ଅନଗୁଳ-ଢେଙ୍କାନାଳ

କଟିଗଲା ଡାହାଣ ହାତ:ଚାଲି ଚାଲି ଆସୁଥିବାବେଳେ ଉଦ୍ଧାର

କଟିଗଲା ଡାହାଣ ହାତ:ଚାଲି ଚାଲି ଆସୁଥିବାବେଳେ ଉଦ୍ଧାର

ଅନୁଗୋଳ ଅଫିସ/ପରଜଙ୍ଗ (ଡି.ଏନ୍‌.ଏ.), ୧୨।୧୨-ଅନୁଗୋଳ ଜିଲା ତାଳଚେର ଥର୍ମାଲ ଷ୍ଟେଶନ ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ପରଜଙ୍ଗ ବ୍ଲକ ସାଆନ୍ଦା ଫାଣ୍ଡି ଅଧୀନ ଚାନ୍ଦପୁର ପଞ୍ଚାୟତ ବତାସିଂ ଗ୍ରାମର ସନ୍ତୋଷ ପାଣିଙ୍କ ପୁଅ ଦୀପ୍ତିରଞ୍ଜନ। ତାଙ୍କ ଡାହାଣ ହାତ କଟିଯାଇଛି। ହାତ କଟିଯାଇଥିବା ସତ୍ତ୍ୱେ ସେ ଚାଲିଚାଲି ଆସୁଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଅନୁଗୋଳ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଯୁବକଜଣଙ୍କ ବାରମ୍ବାର ସଂଜ୍ଞାହୀନ ହୋଇପଡ଼ୁଛନ୍ତି। ଚେତା ଫେରିବାବେଳେ ପଚରାଯିବାରୁ ତାଙ୍କୁ କେହି ଟ୍ରେନ୍‌ରୁ ଠେଲି ଦେଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ବଅଁରପାଳ,୨୨।୪(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚାଲିଥିବା ଦଣ୍ଡ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ନୂଆହତା ଓ ଜୋରାଗାଡ଼ିଆ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ପଳାସ ପିଠିଆ ଗୋଡା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ।

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ପରଜଙ୍ଗ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଗ୍ରାମର ବିକାଶ ନାୟକଙ୍କ ବାରିରୁ ରବିବାର ସକାଳେ ଏକ ଆହାତ କୁଟୁରାକୁ ଉଦ୍ଧାର କରାଯାଇଛି।

ଅସହ୍ୟ ହେଉଛି ଜଳକଷ୍ଟ

ଅସହ୍ୟ ହେଉଛି ଜଳକଷ୍ଟ

ବନ୍ତଳା,୨୨।୪(ଡି.ଏନ୍‌.ଏ.): ଅନୁଗୋଳ ବ୍ଲକ ରନ୍ତଲେଇ ଗ୍ରାମ ପଞ୍ଚାୟତର ଚନ୍ଦ୍ରବାହାଳ ଗ୍ରାମରେ ପାନୀୟଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଗାଁରେ ଥିବା ଜଳାଶୟ ଶୁଖିଯିବା ସହ ପାଇପ୍‌ରେ ପାଣି ମଧ୍ୟ ଆସୁନାହିଁ ।

ପଥରମୁଣ୍ଡାବାସୀଙ୍କ ଆନ୍ଦୋଳନ ସ୍ଥଗିତ

ତାଳଚେର, ୨୨।୪(ନି.ପ୍ର)- ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ଶୁକ୍ରବାରଠାରୁ ଚଳାଇଥିବା ଖଣିବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକର ପଥରମୁଣ୍ଡା ଗ୍ରାମବାସୀ।

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ଅନୁଗୋଳ ଅଫିସ, ୨୨।୪ -ଅନୁଗୋଳ ସହରର ଶଙ୍କର ସିନେମା ରୋଡ଼ ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ଗତ ୬ ତାରିଖରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ଶନିବାର ଲୁଟେରାଙ୍କ ଫଟୋକୁ ସର୍ବସାଧାରଣରେ ଜାରି କରିଛି

ଜମିହରାଙ୍କ ଦାବି ଶୁଣୁନି ଏମ୍‌ସିଏଲ: ଚାକିରି ଅପେକ୍ଷାରେ ୨୩ ବର୍ଷ

ତାଳଚେର, ୨୨।୪(ନି.ପ୍ର)- କମ୍ପାନୀ ପାଇଁ ଜମି ଛାଡିଲୁ। ୨୩ ବର୍ଷ ବିତିଲାଣି। ଦାବି ଆନ୍ଦୋଳନ କରି କରି ଥକିଲୁଣି। ପ୍ରତିଥର ପ୍ରତିଶ୍ରୁତି ଦେଇ ଠକି ଚାଲିଛି କମ୍ପାନୀ। ବାରମ୍ବାର ଅଭିଯୋଗ ସତ୍ତ୍ୱେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି, ଆପତ୍ତିକୁ ଅଣଦେଖା କରାଯାଉଛି। ଦିନକୁ ଦିନ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ବଢି ଚାଲିଥିବାବେଳେ ଏହାର ସମାଧାନ ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଉନି। ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ସମସ୍ୟା ସମାଧାନ କରିବା ପରିବର୍ତ୍ତେ କେବଳ ପ୍ରତିଶ୍ରୁତି ମିଳୁଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମବାସୀ।

ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ

ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୪: ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ରବିବାର ସକାଳେ ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହୋଇଛି। ଜିଲା ଜଜ୍‌ ପ୍ରଣିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବିଚାରପତି ଲୋକ ଅଦାଲତରେ ଉପସ୍ଥିତ ରହି ମାମଲା ଗୁଡିକର ଫଇସଲା କରୁଛନ୍ତି।

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ତାଳଚେର,୨୨।୪(ନି.ପ୍ର.)କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପର ପ୍ରଶାସନିକ ଅଫିସ ଛାତ ଉପରେ ୬୦ କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ ପ୍ରକଳ୍ପ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୧ଲକ୍ଷ କିଲୋୱାଟ ବିଦ୍ୟୁତ ଉପତ୍ାଦନ ହୋଇ ପାରିବ। ଆଗାମୀ ଦିନରେ ପ୍ରକଳ୍ପର ସମସ୍ତ ଅଫିସ ଛାତ ଉପରେ ଏଭଳି ପ୍ରକଳ୍ପ କରାଯିବାର ଯୋଜନା ରହିଛି ା ଏନ୍‌ଟିପିସି ପକ୍ଷରୁ ୧୧ଟି ସ୍ଥାନରେ ସୌର ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ପାଲଲହଡା,୨୨।୪(ଡି.ଏନ.ଏ)ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଓ କେହି ଯେଭଳି ଅନାହାରରେ ନ ରହିବେ ସେଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚିପାରୁ ନ ଥିବା ଦେଖିବାକୁ ମିଳୁଛି। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ଜଣେ ଯୁବକ ଦୀର୍ଘ ୭ ଦିନ ଅନାହାରରେ ଥିବା ଅଭିଯୋଗ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି।

ପ୍ରେମ ବିବାହର କରୁଣ ପରିଣତି

ପ୍ରେମ ବିବାହର କରୁଣ ପରିଣତି

ପରଜଙ୍ଗ, ୨୨। ୪(ଡି.ଏନ.ଏ.)ପ୍ରେମ କରି ବିବାହ କରିଥିଲେ। ଏହାକୁ ସ୍ବୀକାର କଲେନାହିଁ ପରିବାର ଲୋକେ। ପ୍ରଥମ ଦିନରୁ ହିଁ ନବବଧୂଙ୍କୁ ଦିଆଗଲା ନିର୍ଯାତନା। ଏପ୍ରିଲ ୭ରେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଏହାର ୧୫ଦିନ ପରେ ଅର୍ଥାତ୍‌ ଶନିବାର ସ୍ବାମୀ ରଶିରେ ଝୁଲି କରିଛନ୍ତି ଆତ୍ମହତ୍ୟା। ପ୍ରେମ ବିବାହର ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ମାଣିକମରା ପଞ୍ଚାୟତ ଅଧୀନ ପାତୁଆପଲ୍ଲୀ ଗ୍ରାମରେ। ସ୍ତ୍ରୀଙ୍କ ବିୟୋଗରେ ମ୍ରିୟମାଣ ହୋଇ ସ୍ବାମୀ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଅର୍ଜୁନ ନାଏକଙ୍କ ପୁଅ ପୁରୁଷୋତ୍ତମ। ଶନିବାର ତାଙ୍କ ମୃତଦେହ ରଶିରେ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି।

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ଅନୁଗୋଳ ଅଫିସ୍‌, ୨୧ା୪- ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜାରୀ ଅଶୋକ ମିଶ୍ର(୫୩)ଙ୍କୁ ପୋଲିସ ଶନିବାର ଗିରଫ କରିଛି।