
ଢେଙ୍କାନାଳ ଅଫିସ, ୧୨।୧୨-ଢେଙ୍କାନାଳ ଜିଲା ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ସନ୍ତୋଷ ସାଶମଲ(୩୮) ଏବଂ ତାଙ୍କ ସ୍ତ୍ରୀ ପଙ୍କଜିନୀଙ୍କୁ ଘରେ ପଶି ଖଣ୍ଡାରେ ଆକ୍ରମଣ କରାଯାଇଛି। ଘର ନିର୍ମାଣକୁ କେନ୍ଦ୍ର କରି କେତେଜଣ ଯୁବକଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ଥିଲା। ଏହା ହିଁ ଆକ୍ରମଣର କାରଣ ବୋଲି କୁହାଯାଉଛି। ସନ୍ତୋଷଙ୍କ ଡାହାଣ ହାତ ଆଙ୍ଗୁଠି ଏବଂ ପଙ୍କଜିନୀଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତ ଯୁବକମାନେ ପ୍ରଥମେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ପଙ୍କଜିନୀ ମଧ୍ୟ ସେମାନଙ୍କ ରୋଷର ଶିକାର ହୋଇଥିଲେ। ସନ୍ତୋଷ ଜୀବନ ବିକଳରେ ଜଣେ ସମ୍ପର୍କୀୟ ଘର ଭିତରକୁ ପଶିଯାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ବାରୁ ଆକ୍ରମଣକାରୀ ପଳାଇଥିଲେ। ସୂଚନାପାଇ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।