Dharitri News
ଉପକୂଳ ଓଡିଶା

ଟିକିନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଟିକିନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଆଜୀବନ ଜେଲ ଜଗତ୍‌ସିଂହପୁର ଅଫିସ,୧୨ା୧୨: ୨୦୧୩ରେ ବାଲିକୁଦା ଥାନା ମାଛଗାଁ ନିକଟ ଓଚିନ୍ଦା ପାଇକସାହିର ସଞ୍ଜୁକ୍ତା ରଥ ଓରଫ ଟିକିନାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ରବୀନ୍ଦ୍ର ନାଥ ମିଶ୍ର ଅଭିଯୁକ୍ତ ଦ୍ୱାରିକାନାଥ ସେଠୀ ଓରଫ ମିଟୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି। ମାମଲାର ରାୟ ପ୍ରକାଶ ପାଇବା ପରେ ମୃତ ଟିକିନାଙ୍କ ଶାଶୁ ଘର ଓ ବାପ ଘର ସମେତ ବହୁ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ୨୦୧୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୯ଟାରେ ଟିକିନା ପରିବାର ଲୋକଙ୍କୁ ଖାଇବାକୁ ଦେଇସାରି ବାରିପଟକୁ ବାସନ ମାଜିବାକୁ ଯାଇଥିଲେ। ଏକୁଟିଆ ଥିବାର ସୁଯୋଗ ନେଇ ଏହି ଗାଁର ଦ୍ୱାରିକାନାଥ ସେଠୀ ଓରଫ ମିଟୁ ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହିଁଥିଲେ। ପ୍ରଥମେ ସେ ଏକ ଠେଙ୍ଗାରେ ଟିକିନାଙ୍କ ମୁଣ୍ଡକୁ ପିଟି ଦେଇ ଘୋସାରି ଘୋସାରି ନିକଟସ୍ଥ ନିରୋଳା ସ୍ଥାନକୁ ନେଇ ଯାଇଥିଲେ। ପରେ ମାଡିବସି ସୁନା କାନଫୁଲ, ପେଣ୍ଡି, ନାକଫୁଲ, ଚେନ୍‌ ଆଦି ଛିଡାଇ ନେଇଥିଲେ। ଏହି ସମୟରେ ଟିକିନା ପାଟି କରିବାରୁ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। କିନ୍ତୁ ଟିକିନା ପ୍ରତିବାଦ କରିବାରୁ ଦ୍ୱାରିକାନାଥ ତାଙ୍କ ପାଟି ବନ୍ଦକରି ଅତି ନୃଶଂସ ଭାବେ ଯୌନାଙ୍ଗରେ ଏକ କନ୍ତ ଭର୍ତ୍ତି କରିଦେଇଥିଲେ। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରି ଆସିଥିଲା। ସେ ରକ୍ତାକ୍ତ ଅବସ୍ଥାରେ ଛଟଛଟ ହେଉଥିବା ବେଳେ ପାଟି ଶୁଣି ପରିବାର ଲୋକେ ପହଞ୍ଚତ୍ଥିଲେ। ସେତେବେଳେ ଟିକିନା ଯନ୍ତ୍ରଣାରେ ଛଟଛଟ ହେଉଥିଲେ। ତଥାପି ସେ ବହୁ କଷ୍ଟରେ ଦ୍ୱାରିକାନାଥ ଏଭଳି କାଣ୍ଡ କରିଥିବା କହିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟିକିନାଙ୍କ ଶ୍ୱଶୂର ଗଜେନ୍ଦ୍ର ରଥ ୧୩ ତାରିଖରେ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ (ନଂ.୩୭/୧୩) ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଘଟଣାର ୨୦ ଦିନ ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। ୧୭ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଦଫା ୩୦୨ରେ ଆଜୀବନ ଓ ୩୯୪ରେ ୫ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସରକାରଙ୍କ ତରଫରୁ ପବ୍ଲିକ ପ୍ରଶିକ୍ୟୁଟର ନଳିନୀକାନ୍ତ ମହାରଣା ମାମଲା ପରିଚାଳନା କରୁଥିଲେ।

ଉପକୂଳ ଓଡିଶା

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ଦଶରଥପୁର,୨୧।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମଣୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀକାନ୍ତ ଜେନାଙ୍କୁ ୧୭୮୦ ଖଣ୍ଡ ଭୋଟରେ ହରାଇଥିବା ଜଣାପଡ଼ିଛି।

ଚିରସ୍ରୋତା ହେବ ନଦୀ

ବରୀ,୨୧।୧(ସ୍ବ.ପ୍ର.) ଯାଜପୁର ଜିଲାଦେଇ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା, କେଲୁଆ ଆଦି ପ୍ରବାହିତ ହୋଇଛି। ନଦୀରେ ଜଳ ନ ଥିବାରୁ ଧୀରେ ଧୀରେ ନଦୀ ଗୁଡ଼ିକ ପୋତି ହୋଇଯାଉଛି। ଯାହାଫଳରେ ଗ୍ରାମାଞ୍ଚଳର ନଳକୂପ ଗୁଡ଼ିକରୁ ଜଳପତନ କମିଯାଉଛି। ପାନୀୟ ଜଳ ସଙ୍କଟ ଦେଖାଦେବା ସହିତ ଗୃହପାଳିତ ପ୍ରାଣୀ ଓ ଚାଷୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସମାଧାନ ହେଉଛି। ଯାହାଫଳରେ ପାଣି ନେଇ ଦେଖାଯାଉଥିବା ସମସ୍ୟା ଦୂର ହୋଇଯିବ।

 ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ଯାଜପୁର ଅଫିସ,୨୧।୧ ଜିଲା ମିଲର୍ସଙ୍କ ଅସହଯୋଗ, ବର୍ଷାରେ ଅନିୟମିତତା ଏବଂ ଆବଶ୍ୟକ ଜଳସେଚନର ଅଭାବ ଯୋଗୁ ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଫଳରେ ଜିଲାର ବିପିଏଲ, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ଚାହିଦା ପୂରଣ ପାଇଁ ବାର୍ଷିକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ୫ଲକ୍ଷ କୁଇଣ୍ଟାଲ ଚାଉଳ ପଶ୍ଚିମଓଡିଶାରୁ ଆମଦାନୀ କରିବାକୁ ପଡୁଛି। ଏହିକ୍ରମରେ ଚଳିତ ମାସ ୨୦ତାରିଖ ସୁଦ୍ଧା ବରଗଡରୁ ୫ ହଜାର ମେଟ୍ରିକଟନ(ଏମଟି) ଚାଉଳ ଯାଜପୁର ଜିଲାକୁ ଆଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲା କୋକସରାସ୍ଥିତ ରାଜ୍ୟସ୍ତରୀୟ ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡକୁ ଗତ ୬।୧।୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତ ୧୬ତାରିଖ ସୁଦ୍ଧା ଯାଜପୁର ଜିଲାକୁ କେଜିଏ ବି ଚାଉଳ ପରିବହନ ହୋଇ ପାରିନାହିଁ। ଏହା ଜିଲାର ହିତାଧିକାରୀଙ୍କୁ ସୁରୁଖୁରୁ ଭାବେ ପିଡିଏସ ଚାଉଳ ବଣ୍ଟନ କରିବାରେ ବାଧା ସୃଷ୍ଟି କରିଛି। ତେଣୁ କାହିଁକି ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତି ଅନୁଯାୟୀ ଅମାନତ ରାଶି ବାଜ୍ୟାପ୍ତ ନ କରାଯିବ ସେଥିପାଇଁ ଯୋଗାଣ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ଏହି ମର୍ମରେ ତାଙ୍କ ପତ୍ରସଂଖ୍ୟା ୧୦୯୮/୧୮।୧।୨୦୧୮ରେ ପରିବହନ ସଂସ୍ଥାର ମାଲିକ କୁଲଦୀପ କୁମାର ଗୁପ୍ତାଙ୍କୁ ୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପେଣ୍ଠପାଳ: ଉପ ନିର୍ବାଚନରେ  ସମିତି ସଭ୍ୟା ଭାବେ ବବିତା ଜିତିଲେ

ପେଣ୍ଠପାଳ: ଉପ ନିର୍ବାଚନରେ ସମିତି ସଭ୍ୟା ଭାବେ ବବିତା ଜିତିଲେ

ପଟ୍ଟାମୁଣ୍ଡାଇ, ୨୧।୧ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବବିତା ମଳିକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମରୁଆ ମଳିକଙ୍କୁ ୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ଆଳି,୨୧।୧(ଡି.ଏନ୍‌.ଏ.)- ଆଳି ବ୍ଲକ ଅନ୍ତର୍ଗତ ବଡାମ୍ବିଳା ଗ୍ରାମପଞ୍ଚାୟତରେ ସମିତିସଭ୍ୟା ଉପନିର୍ବାଚନର ଫଳାଫଳ ଶନିବାର ଘୋଷଣା ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବାଜିମାତ କରିଛନ୍ତି। ପ୍ରାର୍ଥୀ ମମତା ତରାଇ ନିକଟତମ କଂଗ୍ରେସ ସମର୍ଥତ୍ତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ପଡ଼ୋଶୀଙ୍କ ମାଡ଼ରେ ଗର୍ଭ ନଷ୍ଟ

କେନ୍ଦ୍ରାପଡା ଅଫିସ,୨୧।୧- ଜମିଜମା ବିବାଦକୁ ନେଇ ପଡୋଶୀ ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି ।ଏହି ଘଟଣା ୩ ଦିନ ପରେ ସମସ୍ତଙ୍କ ନଜରକୁ ଆସିଛି । ମହିଳା ଜଣକ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ବଦଳରେ ପୋଲିସ ଘଟଣାର ଫଇସଲା ପାଇଁ କହୁଛି ବୋଲି ସଂପୃକ୍ତ ମହିଳାଙ୍କ ସ୍ବାମୀ ସୁଶାନ୍ତ ନାୟକ କହିଛନ୍ତି।

ଗୁଲନଗର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ

କେନ୍ଦ୍ରାପଡା ଅଫିସ, ୨୦।୧: କେନ୍ଦ୍ରାପଡା ଜିଲାର ପ୍ରଥମ ଅଫଟିକାଲ ବ୍ରଡବ୍ୟାଣ୍ଡ ସେବା ସହର ନିକଟ ଗୁଲନଗର ପଞ୍ଚାୟତରେ ଶନିବାର ଆରମ୍ଭ କରାଯାଇଛି ।

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।

ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନରେ ୫୪ ପ୍ରତିଶତ ମତଦାନ

ପଟାମୁଣ୍ଡାଇ,୧୯।୧(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନ ଶୁକ୍ରବାର ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।