ଅନଗୁଳ-ଢେଙ୍କାନାଳ

ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ

ପରଜଙ୍ଗ,୧୧।୧୨(ଡି.ଏନ.ଏ)- ଗତ ୩୦ ତାରିଖରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିତ୍ବା କନ୍ଦରସିଂହା ଗ୍ରାମର ଗୀତୀଶ ଅଞ୍ଜନ ନାୟକଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଦୁଇ ସାଙ୍ଗଙ୍କ ସହ ଗୀତୀଶ କେନାଲ ହୁଡାରେ ବସିଥିବାବେଳେ ଏକ ଦନ୍ତା ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୧୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଘରକୁ ଅଣାଯାଇଥିଲା। ତେବେ ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗିି ପଡିଛନ୍ତି। ଖବରପାଇ ଭାଜପା ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ମହାବିରୋଡ଼ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା ପହଞ୍ଚି ନଗଦ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଗୀତୀଶ ଚଳିତ ବର୍ଷ ସରାଙ୍ଗ (ଆଇଜିଆଇଟି) କଲେଜରେ ଏମ୍‌ସିଏ ପ୍ରଥମ ବର୍ଷରେ ପାଠ ପଢୁଥିଲେ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଛଦେଶ ଅଞ୍ଚଳରେ ଏମ୍‌ପି

ଛଦେଶ ଅଞ୍ଚଳରେ ଏମ୍‌ପି

ଭାପୁର, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ-ଏମ୍‌ପି ତଥାଗତ ସତପଥୀ ଗୁରୁବାର ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଏହି ଅବସରରେ ଏମ୍‌ପି ଚଷାପଡ଼ା ଗ୍ରାମରେ ନବନିର୍ମିତ ପାଲା ମଣ୍ଡପ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧୀରପାଟଣା ସରପଞ୍ଚ ବିସ୍ମିତା ବେହେରା, ଗ୍ରାମ ସଭାପତି ଗଙ୍ଗାଧର ସାହୁ, ଓ୍ବାର୍ଡସଭ୍ୟ ପୂଜାରିଣୀ ସାହୁ, ଇନ୍ଦୁମତି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ଏମ୍‌ପି ବାଲ୍ୟାମ୍ବା, ରାଇଡ଼ିହି, ଓଡ଼ାପଡ଼ା ବ୍ଲକର ରାଣୀପାଳ ଓ ବୃନ୍ଦାବନପୁର ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ପଞ୍ଚମହଲା ନିକଟରେ ଥିବା ୟାମାହା ଶୋରୁମ୍‌ ଗୋଦାମର ଶଟର୍‌ ତାଡି ଦୁର୍ବୃତ୍ତମାନେ ବୁଧବାର ରାତିରେ ୩ଟି ବାଇକ୍‌ ଲୁଟି ନେଇଛନ୍ତି। ଏ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ପାଲଲହଡ଼ା,୨୬।୪(ଡି.ଏନ୍‌.ଏ.)- ପାଲଲହଡ଼ା ଉପଖଣ୍ଡ ବସ୍‌ ମାଲିକ ସଂଘ ତତ୍ତ୍ୱାବଧାନରେ ଗୁରୁବାର ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି

ଦୁର୍ଘଟଣାରେ ଏନ୍‌ଟିପିସି ଶ୍ରମିକ ଗୁରୁତର

କଣିହାଁ,୨୬।୪(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଠିକା ଶ୍ରମିକ ଯଦୁମଣି ଦାସ ଗୁରୁବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

 ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌  ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର

ଢେଙ୍କାନାଳ ଅଫିସ, ୨୬।୪ - ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ସାହୁ ।

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ  ମୃତ

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- କଟକ-ସମ୍ବଲପୁର ୫୫ନଂ.ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ସାହୁ ଛକରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି।

ଉଷସୀଙ୍କୁ  ନ୍ୟାୟ ପାଇଁ  ଡିଆଇଜିଙ୍କୁ ଦାବିପତ୍ର

ଉଷସୀଙ୍କୁ ନ୍ୟାୟ ପାଇଁ ଡିଆଇଜିଙ୍କୁ ଦାବିପତ୍ର

ତାଳଚେର,୨୬ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଗୁରୁବାର ତାଳଚେର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ହଣ୍ଡପା ପୋଲିସ ଗାଁ ବଇଣ୍ଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଚଢାଉ କରି ଫେରାର ଥିବା ଅଭିଯୁକ୍ତ ହରିହର ବାଘଙ୍କୁ ବୁଧବାର ଗିରଫ କରିଛି।