ରାଜ୍ୟ |

ମେହେକଙ୍କ ପଦାର୍ପଣରେ ମହକିଲା ବସୁନ୍ଧରା

ମେହେକଙ୍କ ପଦାର୍ପଣରେ ମହକିଲା ବସୁନ୍ଧରା

କଟକ ଅଫିସ, ୧୩।୧୨-ଜନ୍ମ ଦେଇ ମା’ ରାସ୍ତାକଡରେ ଛାଡ଼ି ପଳାଇଥିଲେ। ଚାଇଲ୍ଡଲାଇନ ପକ୍ଷରୁ ଉକ୍ତ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଇଥିଲା। ଉଦ୍ଧାର ସମୟରେ ଶିଶୁକନ୍ୟାଙ୍କ ମୁଣ୍ଡର ବାମପଟରେ ଏକ ଘା ସୃଷ୍ଟି ହୋଇଥିଲା। ଶିଶୁକନ୍ୟାଙ୍କୁ ଚିକିତ୍ସା ପରେ ସୁସ୍ଥ କରାଯାଇଥିଲା। ବସୁନ୍ଧରାରର ହାଉସମଦର ଶାନ୍ତିଙ୍କ ହେପାଜତରେ ରହିଥିଲେ ଏହି ଶିଶୁକନ୍ୟା। ଶିଶୁକନ୍ୟାଙ୍କ ମୁଣ୍ଡରେ ହୋଇଥିବା ଘାକୁ ଶାନ୍ତି ମଲମ ଲଗାଇବା ବେଳେ ବିଭିନ୍ନ ଗୀତ ଗାଇଥାନ୍ତି। ତୋ ଘା ଶୁଖିଯିବ। ତୁ ଦିନେ ମହକିବୁ। ତୋ ମହକରେ ଚାରିଆଡ ମହକିବ ବୋଲି କହି ଶାନ୍ତି ଉକ୍ତ ଶିଶୁକନ୍ୟାଙ୍କୁ ଶୋଇପକାଇଥାନ୍ତି। ଶାନ୍ତିଙ୍କ ଡାକ ଅନୁଯାୟୀ ଶିଶୁକନ୍ୟା ନାମ ମହକ ରଖାଯାଇଥିଲା। ୨୦୦୩ରେ ମହକ ଉଦ୍ଧାର ହୋଇଥିଲେ। ମାତ୍ର ୧ବର୍ଷ ପାଇଁ ବସୁନ୍ଧରାର ହାଉସମଦର ଶାନ୍ତିଙ୍କ କୋଳରେ କାଟିବା ପରେ ତାଙ୍କୁ ପୋଷ୍ୟରେ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ମହକଙ୍କୁ ଲିଗାଲ ଫ୍ରି ଘୋଷଣା କରାଯାଇ କାରା(ସେଣ୍ଟ୍ରାଲ ଆଡପସନ ରିସୋର୍ସ ଅଥରିଟି)ଙ୍କ ସହାୟତାରେ ପୋଷ୍ୟରେ ଦେବା ନିମନ୍ତେ ଆଇନଗତ ବ୍ୟବସ୍ଥା କରାଯାଇଥିଲା। ଏହାପରେ ଅଷ୍ଟ୍ରେଲିଆର ମେଲବୋର୍ନ ଅଧିବାସୀ ତ୍ରାସୀ ଓ ଜୋଷୀ ଗ୍ରୀନଉଡ ମହକଙ୍କୁ ପୋଷ୍ୟକନ୍ୟାଭାବେ ଗ୍ରହଣ କରିବା ପାଇଁ କାରା ଜରିଆରେ ଆବେଦନ କରିଥିଲେ। ସେମାନଙ୍କ ଆବେଦନ ମଞ୍ଜୁରୀଲାଭ କରିବା ପରେ ୨୦୦୪ରେ ମହକ ଶାନ୍ତିଙ୍କ କୋଳରୁ ଗ୍ରୀନଉଡ ଦମ୍ପତ୍ତିଙ୍କ କୋଳକୁ ଯାଇଥିଲେ। ବସୁନ୍ଧରାରୁ ମହକ ଚାଲି ଯାଇଥିଲେ ମେଲବୋର୍ନ ସହରକୁ। ଇତିମଧ୍ୟରେ ବିତିଯାଇଛି ୧୪ବର୍ଷ। ଗ୍ରୀନଉଡ ଦମ୍ପତ୍ତିଙ୍କ ସହିତ ମହକ ବୁଲିବାକୁ ଆସିଥିଲେ ବସୁନ୍ଧରା। ବୁଧବାର ସେମାନେ ବସୁନ୍ଧରାରେ ପହଞ୍ଚିବା ପରେ ସେଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ମହକ ଆସିଥିବା ଜାଣି ଦୌଡ଼ି ଆସିଥିଲେ ହାଉସମଦର ଶାନ୍ତି। ଜନ୍ମ ସମୟରେ ମହକଙ୍କ ମୁଣ୍ଡରେ ସୃଷ୍ଟି ହୋଇଥିବା କ୍ଷତ ଚିହ୍ନକୁ ଶାନ୍ତି ଅଣ୍ଡାଳି ପକାଇ କୋଳକୁ ଆଉଜେଇ ନେଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଶାନ୍ତିଙ୍କ ଠାରୁ ମାତ୍ର ୧ବର୍ଷର ମା’ ସ୍ନେହ ପାଇଥିବା ମହକ ମଧ୍ୟ ନିଜର କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଭୋଜି ଭାତର ଆୟୋଜନ ହୋଇଥିଲା। ବସୁନ୍ଧରା ସମ୍ପାଦିକା ଶୈଳ ବେହେରା, ପ୍ରୋଗ୍ରାମ ଅଫିସର ଅକ୍ଷୟ ସ୍ବାଇଁ ଓ ଅତିରିକ୍ତ ଜିଲାପାଳ ରଘୁରାମ ଆର. ଆୟାରଙ୍କ ଗହଣରେ ଗ୍ରୀନଉଡ ଦମ୍ପତ୍ତିଙ୍କ ସହିତ ମହକଙ୍କ ଉପସ୍ଥିତି ଏକ ଉତ୍ସବର ବାତାବରଣ ସୃଷ୍ଟି କରିଥିଲା। ଅଷ୍ଟ୍ରେଲିଆରୁ ସାଙ୍ଗରେ ଆଣିଥିବା ଡ୍ରଇଂ ଖାତା, ପେନସିଲ ଓ ବଲ୍‌ପେନ୍‌ ପ୍ରଭୃତିକୁ ମହକ ବସୁନ୍ଧରାରର ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ ବାଣ୍ଟିଥିଲେ। ମହକ ଏବେ ନବମ ଶ୍ରେଣୀର ଛାତ୍ରୀ। ଗ୍ରୀନଉଡ ଦମ୍ପତ୍ତିଙ୍କ ଏକମାତ୍ର ଅଲିଅଳି ଝିଅ। ସେଠାରେ କେବଳ ତାଙ୍କ ନାମ ମହକରୁ ମେହେକ ଭାବେ ପରିବର୍ତ୍ତନ ହୋଇଛି। ଅପରାହ୍ନରେ ମା, ବାପାଙ୍କ ସହିତ ମହକ ପୁରୀ ଅଭିମୁଖେ ଯାଇଥିଲେ। ସେଠାରୁ ଡେରାଡୁନ୍‌ ହୋଇ ଅଷ୍ଟ୍ରେଲିଆ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଶିଶୁଙ୍କ କ୍ଷେତ୍ରରେ ସୁନେଲି ଭବିଷ୍ୟତର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ବସୁନ୍ଧରା ପ୍ରୋଗ୍ରାମ ଅଫିସର ସ୍ବାଇଁ କହିଛନ୍ତି।

All Right Reserved By

ରାଜ୍ୟ |

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୭: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସୋମବାର ୨ଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ପାପଡ଼ାହାଣ୍ଡି,୧୬।୭(ଡି.ଏନ୍‌.ଏ.): ଗତ ଚାରି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ସକାଳୁ ୧୦୨ ଆମ୍ବୁଲାନ୍ସ ଆସି ନ ପାରିବାରୁ ଦୀର୍ଘ ୧୦ କି.ମି. ରାସ୍ତା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ଗର୍ଭବତୀ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦବଜା ଗ୍ରମାରେ ରବିବାର ପୂର୍ବାହ୍ନରେ ଜଣେ ମହିଳା ଏକ ଅଟୋରେ ପ୍ରସବ କରିବାର ୨୪ ଘଣ୍ଟା ନ ପୂରୁଣୁ ସୋମବାର ପୁଣି ୨ ଜଣ ଡାକ୍ତରଖାନା ଅଣାଯିବା ରାସ୍ତାରେ ପ୍ରସବ କରିଛନ୍ତି। ଉକ୍ତ ମହିଳା ଦ୍ୱୟ ହେଲେ କଳେଇପଶି ପଞ୍ଚାୟତ ସିଲିଦା ଗ୍ରାମର ଲତା ମୁଣ୍ଡା ଏବଂ ଡୁମୁରିଆ ପଞ୍ଚାୟତ ରହିଣିଦୁମା ଗ୍ରାମର କୁସୁମିତା ମହାନ୍ତ।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ରଣପୁର,୧୬।୭(ସ୍ବ.ପ୍ର.)- ଘୋଷଯାତ୍ରାରେ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ଜନ୍ମମାଟି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିଲେ। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ।

Model This Week

ରୂପେଶ