ମେଟ୍ରୋ |

ନିଖୋଜ ବାପାଙ୍କୁ ପାଇଲେ ପୁଅ

ନିଖୋଜ ବାପାଙ୍କୁ ପାଇଲେ ପୁଅ
ପୁରୀ ଅଫିସ, ୧୩।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ୧୪ ଦିନ ପୂର୍ବେ ପୁରୀ ଆସିଥିବା ଆସାମର ରଘୁନାଥ ଗୋଓ୍ବାଲା ହଜିଯାଇଥିଲେ। ରଘୁନାଥଙ୍କ ଠିକଣା ପାଇ ବୁଧବାର ପୁରୀରେ ପହଞ୍ଚି ବାପାଙ୍କୁ ସାଙ୍ଗରେ ନେଇଛନ୍ତି ପୁଅ ବିପୁଲ୍‌। ଉଲ୍ଲେଖଯୋଗ୍ୟ, ଗତ ମାସ ୨୯ ତାରିଖରେ ଅନ୍ୟମାନଙ୍କ ସହ ଟ୍ରେନ୍‌ ଯୋଗେ ପୁରୀ ଆସୁଥିଲେ ରଘୁନାଥ। ବାଟରେ ସେ କେଉଁଠି ହଜିଯାଇଥିଲେ। ତାଙ୍କ ସାଙ୍ଗରେ ଆସିଥିବା ସମ୍ପର୍କୀୟମାନେ ପୁରୀରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଗତ ୮ ତାରିଖରେ ମେରାଇନ୍‌ ଥାନା ପୋଲିସ ରଘୁନାଥଙ୍କୁ ଉଦ୍ଧାର କରି ସ୍ଥାନୀୟ ସର୍ବୋଦୟ ନଗରସ୍ଥିତ ଆଶ୍ରୟସ୍ଥଳୀରେ ରଖିଥିଲା। ତାଳବଣିଆ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ଆସାମ ପୋଲିସ ସହ ଯୋଗାଯୋଗ କରିଥିଲା। ଶେଷରେ ହଜିଲା ବାପାଙ୍କୁ ଫେରିପାଇଛନ୍ତି ପୁଅ।
All Right Reserved By

ମେଟ୍ରୋ |

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ଭାବେ ନିଯୁକ୍ତ ହୋଇଛନ୍ତି। ଶକ୍ତିକାନ୍ତ ଓଡ଼ିଆ ହୋଇଥିବାରୁ ରାଜ୍ୟର ବହୁବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦାବି: ଆଇଆଇଟି ସମ୍ମୁଖରେ ଧାରଣା

ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦାବି: ଆଇଆଇଟି ସମ୍ମୁଖରେ ଧାରଣା

ଜଟଣୀ,୧୨|୧୨(ଡି.ଏନ.ଏ): ଜଟଣୀସ୍ଥିତ ଆଇଆଇଟିରେ ଘରୋଇ ସଂସ୍ଥା ମାଧ୍ୟମରେ ହେଉଥିବା ନିଯୁକ୍ତିରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ସୁଯୋଗ ମିଳୁନି। ଏଣୁ ସ୍ଥାନୀୟ ଅଞ୍ଚଳର ବେକାରଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦାବିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଯୁବତୀଯୁବକ ଆଇଆଇଟି ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଥିଲେ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି। 

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାମାଜିକ ସଙ୍ଗଠନ ‘ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ’ ଏବଂ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ‘ମୁଁ ବି ଚାମ୍ପିୟନ୍‌’ କାର୍ଯ୍ୟକ୍ରମ ନନ୍ଦିନୀପଲ୍ଲୀସ୍ଥିତ ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି। 

ନନ୍ଦନକାନନ: କଳାବ୍ୟାଜ୍‌ ପିନ୍ଧିଲେ ବନରକ୍ଷୀ, ବନପାଳ

ନନ୍ଦନକାନନ: କଳାବ୍ୟାଜ୍‌ ପିନ୍ଧିଲେ ବନରକ୍ଷୀ, ବନପାଳ

ବାରଙ୍ଗ,୧୨।୧୨(ଡି.ଏନ୍‌.ଏ.)- ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇଥିଲେ।