Dharitri News
ରାଜ୍ୟ |

ପିଉସୀ ଗିରଫ, ଜେଲ ଗଲେ

ପିଉସୀ ଗିରଫ, ଜେଲ ଗଲେ କଟକ ଅଫିସ, ୧୩।୧୨- ଚାରି ବର୍ଷର ଶିଶୁକନ୍ୟାଙ୍କୁ ନିଜ ପିଉସୀ ଅକଥନୀୟ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପିଉସୀ ଜଣକ ହେଉଛନ୍ତି ପ୍ରଣତି ରାଉଳ। ସେ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ରୁହନ୍ତି। ଶିଶୁକନ୍ୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଚାଇଲ୍ଡ ଲାଇନ ପକ୍ଷରୁ ଫେଜ-୨ ଥାନାରେ ମଙ୍ଗଳବାର ରାତିରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ପୋଲିସ ପ୍ରଣତିଙ୍କୁ ବୁଧବାର ଗିରଫ କରି କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରିଥିଲା। ଏସ୍‌ଡିଜେଏମ୍‌ ପ୍ରଣତିଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ କିଶୋର ନ୍ୟାୟ ଆଇନର ଧାରା ୭୫ ଅନୁଯାୟୀ ମାମଲା ରୁଜୁ କରିବାକୁ ଜିଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ପୋଲିସକୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ଆମେ ନିର୍ଯାତନା ସମ୍ପର୍କରେ ଅନେକ ପ୍ରମାଣ ପାଇଛୁ। ତେଣୁ ଏଭଳି ଅପରାଧ ପାଇଁ ଧାରା ୭୫ରେ ୩ ବର୍ଷ ସଶ୍ରମ ଜେଲ୍‌ ଓ ୧ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ତେଣୁ ଉକ୍ତ ମାମଲାରେ ଦୋଷୀଙ୍କୁ ଯେପରି ଜେଲ୍‌ ଓ ଜରିମାନା ହେବ ସେ ନିମନ୍ତେ ଗୁରୁତ୍ୱ ଦିଆଯିବ ବୋଲି ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ବିକାଶ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କ ମା’ବାପା ନୂଆଦିଲ୍ଲୀରେ ରହୁନ୍ତି। ସେମାନେ କଟକ ଆସୁଛନ୍ତି। ସେମାନେ ଏଠାରେ ଆସି ପହଞ୍ଚତ୍ବା ପରେ ଘଟଣାର ବାସ୍ତବ ରୂପରେଖ ଜଣାପଡ଼ିବ। କାହିଁକି ମା’ବାପା ଶିଶୁକନ୍ୟାଙ୍କୁ ନୂଆଦିଲ୍ଲୀ ନ ନେଇ କଟକରେ ଛାଡ଼ି ଯାଇଥିଲେ। ପ୍ରଣତି ପ୍ରକୃତରେ ଶିଶୁକନ୍ୟାଙ୍କ ପିଉସୀ ଅଟନ୍ତି କି ନାହିଁ ସେ ସବୁର ତଥ୍ୟ ଉନ୍ମୋଚନ ହୋଇପାରିବ ବୋଲି ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳା କହିଛନ୍ତି। ଶିଶୁକନ୍ୟାଙ୍କୁ ବସୁନ୍ଧରା ଚିଲ୍‌ଡ୍ରେନ୍ସ ହୋମରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି। ସୂଚନାଥାଉ କି, ସମ୍ବେଦନଶୀଳ ଘଟଣାଟି ମଙ୍ଗଳବାର ଘଟିଥିଲା। ସିଡିଏ ସେକ୍ଟର-୧୧ ଅଞ୍ଚଳରେ ଜଣେ ମହିଳା ଦୀର୍ଘଦିନ ହେବ ଜଣେ ଶିଶୁକନ୍ୟାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଶିଶୁ ମଙ୍ଗଳ କମିଟି ସଦସ୍ୟା ଡଲି ଦାସଙ୍କୁ ଫୋନ ଆସିଥିଲା। ଦାସ ଶିଶୁକନ୍ୟାଙ୍କୁ ଉଦ୍ଧାର ନିମନ୍ତେ ଚାଇଲ୍ଡ ଲାଇନକୁ ଅବଗତ କରାଇଥିଲେ। ଚାଇଲ୍ଡ ଲାଇନ ସଂଯୋଜକ ଶୁକ୍ଳା ଘଟଣାସ୍ଥଳରେ ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟକୁ ଆଣିଥିଲେ। କମିଟି ଆଗରେ ଶିଶୁକନ୍ୟା ଜଣକ ତାଙ୍କ ଉପରେ ଘଟିଥିବା ଅମାନବୀୟ ବର୍ବରୋଚିତ କାହାଣୀ ବର୍ଣ୍ଣନା କରିଥିଲେ। ଦେହସାରା ଥିଲା ମାଡ଼ ଦାଗ। ମାଡ଼ରେ ମୁଣ୍ଡରେ ଏକ ଆବୁ ଭଳି ଫୁଲି ରହିଥିବା କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ଶିଶୁକନ୍ୟାଙ୍କ ବୟାନ ଅନୁଯାୟୀ ତାଙ୍କ ମା’ ବାପା ଓ ଭାଇ ନୂଆଦିଲ୍ଲୀରେ ରୁହନ୍ତି। ୯ ମାସ ତଳେ ସେମାନେ ତାଙ୍କୁ (ଶିଶୁକନ୍ୟାଙ୍କୁ) ପ୍ରଣତିଙ୍କ ଘରେ ଛାଡ଼ି ନୂଆଦିଲ୍ଲୀ ପଳାଇଥିଲେ। ହେଲେ ମା’ବାପା ଛାଡ଼ିଯିବା ପରଦିନଠାରୁ ପିଉସୀ ତାଙ୍କ ଉପରେ ଆରମ୍ଭ କରିଥିଲେ ଅକଥନୀୟ ନିର୍ଯାତନା। ପିଉସୀ ତାଙ୍କ ଲୁଗା ସଫା କରିବାକୁ କୁହନ୍ତି। ଖଟ ଉପରେ ପିଉସୀ ଓ ତାଙ୍କ ଝିଅ ଶୋଉଥିବା ବେଳେ ଶିଶୁକନ୍ୟାଙ୍କୁ ତଳେ ଶୋଇବାକୁ କୁହନ୍ତି। କଥା ନ ମାନିଲେ ସେ ଝାଡୁ ଓ ବାଡିରେ ଜୋର୍‌ରେ ପିଟନ୍ତି। ରାତି ଶୋଇବା ସମୟରେ ଯଦି ପ୍ୟାଣ୍ଟରେ ପରିସ୍ରା ହୋଇଯାଏ ତେବେ ତାଙ୍କ ଉପରେ ପିଉସୀ ପାଣି ଢାଳି ନିସ୍ତୁକ ମାଡ଼ ମାରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ମା’ ବାପାଙ୍କ ପାଖରେ ମଧ୍ୟ ଉକ୍ତ ଶିଶୁକନ୍ୟା ଜଣକ ରହିବା ପାଇଁ ରାଜି ନ ଥିବା ଚାଇଲ୍ଡ ଲାଇନ ସଂଯୋଜକ ଶୁକ୍ଳା କହିଛନ୍ତି। ସେମାନେ ବି କୁଆଡେ ଏହି ଶିଶୁକନ୍ୟାଙ୍କୁ ମାରଧର କରନ୍ତି ବୋଲି ତାଙ୍କ ବୟାନରୁ ଜଣାପଡ଼ିଛି। ତେଣୁ ଘଟଣାଟି ସମ୍ପୂର୍ଣ୍ଣ ରହସ୍ୟମୟ ହୋଇରହିଛି। ମା’ ବାପା ନୂଆଦିଲ୍ଲୀରୁ ଫେରିବା ପରେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ।

ରାଜ୍ୟ |

ଜୁଏଲଙ୍କୁ ରମେଶଙ୍କ ଚିଠି

ଜୁଏଲଙ୍କୁ ରମେଶଙ୍କ ଚିଠି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନେଇ ରାଜ୍ୟ ସଭାରେ ଏମ୍‌ପି ଡି. ରାଜାଙ୍କ ପ୍ରଶ୍ନରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ଉତ୍ତର ତଥ୍ୟଭିତ୍ତିକ ନୁହେଁ। ଏ ସଂକ୍ରାନ୍ତରେ ସୋମବାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପ୍ରଶାସନିକସ୍ତରରେ ଅଦଳବଦଳ

ପ୍ରଶାସନିକସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ପ୍ରଶାସନିକସ୍ତରରେ ଅଦଳବଦଳ ହେବାନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, କୋରାପୁଟ ଜିଲାପାଳ ଭାବେ କେ.ଏସ. ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଜିଲାପାଳ ଦାୟିତ୍ୱ ଦିଆଯାଇଛି।

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟର ସରକାରୀ କଲେଜମାନଙ୍କରେ ପ୍ରି ଏବଂ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରମାନଙ୍କୁ ମାସିକ ୧୮ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଫୁଲବାଣୀ ଅଫିସ, ୧୫।୧ କନ୍ଧମାଳ ଜିଲା ଫୁଲବାଣୀ ପୋକ୍‌ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସୁଶାନ୍ତ ପଟେଲ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।