ଜାତୀୟ |

ମିଥ୍ୟା ସେକ୍ସ ସିଡୀ ମାମଲା: ତଦନ୍ତ ଦାୟିତ୍ୱ ନେଲା ସିବିଆଇ

ମିଥ୍ୟା ସେକ୍ସ ସିଡୀ ମାମଲା: ତଦନ୍ତ ଦାୟିତ୍ୱ ନେଲା ସିବିଆଇ
ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଛତିଶଗଡ଼ ମନ୍ତ୍ରୀ ରାଜେଶ ମୁନତ୍‌ଙ୍କ ଏକ ‘ମିଥ୍ୟା’ ସେକ୍ସ ସିଡୀ ବଣ୍ଟାଯିବା ପରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଆସୁଛି। ରାଜ୍ୟର ଭାଜପା ସରକାରଙ୍କ ଅନୁରୋଧକ୍ରମେ ବୁଧବାର ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛି। ଜଣେ ଖବରଦାତା ଏବଂ ଜଣେ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ଦାଏର କରି ସେକ୍ସ ସିଡୀ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଆରମ୍ଭ କରିଦେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ମୁନତ୍‌ ଓ ଭାଜପା ନେତା ପ୍ରକାଶ ବଜାଜ୍‌ ଦୁଇଟି ପୃଥକ୍‌ ଅଭିଯୋଗପତ୍ର ଦାଖଲ କରିଥିଲେ। ଏହାକୁ ଭିତ୍ତିକରି ଛତିଶଗଡ଼ ପୋଲିସ ଦୁଇଟି ଏତଲା ରୁଜୁ କରିଥିଲା। ଅକ୍ଟୋବର ୨୮ରେ ରାଜ୍ୟ ସରକାର ସିବିଆଇ ତଦନ୍ତ ସୁପାରିସ କରିବା ସହ ଏତଲା ଦ୍ୱୟକୁ ତଦନ୍ତ ସଂସ୍ଥାକୁ ହସ୍ତାନ୍ତର କରିଥିଲା। ସିବିଆଇ ମୁଖପାତ୍ର ଅଭିଷେକ ଦୟାଲଙ୍କ କହିବା ଅନୁଯାୟୀ ସେକ୍ସ ସିଡୀ ଘଟଣାକୁ ନେଇ ଅକ୍ଟୋବର ୨୬ରେ ରାୟପୁରର ପାନ୍ଦ୍ରି ଥାନାରେ ପ୍ରଥମ ମାମଲା ଦାଏର ହୋଇଥିଲା। ଅଭିଯୋଗକାରୀ ବଜାଜ ସେଥିରେ ଦର୍ଶାଇଥିଲେ ଯେ, ତାଙ୍କୁ କିଛି ଅଜଣା ଲୋକ ଫୋନ୍‌କଲ୍‌ କରୁଛନ୍ତି। ଦାବି ମୁତାବକ ଟଙ୍କା ନ ଦେଲେ ତାଙ୍କ ମାଷ୍ଟର ମୁନତ୍‌ଙ୍କ ଏକ ଅଶ୍ଳୀଳ ଭିଡିଓକୁ ଚାରିଆଡ଼େ ବାଣ୍ଟିଦେବେ ବୋଲି ସେମାନେ ଧମକ ଦେଇଥିଲେ। ଦିନକ ପରେ ରାୟପୁରର ସିଭିଲ୍‌ ଲାଇନ୍‌ ଥାନାରେ ଛତିଶଗଡ଼ କଂଗ୍ରେସ ସଭାପତି ଭୂପେଶ ବାଘେଲ ଏବଂ ବରିଷ୍ଠ ଖବରଦାତା ବିନୋଦ ବର୍ମାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହି ଦୁଇ ଜଣ ମିଶି ମୁନତ୍‌ଙ୍କ ଚରିତ୍ର ସଂହାର ପାଇଁ ଏକ ମିଥ୍ୟା ନଗ୍ନ ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ସୋସିଆଲ ମିଡିଆକୁ ଦେଇଥିଲେ। ରାଜନୈତିକ ଚକ୍ରାନ୍ତ ପାଇଁ ସେମାନେ ଏଭଳି ଭିଆଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଥିଲା। କିନ୍ତୁ ବର୍ମା ଏବଂ ବାଘେଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
All Right Reserved By

ଜାତୀୟ |

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, ୧୭।୧୦: ଆଶ୍ରମରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଙ୍କୁ ପୁଣି ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିଛି।

 ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ପୁଣେ,୧୭।୧୦: ମହାରାଷ୍ଟ୍ରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କରିଛନ୍ତି ୪ ସେନା ଯବାନ। ସ୍ଥାନୀୟ ମିଲିଟାରୀ ହସ୍ପିଟାଲ ପରିସରରେ ଘଟିଛି ଏଭଳି କାଣ୍ଡ। ଏନେଇ ପୁଣେର ଖାଡକୀ ପୋଲିସ ଏକ ମାମଲା ରୁଜୁ କରିଛି।

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

ଜୟପୁର,୧୭।୧୦: ରାଜସ୍ଥାନରେ ଭାଜପାକୁ ଲାଗିଛି ଏକ ବଡ଼ ଝଟକା। ଭାଜପାର ବରିଷ୍ଠ ନେତା ଜସଓ୍ବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ଯୋଗଦେଇଛନ୍ତି। 

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

ପୁଣେ, ୧୭।୧୦: ମହାରାଷ୍ଟ୍ର ପୁଣେ ଅନ୍ତର୍ଗତ ଭାଟନଗରର ପିମ୍ପରି ଚିଞ୍ଚଓ୍ବାଡ୍‌ରେ ଘଟିଛି  ଏକ ଅଭାବନୀୟ ଘଟଣା। 

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ଇନ୍ଦୋର,୧୭।୧୦: ଲକ୍ଷ୍ନୌରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ଜଣେ ୭୬ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ହାର୍ଟଆଟାକ୍‌ ହୋଇଥିଲା।

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ମିରଟ,୧୭।୧୦: ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ଭାରତୀୟ ସେନା ଯବାନଙ୍କୁ ଗିରଫ କରାଯାଇଛି। ଭାରତୀୟ ସେନାର ଗୋଇନ୍ଦା ବିଭାଗ ତାଙ୍କ ଉପରେ ୩ ମାସ ଧରି ତୀକ୍ଷ୍‌ଣ ନଜର ରଖିଥିଲେ।

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶ ସମ୍ଭଲରେ ଅପରାଧୀଙ୍କ ପିଛା କରୁଥିବା ସମୟରେ ପୋଲିସ ବାବୁଙ୍କ ପିସ୍ତଲ କାମ କରି ନ ଥିଲା। ମାତ୍ର କନେଷ୍ଟବଳ ମନୋଜ କୁମାର ମୁହଁରୁ ଠୋ ଠୋ ଶବ୍ଦ ବାହାର କରି ଅପରାଧୀଙ୍କ ସାମନା କରିଥିଲେ। 

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ଫତେହ କଦାଲରେ ବୁଧବାର ମିଳିତ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏଶନ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ପତ୍ର ଲେଖିଛନ୍ତି। ପାଇଲଟମାନଙ୍କ ପାଇଁ ‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ପାଇଁ ସେମାନେ ଉକ୍ତ ପତ୍ରରେ ଦାବି କରିଛନ୍ତି।