ଅନଗୁଳ-ଢେଙ୍କାନାଳ

ଅନୁଗୋଳ ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ

ଅନୁଗୋଳ ଜିଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ


ବଅଁରପାଳ,୧୨।୧୨(ଡି.ଏନ.ଏ.)- ଖରିଫ ବିପଣନ ବର୍ଷ ପାଇଁ ଅନୁଗୋଳ ଜିଲାରେ ଧାନ ସଂଗ୍ରହ ନିମନ୍ତେ ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ସେବା ସମବାୟ ସମିତି ଲିଃ. କାର୍ଯ୍ୟାଳୟ ପରିସରରେ ପ୍ରଥମ ଧାନମଣ୍ଡିର ମଙ୍ଗଳବାର ଶୁଭାରମ୍ଭ ହୋଇଛି। ଜିଲାପାଳ ଅନିଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଉତ୍ତମ ଗୁଣବତ୍ତାର ଧାନ ଅମଳ କରି ସରକାରୀ ନିୟମ ଅନୁଯାୟୀ ମଣ୍ଡିରେ ବିକ୍ରି କରି ଉଚିତ ପ୍ରାପ୍ୟ ପାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଜିଲାପାଳ କହିଥିଲେ ଯେ, ଜିଲାରେ ଧାନ ସଂଗ୍ରହକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ଚାଷୀ ଓ ଚାଷର ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତେ ଏଥିରେ ସହଯୋଗ କରିବା ଜରୁରୀ। ସାମ୍ପ୍ରତିକ ପରିସ୍ଥିତିରେ ଚକଡ଼ା ପୋକ, ମରୁଡ଼ି ଓ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିକୁ ଆକଳନ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଜିଲାରେ ଧାନ ସଂଗ୍ରହ କିପରି ଶୃଙ୍ଖଳିତ ଭାବେ ହେବ ଏବଂ ଚାଷୀମାନେ ଏହାର ଉଚିତ ମୂଲ୍ୟ ପାଇବେ ସେ ନେଇ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଦେଶରେ ଆମ ରାଜ୍ୟ ଧାନ ସଂଗ୍ରହରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଚାଷୀମାନେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଉତ୍ତମ ଗୁଣବତ୍ତାର ଧାନ ମଣ୍ଡିକୁ ଆଣି ନିର୍ଦ୍ଧାରିତ ମୂଲ୍ୟ ପାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଯୋଗାଣ ନିଗମ ଆନୁକୂଲ୍ୟରେ ଜିଲାରେ ଥିବା ୭ ମିଲର ଅନୁଗୋଳର ସାଇ ହାଇଟେକ୍‌ ରାଇସ ଇଣ୍ଡଷ୍ଟ୍ରି, କ୍ରିଷ୍ଣା ପ୍ୟାଡି ପ୍ରଡକସନ ଆଣ୍ଡ ଫୁଡ୍‌ ଲିଃ., ସରଳିଆ ଫୁଡ୍‌ ଲିଃ., ତୁଳସୀ ରାଇସ ଲିଃ., ବାବା ଗଙ୍ଗାରାମ ଫୁଡ ପ୍ରଡକ୍ଟସ୍‌ ଲିଃ., ମା’ ଭୈରବୀ ରାଇସ୍‌ ମିଲ ଓ ଆଠମଲ୍ଲିକର ମା’ ମାହେଶ୍ୱରୀ ରାଇସ ମିଲ୍‌ ଦ୍ୱାରା ୯୪ଟି ସେବା ସମବାୟ ସମିତି ଜରିଆରେ ଧାନ କ୍ରୟ କରାଯାଉଛି। ଗତବର୍ଷ ୧୮ ହଜାର ୧୫୧ ଚାଷୀ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନସୁଦ୍ଧା ୨୪ ହଜାର ୯୫୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକୃତ ଚାଷୀ ଦିନକୁ ପ୍ରଥମ ପର୍ଯ୍ୟାୟରେ ୩୫ କୁଇଣ୍ଟାଲ ଧାନ ବିକ୍ରୟ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପରିମାଣ ବୃଦ୍ଧି କରାଯିବ। ଏଫଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୫୫୦ ଟଙ୍କା ଓ ଏ ଗ୍ରେଡ୍‌ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୫୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀମାନଙ୍କୁ ଧାନ ବିକ୍ରୟର ମୂଲ୍ୟ ୩ଦିନ ମଧ୍ୟରେ ଆକାଉଣ୍ଟରେ ପେମେଣ୍ଟ କରାଯିବ। ପ୍ରାରମ୍ଭରେ ଜିଲା ଯୋଗାଣ ଅଧିକାରୀ ତୁଲାରାମ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଧାନ ସଂଗ୍ରହ ପ୍ରକ୍ରିୟା ମେ ୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେ ପ୍ରକାଶ କରିଥିଲେ। ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାଂଶୁ କୁମାର ମହାନ୍ତି, ଏଆର୍‌ସିଏସ୍‌ ଶିବପ୍ରସାଦ ସ୍ବାଇଁ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ମିଲର, ଯୋଗାଣ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ସହକାରୀ ଯୋଗାଣ ନିରୀକ୍ଷକ ବିଭୁପ୍ରସନ୍ନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବଅଁରପାଳ,୨୪।୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ଗୋତମୋରା ନିିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଜଣା ଗାଡି ଧକାରେ ସୁଜନ ବରିହା(୪୫)ଙ୍କ ମୃତ୍ୟୁ ହୋଇଛି।

ଟ୍ରକ୍‌ ସହ କୋଇଲା ଜବତ

ଅନୁଗୋଳ ଅଫିସ,୨୪।୪- ଅନୁଗୋଳ ଥାନା ନତଡ଼ା ନିକଟରୁ ପୋଲିସ ସୋମବାର ବିଳମ୍ବିତ ରାତ୍ରିରେ ଏକ ୧୦ ଚକିଆ ଟ୍ରକ୍‌ ସହ ପ୍ରାୟ ୧୫ ଟନ୍‌ ଚୋରା କୋଇଲା ଜବତ କରିଛି। ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛନ୍ତି।

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ଢେଙ୍କାନାଳ ଅଫିସ୍‌, ୨୪ା୪-ଦୀର୍ଘ ୪ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଶେଷରେ ଆଖି ବୁଜିଛି ଟ୍ରେନ୍‌ ଧକ୍କାରେ ଆହତ ମାଈହାତୀ। ହାତୀକୁ ବଞ୍ଚାଇବାରେ ବିଫଳ ହୋଇଛି ବନ ବିଭାଗ। ଠିକ୍‌ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ହାତୀ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍‌। ଏହାପରେ ପଦାରେ ପଡ଼ିଛି ବନ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା।

‘ଦକ୍ଷତା ସମ୍ପନ୍ନ ପିଲା ରାଜ୍ୟର ପ୍ରମୁଖ ଆୟୁଧ’

‘ଦକ୍ଷତା ସମ୍ପନ୍ନ ପିଲା ରାଜ୍ୟର ପ୍ରମୁଖ ଆୟୁଧ’

ଅନୁଗୋଳ ଅଫିସ,୨୪।୪- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ କୋର୍ଟରୁମ୍‌ ଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଅନିଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରି ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ହକ୍‌ ପାଇଁ ଏକଜୁଟ ହେବେ ଠିକା ଶ୍ରମିକ

ତାଳଚେର,୨୪ା୪(ନି.ପ୍ର.)- ତାଳଚେର ରେଲୱେ ଷ୍ଟେଶନରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ସୋମବାର ସ୍ଥାନୀୟ ତାଳେଶ୍ୱର ମନ୍ଦିରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅଥୟ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା: ଆଠମଲ୍ଲିକ ଉପଖଣ୍ଡବାସୀ ହନ୍ତସନ୍ତ

ଅଥୟ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା: ଆଠମଲ୍ଲିକ ଉପଖଣ୍ଡବାସୀ ହନ୍ତସନ୍ତ

ବଇଣ୍ଡା,୨୪।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଏବେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରୀ ନିର୍ଦ୍ଦେଶ ନ ଥିଲେ ମଧ୍ୟ ଦିନକୁ ୨ରୁ ୫ ଘଣ୍ଟା ଯାଏ ପାଓ୍ବାର କଟ୍‌ କରାଯାଉଥିବା ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ବଢ଼ୁଥିବା ବେଳେ ବିଦ୍ୟୁତ୍‌ ସେବାରେ ଏପରି ବାରମ୍ବାର ବ୍ୟାଘାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି।

ଠିକଣା ପାଇବେ ରାମିଆଳ, ଦଦରାଘାଟି ବିସ୍ଥାପିତ

ଠିକଣା ପାଇବେ ରାମିଆଳ, ଦଦରାଘାଟି ବିସ୍ଥାପିତ

କାମାକ୍ଷାନଗର, ୨୪ା୪(ଡି.ଏନ.ଏ.)-କ୍ଷତିପୂରଣରୁ ବାଦ୍‌ ପଡ଼ିଥିବା ଦଣ୍ଡାଧାର ଏବଂ ଦଦରାଘାଟି ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ଠିକଣା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥିଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଏ ସଂକ୍ରାନ୍ତରେ ମଙ୍ଗଳବାର କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୀର୍ଘଦିନ ପରେ କ୍ଷତିଗ୍ରସ୍ତ ପରିବାର ଘରଡ଼ିହ ଏବଂ ଜମିପଟ୍ଟା ପାଇବା ନିମନ୍ତେ ଆଶା ସଞ୍ଚାର ହୋଇଥିବାବେଳେ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ଟିକିରା ନଦୀରେ ମିଶୁଛି ଏନ୍‌ଟିପିସି ପାଉଁଶ ପାଣି

କଣିହଁା,୨୪।୪(ଡି.ଏନ.ଏ.)- କଣିହଁା ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀ ପାଣି ଟିକିରା ନଦୀରେ ମିଶୁଛି। ଫଳରେ ପରିବେଶ ଦୂଷିତ ହେଉଛି।

ବ୍ୟବସାୟୀଙ୍କୁ ମାଡ଼, ୨ ଗିରଫ

କଣିହଁା,୨୪।୪(ଡି.ଏନ.ଏ.)- ଜଣେ ଛତୁ ବ୍ୟବସାୟୀଙ୍କୁ ମାରପିଟ ଅଭିଯୋଗରେ କଣିହଁା ବ୍ଲକ ଏନ୍‌ଟିପିସି ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

‘ଆମ ଗଁା ଆମ ବିକାଶ’ କାର୍ଯ୍ୟକ୍ରମ:  ୨୭ରେ ସାନତ୍ରିବିଡାରେ ଶୁଭାରମ୍ଭ

‘ଆମ ଗଁା ଆମ ବିକାଶ’ କାର୍ଯ୍ୟକ୍ରମ: ୨୭ରେ ସାନତ୍ରିବିଡାରେ ଶୁଭାରମ୍ଭ

ଅନୁଗୋଳ ଅଫିସ,୨୪।୪- କଣିହଁା ବ୍ଲକର ସାନତ୍ରିବିଡ଼ା ପଞ୍ଚାୟତରେ ଆସନ୍ତା ୨୭ ତାରିଖରେ ‘ଆମ ଗଁା, ଆମ ବିକାଶ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ୩୦ରେ ଓସ୍‌ୱାନ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ ସହ ପଞ୍ଚାୟତର ଉନ୍ନତି ବିଷୟରେ ଜିଲାପାଳ ଓ ସରପଞ୍ଚଙ୍କ ସହିତ ଆଲୋଚନା କରିବେ।

ପରମ୍ପରା, ସଂସ୍କୃତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉ

ପରମ୍ପରା, ସଂସ୍କୃତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉ

ବଇଣ୍ଡା,୨୪।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ଗେଁାଣ୍ଡ ସମାଜର ୨୬ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ସେସୁ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ସେସୁ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ତାଳଚେର,୨୪ା୪(ନି.ପ୍ର.)- ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ହାଟତୋଟା ସ୍ଥିତ ସେସୁ କାର୍ଯ୍ୟାଳୟରେ ତାଲା ପକାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ସଙ୍ଗଠନ ପକ୍ଷରୁ ଏକ ସ୍ମାରକପତ୍ର ସ୍ଥାନୀୟ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।