ଜାତୀୟ |

ଏନ୍‌ଜିଟିଙ୍କ ନିର୍ଦ୍ଦେଶ: ଅମରନାଥରେ ପାଟି ଖୋଲିବା ମନା

ଏନ୍‌ଜିଟିଙ୍କ ନିର୍ଦ୍ଦେଶ: ଅମରନାଥରେ ପାଟି ଖୋଲିବା ମନା
ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଦକ୍ଷିଣ କଶ୍ମୀର ହିମାଳୟରେ ଥିବା ବିଶ୍ୱ ପ୍ରସିଦ୍ଧ ଶୈବପୀଠ ଅମରନାଥରେ ଆଉ ‘ବମ୍‌ ବମ୍‌ ଭୋଲେ’, ‘ଓଁ ନମଃ ଶିବାୟ’ ଶବ୍ଦ ଶୁଣିବାକୁ ମିଳିବ ନାହିଁ। ଏଠାରେ କେହି ପାଟି ଖୋଲିପାରିବେ ନାହିଁ । ଏନେଇ ବୁଧବାର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଧର୍ମୀୟ ସ୍ଥଳୀକୁ ‘ସାଇଲେନ୍ସ ଜୋନ୍‌’ ଭାବେ ଘୋଷଣା କରିଛନ୍ତି ଟ୍ରିବ୍ୟୁନାଲ। ଖାଲି ସେତିକି ନୁହେଁ, ପ୍ରବେଶ ସ୍ଥାନ ନିକଟରେ ଶ୍ରଦ୍ଧାଳୁମାନଙ୍କ ପୂଜାର୍ଚ୍ଚନା ନିଷେଧ କରାଯାଇଛି। ତେବେ ଭକ୍ତମାନେ ଯେପରି ଭଲଭାବେ ଦର୍ଶନ କରିପାରିବେ, ସେଥିନିମନ୍ତେ ସୁବ୍ୟବସ୍ଥା କରିବାକୁ ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ସ୍ବତନ୍ତର କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅମରନାଥ ସ୍ରାଇନ୍‌ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିୟମ ଅନୁଯାୟୀ ଅମରନାଥ ଗୁମ୍ପାକୁ ଯିବା ପାଇଁ ଯେଉଁଠି ପାହାଚ ଆରମ୍ଭ ହୋଇଛି ସେଠାରୁ କିଛି ଜିନିଷ ଭିତରକୁ କେହି ନେଇପାରିବେ ନାହିଁ। ଗୁମ୍ଫା ପ୍ରବେଶ ଦ୍ୱାର ନିକଟରେ ସମସ୍ତଙ୍କର ଯାଞ୍ଚ ହେବ। ପାହାଚ ଆରମ୍ଭରୁ ଅମରନାଥ ଲିଙ୍ଗ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ନୀରବତା ରକ୍ଷା କରିବେ। ଏହି ସ୍ଥାନକୁ ‘ସାଇଲେନ୍ସ ଜୋନ୍‌’ ଅର୍ଥାତ୍‌ ନୀରବ ଅଞ୍ଚଳ ଭାବେ ଘୋଷଣା କରିବା ଦ୍ୱାରା ହିମସ୍ଖଳନ ଆଶଙ୍କା କମିବ। ଶାନ୍ତ ପରିବେଶ ଯୋଗୁ ଏହି ପୀଠର ପ୍ରାଚୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ଗୁଣା ବଢ଼ିଯିବ ବୋଲି ଏନ୍‌ଜିଟି କହିଛନ୍ତି। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ବରଫ ଶିବଲିଙ୍ଗ ଆଗରେ ଥିବା ଲୁହା ଗ୍ରିଲ୍‌କୁ ହଟାଇଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଶେଷ ଚେକ୍‌ ପଏଣ୍ଟରୁ ଆଉ ଆଗକୁ କେହି ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ନେଇଯାଇପାରିବେ ନାହିଁ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କେଉଁସବୁ ବ୍ୟବସ୍ଥା ହୋଇଛି ତାହାର ଏକ ରିପୋର୍ଟ ତିନି ସପ୍ତାହ ମଧ୍ୟରେ ଦେବାକୁ ବିଶେଷଜ୍ଞ କମିଟିକୁ ଟ୍ରିବ୍ୟୁନାଲ କହିଛନ୍ତି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଜଣେ ଅତିରିକ୍ତ ସଚିବ ଉକ୍ତ କମିଟିର ଅଧ୍ୟକ୍ଷତା କରୁଛନ୍ତି। ପରିବେଶ କର୍ମୀ ଗୌରୀ ମୌଲେଖିଙ୍କ ଆବେଦନକ୍ରମେ ଏନ୍‌ଜିଟି ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଟ୍ରିବ୍ୟୁନାଲଙ୍କ ରାୟକୁ ସେ ସ୍ବାଗତ କରିଛନ୍ତି।
All Right Reserved By

ଜାତୀୟ |

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଗାଜିଆବାଦ,୨୪।୯: ଉତ୍ତର ପ୍ରଦେଶ ଗାଜିଆବାଦରେ କିଛିଦିନ ହେବ ନବବଧୂମାନେ ଲୁଟ୍‌ କରି ଫେରାର ହୋଇଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଦିନକୁ ଦିନ ଏହା ବଢିବାରେ ଲାଗିଛି। 

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଚଣ୍ଡିଗଡ,୨୪।୯: ଗତ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଜାବରେ ହେଉଥିବା ଲଗାଣ ବର୍ଷାକୁ ଦେଖି ସୋମବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ସୋମବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪।୯: ନୂଆଦିଲ୍ଲୀରେ ଏକ ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ୪ ବର୍ଷ ଦିଲ୍ଲୀ-ଏନସିଆର୍‌ ଅଞ୍ଚଳରେ ଏହି ର଼୍ୟାକେଟ ସକ୍ରିୟ ଥିବା ପୋଲିସ ସୂଚନା ଦେଇଛି। 

ବଢିଲା ଭାଜପା ଚିନ୍ତା

ବଢିଲା ଭାଜପା ଚିନ୍ତା

ପଣଜୀ,୨୪।୯: ଗୋଆ ମନ୍ତ୍ରିମଣ୍ଡଳ ଏବେ ଏକ ପ୍ରକାର ଆଇସିୟୁକୁ ଚାଲିଯାଇଛି ବୋଲି ଆଲୋଚନା ହେଉଛି। କାରଣ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥତା କାରଣରୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଏବେ ଆଉ ୨ ଜଣ ଭାଜପା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡିଛି। 

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟସେବା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବା ପରେ ପରେ ଏହାକୁ ଅଣ ଭାଜପା ଶାସିତ ୫ ରାଜ୍ୟ ଲାଗୁ କରିବ ନାହିଁ ବୋଲି ଜଣାପଡିଛି।

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସିକ୍କିମ ପାକୟୋଙ୍ଗ ବିମାନବନ୍ଦରର ଭଦ୍‌ଘାଟନ କରିଛନ୍ତି।  ଏହା ସିକ୍କିମର ପ୍ରଥମ ବିମାନ ବନ୍ଦର। ୨୦୦୯ରେ ଏହାର ଶିଳାନ୍ୟାସ କରାଯାଇଥିଲା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ନୈନିତାଲ,୨୪।୯: ଉତ୍ତରାଞ୍ଚଳ ଭାରତ-ନେପାଳ ସୀମାରେ ମାନବ ତସ୍କରୀ ବଢ଼ିବାରେ ଲାଗିଛି। ଏଠାରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କରାଯାଉଛି ଅପହରଣ। 

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ଚଣ୍ଡିଗଡ଼,୨୪।୯: ପଞ୍ଜାବ ମୋଗାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କୁ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ବିରୋଧ କରିବାରୁ ଯୁବକ ତାଙ୍କୁ ସ୍ଥାନୀୟ ନାଳେରେ ଠେଲି ଦେଇଥିଲେ। 

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ କିଛି ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। 

ପୁଣି ମାଡି ଆସୁଛି ବିପଦ

ପୁଣି ମାଡି ଆସୁଛି ବିପଦ

ଥିରୁଭାନନ୍ତପୁରମ,୨୪।୯: ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି।