Dharitri News
ଅନଗୁଳ-ଢେଙ୍କାନାଳ

ଅବହେଳା ସତ୍ତ୍ୱେ ଥକିନାହାନ୍ତି ଗଣେଶ୍ୱର

ଅବହେଳା ସତ୍ତ୍ୱେ ଥକିନାହାନ୍ତି ଗଣେଶ୍ୱର କାମାକ୍ଷାନଗର, ୧୨।୧୨(ଡି.ଏନ୍‌.ଏ.)-ଥରେ ଦିବ୍ୟାଙ୍ଗର ମୋହର ଲାଗିଗଲେ ଥକିପଡ଼େ ମଣିଷ। ଜୀବନ ଜଞ୍ଜାଳର ଗଣିତ କଷିବାକୁ ସାମର୍ଥ୍ୟ ଜୁଟାଇପାରେନା। ଅନ୍ୟମାନଙ୍କ ପାଇଁ ସେ ପାଲଟିଯାଏ ବୋଝ। ତଥାପି ଏପରି ପ୍ରତିକୂଳ ପରିସ୍ଥିତିରେ ଅନେକେ ଦେଖାଇଥାନ୍ତି ଅଦମ୍ୟ ସାହସ। ନିଜର ଦୃଢ଼ମନା ମନୋଭାବକୁ ପୁଞ୍ଜିକରି ସେମାନେ ଜିଇଁଥାନ୍ତି ଆଦର୍ଶ ଜୀବନ। ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଞ୍ଚଳର ଦିବ୍ୟାଙ୍ଗ ଯୁବକ ଗଣେଶ୍ୱର ନାଏକ(୪୦) ଏହାର ଏକ ଉଦାହରଣ। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ତାଙ୍କ ଭାଗ୍ୟରେ ଜୁଟିନାହିଁ ଏକ ଟ୍ରାଇ ସାଇକେଲ୍‌। ସରକାରୀ ଅବହେଳା ସତ୍ତ୍ୱେ ସେ ଥକିପଡ଼ିନାହାନ୍ତି ବରଂ ଘରେ ଏକ ସିଲାଇ ମେଶିନ ପକାଇ ସେ ନିଜ ପାଇଁ ଦାନା ଯୋଗାଡ଼ କରିବାକୁ ସକ୍ଷମ ହୋଇଛନ୍ତି। ଜନ୍ମରୁ ପୋଲିଓ ଆକ୍ରାନ୍ତ ଗଣେଶ୍ୱରଙ୍କ ଶୈଶବ ଥିଲା ବେଶ୍‌ ସଂଘର୍ଷମୟ। ପିଲାଦିନ କଟିଥିଲା ମା’ବାପାଙ୍କ ସାହାଯ୍ୟ ଓ ସହଯୋଗରେ। ବୟସ ବଢ଼ିବା ସହିତ ଆବଶ୍ୟକତା ବି ବଢ଼ିଲା। ଏସବୁ ଭିତରେ ୭-୮ବର୍ଷ ତଳେ ପଛକୁ ପଛ ହୋଇ ମା’ବାପା ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଗଲେ। ଗଣେଶ୍ୱରଙ୍କୁ ଘାରିଲା ପେଟ ଚିନ୍ତା। ଅଭାବୀ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସେ ଅଣ୍ଟାଭିଡ଼ିଲେ। ସେ ଏବେ ଘରେ ପୋଷାକ ସିଲାଇ ମେଶିନ ପକାଇଛନ୍ତି। ଗୋଟିଏ ଗୋଡ଼ରେ ମେଶିନ ଚଳାଇ ସିଲେଇ କାମ କରୁଥିବାବେଳେ ଏକ ବାଡ଼ି ସାଜିଛି ତାଙ୍କ ସାହାରା। ଏ ସମ୍ପର୍କରେ ଗଣେଶ୍ୱର କୁହନ୍ତି, ବହୁବାର ଦୌଡ଼ିବା ପରେ ଦୁଇବର୍ଷ ହେଲା ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ମାସିକ ୩୦୦ ଟଙ୍କା ଭତ୍ତା ମିଳୁଛି। ଭତ୍ତା ଏବଂ ସିଲେଇ କରି ପାଉଥିବା ଟଙ୍କାରେ ସେ ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ତାଙ୍କୁ ଅଦ୍ୟାବଧି ୩ଚକିଆ ସାଇକେଲ ମିଳୁନାହିଁ। ବାଡ଼ି ସହାୟତାରେ ଦୂରବାଟ ଯିବାରେ ସମସ୍ୟା ସୃଷ୍ଟି ହେଉଛି। ସବୁଥର ପ୍ରତିଶ୍ରୁତି ମିଳୁଛି କିନ୍ତୁ ସାଇକେଲ ମିଳୁନାହିଁ ବୋଲି ସେ କହିଛନ୍ତି। ସୋମବାର ନିଜର ସମସ୍ୟା ନେଇ ସେ ଧାଇଁ ଆସିଥିଲେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ। ୩ଚକିଆ ସାଇକେଲଟିଏ ଯୋଗାଇଦେବାକୁ ସେ ଜିଲାପାଳଙ୍କୁ ଗୁହାରି କରିଥିଲେ। ଅଭିଯୋଗ ସମ୍ପର୍କରେ ଉଚିତ ପଦକ୍ଷେପ ନେବାକୁ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ବିଡିଓ ପୀତାମ୍ବର ସାମଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବିଡିଓ କୁହନ୍ତି, ଦିବ୍ୟାଙ୍ଗ ମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସରଞ୍ଜାମ ଯୋଗାଇ ଦିଆଯାଉଛି। ନିକଟରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇଛି। କେତେଜଣ ହିତାଧିକାରୀଙ୍କୁ ସାଇକେଲ ପ୍ରଦାନ କରାଯାଇଛି। ଗଣେଶ୍ୱରଙ୍କ କ୍ଷେତ୍ରରେ କିପରି ବ୍ୟତିକ୍ରମ ହୋଇଛି ତାହାର ତଦନ୍ତ ହେବ। ତାଙ୍କୁ ତୁରନ୍ତ ସାଇକେଲ ପ୍ରଦାନ ବ୍ୟବସ୍ଥା କରାଯିବ।

ଅନଗୁଳ-ଢେଙ୍କାନାଳ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ବଇଣ୍ଡା, ୨୧।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ପାଇଁ ଏବେ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ବଇଣ୍ଡା ଛକଠାରେ ଥିବା ଦୋକାନ ଉଚ୍ଛେଦ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଛକ ଉପରେ ଥିବା ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ଉଠା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦିଆ ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ଆଠମଲ୍ଲିକ, ୨୧ା୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ଗ୍ରାମର ରଞ୍ଜିତ ମେଣ୍ଡୁଲିଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଆଠମଲ୍ଲିକ ତହସିଲଦାର ଡ. ଦିବ୍ୟଲୋଚନ ମହାନ୍ତଙ୍କ ଉପସ୍ଥିତିରେ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

୪ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବଅଁରପାଳ,୨୧।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ଟଳମୂଳ ଗ୍ରାମର ଗଙ୍ଗାଧର ଦାସଙ୍କ ବାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ୪ଟି ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି।