ଅନଗୁଳ-ଢେଙ୍କାନାଳ

ବିଭୂତି ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ

ବିଭୂତି ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ

ବନ୍ତଳା,୧୨।୧୨(ଡି.ଏନ.ଏ.)-ନାଲ୍‌କୋନଗରଠାରେ ଅନୁଷ୍ଠିତ ହୋଇଯାଇଥିବା ସାତକୋଶିଆ ନାଟ୍ୟ ଉତ୍ସବର ପୁରସ୍କାର ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର ମୁଖ୍ୟଅତିଥି ଓ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ ପ୍ରଦୋଷ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ନାଟ୍ୟ ଉତ୍ସବରେ ସିପିପି ମେଣ୍ଟେନାନ୍ସ ବିଭାଗର ନାଟ୍ୟ ଶକ୍ତି ଦଳ ଦ୍ୱାରା ପରିବେଶିତ ନାଟକ ‘ମୋ ଧନ, ମୋ ସୁନା’ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ନାଟକର ନିର୍ଦ୍ଦେଶକ ବିଭୂତି ଶତପଥୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ କରାଯାଇଥିଲା। ସେହିପରି ୭ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ବିଭାଗ ତରଫରୁ ପରିବେଶିତ ନାଟକ ଗୁଡ଼ିକ ମଧ୍ୟ ବେଶ୍‌ ରୋମାଞ୍ଚକର ହୋଇଥିଲା।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଢେଙ୍କାନାଳ ଅଫିସ,୨୬।୪: ଢେଙ୍କାନାଳ ଷଢ଼ଙ୍ଗୀ ରେଞ୍ଜର ଲତାଦେଇପୁର ଗ୍ରାମରେ ଗୁରୁବାର ସକାଳ ୬ଟାରେ ଏକ ଦନ୍ତାହାତୀ ଆକ୍ରମଣେରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗ୍ରାମର ସଞ୍ଜୀବ କର(୪୨), ଭୂତ ମଲିକ(୬୫), ସବିତା ଶତପଥୀ(୫୨)। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସଞ୍ଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବନ୍ତଳା, ୨୫ା୪(ଡି.ଏନ.ଏ.)- ବାରମ୍ବାର ବିଦ୍ୟୁତ୍‌ କାଟ ପତିବାଦରେ ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ଗ୍ରାମବାସୀ ବୁଧବାର ରାତି ପ୍ରାୟ ସାଢେ ୯ଟାରୁ ଷ୍ଟ୍ରକଚର ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଷ୍ଟ୍ରକଚରଠାରୁ ମାତ୍ର ୨ଶହ ମିଟର ଦୂରରେ ଗ୍ରାମ ରହିଛି। ହେଲେ ବଡକେରା ଛକରେ ବିଦ୍ୟୁତ୍‌ ରହୁଥିବାବେଳେ ଛକକୁ ଲାଗି ଥିବା ନୂଆ ବଡକେରା ଗ୍ରାମରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି।

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୫।୪-ଢେଙ୍କାନାଳ ଶ୍ରୀବଳରାମ ମନ୍ଦିର ନିକଟରେ ଏମ୍‌ପିଙ୍କ ହାତପାଣ୍ଠିରୁ ନବନିର୍ମିିତ ବଜରଙ୍ଗ କ୍ଲବର ପାଠାଗାର କକ୍ଷ ବୁଧବାର ଅପରାହ୍ନରେ ଲୋକାର୍ପିତ ହୋଇଛି। ଏମ୍‌ପି ତଥାଗତ ସତପଥୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ।

ଟ୍ରକ୍‌-ଅଟୋ ମୁହାଁମୁହିଁ, ୫ ଗୁରୁତର;  ନୋ ଏଣ୍ଟ୍ରି ଦାବିରେ ରାସ୍ତାରୋକୋ

ଟ୍ରକ୍‌-ଅଟୋ ମୁହାଁମୁହିଁ, ୫ ଗୁରୁତର; ନୋ ଏଣ୍ଟ୍ରି ଦାବିରେ ରାସ୍ତାରୋକୋ

ଛେଣ୍ଡିପଦା, ୨୫ା୪(ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ପଞ୍ଚାୟତ ଅଫିସ୍‌ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୩ଟାରେ ଏକ ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଯୁବତୀଙ୍କୁ ବଳାତ୍କାର ଘଟଣା, ୪ ଗିରଫ

ଯୁବତୀଙ୍କୁ ବଳାତ୍କାର ଘଟଣା, ୪ ଗିରଫ

ତାଳଚେର, ୨୫ା୪(ନି.ପ୍ର)- ଜଣେ ଆଦିବାସୀ ଯୁବତୀଙ୍କୁ ବଳାତ୍କାର କରାଯିବା ଘଟଣାରେ ତାଳଚେର ପୋଲିିସ ବୁଧବାର ହରିଜନସାହିର ବାଘା ଓରଫ ସୌଭାଗ୍ୟ ନାଏକ, ଭାଲୁ ଓରଫ ପ୍ରସନ୍ନ ନାଏକ, ନାହିଆ ନାଏକ ଓ ଯୋଗୀ ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ା

ଚୋରା କୋଇଲା ଟ୍ରକ ଜବତ

ଚୋରା କୋଇଲା ଟ୍ରକ ଜବତ

ତାଳଚେର,୨୫ା୪(ନି.ପ୍ର.)- କଲିୟାରୀ ପୋଲିିସ ବୁଧବାର ସନ୍ଧ୍ୟାରେ ଏକ ଚୋରା କୋଇଲା ବୋଝେଇ ଟ୍ରକ୍‌(ନଂ. ଓଆର୧୯ଏମ-୪୨୨) ଜବତ କରିଛି। ଏହାସହ ଚାଳକ ପରଜଙ୍ଗ ଥାନା ଗତରେଇ ଗ୍ରାମର ଡିଲେଶ୍ୱର ସାହୁକୁ ଗିରଫ କରିଛି ା

ମୃତ୍ତିକା ଦିବସରେ ବୃକ୍ଷରୋପଣ

ମୃତ୍ତିକା ଦିବସରେ ବୃକ୍ଷରୋପଣ

ତାଳଚେର, ୨୫ା୪(ନି.ପ୍ର.)- କଣିହାଁସ୍ଥିତ ଡିଏଭି ସ୍କୁଲ ପରିସରରେ ଏନ୍‌ଟିପିସି ପକ୍ଷରୁ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏନ୍‌ଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର, ତନଭି ସଙ୍ଗମର ସଭାପତି ଦୀପ୍ତି କୁବେର, ଜେନେରାଲ ମ୍ୟାନେଜର ଏ.କେ ତ୍ରିପାଠୀ, ଏଜିଏମ କେ.ଏସ୍‌ ଶର୍ମା, ଡିଜିଏମ ପି.କେ. ସାହୁଙ୍କ ସମେତ ସ୍କୁଲର ଅଧ୍ୟକ୍ଷ, କର୍ମଚାରୀ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ା

ଅବକାରୀ ଚଢ଼ାଉ, ୪ ଗିରଫ

ବଇଣ୍ଡା, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ହଣ୍ଡପା ଓ ଆଠମଲ୍ଲିକ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୪୦ ଲିଟର ମହୁଲି ମଦ, ୪୮୦ କେଜି ମହୁଲ ପୋଚ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

ବଇଣ୍ଡା,୨୫।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକର ପ୍ରସିଦ୍ଧ ଚନ୍ଦନ ଯାତ୍ରା ମେ ୬ରେ ଅନୁଷ୍ଠିତ ହେବ। ଏ ନେଇ ବଇଣ୍ଡା ବଜାର କମିଟି ପକ୍ଷରୁ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ନିର୍ବାଚନ ଅସିଦ୍ଧ ଘୋଷଣା ମାମଲା ଖାରଜ

ନିର୍ବାଚନ ଅସିଦ୍ଧ ଘୋଷଣା ମାମଲା ଖାରଜ

ଢେଙ୍କାନାଳ ଅଫିସ,୨୫।୪-ଢେଙ୍କାନାଳ ସଦର ବ୍ଲକ ୩ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିବା ମାମଲା ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ଖାରଜ ହୋଇଛି। ଫଳରେ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ଅର୍ଚ୍ଚନା ସାହୁ ଆଶ୍ୱସ୍ତ ହୋଇଛନ୍ତି।

ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ଢେଙ୍କାନାଳ ଅଫିସ, ୨୫ା୪-ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କୁଲ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଁଦିଆ, ସଦର, ଓଡ଼ାପଡ଼ା, ହିନ୍ଦୋଳ, ଭୁବନ, କାମାକ୍ଷାନଗର, କଙ୍କଡ଼ାହାଡ଼ ବ୍ଲକରୁ ହାଇସ୍କୁଲ୍‌ସ୍ତରୀୟ ୧୩ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଦନ୍ତା ପାଇଁ ରାତି ଉଜାଗର

ଦନ୍ତା ପାଇଁ ରାତି ଉଜାଗର

ପରଜଙ୍ଗ, ୨୫ା୪(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦୀର୍ଘଦିନ ହେବ ଏକ ଦନ୍ତାହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରିଚାଲିଛି। ହାତୀଟି ରାତିରେ ଜନବସତିରେ ପଶି ଘରଦ୍ୱାରା ଭାଙ୍ଗିପକାଉଛି। ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛି। ଦନ୍ତା ଆତଙ୍କରେ ଅଞ୍ଚଳବାସୀ ରାତି ଉଜାଗର ରହୁଛନ୍ତି।