
ପୁରୀ ଅଫିସ, ୧୩।୧୨: ଶ୍ରୀମନ୍ଦିର ବେଢା ପରିସର ଫଟୋ ପୁଣିଥରେ ଭାଇରାଲ ହୋଇଛି। ପୁନେର ଆକାଶ ମାଡାକେଙ୍କ ଫେସ୍ବୁକ୍ ଆକାଉଣ୍ଟରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ସେଲ୍ଫି ଓ ଫଟୋ ଅପଲୋଡ୍ କରାଯାଇଛି। ଏହି ଫଟୋଗୁଡିକ ଶ୍ରୀମନ୍ଦିର ବେଢା ପରିସରର ବିଭିନ୍ନ ସ୍ଥାନରେ ଉଠାଯାଇଛି। ଏପରିକି ଗାରଦ ଏବଂ କୋଇଲି ବୈକୁଣ୍ଠରେ ମଧ୍ୟ ଫଟୋ ଉଠାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଡ଼ା କଟକଣା ରହିଥିଲେ ମଧ୍ୟ ଶ୍ରୀମନ୍ଦିରର ଫଟୋ ଭାଇରାଲ ହେବା ଘଟଣା ପୋଲସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଚ୍ୟାଲେଞ୍ଚ ହୋଇଛି। ସୂଚନାଯୋଗ୍ୟ, ଗତ ସୋମବାର ରାୟପୁରର ଯୁଗଳ କିଶୋର ବୈଷ୍ଣବଙ୍କ ଫେସ୍ବୁକ୍ରେ ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଯାଇ ଫଟୋ ଅଫ୍ଲୋଡ ହୋଇଥିବା ଜଣାପଡିଥିଲା।