ଉପକୂଳ ଓଡିଶା

ବିନା ଅନୁମତିରେ ଚାଲିଛି ପିଚୁ ପ୍ଲାଣ୍ଟ

ବିନା ଅନୁମତିରେ ଚାଲିଛି ପିଚୁ ପ୍ଲାଣ୍ଟ
ଯାଜପୁର ଅଫିସ,୧୨। ୧୨ ଶିଳ୍ପ ପ୍ରଦୂଷଣ ରୋକିବାକୁ ଦୃଢ ପଦକ୍ଷେପ ନିଆଯାଉଥିବା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ବଦ୍ଧ ପରିକର ବୋଲି ଘୋଷଣା ଉପରେ ଘୋଷଣା ହେଉଛି। ହେଲେ ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ତରଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଏମ୍‌ଡିଏସ୍‌ ପ୍ରି-ମିକ୍ସ ପିଚୁ ପ୍ଲାଣ୍ଟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କେତେକ ଅଧିକାରୀଙ୍କ ସଲାସୁତୁରାରେ ଗତ ପ୍ରାୟ ୧ବର୍ଷ ହେଲା ବିନା ଅନୁମତିରେ ଚାଲିଛି। ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଏସ୍‌ପିସିବି ଆଞ୍ଚଳିକ କାର୍ଯ୍ୟାଳୟରୁ ବନ୍ଦ ନୋଟିସ ଦେବାପରେ ମଧ୍ୟ ପିଚୁ ପ୍ଲାଣ୍ଟ ମାଲିକ ତାକୁ ଖାତିର କରୁନାହାନ୍ତି। ଦିନ ଦ୍ୱିପ୍ରହରରେ ପିଚୁ ଉପତ୍ାଦନ ଜାରି ରହିଛି। ଏହାପରେ ବି ଏସ୍‌ପିସିବି ନୀରବ ରହିବା ଘଟଣା ପରିବେଶ ବିଭାଗର କାର୍ଯ୍ୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜାତୀୟ ରାଜପଥ ଓ ଜନବସତି ଅଞ୍ଚଳରେ କେତେକ ପ୍ରଭାବଶାଳୀ ଲୋକ ପିଚୁ ପ୍ଲାଣ୍ଟ ସ୍ଥାପନ କରି ପରିବେଶଗତ ସମସ୍ୟାକୁ ଦ୍ୱିଗୁଣିତ କରୁଛନ୍ତି। ଗତ ଏପ୍ରିଲ ଓ ମେ ମାସରେ ପରିବେଶ ପ୍ରଦୂଷଣ କରୁଥିବା ଯୋଗୁ ଜିଲା ପ୍ରଶାସନ ୧୪୧ଟି ବେଆଇନ କ୍ରଶରଗୁଡିକୁ ସିଲ୍‌ କରି ଦେଇଥିଲା। ତେବେ ୧୦ଟି କ୍ରଶର ଯେତେ ପରିମାଣର ପ୍ରଦୂଷଣ ସୃଷ୍ଟି କରିଥାଏ ଗୋଟିଏ ପିଚୁ ପ୍ଲାଣ୍ଟ ତାଠାରୁ ବହୁ ଗୁଣରେ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି। ଖରା ମାସରେ ପିଚୁ ପ୍ଲାଣ୍ଟଗୁଡିକରୁ ସୃଷ୍ଟି ହେଉଥିବା ଉତ୍ତାପ ଅଞ୍ଚଳବାସୀଙ୍କୁ ତତଲା ହାୱାରେ ପକାଇ ଭଳି ପରିସ୍ଥିତି ସୃଷ୍ଟି କରିଥାଏ। ଏନେଇ ଅଞ୍ଚଳବାସୀ ଗତ ମେ ମାସ ୧୫ତାରିଖରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ୨୪ଘଣ୍ଟା ନ ପୁରୁଣୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଗତ ୧୬। ୫। ୨୦୧୭ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କଳିଙ୍ଗନଗର ପରିବେଶ ବିଭାଗର ଅଧିକାରୀ ଓ ଶ୍ରମ ବିଭାଗ ଅଧିକାରୀମାନେ ମିଳିତ ଭାବେ ଚଢାଉ କରି ତଦନ୍ତ କରିଥିଲେ। ସହକାରୀ ପରିବେଶ ବୈଜ୍ଞାନିକ ଭୀମଚରଣ ମାରାଣ୍ଡି, ଶ୍ରମ ନୀରିକ୍ଷକ ଗୋପାଳ ଚନ୍ଦ୍ର ମଙ୍ଗରାଜ ରଥିଆ, ସାରୋଇ, ମାଣ୍ଡିଆ, ବାଲିସାହି ଆଦି ସ୍ଥାନଗୁଡ଼ିକରେ ଚାଲିଥିବା ୫ଟି ପିଚୁ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବାପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ତଦନ୍ତକାରୀ ଦଳ ସେତେବେଳେ ସୂଚନା ଦେଇଥିଲେ। ହେଲେ ଏହି ତଦନ୍ତ କେବଳ ବଳ କଷିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ବିନା ଅନୁମତିରେ କେତେକ ପିଚୁ ପ୍ଲାଣ୍ଟ ଚାଲିଥିବା ଘଟଣା ଏବେ ପର୍ଦ୍ଦାଫାଶ ହୋଇଛି। ଏମଡିଏସ୍‌ ପ୍ରି-ମିକ୍ସ ପିଚୁ ପ୍ଲାଣ୍ଟ ମାଲିକ ୧୨। ୫। ୨୦୧୭ରେ ପିଚୁ ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମତି ପତ୍ର(ସିଟିଇ) ଦାଖଲ କରିଛି। ଆବେଦନରେ କେତେକ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ପରିବେଶ ବିଭାଗ ଅନୁମତି ପ୍ରଦାନ କରି ନାହାନ୍ତି। ହେଲେ ଏସ୍‌ପିସିବିର ଅନୁମତି ହାସଲ ନ କରି ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରିବା ସହିତ ଉପତ୍ାଦନ ମଧ୍ୟ ଚଳାଇଛି। ଏ ସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ରହିଛି। ତେବେ ତରଙ୍ଗିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଏନେଇ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ନିକଟରେ ଅଭିଯୋଗ କରିବା ପରେ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ ତାଙ୍କ ପତ୍ରସଂଖ୍ୟା ୩୦୨୬/୨୩। ୧୧। ୨୦୧୭ରେ ପିଚୁ ପ୍ଲାଣ୍ଟର ମାଲିକ ପ୍ରମୋଦ କୁମାର ସ୍ବାଇଁଙ୍କୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ତୁରନ୍ତ ପିଚୁ ପ୍ଲାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ କିଛି ପ୍ରଭାବଶାଳୀ ରାଜନେତାଙ୍କ ଆର୍ଶୀବାଦ ରହୁଥିବାରୁ ନିର୍ଦ୍ଦେଶ ପରେ ବି ମାଲିକ ପିଚୁ ପ୍ଲାଣ୍ଟକୁ ବନ୍ଦ କରୁନାହାନ୍ତି। ଅନ୍ୟପକ୍ଷେ ବନ୍ଦ ନିର୍ଦ୍ଦେଶର ୨୦ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏସ୍‌ପିସିବି ଆଞ୍ଚଳିକ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏସଂକ୍ରାନ୍ତରେ କଳିଙ୍ଗନଗର ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଏ ସଂକ୍ରାନ୍ତରେ ଏମ୍‌ଡିଏସ ପିଚୁ ପ୍ଲାଣ୍ଟର ମାଲିକଙ୍କୁ ନୋଟିସ ଜାରି କରାଯାଇଛି। ପିଚୁ ପ୍ଲାଣ୍ଟକୁ ଯଦି ମାଲିକ ନିଜ ଆଡୁ ବନ୍ଦ ନ କରନ୍ତି, ତେବେ ଜିଲା ପ୍ରଶାସନର ଅନୁମତି ନେଇ ତାକୁ ସିଲ କରି ଦିଆଯିବ ବୋଲି ମଲ୍ଲିକ କହିଛନ୍ତି।
All Right Reserved By

ଉପକୂଳ ଓଡିଶା

କଚେରୀ ପୋଖରୀ ପୁନରୁଦ୍ଧାର  ପାଇଁ ଜନସ୍ବାର୍ଥ ମାମଲା

କଚେରୀ ପୋଖରୀ ପୁନରୁଦ୍ଧାର ପାଇଁ ଜନସ୍ବାର୍ଥ ମାମଲା

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ଜମିଦାର ଅମଳରୁ ଖୋଳା ଯାଇଥିବା କଚେରୀ ପୋଖରୀ ଏବେ ମ୍ୟୁନିସିପାଲିଟିର ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ସହରର ବର୍ଜ୍ୟବସ୍ତୁ ଦୈନିକ ଏହି ପୋଖରୀରେ ପଡ଼ୁଛି। ଫଳରେ ଅଳିଆ ଆବର୍ଜନାଗୁଡିକ ପଚି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୧ଏକର ୨୫ଡିସିମିଲି ପରିମିତ ଜମିରେ ଜମିଦାର ଅମଳରୁ ଖୋଳା ଯାଇଥିବା ଏହି ପୋଖରୀର ଉଦ୍ଦେଶ୍ୟ ସାଧିତ ହେବାଠାରୁ  ଦୂରେଇ ଯାଇଛି।

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା:  ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ଓ ନିମପୁର-ଶାସନ ଆର୍‌ଆଇ ସର୍କଲ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ଓ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା ବନ୍ଦ ହୋଇନାହିଁ। ଏ ନେଇ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ପ୍ରଧାନ ଓ ସାଥୀମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଶ୍ରୟ ନେଇଥିଲେ। ବେଆଇନ ଭାବେ ବ୍ରାହ୍ମଣୀ ନଦୀ କୂଳ ଓ ତତ୍‌ସଂଲଗ୍ନ ସରକାରୀ ଜମିରୁ ବହୁ ମାଟି ବାଲି ଖୋଳା ଯିବା ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ନିକଟରେ ଥିବା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନ୍‌ଜିଟି ଏହି ମାମଲାକୁ ବିଚାର କରି  ଠିକ ରିପୋର୍ଟ ଦାଖଲ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି, ମାଠି ଉଠାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପାଟକୁରା, ୨୩।୧ (ଡି.ଏନ୍‌.ଏ.)-ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମରେ ପାରମ୍ପରିକ ପୂଷ୍ୟା ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରାମର ଜାଜ୍ଞେଶ୍ୱରୀ ପୀଠରେ ମା’ ପୂଷ୍ୟା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ବ୍ୟାପି ଏହି ପୂଜା ଉତ୍ସବ ଅନୁଷ୍ଟିତ ହେବାକୁ ଥିବା ବେଳେ ଆସନ୍ତା ରବିବାର ପୂର୍ଣ୍ଣାହୂତି କରାଯିବ।

ନେତାଜୀଙ୍କ ଜନ୍ମ ଦିବସ

ନେତାଜୀଙ୍କ ଜନ୍ମ ଦିବସ

ଜଗତସିଂହପୁର ଅଫିସ୍‌, ୨୩।୧:  ଓଡ଼ିଆ ପାଠକ ସାମ୍ମୁଖ୍ୟ ପକ୍ଷରୁ ଜଗତସିଂହପୁର ଜିଲାର ସଦର ମହକୁମାଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ବୁଧବାର ପାଳିତ ହୋଇଯାଇଛି। 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି। 

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଯାଜପୁର ଅଫିସ,୨୩।୧: ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ଚାଷୀ ବିରୋଧ କରିଛନ୍ତି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ବୁଧବାର    ଡ଼ୁବୁରିଛକ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ଆନ୍ଦୋଳନରେ ବସିଛନ୍ତି।

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗର,୨୩।୧(ଡି.ଏନ୍‌.ଏ.): ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିିବେଦୀ ଟ୍ରାଭେଲ୍ସ(୯୩୯) ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। 

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ:  ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ: ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

ରଣପୁର,୨୩ା୧ (ସ୍ବ.ପ୍ର.)- ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିବା ପରେ ଏବେ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ କର୍ମଚାରୀଙ୍କୁ ନେଇ ସଭାସମିତି କରାଯାଉଛି। 

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଗଣିଆ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି| 

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା

ନୂଆଗାଁ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ହରିପୁର ପଞ୍ଚାୟତ ହାତିଆଶିଳା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ। 

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ:  ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ: ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ବୋଲଗଡ଼,୨୩ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବଡକୁମାରୀ ସ୍ଥିତ ମହୋତ୍ସବ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାରେ ୮ମ ପାଞ୍ଚଗଡ଼ ମହୋତ୍ସବ-୨୦୧୯ ଉଦ୍‌ଘାଟିତ ହୋଇଯାଇଛି। 

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

ପାରାଦୀପ/ରାଜନଗର/ମହାକାଳପଡ଼ା,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ସାମୁଦ୍ରିକ  ଅଭୟାରଣ୍ୟ ଭିତରକନିକାର ଗହୀରମଥା ନିଷିଦ୍ଧାଞ୍ଚଳରେ ଆନ୍ଧ୍ର ପ୍ରଦେଶର ଏକ ମାଛଧରା ଟ୍ରଲର ବିରଳ ପ୍ରଜାତିର ଶାର୍କ ମାଛ ଧରୁଥିବାବେଳେ କୋଷ୍ଟଗାର୍ଡ ହାତରେ ଧରାପଡିଛି।