Dharitri News
ରାୟଗଡା

ରାସ୍ତା ପାଇଁ ଜଙ୍ଗଲ ପ୍ରତିବନ୍ଧକ

ରାସ୍ତା ପାଇଁ ଜଙ୍ଗଲ ପ୍ରତିବନ୍ଧକ ଡାବୁଗାଁ,୧୨।୧୨(ଡି.ଏନ.ଏ.)-ବିକାଶଧାରାଠାରୁ ବହୁ ଦୂରରେ ରହିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ସାନବରାଯୋଡି ଗାଁ । ମେଦନା ପଞ୍ଚାୟତ ଚାଟିଗୁଡା ରାଜସ୍ବ ଗ୍ରାମ ଅଧୀନ ଏହି ପଡାଗାଁରେ ୪୫ ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ରାସ୍ତା ଘାଟ ସୁବିଧା ନଥିବାରୁ ଯାତାୟାତ ପାଇଁ ଗ୍ରାମବାସୀ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଗ୍ରାମକୁ ରାସ୍ତା ତିଆରିରେ ଜଙ୍ଗଲ ବାଧକ ସାଜିଛି। ଗଛକାଟି ରାସ୍ତା ର୍ନିମାଣ କରିବା ଲାଗି ଅନୁମତି ମିଳୁ ନଥିବାରୁ ରାସ୍ତା ର୍ନିମାଣ ଅଟକି ରହିଛି। ପଞ୍ଚାୟତ ଠାରୁ ଗାଁକୁ ଆସିବାକୁ ହେଲେ ୩ କି.ମି ଜଙ୍ଗଲ ମଧ୍ୟରେ ଚାଲି ଚାଲି ଆସିବାକୁ ହୁଏ । ବ୍ଲକ ସଦର ମହକୁମାଠାରୁ ୧୮ କି.ମି ଦୂରରେ ଥିବା ଏହି ଗାଁରେ ପ୍ରାୟ ସମସ୍ତେ ବିପିଏଲ ହିତାଧିକାରୀ ଅଛନ୍ତି । ପାନୀୟ ଜଳ ସୁବିଧା ପାଇଁ ଗ୍ରାମରେ ୩ ଟି ନଳକୂପ ରହିଛି । ଖରା ଦିନେ ଏଥିରୁ ୨ଟି ନଳକୂପରୁ କମ ପାଣି ବାହାରୁ ଥିବାରୁ ଲୋକେ ଗାଁ ଠାରୁ ଅଧା କି.ମି ଦୂରରେ ଥିବା ଏକ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରିଥାନ୍ତି । ବର୍ଷା ଦିନେ ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ ହେଉଥିବାରୁ ଯାତାୟତ ବ୍ୟବସ୍ଥା ପୂରାପୂରି ଠପ ହୋଇଯାଉଛି। ଗତ ବର୍ଷ ଏମଜିଏନଆରଇଜିଏସରେ ରାସ୍ତା ନିର୍ମାଣ ହେବାର ଥିଲା । ମାତ୍ର ଜଙ୍ଗଲ ବିଭାଗର ଅନୁମତି ନ ମିଳିବାରୁ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ଯାଇଛି । ସେହିପରି ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗ୍ରାମବାସୀ ଅବହେଳିତ ହୋଇ ରହିଛନ୍ତି । ୨୦୧୦ରେ ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଛି। ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୦ରୁ ଉର୍ଦ୍ଧ୍ୱ ପିଲା ପାଠ ପଢୁଛନ୍ତି । ଏଠାରେ ୨ ଜଣ ଶିକ୍ଷକକୁ ନିଯୁକ୍ତି ମିଳିଛି। ଏହି ଗ୍ରାମରେ ୨୦୧୪ ରେ ଜଣେ ପିଲା +୨ ପାଶ କରି କୁଇ ଭାଷା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ୫ ଜଣ ପିଲା ୮ମ ରେ ପାଠ ପଢୁଛନ୍ତି । ସ୍ବାସ୍ଥ୍ୟ ସେବା ପାଇଁ ଗ୍ରାମବାସୀ ମେଦନା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ର୍ନିଭର କରିଥାନ୍ତି । ଜଙ୍ଗଲ ରାସ୍ତା ଯୋଗୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇନପାରିବାରୁ ରୋଗୀକୁ ଗ୍ରାମବାସୀ ଜଙ୍ଗଲ ମଧ୍ୟରେ ୩ କ ମି ରାସ୍ତା ବୋହିକରି ଆଣିବାକୁ ପଡିଥାଏ। ଏହି ଜଙ୍ଗଲ ମଧ୍ୟରେ ରାସ୍ତା ର୍ନିମାଣ ହେଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଗ୍ରାମର ରାଇଧର ସାନ୍ତା, ସଦା ସାନ୍ତା, ପାଣ୍ଡୁ ସାନ୍ତା , ସାଲିଆ ସାନ୍ତା, ଖଗ ସାନ୍ତା, ଡାଲି ସାନ୍ତା, ରାଜି ସାନ୍ତା, ଲେଙ୍ଗୁ ସାନ୍ତା, ଘାସି ସାନ୍ତା, ଶ୍‌ତେ ସାନ୍ତା , ଭିକାରି ସାନ୍ତା , ବୁଡୁ ସାନ୍ତା ଓ ଲାଡିଆ ସାନ୍ତା ପ୍ରମୁଖ କହିଛନ୍ତି। ଏନେଇ ଡାବୁଗାଁ ଭାରପ୍ରାପ୍ତ ବିଡିଓ ଗୌରହରି ପାତ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ଏହି ଗ୍ରାମର ୭ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଇ ଦିଆଯାଇଛି । ଗ୍ରାମକୁ ସଂଯୋଗ ରାସ୍ତାରେ ଜଙ୍ଗଲ ଥିବାରୁ ରାସ୍ତା ର୍ନିମାଣ ନିମନ୍ତେ ଜଙ୍ଗଲ ବିଭାଗର ଅନୁମତି ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ। ଏନେଇ ବ୍ଲକ ଅଧକ୍ଷ ବଂଶୀଧର ମାଝୀଙ୍କୁ ଯୋଗାଯୋଗ କରିବାରୁ ଏହି ଗାଁକୁ ଯାଇଥିବା ରାସ୍ତା ଜଙ୍ଗଲ ମଧ୍ୟରେ ପଡୁଥିବାରୁ ରାସ୍ତା ତିଆରି ପାଇଁ ଜଙ୍ଗଲ ବିଭାଗର ଆବଶ୍ୟକତା ପଡୁଛି । ଏନେଇ ଜଙ୍ଗଲ ବିଭାଠାରୁ ଅନୁମତି ଆଣି ରାସ୍ତା କାମ କରାଯିବ ବୋଲି କହିଥିଲେ।

ରାୟଗଡା

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ମୁକୁନ୍ଦପୁର, ୨୦।୧(ଡି.ଏନ୍‌.ଏ) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତାଟିଏ ପାଇଁ ଜିଲାପାଳ,ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ିଲେ ଗ୍ରାମବାସୀ । ହେଲେ କେହି ତାଙ୍କ କଥାକୁ ଶୁଣିଲେନି । ତେଣୁ ବାଧ୍ୟ ହୋଇ ନିଜ ଗ୍ରାମକୁ ନିଜେ ଏକ ରାସ୍ତା ନିର୍ମାଣ କରିଛନ୍ତି ।

କ୍ୟାନ୍‌ସର ପୀଡ଼ିତଙ୍କ ଇଚ୍ଛାମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଜୟପୁର,୨୦।୧(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ଜୟନଗର ବାସିନ୍ଦାର ଜଣେ ଯୁବକ ଗତ କିଛିବର୍ଷ ହେବ କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ଏଥିପାଇଁ ସେ ଭୀଷଣ ଯନ୍ତ୍ରଣା ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ନିଜର ଅସାମର୍ଥ୍ୟ ପ୍ରକାଶ କରି ମୃତ୍ୟୁବରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି ।

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଦଶମନ୍ତପୁର, ୨୦।୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୪ କି.ମି. ଦୂରରେ ରହିଛି ଖଜୁରିଗୁଡା ଗ୍ରାମ। ଗ୍ରାମରେ ୩୫ଟି ପରିବାରର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ମାତ୍ର ଏଯାଏ ଗ୍ରାମରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ। ବ୍ଲକ ନିକଟସ୍ଥ ଗ୍ରାମ ହୋଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଖଜୁରିଗୁଡା ଉପରେ ପଡୁନି। ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଯାତାୟାତ ସମସ୍ୟା ଲାଗିରହିଛି।

 ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଡାବୁଗାଁ,୧୯।୧(ଡି.ଏନ୍‌.ଏ.) ଅଟୋ- ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ଦନାଇ ଭତ୍ରାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।

ରାୟଗଡା ସିଜେଏମ୍‌ କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା ଅଫିସ୍‌, ୧୯।୧- ରାୟଗଡା ସିଜେଏମ୍‌ଙ୍କ କୋର୍ଟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଛି । ତାଙ୍କ ନାମରେ ଚାନ୍ଦିଲି ଥାନାରେ ରହିଥିବା ୩ଟି ମାମଲା ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ସିଜେଏମ୍‌ ମହମ୍ମଦ ଇର୍ଶାନୁଦ ନବୀଙ୍କ ସମ୍ମୁଖରେ ହାଜର କରାଯାଇଥିଲା ।

ମେକାରେ ୮୩, ଚାଉଳମେନ୍ଦିରେ ୮୩ ପ୍ରତିଶତ ଭୋଟିଂ

ମାଥିଲି,୧୯।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ପଞ୍ଚାୟତ ସରପଞ୍ଚ ଓ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ୪ ନମ୍ବର ଓ୍ବାର୍ଡ଼ମେମ୍ବର ପଦବୀ ପାଇଁ ଶୁକ୍ରବାର ମତଦାନ ହୋଇଛି। ନିର୍ବାଚନ ଅଧିକାରୀ ଅଗସ୍ତି ପ୍ରଧାନଙ୍କ ସୂଚନା ପ୍ରକାରେ, ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ପାରଳାଖେମୁଣ୍ଡି,୧୯।୧(ସ୍ବ.ପ୍ର.)-କେନ୍ଦ୍ର ସରକାରଙ୍କ ଏଫଡିଆଇ ନିବେଶକୁ ବିରୋଧ କରି ପାରଳାଖେମୁଣ୍ଡିସ୍ଥିତ ହାଇସ୍କୁଲ ଛକଠାରେ ଜିଲା ଆପ୍‌ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଧାନ ଟ୍ରକ ଜବତ

କାଲିମେଳା,୧୯।୧(ଡି.ଏନ୍‌.ଏ.): ପଡିଆ ବ୍ଲକ ଉଣ୍ଡୃକୋଣ୍ଡା ଛକରେ ଶୁକ୍ରବାର ସକାଳୁ ଛତିଶଗଡ଼କୁ ଚାଲାଣ ପାଇଁ ଯାଉଥିବା ଏକ ଧାନ ଟ୍ରକ ଜବତ ହୋଇଛି। ଜିଲା ଯୋଗାଣ ବିଭାଗ କାଲିମେଲା ପୋଲିସ ସହାୟତାରେ ଟ୍ରକର ପିଛା କରି ଧାନ ବୋଝେଇ ଟ୍ରକ୍‌କୁ ଧରିଥିଲା।

ଅବକାରୀ ଚଢ଼ାଉ: ଜଣେ ଗିରଫ

ଅବକାରୀ ଚଢ଼ାଉ: ଜଣେ ଗିରଫ

ମାଥିଲି,୧୯।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ଦୁର୍ଲାଗୁଡା ନିକଟରେ ଶୁକ୍ରବାର ଅବକାରୀ ବିଭାଗ ଚଢାଉ କରି ମଦ ଜବତ ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ସର୍ଗିଗୁଡ଼ା ଗ୍ରାମର ହରି ହନ୍ତାଳ (୩୪)।

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବି.ସୀତାପୁର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

‘କୁଇନ ସପୁରି, ଲେମନ ଗ୍ରାସ ଚାଷକୁ ପ୍ରୋତ୍ସାହିତ କରାଯିବ’

‘କୁଇନ ସପୁରି, ଲେମନ ଗ୍ରାସ ଚାଷକୁ ପ୍ରୋତ୍ସାହିତ କରାଯିବ’

ପାରଳାଖେମୁଣ୍ଡି, ୧୯। ୧(ସ୍ବ.ପ୍ର.)-ଗଜପତି ଜିଲା ପ୍ରଶାସନ ଯେପରି ଅଧିକ ସକ୍ରିୟ ହେବା ସହ ଜନସାଧାରଣଙ୍କ ନିକଟତର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ସେହିପରି ଜିଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ।

୩୦ ଏକର ଆଖୁ ଫସଲ ଜଳିଗଲା

୩୦ ଏକର ଆଖୁ ଫସଲ ଜଳିଗଲା

ନବରଙ୍ଗପୁର, ୧୯।୧ (ବି.ପ୍ର.)- ନବରଙ୍ଗପୁର ତହସିଲ ଅଧିନ ସାନମାଳିଗୁଡା ଗାଁରେ ଶୁକ୍ରବାର ନିଆଁ ଲାଗି ପ୍ରାୟ ୩୦ ଏକର ଆଖୁ ଫସଲ ପାଉଁଶ ହୋଇଯାଇଛି ।ଏଥିରେ ପ୍ରାୟ ୨୦ ଜଣ ଚାଷୀଙ୍କର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।