Dharitri News
ରାଜ୍ୟ |

ଏସ୍‌ସିବି ଡାକ୍ତର ସୁଧା ସେଠୀ ଗିରଫ

ଏସ୍‌ସିବି ଡାକ୍ତର ସୁଧା ସେଠୀ ଗିରଫ କଟକ ଅଫିସ, ୧୩।୧୨- ଏସ୍‌ସିବି ମେଡିକାଲ କ୍ଲିନିକାଲ ହେମାଟୋଲୋଜି (ରକ୍ତରୋଗ ବିଭାଗ)ର ସହକାରୀ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଆମେରିକାର ପାଇଜର ମେଡିସିନ କମ୍ପାନୀ ସହିତ ଲିଙ୍କ୍‌ ରଖି ଏସ୍‌ସିବିରେ ରୋଗୀମାନଙ୍କ ଓଏସ୍‌ଟିଏଫ୍‌ (ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି)ର ଅପବ୍ୟୟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ଫେରାର ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଭିଜିଲାନ୍ସ ଦେଇଥିବା ସୂଚନା ମୁତାବକ, ଡାକ୍ତର ଜେନା କେତେକ ଔଷଧ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଗରିବ ରୋଗୀଙ୍କୁ ଉକ୍ତ କମ୍ପାନୀର ଦାମୀ ଔଷଧ ପ୍ରେସ୍‌କ୍ରିପଶନରେ ଲେଖୁଥିଲେ। ଏହା ବଦଳରେ ସେ ଉକ୍ତ ମେଡିସିନ କମ୍ପାନୀ ସହାୟତାରେ ବିଦେଶ ଭ୍ରମଣ କରୁଥିଲେ। ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ଡାକ୍ତର ଜେନା ରୋଗୀମାନଙ୍କୁ ଏଟ୍‌ଗାମ୍‌ ନାମକ ଏକ ଇଞ୍ଜେକ୍‌ଶନ ନିୟମିତ ଭାବେ ଲେଖୁଥିଲେ। ଏହି ଇଞ୍ଜେକଶନଟି ପାଇଜର କମ୍ପାନୀର। ପାଇଜର ଏକ ବହୁରାଷ୍ଟ୍ରୀୟ ମେଡିସନ କମ୍ପାନୀ ହୋଇଥିବା ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ରହିଛି। ମାତ୍ର ଏଟ୍‌ଗାମ୍‌ ଇଞ୍ଜେକଶନର ସମାନ ଗୁଣବତ୍ତା ବହନ କରୁଥିବା ଥାଇମୋଗାମ୍‌ ନାମକ ଭାରତୀୟ କମ୍ପାନୀର ଇଞ୍ଜେକଶନ ରହିଛି। ଉକ୍ତ ଇଞ୍ଜେକଶନ ମେଡିକାଲର ସେଣ୍ଟ୍ରାଲ ଷ୍ଟୋରରେ ରୋଗୀମାନଙ୍କ ନିମନ୍ତେ ମାଗଣାରେ ଥିଲେ ମଧ୍ୟ ଡାକ୍ତର ଜେନା ଏଟ୍‌ଗାମ୍‌କୁ ଅନୁକମ୍ପା ଦେଖାଉଥିଲେ। ଏଟ୍‌ଗାମ୍‌ ଇଞ୍ଜେକଶନର ମୂଲ୍ୟ ୧୮ହଜାର୧୮ ଟଙ୍କା ଥିବା ବେଳେ ଥାଇମୋଗାମ୍‌ ଇଞ୍ଜେକଶନର ବଜାର ମୂଲ୍ୟ ମାତ୍ର ୮୬୮୨ ଟଙ୍କା ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଗରିବ ରୋଗୀମାନଙ୍କ ଚିକିତ୍ସା ପାଣ୍ଠିରୁ ଅର୍ଥ ମଞ୍ଜୁର କରି ଡାକ୍ତର ଜେନା ପାଇଜର କମ୍ପାନୀକୁ ଲାଭବାନ କରୁଥିଲେ। ଓଏସ୍‌ଟିଏଫ୍‌ ମଞ୍ଜୁର କରିବା ପାଇଁ ହେମାଟୋଲୋଜି ବିଭାଗରେ ନୋଡାଲ ଅଫିସର ଭାବେ ଡାକ୍ତର ସୁଧା ସେଠୀଙ୍କୁ କ୍ଷମତା ମିଳିଥିଲା। ଡାକ୍ତର ଜେନା ପ୍ରଥମେ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ଏକ ଆକଳନ ପ୍ରସ୍ତୁତ କରୁଥିଲେ। ଏହାପରେ ବିଭାଗୀୟ ମୁଖ୍ୟ ଭାବେ ଡାକ୍ତର ଜେନା ଓ ନୋଡାଲ ଅଫିସର ଭାବେ ଡାକ୍ତର ସେଠୀଙ୍କ ମିଳିତ ଦସ୍ତଖତରେ ରୋଗୀଙ୍କ ଓଏସ୍‌ଟିଏଫ୍‌ ଅର୍ଥ ମଞ୍ଜୁର କରାଯାଉଥିଲା। ଯେଉଁଥିପାଇଁ ସରକାରଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ରେ ୧୯/୧୭ରେ ଉଭୟଙ୍କ ବିରୋଧରେ ଏକ ଫୌଜଦାରି ମାମଲା ରୁଜୁ କରାଯାଇଛି। ମାମଲାରେ ଡାକ୍ତର ଜେନା, ଡାକ୍ତର ସେଠୀଙ୍କ ସମେତ ପାଇଜର ଓ ଡାକ୍ତର ଜେନା ଅନୁକମ୍ପା ଦେଖାଇଥିବା ଅନ୍ୟ କେତେକ କମ୍ପାନୀକୁ ଭିଜିଲାନ୍ସ ପକ୍ଷଭୁକ୍ତ କରିଛି। ଆପରାଧିକ ଷଡ଼ଯନ୍ତ୍ର, କ୍ଷମତାର ଅପବ୍ୟବହାର କରି ଅନୁକମ୍ପା ଦେଖାଇବା ଓ ଜାଲିଆତି କରି ସରକାରୀ ଅର୍ଥ ହେରଫେର କରିବା ପ୍ରଭୃତି ଦଫାରେ ଏହି ମାମଲା ରୁଜୁ କରାଯାଇଛି। ସୂଚନାଥାଉ କି, ଗତ ନଭେମ୍ବର ୨୩ରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଡାକ୍ତର ଜେନାଙ୍କ ଘର ଓ ଅଫିସ ସମେତ ମୋଟ ୧୨ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏ ନେଇ ମଧ୍ୟ ଜେନାଙ୍କ ବିରୋଧରେ ଭିଜିଲାନ୍ସରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଅଛି।

Model This Week

ସୁରଶ୍ରୀ
Pilanka Dharitri

ରାଜ୍ୟ |

ପ୍ରଶାସନିକସ୍ତରରେ ଅଦଳବଦଳ

ପ୍ରଶାସନିକସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ପ୍ରଶାସନିକସ୍ତରରେ ଅଦଳବଦଳ ହେବାନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, କୋରାପୁଟ ଜିଲାପାଳ ଭାବେ କେ.ଏସ. ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଜିଲାପାଳ ଦାୟିତ୍ୱ ଦିଆଯାଇଛି।

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟର ସରକାରୀ କଲେଜମାନଙ୍କରେ ପ୍ରି ଏବଂ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରମାନଙ୍କୁ ମାସିକ ୧୮ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଫୁଲବାଣୀ ଅଫିସ, ୧୫।୧ କନ୍ଧମାଳ ଜିଲା ଫୁଲବାଣୀ ପୋକ୍‌ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସୁଶାନ୍ତ ପଟେଲ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ଦେବଗଡ଼,୧୫।୧(ସ୍ବ.ପ୍ର.)- ପ୍ରତିବର୍ଷ ଭଳି ଚଳିତବର୍ଷ ଦେବଗଡ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପାଳିତ ହୋଇଛି।