ରାଜ୍ୟ |

ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚା: କେନ୍ଦ୍ରକୁ ସମାଲୋଚନା କଲେ ବିଜେଡି-କଂଗ୍ରେସ

ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚା: କେନ୍ଦ୍ରକୁ ସମାଲୋଚନା କଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ୍‌ ନେଇ ମଙ୍ଗଳବାର ଆଲୋଚନା ବେଳେ ମୁଖ୍ୟ ବିରୋଧୀ କଂଗ୍ରେସ ଓ ଶାସକ ଦଳ ବିଜେଡି କେନ୍ଦ୍ରକୁ ସମାଲୋଚନା କରିବା ପାଇଁ ପଛାଇ ନାହାନ୍ତି। ନିଜର ଦୀର୍ଘ ଭାଷଣରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ପ୍ରତି ଆକାଉଣ୍ଟରେ ୧୫ ଲକ୍ଷ ଜମା କରିବାକୁ କହିଥିବା ଭାଜପା ପରବର୍ତ୍ତୀ ସମୟରେ ଏହାକୁ ନିର୍ବାଚନୀ ଧୂଆଁବାଣ ବୋଲି କହିବା ଦୁର୍ଭାଗ୍ୟଜନକ। ୧୦୦ ଦିନରେ କଳାଧନ ଫେରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସାଢେ ୩ ବର୍ଷ ବିତିଯାଇଥିଲେ ବି ଫଳଶୂନ ବୋଲି ନରସିଂହ କହିଛନ୍ତି। ବାର୍ଷିକ ୨ କୋଟି ରୋଜଗାର ଯୋଗାଇବା କଥା କହି ବାର୍ଷିକ ୨ ଲକ୍ଷଙ୍କୁ କେନ୍ଦ୍ର ସରକାର ରୋଜଗାର ଦେଇପାରିନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେଢଗୁଣାର ପ୍ରତିଶ୍ରୁତି ପାଳନ ନ କରି ମାତ୍ର ୮୦ ଟଙ୍କା ବୃ୍‌ଦ୍ଧି କରିବା, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ କରିବାକୁ କହି ଗଠନ ନ କରିବା ଜନସ୍ବାର୍ଥ ବିରୋଧୀ ନୀତି ବୋଲି ସେ କହିଥିଲେ। ଏହାପରେ ଦେଶ ସାରା ବୃଦ୍ଧି ପାଇଥିବା ତଥାକଥିତ ରାଷ୍ଟ୍ରବାଦର ବିତର୍କକୁ ସମାଲୋଚନା କରିଥିଲେ। ନରସିଂହ ବିଧାନସଭାରେ ଭାଜପା ନେତା ବିଜୟ ମହାପାତ୍ରଙ୍କ ଚକାପୋକ ଉପାଖ୍ୟାନକୁ ଦୋହରାଇଥିଲେ। ରାଜ୍ୟରେ ୪ଥର କଂଗ୍ରେସ ପୂର୍ଣ୍ଣଭାବେ ସରକାର କରିବାକୁ ସମର୍ଥ ହୋଇଛି। ତେଣୁ ସବୁକଥାରେ କଂଗ୍ରେସ ରାଜ୍ୟ ପାଇଁ କିଛି କରିନାହିଁ ବୋଲି ଉକ୍ତିରୁ ଶାସକ ବିଜେଡି ନିଜକୁ ନିବୃତ୍ତ କରୁ । ହୀରାକୁଦ ବନ୍ଧ,ପାରାଦ୍ୱୀପ ବନ୍ଦର,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଇତ୍ୟାଦି କଂଗ୍ରେସର ଦାନ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ବିରୋଧୀଦଳ ନେତାଙ୍କୁ ନିଜ ବକ୍ତବ୍ୟରେ ସମର୍ଥନ କରିଥିଲେ ଶାସକ ସଭ୍ୟ ଅରୁଣ ସାହୁ ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ ବିଧାୟକ ସ୍ବାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାରା ଦେଶର ତଥାକଥିତ ଏକକ କର ବ୍ୟବସ୍ଥା ଲାଗୁ କରି ବାହାବା ନେଉଥିବା କେନ୍ଦ୍ର ସରକାର ଏକ ପ୍ରକାର ଶିକ୍ଷାନୀତି କ’ଣ ପାଇଁ କରୁନାହିଁ। ଗୋଟିଏ ବର୍ଷରେ ଦେଶରେ ୧୨,୦୦୦ ଚାଷୀ ଆତ୍ମହତ୍ୟା କରିବା ଘୋର ପରିତାପର ବିଷୟ ବୋଲି ରଣେନ୍ଦ୍ର କହିଛନ୍ତି। ଆଗାମୀ ଶୀତ ଅଧିବେଶନରେ ନରେନ୍ଦ୍ର ମୋଦିଙ୍କ ସରକାର ୨ଟି ଜନସ୍ବାର୍ଥ ବିରୋଧୀ ଆଇନ ଆଣିବାକୁ ଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି କୋଡ ଅନ୍‌ ୱେଜ ବିଲ୍‌ -୨୦୧୭ ଓ ଅନ୍ୟଟି ଫିନାସିଆଲ ରିଜୋଲ୍ୟୁଶନ୍‌ ଆଣ୍ଡ ଡିପୋଜିଟ୍‌ ଇନ୍ସ୍ୟୁରାନ୍ସ (ଏଫ୍‌ଆରଡିଆଇ) ବିଲ୍‌-୨୦୧୭ । ପ୍ରଥମ ବିଲ୍‌ ଦ୍ୱାରା ପୂର୍ବରୁ ପ୍ରଚଳିତ ଏକାଧିକ ଶ୍ରମ ସମ୍ବନ୍ଧୀୟ ଆଇନକୁ ଜଳାଞ୍ଜଳି ଦେଇ ଏକମାତ୍ର ଶ୍ରମ ନିୟମ ରହିବ। ଯାହାଦ୍ୱାରା କେନ୍ଦ୍ର ସରକାର ମନଇଚ୍ଛା ଚାକିରି ଦେବା ସହ ଛଟେଇ ମଧ୍ୟ କରିପାରିବ। ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ କାମରେ ଲଗାଯାଇ ପାରିବ ବୋଲି ସେ କହିଛନ୍ତି। ସେହିପରି ଏଫ୍‌ଆରଡିଆଇ ବିଲ୍‌ ମାଧ୍ୟମରେ ନିଜ ଜମା କରିଥିବା ଟଙ୍କା ଉପରେ ଜମାକାରୀର ଅଧିକାର ରହି ନ ପାରେ। ନିଜ କଷ୍ଟାର୍ଜିତ ଟଙ୍କାକୁ ବ୍ୟବହାର କରିବା ପାଇଁ ଲୋକ ହନ୍ତସନ୍ତ ହେବେ ବୋଲି ସେ କହିଛନ୍ତି।
ସେହିପରି ଅରୁଣ ସାହୁ କହିଛନ୍ତି ଯେ, ଅନୁଦାନ ଦେଲା ପରେ ଭାଜପା ଗଳା ଫଟାଇ କହୁଛି। ମାତ୍ର ସେହି ଅନୁଦାନର ସିଂହଭାଗ କେନ୍ଦ୍ର ରାଜ୍ୟରୁ ଫେରାଇ ନେଉଛି। ତେଣୁ ରାଜ୍ୟ ଏବେ କେନ୍ଦ୍ର ସରକାରଙ୍କୁ ହିସାବ ମାଗିବ। ଦେଉଛ କେତେ , ନେଉଛ କେତେ ବୋଲି ଅରୁଣ କହିଛନ୍ତି। ଗୁଜରାଟ ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିର ଦିଗ ନିର୍ଣ୍ଣୟ କରିବ ବୋଲି ସେ ସୂଚିତ କରିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ପୁରୀ ଅଫିସ,୨୨।୪ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଶାସ୍ତ୍ରୀ ଦ୍ୱିତୀୟ ବର୍ଷ ପରୀକ୍ଷାରେ ନିଜକୁ ସ୍କ୍ବାଡ୍‌ ସଦସ୍ୟ ଭାବେ ପରିଚୟ ଦେଇ କପି ଯାଞ୍ଚ ଆଳରେ କେତେଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। କେନ୍ଦୁଝର ଜିଲା ଟୁକୁଣାସ୍ଥିତ ବି.ଏନ୍‌. ସଂସ୍କୃତ ସରକାରୀ କଲେଜର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନିକଟରେ ଏପରି ଅଭିଯାଗ କରିଛନ୍ତି।

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଭାରତୀୟ ଜନତାପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକୁଛନ୍ତି। ଭାଜପା ହିଁ ଓଡ଼ିଶାକୁ ମହାନଦୀରୁ ତା’ର ଜଳ ପାଇବାରେ ପ୍ରତିବନ୍ଧକ ସାଜିଛି । ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସକାଶେ ବିଜୁ ଜନତାଦଳର କର୍ମୀ, ନେତାମାନେ ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ପରିସ୍ଥିତି ସମ୍ପର୍କରେ ଜଣାନ୍ତୁ।

ସର୍ବୋଚ୍ଚ ସ୍ତରରେ ତୈଳ ଦର

ସର୍ବୋଚ୍ଚ ସ୍ତରରେ ତୈଳ ଦର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କଲାଣି। ଭାଜପା ଶାସନ କାଳରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ଛୁଇଁଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।

ଜୁନିୟର ଛାତ୍ରୀଙ୍କ ଭୟଙ୍କର ପ୍ରତିଶୋଧ: କଲ୍‌ଗର୍ଲ ଆଖ୍ୟା ଦେଇ ସିନିୟର ଛାତ୍ରୀଙ୍କ ଫଟୋ ଭାଇରାଲ କଲେ

ଚନ୍ଦ୍ରଶେଖରପୁର, ୨୨।୪(ଡି.ଏନ୍‌.ଏ.)- ବିଶୃଙ୍ଖଳିତ ଆଚରଣ ପାଇଁ ଜୁନିୟର ଛାତ୍ରୀଙ୍କୁ ତାଗିଦ୍‌ କରିବା ଜଣେ ସିନିୟର ଛାତ୍ରୀଙ୍କ ଲାଗି ମହଙ୍ଗା ପଡ଼ିଛି। ତଳ ଶ୍ରେଣୀର ଛାତ୍ରୀ ଜଣକ ସିନିୟର ଛାତ୍ରୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛନ୍ତି। ତାଙ୍କୁ କଲଗର୍ଲ ଆଖ୍ୟା ଦେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ମୋବାଇଲ୍‌ ନମ୍ବରକୁ ଭାଇରାଲ କରିଦେଇଛନ୍ତି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ମଞ୍ଚେଶ୍ୱର ଥାନା ଇଞ୍ଜଣା ବସ୍ତିର ଏକ ନିର୍ମାଣାଧୀନ ଅପାର୍ଟମେଣ୍ଟ ନିକଟ ଘରୁ ଜଣେ ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଶୋଇଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେଠାରେ ରହୁଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।