ଅନଗୁଳ-ଢେଙ୍କାନାଳ

ବୋମା ମାଡ଼ ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ବୋମା ମାଡ଼ ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ
ଢେଙ୍କାନାଳ ଅଫିସ, ୧୨।୧୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବାଲିକିଆରୀ ଗ୍ରାମରେ ବୋମା ପକାଇ ଆତଙ୍କ ସୃଷ୍ଟି କରିବା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ହିନ୍ଦୋଳ ସହକାରୀ ସେସନ୍ସ ଜଜ୍‌ ଆଶାପୂର୍ଣ୍ଣା ମହାପାତ୍ର ଅଭିଯୁକ୍ତ ଦୋଳଗୋବିନ୍ଦ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ତାଙ୍କୁ ୩ଟି ଦଫାରେ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୫ ଡିସେମ୍ବର ୧୫ ଅପରାହ୍ନ ସାଢ଼େ ୫ଟାରେ ବାଲିକିଆରୀ ଗ୍ରାମରେ କେତେଜଣ ଯୁବକ ବାଇକ୍‌ରେ ଯାଇ ଲୋକଙ୍କୁ ଭୟଭୀତ କରାଇବା ସହ ବୋମା ପକାଇଥିଲେ। ଏଥିରେ ଗ୍ରାମର ପ୍ରଭାତ ଦାସ, ଚରଣି ସାହୁ ଏବଂ ସଞ୍ଜୟ ସେଠୀ ଆହତ ହୋଇଥିଲେ। ଦୁଇଟି ବାଇକ୍‌ ମଧ୍ୟ ଜଳି ଯାଇଥିଲା ା ଗ୍ରାମର ଦୟାନିଧି ରାଉତଙ୍କ ଲିଖିତ ଅଭିଯୋଗ ପରେ କେସ୍‌ ନଂ. ୧୩୨/୧୫ରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ଶ୍ରୀକାନ୍ତ ଦେହୁରି, କୁମର ପାଳ, ଦୋଳଗୋବିନ୍ଦ ବେହେରାଙ୍କ ନାମରେ ମାମଲା ରୁଜୁ କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ପୂର୍ବରୁ ଏହି ମାମଲାରେ ଶ୍ରୀକାନ୍ତ, କୁମର ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଦାଲତ ଦୋଳଗୋବିନ୍ଦଙ୍କୁ ଆଇପିସି ୩୦୭ ଓ ୩(ଏ) ଏକ୍ସପ୍ଲୋସିଭ ଆକ୍ଟରେ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଠିକା ମଜଦୂର ସଂଘ ପକ୍ଷରୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ବୁଧବାର ସିପିପି ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। 

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। 

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩।୧-ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌.ଏନ୍‌. ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ୨୪ଟି ପୌରପାଳିକା, ୧୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨ଟି ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ  ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି  ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ୨ ବାଇକ୍‌ ଆରୋହୀ ମୃତ

ଓଡ଼ାପଡ଼ା/ସାତମାଇଲ, ୨୩।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରକଲା-ମାଳିସାହି ଅଞ୍ଚଳରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।