ଉପକୂଳ ଓଡିଶା

ଶିକ୍ଷକଙ୍କ ଅଶ୍ଳିଳ ଅଡ଼ିଓ ଭାଇରାଲ ହେବା ଘଟଣା: ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

ଶିକ୍ଷକଙ୍କ ଅଶ୍ଳିଳ ଅଡ଼ିଓ ଭାଇରାଲ ହେବା ଘଟଣା:  ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

ନୟାଗଡ ଅଫିସ,୧୨।୧୨- ଶିକ୍ଷକଙ୍କ ଅଶ୍ଳିଳ ଅଡ଼ିଓ ଭାଇରାଲ ହେବା ପରେ ମଙ୍ଗଳବାର ସହରରେ ରାଜନୈତିକ ଦଳ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଧାରଣା, କୁଶ ପୁତ୍ତଳିକା ଦାହ ଓ କଲେଜ ଗେଟ୍‌ରେ ଧାରଣା ଦିଆଯାଇଛି। ନୟାଗଡ ସ୍ବୟଂଶାସିତ କଲେଜର ଉକ୍ତ ଶିକ୍ଷକଙ୍କୁ ବହିଷ୍କାର ଦାବି କରି ଦିନ ୧୨ଟା ବେଳେ ଛାତ୍ରୀଛାତ୍ରମାନେ କଲେଜ ଫାଟକରେ ତାଲା ପକାଇ ଦେଇଥିଲେ। ଏହାପରେ ଭାଜପା ଯୁବମୋର୍ଚ୍ଚା ତରଫରୁ ପୁରୁଣା ବସଷ୍ଟାଣ୍ଡଠାରେ ବିଧାୟକ ଅରୁଣ ସାହୁ ଓ ଉକ୍ତ ଶିକ୍ଷକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଦିନ ୩ଟା ବେଳେ କଂଗ୍ରେସ ତରଫରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି ହୋଇଥିଲା।

All Right Reserved By

Model This Week

Model This Week

ଉପକୂଳ ଓଡିଶା

୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡିଲେ ଭିଏଲଡବ୍ଲ୍ୟୁ

୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡିଲେ ଭିଏଲଡବ୍ଲ୍ୟୁ

ଡୁବୁରୀ,୨୬ା୪(ଡିଏନଏ)- ୫ଲକ୍ଷ ଟଙ୍କାର ଏକ କଂକ୍ରିଟ ରାସ୍ତା କାମର ବିଲ କରାଇ ଦେବାକୁ ଜଣେ ମହିଳାଙ୍କଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଦାନଗଦୀ ବ୍ଲକ ଚାନ୍ଦିଆ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲ୍ୟୁ) ବିଭୁପ୍ରସାଦ ଧିର। ଡୁବୁରୀସ୍ଥିତ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଧୀର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ କଟକ ଭିଜିଲାନ୍ସ ସେଲ ଅଧିକାରୀମାନେ ଟଙ୍କା ଜବତ କରିବା ସହ ବିଭୁପ୍ରସାଦଙ୍କୁ ଗିରଫ କରିଥିଲେ।

ଭାଜପାର ସାଂଗଠନିକ ବୈଠକ

ଭାଜପାର ସାଂଗଠନିକ ବୈଠକ

କେନ୍ଦ୍ରାପଡା ଅଫିସ, ୨୬ା୪-କେନ୍ଦ୍ରାପଡା ବ୍ଲକ ଚକ୍ରୋଡା ପଞ୍ଚାୟତ କନ୍ତିଆ ମଠ ପରିସରରେ ୬ ନଂ ଜିଲା ପରିଷଦ ଜୋନର ସାଂଗଠନିକ ବୈଠକ ଭାଜପା ପକ୍ଷରୁ ବୁଧବାର ଅନୁଷ୍ଠିତ ହୋଇଥିଲା। ଜିଲା ପରିଷଦ ସଭ୍ୟ ଦେବାଶିଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ବାର୍ତ୍ତା ପ୍ରଚାର, ତୃଣମୂଳସ୍ତରର ସମସ୍ୟା ପତି ନଜର ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା।

ଉଜ୍ଜ୍ୱଳ ଓ ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଜକନିକା, ୨୬।୪ (ଡି.ଏନ୍‌.ଏ): ରାଜକନିକା ବ୍ଲକର ପାରିନୂଆପଡା-ହାବୁଳଗଣ୍ଡ ପଞ୍ଚାୟତର ପାରିନୁଆପଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ଉଜ୍ଜ୍ୱଳ ଓ ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ପାରିନୂଆପଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ସାମଲଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ: ୧୩୦ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ

ଡେରାବିଶ, ୨୬ା୪(ସ୍ବ.ପ୍ର.): ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜରେ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ୧୩୦ଜଣ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ ଶେଷ ବର୍ଷର ୮୦ ଛାତ୍ର ଥିବା ୫୦ଜଣ ଛାତ୍ର ୨ୟ ବର୍ଷର।

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନାଉଗଁ।,୨୬ା୪(ସ୍ବ.ପ୍ର.): ନାଉଗଁ। ବ୍ଲକ ଗୋଠଦା-ଇଚ୍ଛାପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ୮ ବଖରା ପୋଡିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗ୍ରାମର ଲଲାଟ ବିଶ୍ୱାଳଙ୍କ ୧ ବଖରା, ବିନୟ ବିଶ୍ୱାଳଙ୍କ ୧ ବଖରା ଓ ଶତୃଘନ ବିଶ୍ୱାଳଙ୍କ ୬ ବଖରା ପୋଡ଼ିଯାଇଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୬ା୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ସଡକ ସୁରକ୍ଷା ସପ୍ତାହ ପାଳିତ

ସଡକ ସୁରକ୍ଷା ସପ୍ତାହ ପାଳିତ

ବାଙ୍କୀ, ୨୬ା୪ (ସ୍ବ.ପ୍ର.) - ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାଙ୍କୀ ଥାନାରେ ଗୁରୁବାର ଦୁର୍ଘଟଣାଗ୍ରସ୍ତଙ୍କ ସାହାଯ୍ୟ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ କଟକ ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ବାଙ୍କୀ ଥାନା ପରିସରରେ ଆୟୋଜିତ ଏହି ଉତ୍ସବରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

କାଳିଆପାଣି,୨୬ା୪(ଡି.ଏନ୍‌.ଏ)- କାଳିଆପାଣି ଆମ ପୋଲିସ ପକ୍ଷରୁ ଦୁଇଦିନ ଧରି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଗୁରୁବାର ସକାଳ ୯ଟାରେ କାଳିଆପାଣି ପଞ୍ଚାୟତ କାଯର୍‌ୟାଳୟରୁ ବାଇକ ଶୋଭାଯାତ୍ରା କରାଯାଇଥିଲା ସରପଞ୍ଚ କଳ୍ପନା ଜେନା ଓ ଶ୍ରମିକ ସଂଘ ନେତା ନାରାୟଣ ଚନ୍ଦ୍ର ଧୀର ଅତିଥିଭାବେ ଯୋଗଦେଇ ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ବିରଜାକ୍ଷେତ୍ର,୨୬ା୪(ଡି.ଏନ୍‌.ଏ.)- ରାଜ୍ୟ ଦକ୍ଷତା ପ୍ରାଧିକରଣ ଆନୁକୂଲ୍ୟରେ ଜିଲାପାଳଙ୍କ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଦକ୍ଷତା ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ରାଜନଗର, ୨୬।୪ (ଡି.ଏନ୍‌.ଏ.)- ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ଗୁରୁବାର ପାଳିତ ହୋଇଯାଇଛି।

କଠୋର ଦଣ୍ଡ ବଳାତ୍କାର ଘଟଣା କମାଇବ

କେନ୍ଦ୍ରାପଡା ଅଫିସ,୨୬।୪-ଯୋଧପୁର ଜିଲା ସ୍ବତନ୍ତ୍ର କୋର୍ଟ ୨୦୧୩ ମସିହାରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ କରି ଧାର୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି। ସେହିପରି ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ମାମଲାରେ ଡିଜିପି ଆର.ପି. ଶର୍ମା ଚିନ୍ତା ପ୍ରକଟ କରି ଏଥିରେ ନିକଟ ସମ୍ପର୍କୀୟଙ୍କ ଭାଗୀଦାରି ବେଶି ବୋଲି ସୂଚନା ଦେଇଛନ୍ତି ା ଗତ ୩ ମାସ ମଧ୍ୟରେ କେନ୍ଦ୍ରପଡା ଜିଲାରେ ନାବାଳିକା ବଳାତ୍କାର ମାମଲା ମଧ୍ୟ କିଛି କମ ନୁହେଁ ା ଜିଲାରେ ୨ଟି ଭିଡିଓ ଭାଇରାଲ ମାମଲା ସହିତ ୩ ଶିଶୁଙ୍କୁ ବଳାତ୍କାର ହୋଇଥିବା ପୋଲିସ ତଥ୍ୟରୁ ସୂଚନା ମିଳିଛି ା ତ୍ୱରିତ ବିଚାର ଓ କଠୋର ଦଣ୍ଡ ବ୍ୟବସ୍ଥା ଏହି ଅପରାଧ ପ୍ରବଣତାକୁ କମାଇ ପାରିବ ବୋଲି ମତ ମିଳିଛି ା