥାନା ଅଧିନ ସାଇ ସୌଦାମିନି ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମାର୍କଣ୍ଡେଶ୍ୱର ସାହି ରାଧାଗୋବିନ୍ଦ ଲେନ୍‌ର ଗର୍ଭବତୀ ମହିଳା ମୋନାଲିସା ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ମୃତା ମହିଳାଙ୍କ ପରିବାର ଲୋକେ ନର୍ସିଂହୋମ ବିରୋଧରେ ସିଡିଏମ୍‌ଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ ସିଡିଏମଓ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ଉକ୍ତ ନର୍ସିଂହୋମରେ ପହଞ୍ଚତ୍ ଅସ୍ତ୍ରୋପଚାର ଗୃହକୁ ଜଉମୁଦା ଦେଇ ସିଲ୍‌ କରିଥିବା ସୂଚନା ମିଳିଛି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଜିଲା ମେଲେରିଆ ଅଧିକାରୀ ଡା.ସାଧନା ଦାଶ, ଜିଲା ଲେପର୍ସି ଅଧିକାରୀ ଡା.ଦୀପା ପଟ୍ଟନାୟକ,ଏଡିଏମଓ(ମେଡିକାଲ) ଭାସ୍କର ସାମନ୍ତରାୟ ସାଇ ସୌଦାମିନି ନର୍ସିଂହୋମରେ ପହଞ୍ଚତ୍ ମାଲିକ ଅଭିଜିତ୍‌ ପଟ୍ଟନାୟକ ଏବଂ ସମୀର କୁମାର ସିଂଙ୍କ ସହିତ ଆଲୋଚନା କରିଥିଲେ। ପରେ ଅସ୍ତ୍ରୋପଚାର ଗୃହ(ଓଟି)ର ସମସ୍ତ ଯନ୍ତ୍ରାଂଶ ଯାଞ୍ଚ କରାଯାଇଥିଲା। ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଓଟିକୁ ସିଲ୍‌ କରିଥିଲେ। ଏହି ସମୟରେ ନର୍ସିଂହୋମର ଇନ୍‌ଚାର୍ଜ ଡା.ତ୍ରିଲୋଚନ ବରାଳ ଉପସ୍ଥିତ ଥିଲେ। ଡା. ସାଧନା ଦାଶ କୁହନ୍ତି, ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂହୋମ ଓଟି ସିଲ୍‌ କରାଯାଇଛି। ଏ ସମ୍ପର୍କରେ ରିପୋର୍ଟ ସିଡିଏମଓଙ୍କୁ ପ୍ରଦାନ କରାଯିବ। ନର୍ସିଂହୋମ ମାଲିକ ଅଭିଜିତ ପଟ୍ଟନାୟକ କୁହନ୍ତି, ଘଟଣାର ଠିକ୍‌ ତଦନ୍ତ କରାଯାଇନାହିଁ। ପ୍ରଶାସନ ଏକ ପାଖିଆ ଭାବେ ନିଷ୍ପତି ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଆମେ ସିଡିଏମଓଙ୍କ ସହ ପୁଣି ଥରେ ଆଲୋଚନା କରିବୁ। ଗତ ୨୮ତାରିଖଠାରୁ ନର୍ସିଂହୋମରେ ରୋଗୀ ସେବା ବନ୍ଦ ରହିଛି। ଘଟଣାଦିନ ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାରେ କୌଣସି ଅବହେଳା କରାଯାଇ ନ ଥିଲା। ଅନ୍ୟପଟେ ଡା. ବରାଳ ଏ ସମ୍ପର୍କରେ କୌଣସି ମତ ଦେବାକୁ ମନା କରିଛନ୍ତି। ସିଡିଏମଓ ବିଜନ୍‌ କିଶୋର ମହାନ୍ତି କୁହନ୍ତି, ଅଭିଯୋଗକୁ ଭିତ୍ତି କରି ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟ ଆଧାରରେ ଓଟି ସିଲ୍‌ ହୋଇଛି। ସୂଚନାନୁସାରେ, ରାଧାଗୋବିନ୍ଦ ଲେନର ବିମଳକାନ୍ତ ମହାନ୍ତିଙ୍କ ସ୍ତ୍ରୀ ମୋନାଲିସାଙ୍କ ଗର୍ଭ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ ସାଇ ସୌଦାମିନୀ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ସଦର ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ମୃତା ମହିଳାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ନର୍ସିଂହୋମରେ ହୋହଲ୍ଲା କରିଥିଲେ। ତାଲବଣିଆ ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।
All Right Reserved By

ମେଟ୍ରୋ |

ମା’ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଅପେକ୍ଷା

ଖୋର୍ଦ୍ଧା ଅଫିସ,୧୭।୧୦ ପାର୍ବଣ ଅବକାଶରେ ମା ଜଗତ୍‌ଜନନୀ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଖୋର୍ଦ୍ଧାବାସୀଙ୍କ ଚାହିଁ ବସିଛନ୍ତି। ଏଥିପାଇଁ ଖୋର୍ଦ୍ଧା ସହର ପୂଜା କମିଟି କର୍ମକର୍ତ୍ତାଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଭଗବତୀଙ୍କ ନବମୀ ପୂଜା

ଭଗବତୀଙ୍କ ନବମୀ ପୂଜା

ଖୋର୍ଦ୍ଧା ଅଫିସ,୧୭।୧୦: ଶାରଦୀୟ ପାର୍ବଣ ପୂଜା ପାଇଁ ବାଣପୁର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । 

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବନ୍ଦ ଘରୁ ବଙ୍ଗୀୟ ଯୁବତୀ ଉଦ୍ଧାର

କୋଣାର୍କ,୧୭।୧୦(ଡି.ଏନ୍‌.ଏ.): କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଏକ ବନ୍ଦ ଘରୁୁ ବୁଧବାର ପୂର୍ବାହ୍ନ ୨ଟାରେ କୋଣାର୍କ ପୋଲିସ ଜଣେ ବଙ୍ଗୀୟ ଯୁବତୀଙ୍କୁ  ଉଦ୍ଧାର କରିଛି। 

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଜ ୭୩ତମ ଜନ୍ମ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି। ଏହି ଅବସରରେ ବହୁ ବିଶିଷ୍ଟବ୍ୟକ୍ତି  ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।