ରାୟଗଡା

ଦିବ୍ୟାଙ୍ଗଙ୍କୁ ସହାୟତା ଦେବାକୁ ପ୍ରଶାସନ,ବ୍ୟାଙ୍କ ବିମୁଖ

ଦିବ୍ୟାଙ୍ଗଙ୍କୁ ସହାୟତା ଦେବାକୁ ପ୍ରଶାସନ,ବ୍ୟାଙ୍କ ବିମୁଖ
ବୈପାରୀଗୁଡା,୧୨।୧୨ (ଡି.ଏନ୍‌.ଏ.)-ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେବାକୁ ସରକାରୀ ବ୍ୟବସ୍ଥା ରହିଛି ା ମାତ୍ର ଏ ସବୁ କାର୍ଯ୍ୟକାରୀ ହେବାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ବୈପାରିଗୁଡା ବ୍ଲକର ୨ଜଣ ଦିବ୍ୟାଙ୍ଗଙ୍କ ପ୍ରତି ଅବିଚାର ହୋଇଥିବା ଏବେ ନଜରକୁ ଆସିଛି। ସେମାନେ ହେଲେ ଦିବ୍ୟାଙ୍ଗ ମଧୁ ମାଳି ଓ ଦଉନା ଖରା। ଦିବ୍ୟାଙ୍ଗମାନଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଖବରରୁ ଜଣାପଡିଛି ବ୍ଲକ ସାମାଜିକ ଅଧିକାରୀଙ୍କ ପକ୍ଷରୁ ଆବେଦନପତ୍ର ଆହ୍ବାନ କରାଯାଇଥିଲା । ଏହି ବୈପାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ମାଳିଗୁଡା ଗ୍ରାମର ଦିବ୍ୟାଙ୍ଗ ମଧୁ ମାଳି ଆବେଦନ କରିଥିଲେ । ତାଙ୍କ ଆବେଦନକୁ ମଞ୍ଜୁର କରି ୧୫ ହଜାର ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ଲକ ସାମାଜିକ ଅଧିକାରୀ ଚନ୍ଦନ ବେହେରା ସ୍ଥାନୀୟ ଏକ ଜାତୀୟ ବ୍ୟାଙ୍କକୁ ସୁପାରିଶ କରିଥିଲେ । ତେବେ ମଧୁଙ୍କୁ ଋଣ ଯୋଗାଇ ଦେବାକୁ ଉକ୍ତ ବ୍ୟାଙ୍କ ମନା କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ବ୍ୟାଙ୍କ ଜମା ଖାତାରେ ମାତ୍ର ୫ ଶହ ଟଙ୍କା ଥିବାରୁ ବ୍ୟାଙ୍କ ପରିଚାଳକ ଋଣ ଦେବାକୁ ମନା କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।ବାର୍ଷିକ ୪ ପ୍ରତିଶତ ସୁଧ ହାରରେ ଏହି ଋଣ ନେଇ ମଧୁ ଗଁ।ରେ ଏକ ଛୋଟ ତେଜରାତି ଦୋକାନ କରିବାକୁ ଲକ୍ଷ୍ୟ ରଖଥିଲେ । ବ୍ୟାଙ୍କ ହତାଶ କରିବାରୁ ସେ ଭାଙ୍ଗିପଡିଛନ୍ତି। ତେବେ ଏ ସମ୍ପର୍କରେ ବ୍ଲକ ସମାଜିକ ଅଧିକାରୀ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଚଳିତ ବର୍ଷ ବ୍ଲକରେ ୭୫ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ଥିଲା । ଏଥିପାଇଁ ଆବେଦନ ଫର୍ମ ଦାଖଲ କରିବାକୁ ଆହ୍ବନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ୨ଟି ଜାତୀୟ ବ୍ୟାଙ୍କକୁ ଋଣ ପାଇଁ ଚୟନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବ୍ୟାଙ୍କକୁ ୨୫ଟି ଓ ଅନ୍ୟ ଗୋଟିଏ ବ୍ୟାଙ୍କକୁ ୨୧ଟି ଆବେଦନକୁ ସୁପାରିଶ କରି ପଠାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୨୧ଟି ଆବେଦନକୁ ସୁପାରିଶ କରି ଗୋଟିଏ ବ୍ୟାଙ୍କକୁ ପଠାଇବାରୁ ଉକ୍ତ ବ୍ୟାଙ୍କ ସେସବୁ ନ ରଖି ପ୍ରତ୍ୟାଖାନ କରିଦେଇଥିଲା ।ତେବେ କେଉଁ କାରଣ ପାଇଁ ହିତାଧିକାରୀଙ୍କ ଆବେଦନକୁ ବରଖାସ୍ତ କରାଯାଉଛି ସେ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟକୁ ଜଣାଇ ନାହାନ୍ତି ବୋଲି ବେହେରା କହିଛନ୍ତି। ସେହିପରି ଅନ୍ୟଜଣେ ଦିବ୍ୟାଙ୍ଗ ଯୁବତୀ ହେଉଛନ୍ତି ଦଉନା ଖରା (୨୦)। ବୈପାରୀଗୁଡା ବ୍ଲକ ଦମଶନ୍ତପୁର ପଞ୍ଚାୟତ ଚିଙ୍ଗଡାଗୁଡା ଗ୍ରାମରେ ତାଙ୍କ ଘର। ଦାଉନା ଜନ୍ମରୁ ହାତ ଗୋଡ ପୋଲିଓ ରୋଗରେ ଆକ୍ରାନ୍ତ । ଘର ଭିତରେ ଗୁରୁଣ୍ଡି ଗୁରୁଣ୍ଡି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ନିଜର ନିତ୍ୟ କର୍ମ ପାଇଁ ସେ ମାଆ ବିମଳାଙ୍କ ଉପରେ ନିର୍ଭର କରିଥାନ୍ତି । ତାଙ୍କ ବାପା ଦୀର୍ଘଦିନ ତଳୁ ଆରପାରିକୁ ଚାଲିଯାଇଛନ୍ତି। ଅନ୍ୟ କୌଣସି ଭାଇଭଉଣୀ ନାହାନ୍ତି । ସରକାରୀ ନିୟମ ଅନୁସାରେ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରାଯିବା କଥା । ମାତ୍ର ଦଉନାଙ୍କ ଉପରେ ଏଯାଏଁ ପ୍ରଶାସନର ଦୃଷ୍ଟି ପଡିନାହିଁ ା ମାସିକ ଭତ୍ତା ମିଳୁ ନ ଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ମାମୁ ଘରେ ମାଆଙ୍କ ସହ ଦଉନା ଆଶ୍ରୟ ନେଇଛନ୍ତି। ଉଭୟ ନିରାଶ୍ରୟଙ୍କୁ ପ୍ରଶାସନ ତୁରନ୍ତ ସହାୟତାର ହାତ ବଢାଇବାକୁ ସାଧାରଣରେ ଦାବି ହୋଉଛି।
All Right Reserved By

ରାୟଗଡା

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ରାୟଗଡା ଅଫିସ, ୧୭।୧୦-ରାୟଗଡା ସହର ସାଇ ଇଣ୍ଟରନ୍ୟାସନାଲ ଟାଫିକ ଛକ ନିକଟରେ ଏକ ଟ୍ରକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ବାଇକ ଚାଳକଙ୍କ   ମୃତ୍ୟୁ ହୋଇଛି। ସେ  ହେଲେ ଜେକେପୁର ଥାନା ଅଧୀନ ନେହେରୁ ନଗରର ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ। ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। 

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ଏବଂ ବିଭିନ୍ନ ବ୍ଲକରେ  ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହାଛଡା ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ମଧ୍ୟ ଅନୁଷ୍ଠିତ ହେଉଛି। ଷଷ୍ଠୀଠାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଲ ବରଣ ପୂଜା ସହ   ଶକ୍ତିପୀଠଗୁଡ଼ିକରେ ଚଣ୍ଡୀପାଠ, ହୋମଯଜ୍ଞ  ଆଦି କରାଯାଉଛି। 

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ମାଥିଲି, ୧୭।୧୦(ଡି.ଏନ୍‌.ଏ.) - ସରକାରୀ ବ୍ୟବସ୍ଥାରେ ବିଚିତ୍ର ରୂପ। ଯିବାକୁ ହୋଇନି ରାସ୍ତା। ଜଙ୍ଗଲ ହୁଡାରେ ଖୋଲାପଡିଛି ଯାତ୍ରୀ ପ୍ରତୀକ୍ଷାଳୟ। ମାଲକାନଗିରି ଜିଲା ଖଇରପୁଟ ବ୍ଲକ  ଗୋବିନ୍ଦପାଲି ସଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଭାବେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ବ୍ୟବହାର ହୋଇନାହିଁ।

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)-:ବର୍ଷେ ନୁହେଁ କି ଦୁଇବର୍ଷ, ଜଣେ ବଣ୍ଡା ଯୁବକଙ୍କୁ ମାଲକାନଗିରି ପୋଲିସ ଦୀର୍ଘ ୧୫ ବର୍ଷ ପରେ ଉଦ୍ଧାର କରି  ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପରିବାର ଲୋକେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜମିବାଡି ବିକ୍ରି କରି ସର୍ବସ୍ବାନ୍ତ ହୋଇଯାଇଥିଲେ। ଯୁବକଙ୍କ ବାପା  ମାଲକାନଗିରି ଥାନାରେ ତାଙ୍କ ପୁଅ ନିଖୋଜ ଥିବା ନେଇ ପୁଣିଥରେ ଏତଲା ଦେଇଥିଲେ। ପରେ ମାଲକାନଗିରି ପୋଲିସ ୧୨ ଘଣ୍ଟା ମଧ୍ୟରେ ନିଖୋଜ ଯୁବକଙ୍କୁ ଖୋଜିବାରେ ସଫଳ ହୋଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ସହର ସାଇ ଇଣ୍ଟରନ୍ୟାଶନାଲ ଟ୍ରାଫିକ ଛକ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ।

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

ଜୟପୁର/କୁନ୍ଦୁରା, ୧୬।୧୦(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ଥାନା ଅଞ୍ଚଳର ଡଙ୍ଗରପାଉଁଶୀ ଗ୍ରାମ ନିକଟ କୋଲାବ ନଦୀରେ ମଙ୍ଗଳବାର ଏକ   ଭାଲୁର ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଭାଲୁ ଦେହରେ କ୍ଷତ ଚିହ୍ନ ଥିବାରୁ ତାକୁ  କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। 

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ମୁନିଗୁଡା, ୧୬।୧୦(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ବଚସା ବଢିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁତୁରା କାଠ ଫାଳିଆରେ  ଦାଦାଙ୍କୁ ମାଡ ମାରିବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ପୋଲିସ ସେଠାରେ ପହଞ୍ଚିବାପରେ ଅଭିଯୁକ୍ତ ଦ୍ୱୟ ଦୋଷ ସ୍ବିକାର କରିବା ସହ ଆତ୍ମସମର୍ପଣ କରିଥିଲେ। ମୃତକ ଜଣଙ୍କ ହେଲେ ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ କୁଲେରୀପେଟା ଗ୍ରାମର କାତ୍ରା ସିକ୍‌କା। ଅଭିଯୁକ୍ତ ଦ୍ୱୟ ହେଲେ ଉକ୍ତ ଗ୍ରାମର ଟଣିଆ ସିକ୍‌କା ଓ ଲୁକେ ସିକ୍‌କା।

ସବୁ ଅଞ୍ଚଳରେ ପହଞ୍ଚିନି ରିଲିଫ୍‌

କାଶୀନଗର, ୧୬।୧୦(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଏବଂ ଏନ୍‌ଏସିର ସବୁ ଅଞ୍ଚଳରେ ରିଲିଫ ପହଞ୍ଚତ୍ ନ ଥିବା ବେଳେ ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ। ଫଳରେ ଲୋକେ ଦୁର୍ଦ୍ଦଶା ମଧ୍ୟରେ ଶଢୁଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏ. ଆଓ, ରାଜସ୍ବ ବିଭାଗ ଉପସଚିବ ଆଶୁତୋଷ ସାମଲଙ୍କ ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି।

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା

ଜୟପୁର ଆକାଶବାଣୀକୁ ମିଳିବ ଦୁଇଟି ଜାତୀୟସ୍ତର ପୁରସ୍କାର

ଜୟପୁର,୧୬।୧୦(ଡି.ଏନ.ଏ.)-କୋରାପୁଟ ଜିଲା ଜୟପୁରସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଜାତୀୟସ୍ତରରେ ଦୁଇଟି ପୁରସ୍କାର ମିଳିବ ା ଏଥିନେଇ ଶନିବାର ସନ୍ଧ୍ୟାରେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।