ଅନଗୁଳ-ଢେଙ୍କାନାଳ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ ଅଫିସ,୧୧।୧୨- ଅନୁଗୋଳ ଜିଲା ଦୌରାଜଜ୍‌ ସୋମବାର ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ବନ୍ତଳା ଥାନା କଲେଇପଦା ଗଁାର ପ୍ରଫୁଲ୍ଲ ଦେହୁରୀଙ୍କୁ ଦୋଷୀ ସାବସ୍ତ୍ୟ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୦୭ ଡିସେମ୍ବର ୧୫ ଅପରାହ୍ନ ୪ଟାରେ ବନ୍ତଳା ଥାନା କଲେଇପଦାର ନରେଶ ଦେହୁରୀଙ୍କୁ ପ୍ରଫୁଲ୍ଲ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।
ମାମଲାର ବିବରଣୀ ଅନୁଯାୟୀ, ଗଡ଼ତରାସ ଗଁାର ଟୁଟୁ ମାଝିଙ୍କ ଟ୍ରାକ୍ଟରରେ ଉଭୟ ପ୍ରଫୁଲ୍ଲ ଓ ନରେଶ ମଜୁରିଆ ଭାବେ କାମ କରୁଥିଲେ। ମଜୁରି ଟଙ୍କା ଆଣିବାକୁ ନରେଶ ମାଲିକ ଟିଟୁଙ୍କ ନିକଟକୁ ଯାଇଥିଲେ। ହେଲେ ପଇସା ନାହିଁ କହି ଟୁଟୁ ତାଙ୍କୁ ଫେରାଇ ଦେଇଥିଲେ। ପରେ ଗାଁ ଦାଣ୍ଡରେ ଟୁଟୁଙ୍କୁ ଅସଭ୍ୟ ଭାଷାରେ ନରେଶ ଗାଳିଗୁଲଜ କରୁଥିବା ବେଳେ ପ୍ରଫୁଲ୍ଲ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତ୍‌କ୍ଷିପ୍ତ ପ୍ରଫୁଲ୍ଲ ଘରୁ ଏକ ଟାଙ୍ଗିଆ ଆଣି ନରେଶଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଖାନାରେ ପହଁଞ୍ଚିବା ପୂର୍ବରୁ ନରେଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ନରେଶଙ୍କ ଭାଇ ସୁରଥ ଦେହୁରୀ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ନମ୍ବର ୧୧୭/୦୭ରେ ଏକ ମାମଲା ରୁଜୁ କରିବା ସହ ପ୍ରଫୁଲ୍ଲଙ୍କୁ ଗିରଫ କରଥିଲା। ୧୬ଜଣ ସାକ୍ଷୀ, ପାରିପାର୍ଶ୍ୱିକ ଅବସ୍ଥା ଏବଂ ସରକାରୀ ଓକିଲ ମହେନ୍ଦ୍ର କୁମାର ବସ୍ତିଆଙ୍କ ଯୁକ୍ତି ଆଧାରରେ ଦଫା ୩୦୨ରେ ଅଭିଯୁକ୍ତ ପ୍ରଫୁଲ୍ଲ ଦେହୁରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

୨ ବର୍ଷ ପରେ ବସିଲା ଯୋଗାଣ ପରାମର୍ଶଦାତା କମିଟି ବୈଠକ: ଚାଉଳ ବାଟମାରଣା ନେଇ ହଟ୍ଟଗୋଳ

ପାଲଲହଡା,୨୦ା୭ (ଡି.ଏନ.ଏ.): ଦୀର୍ଘ ୨ ବର୍ଷ ପରେ ଗୁରୁବାର ସ୍ଥାନୀୟ ପଞ୍ଚାୟତ ସମିତି ସଭାଘର ଠାରେ ଯୋଗାଣ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟୁତ୍‌ ସଂଯୋଗ ପାଇଁ କରାଯାଉଛି ଅର୍ଥ ଦାବି: ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବିଦ୍ୟୁତ୍‌ ସଂଯୋଗ ପାଇଁ କରାଯାଉଛି ଅର୍ଥ ଦାବି: ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବନ୍ତଳା, ୨୦ା୭ (ଡି.ଏନ.ଏ.): ଗରିବ ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ସରକାରଙ୍କ ସୌଭାଗ୍ୟ ଯୋଜନା। ସେସୁ ମାଧ୍ୟମରେ ଠିକାଦାର ଏହି ସଂଯୋଗ କରୁଛନ୍ତି।

ରିମାଣ୍ଡରେ ଥିବା ଲୁଟେରାଙ୍କଠାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ରଙ୍ଗ ମିସ୍ତ୍ରିରୁ ବ୍ୟାଙ୍କ ଡକାୟତ

ରିମାଣ୍ଡରେ ଥିବା ଲୁଟେରାଙ୍କଠାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ରଙ୍ଗ ମିସ୍ତ୍ରିରୁ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୨୦।୭: ଅନୁଗୋଳସ୍ଥିତ ଆନ୍ଧ୍ର ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ୪ ଦିନିଆ ରିମାଣ୍ଡରେ ଥିବା ୨ ଡକାୟତଙ୍କୁ ପଚରାଉଚରା ବେଳେ ସେମାନେ ଡକାୟତି ଯୋଜନା ସମ୍ପର୍କରେ ପୂରା ବିବରଣୀ ରଖିଛନ୍ତି ପୋଲିସ ସମ୍ମୁଖରେ।

ଅନୁଗୋଳ ମାଛ ଗୋଦାମରେ ଯାଞ୍ଚ

ଅନୁଗୋଳ ମାଛ ଗୋଦାମରେ ଯାଞ୍ଚ

ଅନୁଗୋଳ ଅଫିସ,୨୦।୭: ମାଛରେ ଫର୍ମାଲିନ୍‌ ନାମକ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଉଥିବା ଅଭିଯୋଗ ହେବା ପରେ ଏ ନେଇ ଲୋକ ଦ୍ୱନ୍ଦରେ ପଡ଼ିଛନ୍ତି।

ଗାଡ଼ିରେ ପ୍ରସବ କଲେ ମହିଳା: ନବଜାତ କନ୍ୟା ମୃତ

ଢେଙ୍କାନାଳ ଅଫିସ, ୨୦।୭: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ କୋହ୍ଲୁଆ ଗ୍ରାମର ଟିକିଲି ବେହେରା (୨୨) ଗୁରୁବାର ଅପରାହ୍ନରେ ବିରାଡ଼ିଆ ନିକଟରେ ଗାଡ଼ି ଭିତରେ ପ୍ରସବ କରିଥିବାବେଳେ ନବଜାତ କନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଜନବସତିରେ ପଶିଲା ଦନ୍ତା: ଘର ଭାଙ୍ଗିଲା, ଖାଇଗଲା ଖାଦ୍ୟଶସ୍ୟ

ଜନବସତିରେ ପଶିଲା ଦନ୍ତା: ଘର ଭାଙ୍ଗିଲା, ଖାଇଗଲା ଖାଦ୍ୟଶସ୍ୟ

ପରଜଙ୍ଗ, ୨୦ା୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାରିହାପୁର ପଞ୍ଚାୟତ ସନ୍ତରିସାହିରେ ବୁଧବାର ରାତିରେ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। କିଛି ଦିନ ପରେ ଗୋଠଛଡ଼ା ଦନ୍ତାର ଉନ୍ମତ୍ତକାଣ୍ଡ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି।

କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି : ପାଣି ପାଉଚ୍‌, ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ

କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି : ପାଣି ପାଉଚ୍‌, ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ

ଢେଙ୍କାନାଳ ଅଫିସ୍‌, ୨୦ା୭: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରାବଣ ଜଳଲାଗି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଏ ସଂକ୍ରାନ୍ତରେ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉପଜିଲାପାଳଙ୍କ ଅଚାନକ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ବଇଣ୍ଡା,୧୯।୭(ଡି.ଏନ.ଏ)- ଆଠମଲ୍ଲିକ ଉପଜିଲାପାଳ ସୁବାଷ ଚନ୍ଦ୍ର ରାୟ ଗୁରୁବାର ଅଚାନକ କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବଇଣ୍ଡା,୧୯।୭(ଡି.ଏନ.ଏ)- ଚାଷୀଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ହେଲେ ସବୁ ଯୋଜନା ଠିକ୍‌ ଭାବେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ।

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଗଣଧାରଣା

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଗଣଧାରଣା

ତାଳଚେର,୧୯ା୭(ନି.ପ୍ର.)- ତାଳଚେର ଅଞ୍ଚଳରେ ହେଉଥିବା ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଚାଇଁପାଳସ୍ଥିତ ସେସୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।

 ବୋଲ୍‌ବମ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୋଲ୍‌ବମ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଅଫିସ,୧୯।୭- ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରାବଣ ମାସ ଜଳ ଲାଗି ଏବଂ ବୋଲବମ ଯାତ୍ରା ପାଇଁ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ।

ପ୍ରମୋଦ ବରାଳ ଭୁବନ ଏନ୍‌ଏସି ନିର୍ବାହୀ ଅଧିକାରୀ

ପ୍ରମୋଦ ବରାଳ ଭୁବନ ଏନ୍‌ଏସି ନିର୍ବାହୀ ଅଧିକାରୀ

ଭୁବନ,୧୯।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମୋଦ କୁମାର ବରାଳ। ସେ ପୂର୍ବରୁ ଆସ୍କା ଏନ୍‌ଏସି ଦାୟିତ୍ୱରେ ଥିଲେ। ତାଙ୍କ ପୂର୍ବରୁ ୨୦୧୬ରୁ ଯାମିନୀକାନ୍ତ ସ୍ବାଇଁ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ।

Model This Week

ରୂପେଶ