ଜାତୀୟ |

କୋଇଲା ଦୁର୍ନୀତି: ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ

କୋଇଲା ଦୁର୍ନୀତି: ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୩।୧୨: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତିରେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ)ର ସ୍ବତନ୍ତ୍ର କୋର୍ଟ ବୁଧବାର କୋଡ଼ାଙ୍କ ସମେତ ଏହି ମାମଲାରେ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ବାସୁ ପ୍ରମୁଖଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତିି। ଗୁରୁବାରଠାରୁ ଦଣ୍ଡ ବିଧାନ ଶୁଣାଣି ଆରମ୍ଭ ହେବ। ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଛି।

All Right Reserved By

Model This Week

ନିକିତା

ଜାତୀୟ |

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଅମରାବତୀ, ୨୦।୪ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ନିଜର ଜନ୍ମଦିବସରେ ଆରମ୍ଭ କରିଛନ୍ତି ୧୨ଘଣ୍ଟିଆ ଅନଶନ। ଶୁକ୍ରବାର ଚନ୍ଦ୍ରାବାବୁ ୬୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ସେ ବିଜୟଓ୍ବାଡାରେ ସକାଳ ୭ଟାଠାରୁ ଅନଶନରେ ବସିଛନ୍ତି।

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦।୪ : ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସମ୍ପତ୍ତି ଜବତ ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶୀର୍ଷ ଅଦାଲତ ଶୁକ୍ରବାର ଦାଉଦ୍‌ଙ୍କ ଭଉଣୀ ହସିନା ପାର୍‌କର ଏବଂ ମା’ ଅମିନା ବି କାସକର୍‌ଙ୍କ ଆବେଦନ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ନୂଆଦିଲ୍ଲୀ, ୨୦।୪ : ସିବିଆଇର ସ୍ବତନ୍ତ୍ର ବିଚାରପତି ବି.ଏଚ୍‌. ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ରାୟପରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ଏନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମହାଭିଯୋଗ ପ୍ରସ୍ତାବ ପାଇଁ ୫୦ ଜଣ ସଦସ୍ୟଙ୍କ ହସ୍ତାକ୍ଷର ମଧ୍ୟ ସଂଗ୍ରହ କରାଯାଇଛି।

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

କର୍ନାଟକ: କଂଗ୍ରେସର ୯୧ ପ୍ରତିଶତ ପ୍ରାର୍ଥୀ କୋଟିପତି

ବାଙ୍ଗାଲୋର, ୨୦।୪ : କର୍ନାଟକରେ ମେ ୧୨ରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରୁ ୯୧ ପ୍ରତିଶତ କୋଟିପତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। କଂଗ୍ରେସ ୨୧୮ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ସେମାନଙ୍କ ମଧ୍ୟରେ ୩୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଅପରାଧୀକ ମାମଲା ରହିଥିବା ଜଣାପଡିଛି।

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ଘରକୁ ଫେରିଲେ ଗମ୍ଭୀର

ଇମ୍ଫାଲ୍‌, ୨୦।୪ : ୟୁଟ୍ୟୁବ୍‌ ଯୋଗୁ ୪୦ ବର୍ଷ ପରେ ମଣିପୁର ଇମ୍ଫାଲ୍‌ର ଖୁମ୍‌ବଙ୍ଗ ଗାଁର ଜଣେ ବ୍ୟକ୍ତି ଘରକୁ ଫେରିଛନ୍ତି। ସେ ହେଉଛନ୍ତି ୬୬ ବର୍ଷ ବୟସ୍କ ଖୋମ୍‌ଦ୍ରାମ ଗମ୍ଭୀର ସିଂ। ୧୯୭୮ରେ ୨୬ ବର୍ଷ ବୟସରେ ଗମ୍ଭୀର କୌଣସି ଏକ କାରଣରୁ ଘରୁ ଲୁଚି ପଳାଇଥିଲେ। ତାଙ୍କ ପରିବାର ଅନେକ ଖୋଜାଖୋଜି କରୁଥିଲେ। ଗତ ଅକ୍ଟୋବରରେ ବମ୍ବେର ଜଣେ ଫଟୋଗ୍ରାଫର ଫିରୋଜ୍‌ ଶକିର୍‌ ଗମ୍ଭୀରଙ୍କର ଏକ ଭିଡ଼ିଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ନରୋଦା ପାଟିଆ ମାମଲା: ମାୟା କୋଡନାନୀ ଖଲାସ, ବାବୁ ବଜରଙ୍ଗୀଙ୍କୁ ଆଜୀବନ ଜେଲ

ଅହମ୍ମଦାବାଦ୍‌, ୨୦।୪ : ନରୋଦା ପାଟିଆ ମାମଲାରେ ଗୁଜରାଟ ହାଇକୋର୍ଟ ଅଭିଯୁକ୍ତ ମାୟା କୋଡନାନୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ବାବୁ ବଜରଙ୍ଗୀଙ୍କୁ ଏହି ମାମଲାରେ ଦୋଷୀ ଦର୍ଶାଇ ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି।

 ଜମ୍ମୁ-କଶ୍ମୀରରେ ପାକିସ୍ତାନର ଷଡ଼ଯନ୍ତ୍ର: ହ୍ବାଟସ୍‌ଆପ୍‌ରେ ଲୋକଙ୍କୁ ଉସୁକାଉଛନ୍ତି ହାଫିଜ୍‌

ଜମ୍ମୁ-କଶ୍ମୀରରେ ପାକିସ୍ତାନର ଷଡ଼ଯନ୍ତ୍ର: ହ୍ବାଟସ୍‌ଆପ୍‌ରେ ଲୋକଙ୍କୁ ଉସୁକାଉଛନ୍ତି ହାଫିଜ୍‌

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ ହେବାରୁ ପାକିସ୍ତାନ ବନ୍ଧୁକ ବଦଳରେ ଏବେ ଇଣ୍ଟରନେଟ୍‌କୁ ଭାରତ ବିରୋଧରେ ଅସ୍ତ୍ର କରିଛି। ଆତଙ୍କବାଦୀ ବିରୋଧୀ ଅପରେଶନ ସମୟରେ ଜମ୍ମୁ-କଶ୍ମୀରର ଯୁବବର୍ଗଙ୍କ ସମେତ ସାଧାରଣ ଲୋକଙ୍କୁ ଉସୁକାଇବା ପାଇଁ ପାକିସ୍ତାନ ଏକ ଷଡ଼ଯନ୍ତ୍ର କରିଛି। ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଇଦ୍‌ ହାଫିଜ୍‌ ହ୍ବାଟସ୍‌ଆପ୍‌ ଦ୍ୱାରା ବିଭିନ୍ନ ଭ୍ରମାତ୍ମକ ଖବର ପଠାଇ ଜମ୍ମୁ-କଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି।

୪୮ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ମହିଳା ଉତ୍ପୀଡ଼ନ ମାମଲା: ଭାଜପା ଆଗରେ

୪୮ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ମହିଳା ଉତ୍ପୀଡ଼ନ ମାମଲା: ଭାଜପା ଆଗରେ

ନୂଆଦିଲ୍ଲୀ, ୨୦।୪ : ଦେଶର ୪୮ ଏମ୍‌ପି ଓ ବିଧାୟକଙ୍କ ନାମରେ ମହିଳା ଉତ୍ପୀଡ଼ନ ମାମଲା ରହିଛି। ଅଭିଯୁକ୍ତଙ୍କ ମଧ୍ୟରେ ୪୫ ବିଧାୟକ ଏବଂ ୩ ଏମ୍‌ପି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭାଜପାର ସର୍ବାଧିକ ୧୨ ଜଣ ନେତା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି।

ପ୍ରତି ୧୫ ମିନିଟରେ  ଯୌନଶୋଷଣର ଶିକାର ହେଉଛନ୍ତି ଜଣେ ଶିଶୁ

ପ୍ରତି ୧୫ ମିନିଟରେ ଯୌନଶୋଷଣର ଶିକାର ହେଉଛନ୍ତି ଜଣେ ଶିଶୁ

ନୂଆଦିଲ୍ଲୀ, ୨୦।୪ : ଭାରତରେ ପ୍ରତି ୧୫ ମିନିଟରେ ଜଣେ ଶିଶୁ ଯୌନଶୋଷଣର ଶିକାର ହେଉଥିବା ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶିଶୁ ଯୌନଶୋଷଣ ଘଟଣା ୫ଶହ ପ୍ରତିଶତ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଡୋଡ଼ାରେ ସର୍ଚ୍ଚ ଅପରେଶନ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଡୋଡ଼ାରେ ସର୍ଚ୍ଚ ଅପରେଶନ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀର ଡୋଡ଼ା ଜିଲାରେ ସର୍ଚ୍ଚ ଅପରେଶନ ସମୟରେ ସୁରକ୍ଷାବଳଙ୍କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ଏସବୁ ଲୁଚାହୋଇ ରଖାଯାଇଥିବା ସୁରକ୍ଷାବଳଙ୍କ ପକ୍ଷରୁ ସୂଚିତ କରାଯାଇଛି। ଜମ୍ମୁର ପାହାଡ଼ିଆ ଅଞ୍ଚଳର ଏକ ଗୁପ୍ତସ୍ଥାନରେ ଗୋଟିଏ ଏକେ-୪୭, ଗୋଟିଏ ଏକେ-୫୬, ୫ ମାଗାଜିନ୍‌, ଗୋଟିଏ ଗ୍ରେନେଡ୍‌ ଲଞ୍ଚର, ୨ଟି ୟୁବିଜିଏଲ୍‌ ଗ୍ରେନେଡ୍‌, ୨୮୯ ରାଉଣ୍ଡ ଗୁଳି ତଥା ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ରସିଦ୍‌ ବହି ଜବତ ହୋଇଛି।

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନରେନ୍ଦ୍ର ମୋଦି ମହିଳାଙ୍କ ସୁରକ୍ଷାକୁ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ, ୨୦-୪:ନିଜ ଦେଶର ମହିଳାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଖ୍ରିଷ୍ଟିଆନେ ଲାଗାର୍ଡ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଜମ୍ମୁ କଶ୍ମୀରର କଠୁଆ ଏବଂ ଉତ୍ତରପ୍ରଦେଶର ଉନ୍ନାଓଠାରେ ଘଟିଯାଇଥିବା ଲୋମହର୍ଷଣକାରୀ ବଳାତ୍କାର ଘଟଣାରେ ଦୁଃଖ ପ୍ରକାଶ କରି ଲାଗାର୍ଡ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ ଯାହା ଘଟିଯାଇଛି ତାହା ଘୃଣ୍ୟ। ଭାରତ ସରକାର ଏବଂ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ସରକାରୀ ଯୋଜନା ପାଇଁ ଆଧାରର ସର୍ବୋତ୍ତମ ପ୍ରସଙ୍ଗକୁ ନେଇ ଅନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦-୪(ପି.ଟି):ସରକାରୀ ଯୋଜନାର ଫାଇଦା ନେବା ଲାଗି ଆଧାର ସର୍ବୋତ୍ତମ ମଡେଲ ବୋଲି ସରକାର କହୁଛନ୍ତି। ଏହାର ବୈଧତା ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ଆଧାର ମଡେଲ ସର୍ବୋତ୍ତମ କି ନୁହେଁ ଅନିଶ୍ଚିତ ବୋଲି ଗୁରୁବାର ନ୍ୟାୟାଳୟ କହିଛନ୍ତି। ଆଧାର ପାଇଁ ଯଦି କୌଣସି ବ୍ୟକ୍ତି ଯୋଜନାର ଲାଭରୁ ବଞ୍ଚିତ ହେଉଛନ୍ତି ତେବେ ତାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ସହ ହାତାହାତି ହେଉଥିବା ସର୍ବୋଚ୍ଚ ନ୍ୟାୟାଳୟ ଉପଲବ୍ଧି କରିଛନ୍ତି।