ରାଜ୍ୟ |

ସାରା ବିଶ୍ୱକୁ ଇଞ୍ଜିନିୟର ଯୋଗାଉଛି ଭାରତ: ରିଚାର୍ଡ ମର୍ଲିଂ

ସାରା ବିଶ୍ୱକୁ ଇଞ୍ଜିନିୟର ଯୋଗାଉଛି ଭାରତ: ରିଚାର୍ଡ ମର୍ଲିଂ
ଭୁବନେଶ୍ୱର, ୧୩।୧୨(ବ୍ୟୁରୋ)- ପ୍ରଫେସର ରିଚାର୍ଡ ମର୍ଲିଂ। ସାରା ବିଶ୍ୱରେ ଇଞ୍ଜିନିୟରିଂ ଶିକ୍ଷାର ବିକାଶ ଏବଂ ଏହି ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେଉଥିବା ବ୍ରିଟେନସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଆଇଇଟି) ଏକାଡେମିକ ଆକ୍ରେଡିଟେଶନ କମିଟିର ସେ ଜଣେ ପ୍ରମୁଖ ସଦସ୍ୟ। ଇଞ୍ଜିନିୟରିଂ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁରାତନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା, ଦକ୍ଷ ଇଞ୍ଜିନିୟର ସୃଷ୍ଟି କରିବା ଏବଂ ଶିକ୍ଷକମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦେବା କ୍ଷେତ୍ରରେ ଆଇଇଟିର ବଡ଼ ଅବଦାନ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଫେସର ମର୍ଲିଂ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ କିଟ୍‌ ଆସିଥିବାବେଳେ ତାଙ୍କ ସହ ସାକ୍ଷାତ୍‌କାର। ପ୍ର- ଇଞ୍ଜିନିୟରିଂ ଶିକ୍ଷାରେ ଆଇଇଟିର ଭୂମିକା କ’ଣ? ଉ-ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରଚଳିତ ପୁରାତନ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବା ସହ ଅନ୍ତର୍ଜାତୀୟସ୍ତରରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ପହଞ୍ଚାଇବା ପାଇଁ ଆଇଇଟି କାମ କରୁଛି। ଅନ୍ତର୍ଜାତୀୟସ୍ତରେ ଇଞ୍ଜିନିୟରମାନେ କିପରି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିପାରିବେ ଏବଂ ଆଗକୁ ବଢ଼ିପାରିବେ ସେନେଇ ଆଇଇଟି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ପ୍ରଶିକ୍ଷଣ ଦେଉଛି। ପ୍ର- ଭାରତରେ ଇଞ୍ଜିନିୟରିଂ ଶିକ୍ଷାର ଚାହିଦା କମିବା ପଛରେ କାରଣ କ’ଣ? ଉ- ଭାରତରେ ଆବଶ୍ୟକତାଠାରୁ ଅଧିକ ଇଞ୍ଜିନିୟରିଂ କଲେଜ ଅଛି। ଦେଶ ଯେତିକି ଇଞ୍ଜିନିୟର ଆବଶ୍ୟକ କରୁଛି, ପ୍ରତିବର୍ଷ ତା’ଠାରୁ ଢେର ଅଧିକ ଇଞ୍ଜିନିୟରିଂ ଛାତ୍ରୀଛାତ୍ର ବାହାରୁଛନ୍ତି। ସେହିପରି ଆବଶ୍ୟତକଠାରୁ ଅଧିକ ଇଞ୍ଜିନିୟରିଂ କଲେଜକୁ ସରକାର ସ୍ବୀକୃତି ଦେଇଛନ୍ତି। ଫଳରେ ଇଞ୍ଜିନିୟରିଂ ପାସ୍‌ ପରେ ଛାତ୍ରୀଛାତ୍ର ଚାକିରି ନ ପାଇପାରିବାରୁ ଦେଶରେ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମିଛି। ପ୍ର- ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆପଣ କେମିତି ଦେଖୁଛନ୍ତି? ଉ-ବିଶ୍ୱବିଦ୍ୟାଳୟ ଅଧୀନରେ ବହୁ କଲେଜ ପରିଚାଳିତ ହେଉଥିବାରୁ ବିଶ୍ୱବିଦ୍ୟାଳୟର କୁଳପତି କଲେଜଗୁଡିକୁ ନିୟନ୍ତ୍ରଣ କରିବାରେ ବିଳମ୍ବ କରନ୍ତି। ଫଳରେ ମନ୍ଥର ଗତିରେ ଶିକ୍ଷାର ଉନ୍ନତି ହୁଏ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡିକରେ ଇଞ୍ଜିନିୟରିଂ ବିଭାଗଗୁଡିକ ସ୍ବୟଂଶାସିତ ଭାବେ ପରିଚାଳିତ ଓ ସ୍ବୟଂଶାସିତ କଲେଜ ରହିବା ଯୋଗୁ ବହୁ ପରିବର୍ତ୍ତନ ଆସିଛି। ପ୍ର-ଇଞ୍ଜିନିୟରିଂ କ୍ଷେତ୍ରରେ ଅନ୍ତର୍ଜାତୀୟସ୍ତରରେ ଭାରତର ଦୃଶ୍ୟପଟ କେମିତି? ଉ- ସାରା ବିଶ୍ୱକୁ ଭାରତ ଇଞ୍ଜିନିୟର ରପ୍ତାନୀ କରୁଛି। ଏନ୍‌ଆଇଟି, ଆଇଆଇଟି ଓ କେଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭଲ ଇଞ୍ଜିନିୟର ସୃଷ୍ଟି କରୁଛନ୍ତି। ସେମାନେ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଆଗଧାଡିର ଇଞ୍ଜିନିୟର ଭାବେ କାମ କରୁଛନ୍ତି। ଏଥିସହିତ ଅନ୍ତର୍ଜାତୀୟସ୍ତରର ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀରେ ଭାରତୀୟ ଇଞ୍ଜିନିୟର ଚାକିରି କରିଛନ୍ତି। ପ୍ର- ଇଞ୍ଜିନିୟରିଂ ଶିକ୍ଷାର ବିକାଶ ପାଇଁ ଦେଶକୁ କ’ଣ କରିବାକୁ ପଡ଼ିବ? ଉ-ପୁରାତନ ଶିକ୍ଷା ପଦ୍ଧତିକୁ ପରିବର୍ତ୍ତନ କରି ନୂଆ ଶିକ୍ଷାନୀତି ପ୍ରଚଳନ କରିବା ଜରୁରୀ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଭିତ୍ତିଭୂମି, ଶିକ୍ଷାଦାନ ଶୈଳୀ ଓ ପରୀକ୍ଷାଗାର ଆଦିକୁ ଅତ୍ୟାଧୁନିକ ଢାଞ୍ଚାରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ର- ଭୁବନେଶ୍ୱର ସହର ବିଷୟରେ କ’ଣ କହିବେ? ଉ- ସହର ସ୍ମାର୍ଟସିଟି ମାନ୍ୟତା ପାଇଛି। ୩ବର୍ଷ ତଳେ ଭୁବନେଶ୍ୱର ଆସିଥିଲି। ଏବେ ଆସିଛି। ଏହା ଭିତରେ ଭୁବନେଶ୍ୱରର ବହୁ ପରିବର୍ତ୍ତନ ହୋଇଛି। ଅନେକ କିଛି ଉନ୍ନତି କରିଛି। ବାଙ୍ଗାଲୋର ଓ ଦିଲ୍ଲୀ ଅପେକ୍ଷା ଭୁବନେଶ୍ୱରରେ ଭଲ ଶିକ୍ଷାନୁଷ୍ଠାନ ଅଛି।   ରିପୋର୍ଟ: ସନାତନ ବାରିକ
All Right Reserved By

ରାଜ୍ୟ |

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନୂଆଗାଁ,୧୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ପଞ୍ଚାୟତର ଦୁଇଶହର ଊର୍ଦ୍ଧ୍ୱ ମହିଳାପୁରୁଷ ନୂଆଗାଁ ବିଡିଓଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

 ରାଜାରାଜୁଡ଼ା ଅମଳରେ ଏଠାରେ ମା’ଙ୍କ ନିକଟରେ ପଶୁବଳି ପ୍ରଥାକୁ ମୁଖ୍ୟ ପରମ୍ପରା ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ସମୟର ପରିବର୍ତ୍ତନ ଘଟିଛି ।  

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବୋଲଗଡ,୧୬ା୧୦(ଡି.ଏନ.ଏ.)-ମା’ଦୁର୍ଗାଙ୍କର ଶାରଦୀୟ ପର୍ବ ଅବସରରେ  ବୋଲଗଡ଼ ବ୍ଲକର ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପଗୁଡ଼ିକ ଶକ୍ତି ଉପାସନାରେ ଉତ୍ସବମୁଖର ହୋଇଉଠିଛି। 

ଦଶହରା ପୂର୍ବରୁ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା : ଭିଡ଼ରେ ନାକେଦମ ୨ ଘଣ୍ଟା

ଦଶହରା ପୂର୍ବରୁ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା : ଭିଡ଼ରେ ନାକେଦମ ୨ ଘଣ୍ଟା

ଜଗତ୍‌ସିଂହପୁର ଅଫିସ,୧୬ା୧୦: ମୁଣ୍ଡ ଉପରେ ଦଶହରା। କିନ୍ତୁ ଏବେଠୁ ଜଗତ୍‌ସିଂହପୁର ସହରରେ ଟ୍ରାଫିକ ସମସ୍ୟା ଉଦ୍‌ବେଗଜନକ ହେଲାଣି, ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। 

ଏରସମା ସମାବେଶରେ ଦାମ ହୁଙ୍କାର : କହିଲେ ଷଣ୍ଢ ବନ୍ଧା ହୋଇଥିଲା, ଫିଟିବାରୁ ଶକ୍ତି ବଢିଲା

ଏରସମା ସମାବେଶରେ ଦାମ ହୁଙ୍କାର : କହିଲେ ଷଣ୍ଢ ବନ୍ଧା ହୋଇଥିଲା, ଫିଟିବାରୁ ଶକ୍ତି ବଢିଲା

ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.),୧୬ା୧୦: ଷଣ୍ଢ ବନ୍ଧାହୋଇ ରହିଥିଲା, ଏବେ ଖୁଣ୍ଟରୁ ଫିଟିଲା ପରେ  ଶହେଗୁଣା ଶକ୍ତି ବଢିଲା। ଆଗରୁ ବିଜେଡିରେ ରହି ମନ୍ତ୍ରୀ ଥିବାବେଳେ ମୋର ଶକ୍ତି ଯେତିକି ଥିଲା, ଏବେ ବିଜେଡିରୁ ବାହାରିବା ପରେ ତା’ଠାରୁ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି। 

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା