Dharitri News
ଅନଗୁଳ-ଢେଙ୍କାନାଳ

ବିଇଓ ଅଫିସରେ ଶିକ୍ଷୟିତ୍ରୀଙ୍କ ହଙ୍ଗାମା; ବରିଷ୍ଠ କିରାଣିଙ୍କୁ ଚପଲ ମାଡ଼

ବିଇଓ ଅଫିସରେ ଶିକ୍ଷୟିତ୍ରୀଙ୍କ ହଙ୍ଗାମା; ବରିଷ୍ଠ କିରାଣିଙ୍କୁ ଚପଲ ମାଡ଼ ଅନୁଗୋଳ ଅଫିସ,୧୧।୧୨- ବଦଳି ଓ ଦରମା ବନ୍ଦକୁ ନେଇ ଉତ୍ତ୍ୟକ୍ତ ହୋଇଯାଇଥିବା ଜଣେ ଶିକ୍ଷୟିତ୍ରୀ ସୋମବାର ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିବା ସହ ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଅନୁଗୋଳ ପୋଲିସ ନଂ. ୬୨୭ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ଡାକ୍ତରଖାନା ନିଆଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ୨ ମହିଳା କନଷ୍ଟେବଳଙ୍କୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି। କିରାଣି ରୋହିତ କୁମାର ନାଥ ଅଭିଯୋଗ କରିଛନ୍ତି ଯେ, ହୁଲୁରିସିଂହା ଘାସିସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳଙ୍କ କାବୁଲିପାଳ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିଲା। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଶିକ୍ଷକତା କରୁଛନ୍ତି। ତେବେ ଶିକ୍ଷୟିତ୍ରୀ ଜଣକ ସେଠାରେ ଯୋଗ ନ ଦେବାରୁ ଦରମା ବନ୍ଦ କରାଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଇଓ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। କାହିଁକି ବିନା ନୋଟିସ୍‌ରେ ବଦଳି କରାଗଲା ଏବଂ ଦରମା ବନ୍ଦ ହୋଇଛି ବୋଲି କହିବା ସହ ତାଙ୍କୁ ଚପଲରେ ମାଡ଼ ମାରିଥିଲେ। ଘଟଣା ପରେ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ଏ ନେଇ କିରାଣି ରୋହିତ କହିଛନ୍ତି, କନିଷ୍ଠ କିରାଣିଙ୍କ ସହ ୧୦ଟା ୩୦ରେ ସେ କାର୍ଯ୍ୟାଳୟରେ ବ୍ୟସ୍ତ ଥିଲେ। ସେହି ସମୟରେ ଶିକ୍ଷୟିତ୍ରୀ ଅନୁପମା ଆସି କ’ଣ ପାଇଁ ଦରମା ବନ୍ଦ ହୋଇଛି ବୋଲି ପାଟିକରି ଗାଳିଗୁଲଜ କରିଥିଲେ। କାହିଁକି ପାଟି କରୁଛ ବୋଲି କହିବାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ଚପଲରେ ପିଟିଥିଲେ। ଅପରପକ୍ଷରେ ଶିକ୍ଷୟିତ୍ରୀ ଅନୁପମା କହିଛନ୍ତି, ବିନା ନୋଟିସ୍‌ରେ ତାଙ୍କୁ ବଦଳି କରାଯାଇଛି। ଦରମା ବନ୍ଦ କରାଯାଇଛି। ବରିଷ୍ଠ କିରାଣିଙ୍କୁ ମାଡ଼ ମାରିନାହିଁ। କିରାଣି ତାଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି। ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଡିପିସି ନିରଞ୍ଜନ ସାହୁ କୁହନ୍ତି, କିରାଣିଙ୍କୁ ମାଡ଼ ମାରିବା ନେଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି। ଅନୁଗୋଳ ଥାନା ଆଇଆଇସି ସୁକୁମାର ତ୍ରିପାଠୀ କହିଛନ୍ତି, ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୃକ୍ତା ଶିକ୍ଷୟିତ୍ରୀଜଣଙ୍କ ୨ ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା ଓ ଗୋଇଠା ମାରିବା ସହ ଥାନାକୁ ନ ଆସିବାକୁ ଉଦ୍ୟମ କରିଥିଲେ।

ଅନଗୁଳ-ଢେଙ୍କାନାଳ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡ ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଜିତ କୁମାର ପ୍ରଧାନ। ସେ ୧୮୫ ଭୋଟରେ ଭାଜପାର ପାର୍ଥସାରଥି ରାୟଙ୍କୁ ପରାସ୍ତ କରିଛନ୍ତି। ଅଜିତ ୪୭୬ ଖଣ୍ଡ ଭୋଟ ପାଇଥିବା ବେଳେ ପାର୍ଥସାରଥି ୨୯୧ ଭୋଟ ପାଇଥିଲେ।

ମାମଲା ବଢ଼ିଛି, ଅପରାଧ କମିଛି

ମାମଲା ବଢ଼ିଛି, ଅପରାଧ କମିଛି

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ଜିଲାରେ ଅପରାଧ ହ୍ରାସ ପାଇଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଗତ ୨୦୧୬-୧୭ ବର୍ଷରେ ହୋଇଥିବା ବିଭିନ୍ନ ଅପରାଧର ବିବରଣୀ ପ୍ରଦାନ କରିଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ପାଲଲହଡ଼ା,୧୭।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଖମାର ଥାନା ନୁଥୁରିପଶି ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳିକା ରହିଛି। ଏହି ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି।

କଣିହାଁ ବ୍ଲକ: ୧୯ରେ ଉପନିର୍ବାଚନ

କଣିହାଁ,୧୭।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲିପଡ଼ିଥିବା ଓ୍ବାର୍ଡ଼ସଭ୍ୟ ପଦବୀ ପାଇଁ ଆସନ୍ତା ୧୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୬୨)ଙ୍କ ବୁଧବାର ଅପରାହ୍ନ ସାଢେ ୫ଟାରେ ମୃତ୍ୟୁ ହୋଇଛି। ଏହାସହ ତାଙ୍କ ପୁଅ ଯୁଧିଷ୍ଠିର ସାହୁ(୩୮) ଆହତ ହୋଇଛନ୍ତି। ଘଟଣାରେ ଉତ୍ତେଜିତ ହୋଇ ମୃତକଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ମୃତଦେହକୁ ରଖି ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅଞ୍ଚଳର ରୟାଲ କ୍ଲବ ପରିସରରେ ବୁଧବାର ଶିଶିର ମହୋତ୍ସବ ଉଦଘାଟିତ ହୋଇଯାଇଛି।

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲାର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲାସ୍ତରୀୟ ଅଧିକାରୀ ଏବଂ ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

କାମାକ୍ଷାନଗର,୧୭।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମର ମହିଳାମାନେ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାସୋପଯୋଗୀ ଜାଗା ନ ଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଗୁଣ୍ଠିକିଆ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ

ବଇଣ୍ଡା,୧୭।୧(ଡି.ଏନ.ଏ.)- ହଣ୍ଡପା ଥାନା ନିକଟରେ ମଙ୍ଗଳବାର ଏକ କାର-ବାଇକ ଧକ୍କାରେ ଗୁରୁତର ହୋଇଥିବା ବାଇକ୍‌ ଚାଳକ ବଣିନାଳୀ ଗ୍ରାମର ବାଜପେୟୀ ବେହେରାଙ୍କ ବୁଧବାର ମୃତ୍ୟୁ ଘଟିଛି।

୨ ବଖରା ଜଳିଗଲା

ବଇଣ୍ଡା, ୧୭। ୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ପଟାପଥର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀଧର ପ୍ରଧାନଙ୍କ ୨ ବଖରା ଚାଳଘର ଜଳିଯାଇଛି।