ରାଜ୍ୟ |

ଭାଇରାଲ ହେଲା ବଡ଼ଦେଉଳର ୨୦ ଫଟୋ: ଶ୍ରୀମନ୍ଦିର ପ୍ରଶାସନ, ପୋଲିସର ଚିନ୍ତା ବଢ଼ିଲା

ଭାଇରାଲ ହେଲା ବଡ଼ଦେଉଳର ୨୦ ଫଟୋ: ଶ୍ରୀମନ୍ଦିର ପ୍ରଶାସନ, ପୋଲିସର ଚିନ୍ତା ବଢ଼ିଲା
ପୁରୀ ଅଫିସ,୧୩।୧୨: ପୁରୀ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର ନିଦ ହଜାଇଦେଲାଣି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବଡ଼ଦେଉଳର ଫଟୋ। ଗତ ୩ ମାସ ମଧ୍ୟରେ ୭ଥର ପଦାକୁ ଆସିଛି ଏହି ସମ୍ବେଦନଶୀଳ ଘଟଣା। ବେଢା ପରିସରରେ ଅନାୟାସରେ ଉଠୁଛି ସେଲ୍‌ଫି। ନାଭିକଟା ମଣ୍ଡପ ହେଉ ଅବା ଗାରଦ କାର୍ଯ୍ୟାଳୟ ଫଟୋରେ ସ୍ପଷ୍ଟ ବାରି ହୋଇପଡୁଛି। ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ବି ବୁଲୁଛି ବାହାରେ। ଏଥିରେ ଅଙ୍କୁଶ ଲଗାଇବା ପାଇଁ ବାରମ୍ବାର ବୈଠକ ବସୁଛି, ଯୋଜନା ହେଉଛି, ହେଲେ କିଛି ସୁଫଳ ମିଳୁନି। ସୋମବାର ରାୟପୁରର ଯୁଗଳ କିଶୋର ବୈଷ୍ଣବ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଶ୍ରୀମନ୍ଦିର ଫଟୋ ଅପ୍‌ଲୋଡ଼ କରିଥିବା ଜଣାପଡ଼ିଥିଲା। ଏହାର ଗୋଟିଏ ଦିନ ପରେ ବୁଧବାର ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିର ବେଢାର ପ୍ରାୟ ୨୦ଟି ଜାଗାର ସେଲ୍‌ଫି ସହ ଫଟୋ ପୁନେର ଆକାଶ ମାଡାକେଙ୍କ ଫେସ୍‌ବୁକ ଆକାଉଣ୍ଟରେ ଅପଲୋଡ୍‌ କରାଯାଇଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆକାଶଙ୍କ ଫେସ୍‌ବୁକରେ ଅପ୍‌ଲୋଡ ହୋଇଥିବା ଫଟୋ ଶ୍ରୀମନ୍ଦିର ଭିତର ବେଢା ଚତୁଃପାର୍ଶ୍ୱର ଉଠାଯାଇଛି। ସେହିପରି ଗାରଦ, ପଣ୍ଡାଦ୍ୱାର ଏପରି କି କୋଇଲି ବୈକୁଣ୍ଠରେ ଗ୍ରୁପ୍‌ ଫଟୋ ବି ଉଠିଛି। ଏଥିମଧ୍ୟରେ ଏକାଧିକ ସେଲ୍‌ଫି ରହିଛି। ତେବେ ଏହି ଫଟୋଗୁଡ଼ିକ କେବେ ଉଠିଛି ତାହା ସ୍ପଷ୍ଟ ଜଣାପଡି ନ ଥିବାବେଳେ କିଭଳି ଏହା ଉଠାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ରହିଛି। ଭକ୍ତମାନଙ୍କୁ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। ତେବେ ଏହି ଫଟୋଗୁଡ଼ିକ ଶ୍ରଦ୍ଧାଳୁମାନେ ନିଜେ ଉଠାଉଛନ୍ତି ନା ଅନ୍ୟ କେହି ଉଠାଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏ ସମ୍ପର୍କରେ ଏସ୍‌ପି ସାର୍ଥକ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ, ପୂର୍ବରୁ ଶ୍ରୀମନ୍ଦିର ଭିତରେ ମୋବାଇଲ ଧରାପଡିଲେ ଜରିମାନା ବ୍ୟବସ୍ଥା ରହିଥିଲା। କିନ୍ତୁ ଏଣିକି କେବଳ ଜବତ କରାଯାଉଛି। ଶ୍ରୀମନ୍ଦିରର ଚାରି ଦ୍ୱାରରେ ମୋବାଇଲ୍‌ ଯାଞ୍ଚ୍‌ କଡାକଡି ହେଉଛି। ଏହା କେବଳ ଭକ୍ତଙ୍କ କ୍ଷେତ୍ରରେ ଲାଗୁ କରାଯାଉଛି। ସେବାୟତଙ୍କ ବେଶରେ ମଧ୍ୟ ଅନେକ ଭିତରକୁ ପଶୁନ୍ତି, ଧରାପଡୁଛନ୍ତି। କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରର ଫଟୋ ପଦାକୁ ଆସୁଛି ଓ ଭାଇରାଲ ହେଉଛି। ଏହାକୁ ରୋକିବାକୁ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ ବ୍ୟବସ୍ଥା ପ୍ରକ୍ରିୟା ଜାରି ରହିଛି। ସେହିଭଳି ଭକ୍ତଙ୍କୁ ସଚେତନ କରିବା ଲାଗି ୨ ମାସ ପୂର୍ବରୁ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇଛି। ୩ ମାସରେ ୭ଥର: ସେପ୍ଟେମ୍ବର ୧୧ରେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ସେଲ୍‌ଫି ଉଠାଇଥିବା ଜଣାପଡିଥିଲା। ସୋସିଆଲ ମିଡିଆରେ ଅପ୍‌ଲୋଡ ହୋଇଥିବା ଫଟୋଗୁଡିକରେ ଯୁବକ ଜଣକ ତିନି ପ୍ରକାର ଟିଶାର୍ଟ ପିନ୍ଧିଥିବା ଦେଖାଯାଇଥିଲା। ତେଣୁ ଏକାଧିକ ଦିନରେ ସେ ମନ୍ଦିର ଭିତରେ ସେଲ୍‌ଫି ଉଠାଇଥିବା ସ୍ପଷ୍ଟ ହୋଇଥିଲା। ସମ୍ପୃକ୍ତ ଯୁବକ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଛାଡି ଚାଟିଂ ମଧ୍ୟ କରିଥିବା ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାର କିଛିଦିନ ପରେ ଶ୍ରୀମନ୍ଦିର ପରିସରରୁ ଉଠିଥିଲା ଜଣେ ବଙ୍ଗୀୟ ମହିଳା ଭକ୍ତଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବୁଲିଥିଲା। ସେହିପରି ଜଣେ ସାଧୁ ଏବଂ ପୋଲିସ କର୍ମଚାରୀଙ୍କ ଫଟୋ ପଦାକୁ ଆସିଥିଲା। ଶ୍ରୀମନ୍ଦିର ଭିତରକୁ ମୋବାଇଲ ବାରଣ ସତ୍ତ୍ବେ କିପରି ଏହି ଫଟୋ ଏବଂ ସେଲ୍‌ଫି ଉଠୁଛି ତାହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ସେପ୍ଟେମ୍ବର ୨୦ରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିର ଭିତରକୁ ସେବାୟତ ସ୍ମାର୍ଟଫୋନ ନେଇ ଯାଇପାରିବେ ନାହିଁ। ସେମାନେ ସ୍ବତନ୍ତ୍ର ମୋବାଇଲ (ବିନା କ୍ୟାମେରା) ବ୍ୟବହାର କରିବେ ବୋଲି ଆଲୋଚନା ହୋଇଥିଲା। ହେଲେ ନଭେମ୍ବର ୨୧ରେ ଯେଉଁ ଫଟୋ ଭାଇରାଲ ହେଲା ତାହାକୁ ନେଇ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲା। ସୋସିଆଲ ମିଡିଆରେ ବୁଲିଲା ଗର୍ଭଗୃହ ଫଟୋ। ଗର୍ଭଗୃହ ଯାଞ୍ଚ କରିବାକୁ ଆସିଥିବା ଧାନବାଦସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଇନିଙ୍ଗ ଆଣ୍ଡ୍‌ ଫୁଏଲ ରିସର୍ଚ୍ଚ (ସିଆଇଏମ୍‌ଏଫ୍‌ଆର)ର ବୈଜ୍ଞାନିକ ସଦାନନ୍ଦ ଶର୍ମାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଗର୍ଭଗୃହର ଫଟୋ ଅପ୍‌ଲାଡ ହୋଇଥିଲା। ଏହାକୁ ନିଜେ ସଦାନନ୍ଦ ଉଠାଇଥିଲେ ବୋଲି ସ୍ବୀକାର କରିବା ସହ ଏଥିଲାଗି କ୍ଷମା ପ୍ରାର୍ଥନା କରିଥିଲେ। ଏହି ଘଟଣାକୁ ନେଇ ବେଶ୍‌ ଚହଳ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ ବି.ପି. ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ଏଥିସହ ପୁରୀ ଜିଲାପାଳ ଏବଂ ଏସ୍‌ପିଙ୍କୁ ରିପୋର୍ଟ ମାଗିଥିଲେ।
All Right Reserved By

ରାଜ୍ୟ |

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

କୋଣାର୍କ, ୧୫।୧୦(ଡି.ଏନ୍‌.ଏ.)-  କୋଣାର୍କ ଏନଏସି ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ବସ୍ତିଠାରେ ସୋମବାର ଆଇଆଇୱାଇଡି ସାମାଜିକ ସଂଗଠନ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି। 

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ, ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ୫ ଦଫା ଦାବି ନେଇ ସୋମବାର ରାଜଭବନ ସମ୍ମୁଖରେ ଯାଜପୁର ଏକତା ମଞ୍ଚ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି। 

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୫।୧୦:ସୋମବାର ଖୋର୍ଦ୍ଧା ମ୍ୟୁନିସିପାଲଟି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତ। ସେପ୍ଟେମ୍ବରର ଦରମା, ପୂଜା ଅଗ୍ରିମ ୨୦ ହଜାର ଟଙ୍କା ଓ ପେନ୍‌ସନଧାରୀଙ୍କୁ ପ୍ରତିମାସରେ ପେନ୍‌ସନ ଯୋଗାଇବା ଦାବିରେ ସୋମବାରଠାରୁ ଏହି ଆନ୍ଦୋଳନ ଚାଲୁ ରହିଛି । ଖୋର୍ଦ୍ଧା ମ୍ୟୁନିସିପାଲିଟିର ୧୦୨ ସ୍ଥାୟୀ କର୍ମଚାରୀ, ଡିଏଲ୍‌ଆର ୩୪ ଓ ମ୍ୟାଣ୍ଡେଜ ୩୦ ଜଣ ଏଥିରେ ସାମିଲ ହୋଇଛନ୍ତି। 

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।

 ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁର,୧୫।୧୦(ନି.ପ୍ର.)-ଜୟପୁରରେ ଜିଲା ଚିକିତ୍ସାଳୟ ସୋମବାରଠାରୁ ଆରମ୍ଭ ହୋଇଛି । ଜୟପୁର ନିକଟସ୍ଥ ଫୁଲବାଡ଼ଠାରେ ୨୭ ଏକର ଜମିରେ ଏହି ଜିଲା ଚିକିତ୍ସାଳୟ ନିର୍ମିତ ହୋଇଛି । କୋରାପୁଟରେ ଥିବା ଜିଲା ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘୋଷଣାର ୧୫ ମାସ ପରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଠାରେ ନୂତନ ଯନ୍ତ୍ରପାତି ଲାଗିଥିବା ବେଲେ ଲିଫ୍ଟ ମଧ୍ୟ ଲାଗିଛି ।

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ କାହା ସହ ମେଣ୍ଟ ହେବ ନାହିଁ। ଯଥା ସମ୍ଭବ ଅଣଭାଜପା ଭୋଟ ବିଭାଜନକୁ ଦଳ ରୋକିବାକୁ ଚେଷ୍ଟା କରିବ।  କଂଗ୍ରେସ କିମ୍ବା ବିଜେଡି କାହା ସହ ମେଣ୍ଟ ହେବ  ନାହିଁ ବୋଲି କହିଛନ୍ତି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। 

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି।