Dharitri News
ଅନଗୁଳ-ଢେଙ୍କାନାଳ

୯୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ

୯୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ଅନୁଗୋଳ ଅଫିସ,୧୨।୧୨: ଅନୁଗୋଳ ଜିଲା ସରକାରୀ ହାଇସ୍କୁଲର ୯୧ତମ ବାର୍ଷିକ ଉତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଜିଲା ପ୍ରକଳ୍ପ ସଂଯୋଜକ ତଥା ଅତିରିକ୍ତ ଜିଲା ଅଧିକାରୀ ନିରଞ୍ଜନ ସାହୁ ଯୋଗ ଦେଇଥିଲେ।

ଅନଗୁଳ-ଢେଙ୍କାନାଳ

ବିଜେଡି କାର୍ଯ୍ୟକାରିଣୀ ବୈଠକ

ବିଜେଡି କାର୍ଯ୍ୟକାରିଣୀ ବୈଠକ

ଛେଣ୍ଡିପଦା, ୧୮ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବୁଧବାର କୋଶଳା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ବ୍ଲକ ସଭାପତି ଶ୍ରୀଧର ଗଡନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମାଡ଼ ମାରି ବାଇକ୍‌, ଟଙ୍କା ଲୁଟ୍‌

ତାଳଚେର, ୧୮।୧(ଡି.ଏନ.ଏ.)- ତାଳଚେର ଥାନା ରଙ୍ଗବେଡା ନିକଟରେ ଜଣେ ବାଇକ ଆରୋହୀଙ୍କୁ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ମାଡ଼ ମାରି ଲୁଟ୍‌ କରିଛନ୍ତି। ଏ ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଟ୍ରକକୁ ପିଟିଲା ଟ୍ରକ୍‌: ଖଲାସି ମୃତ, ଚାଳକ ଗୁରୁତର

ଛେଣ୍ଡିପଦା, ୧୮। ୧(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ଅନୁଗୋଳ ଜିଲା ଜରପଡା ଥାନା ମରାତିରା ଛକ ନିକଟରେ ଗୁରୁବାର ସକାଳେ ଛିଡା ହୋଇଥିବା ଟ୍ରକ୍‌କୁ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଓ୍ବାର୍ଡ ସଭ୍ୟ ଉପନିର୍ବାଚନ

କଣିହାଁ, ୧୮।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲି ପଡିଥିବା ଓ୍ବାର୍ଡ ସଭ୍ୟ ପଦବୀ ପାଇଁ ଶୁକ୍ରବାର ଉପନିର୍ବାଚନ ହେବ। ୧୩ଟି ପଞ୍ଚାୟତର ୧୪ଟି ଓ୍ବାର୍ଡରେ ମତଦାନ ପାଇଁ ବ୍ୟବସ୍ଥା ହୋଇଛି।

ଗଞ୍ଜେଇ ସହ ବାଇକ ଜବତ, ୨ ଗିରଫ

ବଇଣ୍ଡା, ୧୮।୧(ଡି.ଏନ.ଏ.)- କିଶୋରନଗର ଷ୍ଟେଟ ବ୍ୟାଙ୍କ ନିକଟରୁ କିଶୋରନଗର ପୋଲିସ ଗୁରୁବାର ପୂର୍ବାହ୍ନରେ ଏକ ବାଇକ୍‌ ସହ ୧୦ କେଜି ଗଞ୍ଜେଇ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ବ୍ୟବସାୟୀ ପୁରୁଣାକଟକ ଥାନା ଖଣ୍ଡହତା ଗ୍ରାମର ସିଦ୍ଧାନ୍ତ ବଘାର ଓ ଧରମା ବଘାରଙ୍କୁ ଗିରଫ କରିଛି। ଘ

ଓଭରବ୍ରିଜ ନିର୍ମାଣ ଦାବି

ଓଭରବ୍ରିଜ ନିର୍ମାଣ ଦାବି

ବଇଣ୍ଡା, ୧୮।୧(ଡି.ଏନ.ଏ.)- ତାଳଚେର-ସମ୍ବଲପୁର ରେଳପଥର ଦୋହରୀକରଣ କାମ ଚାଲିଛି। ଏଥିପାଇଁ ଅନେକ ଗ୍ରାମରେ ଥିବା ରେଲଓ୍ବେ ଫାଟକଗୁଡିକୁ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ କରିଦିଆଯାଉଛି। ଏହାକୁ ନେଇ ଅସନ୍ତୋଷ ଉପୁଜୁଛି।

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୧୮।୧: ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣାରେ ଗିରଫ ଓ ନିଲମ୍ବିତ ହୋଇଥିବା ଜନୈକ ଶିକ୍ଷୟିତ୍ରୀଙ୍କୁ ଅନୁଗୋଳ ସହର ହାତୀସାଳପଡ଼ା ସରକାରୀ ଟାଉନ ଉପ୍ରା ବିଦ୍ୟାଳୟର ଅଭିଭାବକ ଓ ଛାତ୍ରୀଛାତ୍ର ଗ୍ରହଣ କରି ନାହାଁନ୍ତି।

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

ଅନୁଗୋଳ ଅଫିସ୍‌,୧୮।୧: ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମରାତିରାଠାରେ ଗୁରୁବାର ସକାଳେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡ ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଜିତ କୁମାର ପ୍ରଧାନ। ସେ ୧୮୫ ଭୋଟରେ ଭାଜପାର ପାର୍ଥସାରଥି ରାୟଙ୍କୁ ପରାସ୍ତ କରିଛନ୍ତି। ଅଜିତ ୪୭୬ ଖଣ୍ଡ ଭୋଟ ପାଇଥିବା ବେଳେ ପାର୍ଥସାରଥି ୨୯୧ ଭୋଟ ପାଇଥିଲେ।

ମାମଲା ବଢ଼ିଛି, ଅପରାଧ କମିଛି

ମାମଲା ବଢ଼ିଛି, ଅପରାଧ କମିଛି

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ଜିଲାରେ ଅପରାଧ ହ୍ରାସ ପାଇଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଗତ ୨୦୧୬-୧୭ ବର୍ଷରେ ହୋଇଥିବା ବିଭିନ୍ନ ଅପରାଧର ବିବରଣୀ ପ୍ରଦାନ କରିଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।