ଜାତୀୟ |

ବାଧ୍ୟତା ମୂଳକ ଆଧାର ଲିଙ୍କ୍‌: ଡିସେମ୍ବର ୧୪ରୁ ଶୁଣାଣି ଆରମ୍ଭ

ବାଧ୍ୟତା ମୂଳକ ଆଧାର ଲିଙ୍କ୍‌: ଡିସେମ୍ବର ୧୪ରୁ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ, ୧୩।୧୨: ବିଭିନ୍ନ ଜନକଲ୍ୟାଣ ଯୋଜନା, ବ୍ୟାଙ୍କ ଜମା ଖାତା, ମୋବାଇଲ୍‌ ସିମ୍‌ କାର୍ଡରେ ବାଧ୍ୟତାମୂଳକ ଆଧାର ଲିଙ୍କ୍‌ ସମ୍ପର୍କିତ ଶୁଣାଣି ଡିସେମ୍ବର ୧୪ରୁ ଆରମ୍ଭ ହେବ। ଏହାର ଶୁଣାଣି ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ବିଚାରପତି ଏ.ଏମ୍‌. ଖାନଓ୍ବାଲିକର ଏବଂ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କରିବେ। ଏହାର ଶୁଣାଣି ଅପରାହ୍ନ ୨ଟାରୁ ଆରମ୍ଭ ହେବ।

All Right Reserved By

ଜାତୀୟ |

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କମଲ ହାସନ

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କମଲ ହାସନ

ନୂଆଦିଲ୍ଲୀ,୨୦।୬: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ତାଙ୍କ ରାଜନୈତିକ ଦଳ ‘ମକ୍କଲ ନୀଧି ମାଇମ୍‌’ର ପଞ୍ଜିକରଣ ଲାଗି ବୁଧବାର ଦିଲ୍ଲୀଠାରେ ନିର୍ବାଚନ ଆୟୋଗ(ଇସି) ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଇସି ଆମ ଦଳ ବାବଦରେ କିଛି ପ୍ରଶ୍ନ ପଚାରି ଥିଲେ।

ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଓପିଇସି ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଓପିଇସି ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭିଏନା/ନୂଆଦିଲ୍ଲୀ,୨୦।୬: ଭିଏନାସ୍ଥିତ ଇମ୍ପେରିଆଲ୍‌ ହୋଫ୍‌ବର୍ଗରେ ଆୟୋଜିତ ଅର୍ଗାନାଇଜେଶନ୍‌ ଅଫ୍‌ ପେଟ୍ରୋଲିୟମ୍‌ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌(ଓପିଇସି) ସେମିନାରରେ ଯୋଗଦେବା ଅବସରରେ ବୁଧବାର କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍ଧନର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସିଇଏ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟମ୍‌

ସିଇଏ ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟମ୍‌

ନୂଆଦିଲ୍ଲୀ,୨୦।୬: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ପଦରୁ ଅରବିନ୍ଦ ସୁବ୍ରମଣ୍ୟମ୍‌ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଆମେରିକା ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ବୁଧବାର ସୂଚନା ଦେଇଛନ୍ତି। ପାରିବାରିକ ପ୍ରତିବଦ୍ଧତା ନେଇ ସେ ତାଙ୍କ ପଦରୁ ଇସ୍ତଫା ଦେଉଥିବା ଜେଟ୍‌ଲୀଙ୍କୁ ଜଣାଇଥିଲେ।

ସର୍ବନିମ୍ନ ଜନଶକ୍ତି, ବିଦ୍ୟୁତ୍‌ ଲାଗି ମାଡ୍ରାସ୍‌ ହାଇକୋର୍ଟରେ ଷ୍ଟେର୍‌ଲାଇଟ୍‌ର ଆବେଦନ

ସର୍ବନିମ୍ନ ଜନଶକ୍ତି, ବିଦ୍ୟୁତ୍‌ ଲାଗି ମାଡ୍ରାସ୍‌ ହାଇକୋର୍ଟରେ ଷ୍ଟେର୍‌ଲାଇଟ୍‌ର ଆବେଦନ

ମାଡ୍ରାସ୍‌,୨୦।୬: କାରଖାନାକୁ ଚାଲୁ ରଖିବା ଲାଗି ସର୍ବନିମ୍ନ ଜନଶକ୍ତି ଏବଂ ବିଦ୍ୟୁତ୍‌ ଯୋଗାଣ ଲାଗି ବେଦାନ୍ତ ଗ୍ରୁପ୍‌ ମାଲିକାନାରେ ଥିବା ଷ୍ଟେର୍‌ଲାଇଟ୍‌ କପରର ଏକ ପ୍ରତିନିଧି ଦଳ ବୁଧବାର ମାଡ୍ରାସ୍‌ ହାଇକୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ସେମାନେ ଦର୍ଶାଇଛନ୍ତି ଯେ, ପ୍ଲାଣ୍ଟରୁ ନିର୍ଗତ ହେଉଥିବା ସଲ୍‌ଫ୍ୟୁରିକ୍‌ ଏସିଡ୍‌କୁ ରୋକିବା ଲାଗି ବିଦ୍ୟୁତ୍‌ ଏବଂ କେତେକ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି।

ହ୍ବାଟସ୍‌ଆପ୍‌ରେ ନିର୍ବସ୍ତ୍ର ଫଟୋ ପଠାଉଥିଲେ ବିବାହିତା ମହିଳା

ହ୍ବାଟସ୍‌ଆପ୍‌ରେ ନିର୍ବସ୍ତ୍ର ଫଟୋ ପଠାଉଥିଲେ ବିବାହିତା ମହିଳା

ଇନ୍ଦୋର, ୨୦।୬: ମଧ୍ୟପ୍ରଦେଶ ଇନ୍ଦୋର ଅଞ୍ଚଳରେ ଜଣେ ବିବାହିତା ମହିଳା ଅନେକ ଯୁବକଙ୍କୁ ହ୍ବାଟସ୍‌ଆପ୍‌ରେ ନିଜର ନିର୍ବସ୍ତ୍ର ଫଟୋ ପଠାଉଥିଲେ। ମହିଳା ଜଣକ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକମାନଙ୍କ ସହିତ ଚାଟିଂ କରୁଥିଲେ। ମହିଳାଙ୍କ ଉପରେ ସ୍ବାମୀଙ୍କର ସନ୍ଦେହ ହେବାରୁ ସେ କରିଥିଲେ ଷ୍ଟିଙ୍ଗ୍‌ ଅପରେଶନ। ଧରାପଡିଥିଲେ ମହିଳା।

ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ ପ୍ରଭାବ ପକାଇବ ନାହିଁ: ସେନା ମୁଖ୍ୟ

ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ ପ୍ରଭାବ ପକାଇବ ନାହିଁ: ସେନା ମୁଖ୍ୟ

ନୂଆଦିଲ୍ଲୀ,୨୦।୬: ଜମ୍ମୁ-କଶ୍ମୀରରେ ଜାରି ହୋଇଥିବା ରାଜ୍ୟପାଳ ଶାସନ ସେନା ଅପରେଶନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୁଧବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଶାସନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ସେ ଏହି ସୂଚନା ଦେଇଛନ୍ତି।

ଆମେରିକାରେ ୫୨ ଭାରତୀୟ ଅଟକ

ଆମେରିକାରେ ୫୨ ଭାରତୀୟ ଅଟକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୦।୬: ଅବୈଧ ଅପ୍ରବାସ ନେଇ ଆମେରିକାରେ ୫୨ ଭାରତୀୟ ଅଟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଖ୍‌ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଡେମୋକ୍ରାଟିକ୍‌ ଲ’ମେକର୍‌ଙ୍କ ଏକ ଦଳ ନିକଟରେ ଆମେରିକାର ଓରେଗନ୍‌ସ୍ଥିତ ହାଜତକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ମୋଟ ୧୨୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫୨ ଜଣ ଭାରତୀୟ ରହିଥିବା ଜଣାପଡ଼ିଥିଲା।

ସୁରକ୍ଷାବଳଙ୍କ  ଟାର୍ଗେଟରେ ୨ଶହ ଆତଙ୍କବାଦୀ, ୩ ହଜାର ସହାୟତାକାରୀ

ସୁରକ୍ଷାବଳଙ୍କ ଟାର୍ଗେଟରେ ୨ଶହ ଆତଙ୍କବାଦୀ, ୩ ହଜାର ସହାୟତାକାରୀ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଅପରେଶନ ଅଲଆଉଟ ଅଭିଯାନରେ ୨ ଶହ ଆତଙ୍କବାଦୀଙ୍କୁ ଟାର୍ଗେଟରେ ରଖାଯାଇଛି। ସେମାନଙ୍କୁ ସହାୟତା କରୁଥିବା ୩ ହଜାର ସହାୟତାକାରୀଙ୍କ ଉପରେ ନୀକ୍ଷ୍‌ଣ ନଜର ମଧ୍ୟ ରଖାଯାଇଛି।

୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ପ୍ରଚେଷ୍ଟାରତ: ପ୍ରଧାନମନ୍ତ୍ରୀ

୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ପ୍ରଚେଷ୍ଟାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୬: ୨୦୨୨ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ସରକାର ପ୍ରଚେଷ୍ଟା କରୁଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ନରେନ୍ଦ୍ର ମୋଦି ଆପ୍‌(ନମୋ ଆପ୍‌) ଜରିଆରେ କୃଷକଙ୍କ ସହ ଆଲୋଚନା କରି ସେ କହିଛନ୍ତି ଯେ, ଭାରତର କୃଷକମାନଙ୍କ ଉପରେ ଆମର ଭରସା ଅଛି।

ରାଜ୍ୟ ଗାଈ ମନ୍ତ୍ରାଳୟ ସ୍ଥାପିତ ହେଉ: ସ୍ବାମୀ ଅଖିଳେଶ୍ୱରାନନ୍ଦ

ରାଜ୍ୟ ଗାଈ ମନ୍ତ୍ରାଳୟ ସ୍ଥାପିତ ହେଉ: ସ୍ବାମୀ ଅଖିଳେଶ୍ୱରାନନ୍ଦ

ଭୋପାଳ,୨୦।୬: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟାକୁ ଉନ୍ନୀତ ହେବା ପରେ ସ୍ବାମୀ ଅଖିଳେଶ୍ୱରାନନ୍ଦ ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ରାଜ୍ୟରେ ଗାଈ ମନ୍ତ୍ରାଳୟ ଗଠନ କରିବାକୁ ନିବେଦନ କରିଛନ୍ତି। ଯଦି ରାଜସ୍ଥାନରେ ଗାଈ ସଚିବାଳୟ ରହିପାରୁଛି, ତେବେ ମଧ୍ୟପ୍ରଦେଶରେ ଗାଈ ମନ୍ତ୍ରାଳୟ ହେବା ନେଇ କୌଣସି ଅସୁବିଧା ନାହିଁ ବୋଲି ସେ ମତ ଦେଇଛନ୍ତି।

ଅପରେଶନ ଅଲଆଉଟ: ୪୮ ଘଣ୍ଟାରେ ୭ ଆତଙ୍କବାଦୀ ନିହତ

ଅପରେଶନ ଅଲଆଉଟ: ୪୮ ଘଣ୍ଟାରେ ୭ ଆତଙ୍କବାଦୀ ନିହତ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ଅପରେଶନ ଅଲଆଉଟରେ ଗତ ୪୮ ଘଣ୍ଟା ମଧ୍ୟରେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି।

ଭାରତରେ ଧନୀକଙ୍କ ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି

ଭାରତରେ ଧନୀକଙ୍କ ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୦।୬: ଭାରତରେ ଧନୀକଙ୍କ ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ଧନୀକଙ୍କ ସଂଖ୍ୟା ୨୦୧୬ ତୁଳନାରେ ବଢ଼ିଥିବା ଫ୍ରାନ୍ସର ଟେକ୍‌ ଫାର୍ମ କେପଜେମିନ୍‌ର ରିପୋର୍ଟରେ ଏହା ସୂଚିତ ହୋଇଛି।

Model This Week

ପ୍ରଭାତ