ରାୟଗଡା

ବସ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବସ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା ଅଫିସ/ଅମ୍ବାଦଳା(ଡି.ଏନ୍‌.ଏ.),୧୨।୧୨: କନ୍ଧମାଳ ଜିଲା ଗୁମା ଗାଁରୁ ମୁନିଗୁଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ବସ ମଙ୍ଗଳବାର ମଞ୍ଜୁରକୁପା ନିକଟରେ ଦୁର୍ଘଟଗ୍ରସ୍ତ ହୋଇଛି। ପୁଷ୍ପକ ନାମକ ଏହି ବସର ଆଗ ଚକ ଫାଟିଯିବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଆହତମାନଙ୍କୁ ଅମ୍ବାଦଳା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ପରେ ରାୟଗଡ଼ା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଅମ୍ବାଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

All Right Reserved By

ରାୟଗଡା

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ବାହୁଡା ଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ରବିବାର ସକାଳେ କୋରାପୁଟ ରାୟଗଡାଛକଠାରେ ଥିବା ମା’ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉଙ୍କ ମଙ୍ଗଳାପର୍ଣ୍ଣ ପୂଜା ଅନୁଷ୍ଠିତ ହେବା ପରେ ସକାଳ ୮ଟା ୩୦ ରୁ ଠାକୁରଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଜିଲାରେ ରବିବାର ୩୨୮.୪ ମିଲିମିଟର ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି।

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଦଶମନ୍ତପୁର,୨୨।୭(ଡି.ଏନ୍‌.ଏ.)-ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ମୁଣ୍ଡରେ ଚଡ଼କ ପଡିଯାଏ। ଏଥିନିମନ୍ତେ ୪ ମାସ ପାଇଁ ଗୃହରେ ଖାଦ୍ୟଶସ୍ୟ ସାଇତି ରଖନ୍ତି ବାସିନ୍ଦା। ଗ୍ରାମରେ କେହି ରୋଗୀ କିମ୍ବା ଗର୍ଭବତୀଙ୍କୁ ଚିକିତ୍ସାକେନ୍ଦ୍ରକୁ ନେବାକୁ ଭାଳେଣି ପଡ଼ିଯାଏ। ମହାମାରି ଝାଡ଼ାବାନ୍ତି ଏବଂ ଅଜଣା ରୋଗରେ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଗ୍ରାମ ହେଲା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ଗ୍ରାମ ପଞ୍ଚାୟତ ଅଧୀନ ଜାମ୍ମୁର ଗ୍ରାମ। ବ୍ଲକ ସଦର ମହକୁମାଠରୁ ମାତ୍ର ୧୩ କିମି ଦୂରରେ ଥିବା ଏହି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ। ଫଳରେ ଯାତାୟତ କ୍ଷେତ୍ରରେ ବହୁ ସମସ୍ୟା ଉପୁଜୁଛି।

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ତେନ୍ତୁଳିଖୁଣ୍ଟି,୨୨।୭(ଡି.ଏନ.ଏ)- ଗ୍ରାମାଞ୍ଚଳରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। କିନ୍ତୁ ଅନେକ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି। କେଉଁଠି ପିଲାଙ୍କ ପାଇଁ ହଷ୍ଟେଲ ନାହିଁ ତ ଆଉ କେଉଁଠି ବସିବାକୁ ଡେସ୍କ ଓ ବେଞ୍ଚ ନଥିବାରୁ ପିଲାମାନେ ତଳେ ବସି ପାଠ ପଢୁଛନ୍ତି। ହଷ୍ଟେଲ ନ ଥିବାରୁ ପିଲାମାନେ ଦୂରଦୂରାନ୍ତରୁ ବିଦ୍ୟାଳୟକୁ ଆସୁଥିବାରୁ ଅଭିଭାବକମାନେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି। ଏହିପରି ସମସ୍ୟା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତର ଲକଡିପାଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଶିକ୍ଷୟିତ୍ରୀ ଶିକ୍ଷକ ପାଇଁ କ୍ୱାଟର ଅଛି। ହଷ୍ଟେଲ ଗୃହ ତଫସିଲଭୁକ୍ତ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ରହିଛି।

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଝରିଗାଁ,୨୨।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ୧୨ ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଝରିଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ ଗୋପାଳ ମହାରଣା, ଶଙ୍କର କୁମାର ନାଲା, ମନୋଜ କୁମାର ଖିଲାର, ଅଧ୍ୟାପିକା ତୁଷାରୀ ପଟ୍ଟନାୟକ, କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଆଇନ ସଚେତନତା ଶିବିର

ମାଲକାନଗିରି,୨୨।୭(ସ୍ବ.ପ୍ର.)- ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଦୁଲିବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍‌ ଗର୍ଭଧାରଣ ଓ ପ୍ରାକ୍‌ ପ୍ରସୂତି ନିଦାନ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ସିଂ ରେଜିଷ୍ଟ୍ରାର ସିଭିଲ କୋର୍ଟ, ପ୍ରାଧିକରଣ ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅମରେଶ ନାୟକ, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ଆଇନଜୀବୀ ଦୀନବନ୍ଧୁ ଦାସ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।

ଦରମା ମିଳିନି, ରୋଗୀସେବା ବନ୍ଦକଲେ ଡାକ୍ତର

ଜୟପୁର,୨୨।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହରର ମାଲକାନଗିରି ରାସ୍ତାରେ ରହିଥିବା ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦରମା ମିଳିନଥିବା କାରଣରୁ ରୋଗୀସେବା ବନ୍ଦ ହୋଇଛି। ଡାକ୍ତରମାନଙ୍କ ଇପିଏଫ ଏବଂ ଇଏସ୍‌ଆଇ ଟଙ୍କା ପୈଠ କରାଯାଇ ନଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲାର ଏକମାତ୍ର ଏହି ଘରୋଇ ଚିକିତ୍ସାଳୟରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବା ଯୋଗୁ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାର ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି।

ଲଗାଣ ବର୍ଷା କୋରାପୁଟ ଜିଲାରେ ୨୫ ଘର ଭାଙ୍ଗିଲା

କୋରାପୁଟ,୨୨।୭(ସ୍ବ.ପ୍ର.) ଶନିବାର ମଧ୍ୟ ବର୍ଷା ଜାରି ରହିଥିବା ଯୋଗୁଁ କୋରାପୁଟ ଜିଲାରେ ୨୫ଟି ଘର ଭାଙ୍ଗିଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବର୍ଷାପାଣି ପଶିଯାଇଛି । ଜିଲାର ଜୟପୁର, ସେମିଳିଗୁଡ଼ା, ବୈପାରିଗୁଡ଼ା ଓ ବୋରିଗୁମ୍ମା ବ୍ଲକ ଅଞ୍ଚଳରେ ଏହିସବୁ ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ଅଧିକାରୀ ଦେବବ୍ରତ କରାତି ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପଲିଥିନ ପ୍ରଦାନ କରାଯାଇଛି।

କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ

ଟିକିରି,୨୨।୭-ରାୟଗଡ଼ା ଜିଲା କାଶୀପୁର ବ୍ଲକର ୪ଟି ଗ୍ରାମରେ କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁଲିମିଝୋଲା, ଡ଼ଙ୍ଗାସିଲ, ଦହଣ୍ଡି, ପୋଡ଼ାପାଡ଼ି ଗ୍ରାମରେ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପ୍ରିନ୍ସପାଲ ବିନୋଦଚନ୍ଦ୍ର ବେହେରା, କାଶୀପୁର ସହକୃଷି ଅଧିକାରୀ ସଙ୍ଗୀତା ନାଏକ,ସାଗରିକା ସାହୁ, ମୁଗୁରା ମାଝି, ସରପଞ୍ଚ ନରସିଂହ ସାଉଁନ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଗୁଣା ଫସଲ ଉତ୍ପାଦନ ନେଇ ଚାଷୀମାନଙ୍କୁ ବୁଝାଯାଇଥିଲା । ଏଥିସହିତ ଛତୁ,ଜିଆ, ମହୁଚାଷ ବିଷୟରେ କୁହାଯାଇଥିଲା ।

ଘାଟଗୁମରରେ ହେଲା ଯାତ୍ରୀ ବିଶ୍ରାମାଗାର

ଘାଟଗୁମରରେ ହେଲା ଯାତ୍ରୀ ବିଶ୍ରାମାଗାର

କୋଲାବନଗର,୨୨।୭(ଡି.ଏନ୍‌.ଏ.): କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ଦେବୀଘାଟ ପଞ୍ଚାୟତ ଘାଟଗୁମର ବଜାରରେ ଯାତ୍ରୀଙ୍କ ଆଶ୍ରୟ ପାଇଁ କୋଲାବ ଯୋଜନା ପକ୍ଷରୁ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଛି। ପ୍ରାୟ ୧୦ ବର୍ଷ ତଳେ ଏହା ନଷ୍ଟ ହୋଇଯାଇଥିବା ବେଳେ ପୁନରାୟ ଦେବୀଘାଟ ସରପଞ୍ଚ ବ୍ଲକ ତରପରୁ ଦୁଇଥର ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ତାହା ହୋଇପାରି ନଥିଲା।

ଫସଲ ନଷ୍ଟ ଆଶଙ୍କା: ଚିନ୍ତାରେ ଚାଷୀ

ଫସଲ ନଷ୍ଟ ଆଶଙ୍କା: ଚିନ୍ତାରେ ଚାଷୀ

ପାରଳାଖେମୁଣ୍ଡି, ୨୨।୭(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ପୌରାଞ୍ଚଳ ସମେତ ବିଭିନ୍ନ ବ୍ଲକରେ ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାରୁ ଚାଷଜମିଗୁଡ଼ିକ ପାଣିରେ ବୁଡି ରହିଛି। ଫଳରେ ଧାନତଳି ଓ ଫସଲ ନଷ୍ଟ ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ଅନ୍ୟପକ୍ଷେ ଆଗକୁ ରୁଆନୋ ଘୂର୍ଣ୍ଣିଝଡ ଆନ୍ଧ୍ରର ବିଶାଖାପାଟଣାରୁ କେନ୍ଦ୍ରୀଭୂତ ହୋଇ ଓଡିଶାର ଗୋପାଳପୁର ଦେଇ ଅତିକ୍ରମ କରିବାର ରହିଛି ଏବଂ ଏହା ପ୍ରଭାବରେ ଗଜପତି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାସ୍ତାରେ ଗର୍ତ୍ତ: ଗମନାଗମନରେ ସମସ୍ୟା

ରାସ୍ତାରେ ଗର୍ତ୍ତ: ଗମନାଗମନରେ ସମସ୍ୟା

ପାରଳାଖେମୁଣ୍ଡି, ୨୨।୭(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରୋଡ ନିକଟ ଶ୍ରୀଧର ନଗର -୨ ଅଞ୍ଚଳର ମୁଖ୍ୟରାସ୍ତାରେ ପାଇପ ଲାଇନ କାମ ପାଇଁ ଏକ ଗାତ ଖୋଳାଯାଇ ଦୀର୍ଘଦିନ ହେବ ସେମିତି ପଡିରହିଛି । ଏବେ ବର୍ଷା ଯୋଗୁ ସେହି ସ୍ଥାନ କର୍ଦ୍ଦମାକ୍ତ ହୋଇପଡ଼ିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ