ଅନଗୁଳ-ଢେଙ୍କାନାଳ

ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ


ଅନୁଗୋଳ ଅଫିସ,୧୨।୧୨- ଅନୁଗୋଳ ଥାନା ମଝିକା ନିକଟ ଟ୍ରେନ୍‌ ଲାଇନ୍‌ରୁ ମଙ୍ଗଳବାର ସକାଳେ ନବ ବିବାହିତା ମହିଳା ହେମାନୀ ସାହୁ ଓରଫ ମାନିନୀ (୧୯)ଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଖବରପାଇ ମାନିନୀଙ୍କ ବାପା କିଶୋରନଗର ଥାନା ବାଦିରିନାଳ ଗ୍ରାମର ପ୍ରଦୀପ ସାହୁ ଥାନାରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ନଂ. ୭୨୭ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଚଳାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜରାସିଂହା ଗ୍ରାମର ଲୁଲୁ ସାହୁ ଗତ ୭ ତାରିଖରେ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ମାନିନୀଙ୍କୁ ବିବାହ କରିଥିଲେ। ବିବାହର ୩ଦିନ ପରେ ଶାଶୁଘର ଲୋକେ ୫୦ ହଜାର ଟଙ୍କା ଯୌତୁକ ପାଇଁ ଫୋନ୍‌ରେ ଦାବି କରିଥିଲେ। ଏଥିସହ ସମସ୍ତ ଘରକରଣା ସାମଗ୍ରୀ ଆଣିବା ପାଇଁ କହିଥିଲେ। ପରେ ଲୁଲୁ ଫୋନ କରି ମାନିନୀ ଘରେ ନ ଥିଲେ କହିଥିଲେ। ମଙ୍ଗଳବାର ସକାଳେ ଟ୍ରେନ୍‌ ଲାଇନ୍‌ରୁ ମୃତଦେହ ମିଳିବା ପରେ ମାନିନୀଙ୍କ ବାପା ଥାନାରେ ପହଞ୍ଚି ଯୌତୁକ ପାଇଁ ତାଙ୍କ ଝିଅକୁ ସ୍ବାମୀ ଓ ସମସ୍ତ ପରିବାରବର୍ଗ ନିର୍ଯାତନା ଦେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ନୂତନ ତହସିଲଦାରଙ୍କ ଯୋଗଦାନ

ପାଲଲହଡ଼ା,୧୭ା୭(ଡି.ଏନ.ଏ.)ପାଲଲହଡ଼ାର ନୂତନ ତହସିଲଦାର ଭାବେ କୃଷ୍ଣଚନ୍ଦ୍ର ଦଳପତି ସୋମବାର ଯୋଗଦେଇଛନ୍ତି। ବିଦାୟୀ ତହସିଲଦାର ଦାରିଦ୍ର୍ୟଭଞ୍ଜନ ମଦନମୋହନ ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି।

ଗଛ ହଲିଲେ କଟୁଛି ବିଦ୍ୟୁତ୍‌

ଗଛ ହଲିଲେ କଟୁଛି ବିଦ୍ୟୁତ୍‌

ବଇଣ୍ଡା, ୧୭ା୭(ଡି.ଏନ.ଏ.)ଆଠମଲ୍ଲିକ ବ୍ଲକରେ ବିଦ୍ୟୁତ୍‌ କାଟ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ପବନରେ ଗଛ ହଲିଲେ ବି ଏଠାରେ ବିଦ୍ୟୁତ୍‌ କାଟି ଦିଆଯାଉଛି।

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଣିହାଁ,୧୭।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶ ପ୍ରଦୂଷଣ ସମସ୍ୟା ଦୂର ହେଉ ନାହିଁ। ବର୍ତ୍ତମାନ ପାଉଁଶ ପୋଖରୀକୁ ଛାଡ଼ିବା ପରିବର୍ତ୍ତେ ଚିମିନି ଦ୍ୱାରା ଆକାଶ ମାର୍ଗକୁ ଛଡ଼ାଯାଉଛି।

ଚିହ୍ନଟ ସରଳ କଲା ମୁହଁର ଦାଗ

ଚିହ୍ନଟ ସରଳ କଲା ମୁହଁର ଦାଗ

ଅନୁଗୋଳ ଅଫିସ, ୧୭।୭:ଅନୁଗୋଳ ସମେତ ରାଉରକେଲାରେ ହୋଇଥିବା ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଡକାୟତ ଓମ ପ୍ରକାଶ ଦାସ ଓ ରାଜେଶ ଦାସଙ୍କ ଟିଆଇ ପରେଡ ସୋମବାର ଅନୁଗୋଳ ଜେଲରେ କରାଯାଇଥିଲା।

ବିକ୍ରି ହେଉଛି ବିଜୁ ପକ୍କାଘର

ବିକ୍ରି ହେଉଛି ବିଜୁ ପକ୍କାଘର

ଓଡାପଡା,୧୭।୭(ଡି.ଏନ.ଏ)ଢେଙ୍କାନାଳ ଜିଲା ଓଡାପଡା ବ୍ଲକରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି।

ଲିଙ୍କ୍‌ ଫେଲ: ବ୍ୟାଙ୍କ ଅଚଳାବସ୍ଥା

ବଇଣ୍ଡା,୯।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସୋମବାର ଲିଙ୍କ୍‌ ଫେଲ ହୋଇଯାଇଛି। ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବଇଣ୍ଡା,୯।୭(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇ ରହିଛି। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବିଦ୍ୟାଳୟର କିଭଳି ବିକାଶ ହୋଇପାରିବ ଏ ନେଇ ପୁରାତନ ଛାତ୍ର ସଂସଦ ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ଘର ଯୋଗାଇ ଦେବାକୁ ଦାବି

ଘର ଯୋଗାଇ ଦେବାକୁ ଦାବି

ତାଳଚେର, ୧୬ା୭(ନି.ପ୍ର.)- ତାଳଚେର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ହରିଜନ ସାହିର କେତେଜଣ ଗରିବ ବାସିନ୍ଦା ଜମି ଓ ଘର ଯୋଗାଇ ଦେବାକୁ ସୋମବାର ତାଳଚେର ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସର୍ପାଘାତରେ  ଖଣି କର୍ମଚାରୀ ମୃତ

ସର୍ପାଘାତରେ ଖଣି କର୍ମଚାରୀ ମୃତ

କଣିହାଁ,୧୬।୭(ଡି.ଏନ.ଏ.)- ଏମ୍‌ସିଏଲ କଣିହାଁ କୋଇଲା ଖଣି କର୍ମଚାରୀ ତେଲିସିଂହା ଗ୍ରାମର ମାଧବ ନାୟକ ସୋମବାର ସର୍ପାଘାତରେ ପ୍ରାଣ ହରାଇଛନ୍ତି।

ଦିନକର କାହାଣୀ: ବରା ଦେଇଛି ପରିଚୟ

ଦିନକର କାହାଣୀ: ବରା ଦେଇଛି ପରିଚୟ

ବରା ବିକି ପରିବାର ଚଳାଉଥିଲେ ବାପା। ପିଲାବେଳୁ ତାଙ୍କ ସହ ଦୋକାନରେ ରହି ବରା ତିଆରି କରିବା ଶିଖିଥିଲି। ବାପାଙ୍କ ପରେ ଏକା ମୋତେ ସେହି କାମ କରିବାକୁ ପଡ଼ିଲା। ୨୦ ପଇସାରେ ବିକୁଥିବା ବରା ଏବେ ୨ଟଙ୍କାରେ ବିକ୍ରି ହେଉଛି। ହେଲେ ବାପାଙ୍କ ଅମଳର ସେହି ପୁରୁଣା ସ୍ବାଦ ଏବେ ବି ମୋ ହାତ ତିଆରି ବରାରେ ଗ୍ରାହକଙ୍କୁ ମିଳୁଛି। ସେଥିପାଇଁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି କହିଛନ୍ତି ଅନୁଗୋଳ ଜିଲା କୁମୁରିସିଙ୍ଗାର ସୁବାସ ସାହୁ।

ରାଜୀବ ଜେନା ଖୋଖୋ ଆସୋସିଏଶନ ଅଧ୍ୟକ୍ଷ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ଷ୍ଟାଡିୟମଠାରେ ଓଡ଼ିଶା ୭ ବ୍ଲକ ଖୋଖୋ ଆସୋସିଏଶନ ରବିବାର ଗଠିତ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଇଂ. ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ବ୍ୟାଡ଼ମିଣ୍ଟନ ଅସୋସିଏଶନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋେଇଯାଇଛି। ନାଲ୍‌କୋ ବ୍ୟାଡମିଣ୍ଟନ ହଲଠାରେ ଆୟୋଜିତ ଏହି ପ୍ରତିଯୋଗିତରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ୧୩ ବର୍ଷରୁ କମ ପ୍ରତିଯୋଗିତାରେ ଅନିର୍ବାଣ ସାମନ୍ତ ଚାମ୍ପିୟନ ହୋଇଛନ୍ତି। ଡବଲ୍ସରେ ଔରସ ମହାନ୍ତି ଓ ଚିତନ ସିହ୍ନାଙ୍କ ଯୋଡି ଚାମ୍ପିୟନ ହୋଇଛି। ୧୫ ବର୍ଷରୁ କମ୍‌ ସିଙ୍ଗିଲ୍ସରେ ସୁମିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି।

Model This Week

ରୂପେଶ